ନାରୀ ନିର୍ଯାତନାକୁ ବିରୋଧ କରି କଂଗ୍ରେସର ଶୋଭାଯାତ୍ରା

ଭୁବନେଶ୍ୱର, ୬।୧୨ (ବ୍ୟୁରୋ):ରାଜ୍ୟରେ ନାରୀ ନିର୍ଯାତନା, ବଳାତ୍କାର, ହତ୍ୟା ଓ ଅସଦାଚରଣ ପ୍ରସଙ୍ଗ ବୃଦ୍ଧି ପାଉଥିବା ଘଟଣାକୁ ପିସିସି ପକ୍ଷରୁ ତୀବ୍ର ନିନ୍ଦା କରାଯାଇଛି। ରାଜ୍ୟ ସରକାର ମା’କୁ ସମ୍ମାନ ଡିଣ୍ଡିମ ପିଟୁଥିଲା ବେଳେ ପ୍ରତିଦିନ ନାରୀ ନିର୍ଯାତନା ବଢ଼ିଚାଲିଛି। ଦୋଷୀକୁ ଦଣ୍ଡ ଦେବା ପାଇଁ ଦୃଷ୍ଟାନ୍ତମୂଳକ ପଦକ୍ଷେପ ନେବା ପରିବର୍ତ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୀରବଦ୍ରଷ୍ଟା ସାଜିବା ଏବଂ ଦୋଷୀଙ୍କୁ ଘଣ୍ଟ ଘୋଡ଼ାଇବା ଯୋଗୁ ଏଭଳି ଅପରାଧ ବୃଦ୍ଧି ପାଉଛି ବୋଲି କଂଗ୍ରେସ ଅଭିଯୋଗ କରିଛି। ଦୋଷୀଙ୍କୁ କଠୋର ଦଣ୍ଡ, ମୁଖ୍ୟମନ୍ତ୍ରୀ ଓ ମହିଳା ଶିଶୁ ବିକାଶ ମନ୍ତ୍ରୀଙ୍କ ଇସ୍ତଫା ଦାବିରେ ଗୁରୁବାର ପିସିସି ପକ୍ଷରୁ କଂଗ୍ରେସ ଭବନରୁ ଏକ ବିଶାଳ ଶୋଭାଯାତ୍ରା ବାହାରି ଥିଲା। ମାଷ୍ଟରକ୍ୟାଣ୍ଟିନ ଛକ ନିକଟରେ ଶୋଭାଯାତ୍ରା ପହଞ୍ଚି ପରେ ମୁଖ୍ୟମନ୍ତ୍ରୀ ଓ ମହିଳା ଶିଶୁ ବିକାଶ ମନ୍ତ୍ରୀଙ୍କ କୁଶପୁତଳିକା ଦାହ କରାଯାଇଥିଲା ା ଏହାପରେ କଂଗ୍ରେସର ଏକ ପ୍ରତିନିଧିମଣ୍ଡଳୀ ରାଜ୍ୟ ମହିଳା ଆୟୋଗ ଅଧ୍ୟକ୍ଷାଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି।


All Right Reserved By Dharitri.Com

ପଶ୍ଚିମ ଓଡ଼ିଶା ଜଳାର୍ଣ୍ଣବ

ଭୁବନେଶ୍ୱର, ୯ା୯(ବ୍ୟୁରୋ) : ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲାରେ ପ୍ରବଳ ବର୍ଷା ହୋଇଛି। ବିଶେଷ କରି ପଶ୍ଚିମ ଓଡ଼ିଶା ଅଧିକ ପ୍ରଭାବିତ ହୋଇଥିବା ଜଣାପଡ଼ିଛି।...

ଟୋକନ ବ୍ୟବସ୍ଥା ବିରୋଧରେ ଚାଷୀ ଏକାଠି

ଜୟପୁର,୨୦ା୧୧(ନି.ପ୍ର.): ଧାନ ବିକିବାକୁ ଅନଲାଇନ ଟୋକନ ବ୍ୟବସ୍ଥାକୁ ବିରୋଧ କରି ଏହାକୁ ଜିଲାସ୍ତରୀୟ କରିବା ପାଇଁ ଦାବି କରିଛନ୍ତି ଜୟପୁରର ଚାଷୀ। ମନୋଜ ପାତ୍ରଙ୍କ ଆହ୍ବାନରେ...

ଏସ୍‌ଡିସି କପ୍‌ ଉଦ୍‌ଘାଟିତ : ପ୍ରଥମ ଦିନରେ ୪ ମ୍ୟାଚ

ଫୁଲବାଣୀ ଅଫିସ, ୨୫ା୨-ଫୁଲବାଣୀସ୍ଥିତ କରୋନେଶନ ପଡିଆରେ ଆଦିବାସୀ ଫୁଟବଲ ଚାମ୍ପିୟନଶିପ୍‌ ଏସ୍‌ଡିସି (ସ୍ବତନ୍ତ୍ର ଉନ୍ନୟନ ପରିଷଦ) କପ୍‌-୨୦୨୦ ସୋମବାର ଉଦ୍‌ଘାଟିତ ହୋଇଛି ା ସରକାରଙ୍କ ଆଇଟି...

ସୁରକ୍ଷାକର୍ମୀଙ୍କ ବନ୍ଧୁକରୁ ଗୁଳି ଫୁଟି ଗ୍ରାହକ ଆହତ, ବାମ ପାଦରେ ବାଜିଛି ଗୁଳି

ପୁରୀ ଅଫିସ,୨୯।୧୧: ପୁରୀ ଜିଲା କୁମ୍ଭାରପଡ଼ା ଥାନା ଅଧୀନ ପୁରୁଣା ସଦର ଥାନାସ୍ଥିତ ବ୍ୟାଙ୍କ ଅଫ୍‌ ଇଣ୍ଡିଆରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ଘଟିଛି। ସେଠାରେ...

ସୁପର ଫୁଡ୍‌ ‘କଳା ଚାଉଳ’

ଧାନର ରଙ୍ଗ ଧଳା, ଭିତରେ ଚାଉଳ କଳା। କଳା ଚାଉଳର ଜନ୍ମ ସ୍ଥାନ ଚାଇନା। ପୃଥିବୀରେ ପ୍ରାୟ ୬୦ କିସମର କଳା ଚାଉଳ ଧାନ ଅଛି।...

ହ୍ରାସ ପାଇବ ପିଆଜ ଦର

ଭୁବନେଶ୍ୱର, ୯।୧୨(ବ୍ୟୁରୋ): ରାଜ୍ୟରେ ପିଆଜର ଅହେତୁକ ଦର ବୃଦ୍ଧି ସାଧାରଣ ଖାଉଟିଙ୍କ ମୁଣ୍ଡବିନ୍ଧାର କାରଣ ପାଲଟିଛି। ଏନେଇ ପିଆଜ ଦର ଲୋକସେବା ଭବନରେ ଗୁରୁତ୍ୱପୂର୍ଣ୍ଣ ବୈଠକ...

ସରିଲା ମିଶନ ଶକ୍ତି ମେଳା:୬ କୋଟି ଟପିଲା ବ୍ୟବସାୟ

ଭୁବନେଶ୍ୱର,,୧୭ା୧୨(ବ୍ୟୁରୋ): ମିଶନ ଶକ୍ତି ନିର୍ଦ୍ଦେଶାଳୟ, ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗ ପକ୍ଷରୁ ପ୍ରଥମଥର ପାଇଁ ରାଜଧାନୀରେ ଆୟୋଜିତ ‘ମିଶନ ଶକ୍ତି...

ରଥଖଳାରୁ… ପ୍ରଥମ ଭୂଇଁ ଖଞ୍ଜା କାମ ଆରମ୍ଭ

ପୁରୀ ଅଫିସ, ୨୩ା୬: ଶ୍ରୀନଅର ସମ୍ମୁଖରେ ଚାଲିଛି ରଥକାମ। ଶନିବାର ସୁଦ୍ଧା ତିନିରଥର ଯୋଖା କାମ ସରିଛି। ଦଣ୍ଡା, ଅଖ ଓ ଗୟଳକୁ ଯୋଖା ଧରି...

Leave a comment

Your email address will not be published. Required fields are marked *