Posted inଖେଳ

ଦକ୍ଷିଣ ଏସୀୟ କ୍ରୀଡ଼ା ଝିଲ୍ଲୀ, ସ୍ନେହାଙ୍କୁ ସ୍ବର୍ଣ୍ଣ ପଦକ

ଭୁବନେଶ୍ୱର, ୬।୧୨(କ୍ରୀଡ଼ା ପ୍ରତିନିଧି)-ଓଡ଼ିଶାର ଦୁଇ ପ୍ରତିଭା ସମ୍ପନ୍ନ ଭାରୋତ୍ତୋଳିକା ଝିଲ୍ଲୀ ଦଳବେହେରା ଓ ସ୍ନେହା ସୋରେନ କ୍ୟାରିୟରରେ ଆଉ ଏକ ବଡ଼ ସଫଳତା ପାଇଛନ୍ତି। ନେପାଳର ପୋଖରାଠାରେ ଚାଲିଥିବା ଦକ୍ଷିଣ ଏସୀୟ କ୍ରୀଡ଼ା ଭାରୋତ୍ତୋଳନ ଇଭେଣ୍ଟର ପ୍ରଥମ ଦିବସରେ ଏହି ଓଡ଼ିଆ ଭାରୋତ୍ତୋଳିକା ସ୍ବର୍ଣ୍ଣ ପଦକ ଅର୍ଜନ କରିଛନ୍ତି। ଚଳିତବର୍ଷ ପ୍ରାରମ୍ଭରେ ଏସିଆନ ଭାରୋତ୍ତୋଳନ ଚାମ୍ପିୟନଶିପ୍‌ରେ ରୌପ୍ୟ ପଦକ ପାଇଥିବା ଝିଲ୍ଲୀ ନେପାଳରେ ୪୫ କେଜି କାଟେଗୋରିରେ ୧୫୧ କେଜି ଭାରୋତ୍ତୋଳନ କରି ସ୍ବର୍ଣ୍ଣିମ ସଫଳତା ପାଇଛନ୍ତି। ସେ ସ୍ନାଚ୍‌ରେ ୬୬ କେଜି ଓ କ୍ଲିନ୍‌ ଆଣ୍ଡ ଜର୍କରେ ୮୫ କେଜି ଭାର ଉଠାଇଥିଲେ। ଶ୍ରୀଲଙ୍କାର ସମରକୁନ ଶ୍ରୀମାଲି(୧୩୯ କେଜି) ରୌପ୍ୟ ଓ ନେପାଳର ସଙ୍ଗିତା ରାୟ(୧୨୭ କେଜି) ବ୍ରୋଞ୍ଜ ପଦକ ପାଇଥିଲେ। ମହିଳା ୪୯ କେଜିରୁ କମ୍‌ ଇଭେଣ୍ଟରେ ୧୮ ବର୍ଷୀୟା ସ୍ନେହା ମୋଟ ୧୫୭ କେଜି ଭାରୋତ୍ତୋଳନ କରି ସ୍ବର୍ଣ୍ଣ ପଦକ ପାଇଛନ୍ତି। ସେ ସ୍ନାଚ୍‌ରେ ୬୮ ଓ କ୍ଲିନ୍‌ ଆଣ୍ଡ ଜର୍କରେ ୮୯ କେଜି ଭାର ଉଠାଇଥିଲେ। ଶ୍ରୀଲଙ୍କାର ଗୋମାସ ହାନସାନି(୧୫୫ କେଜି) ଓ ବାଂଲାଦେଶର ଶବିରା ମୋଲ୍ଲା(୧୩୦ କେଜି) ଯଥାକ୍ରମେ ରୌପ୍ୟ ଓ ବ୍ରୋଞ୍ଜ ପଦକ ପାଇଥିଲେ। ଭାରତ ଗୁରୁବାର ରେକର୍ଡ ସଂଖ୍ୟକ ୨୬ ସ୍ବର୍ଣ୍ଣ, ୧୮ ରୌପ୍ୟ ଓ ୬ ବ୍ରୋଞ୍ଜ ପଦକ ମିଳିଛି। ଫଳରେ ପଦକ ତାଲିକାରେ ନେପାଳକୁ ହଟାଇ ଶୀର୍ଷସ୍ଥାନ ଅଧିକାର କରିଛି। ଏବେ ଭାରତର ମୋଟ ପଦକ ସଂଖ୍ୟା ୫୮ ସ୍ବର୍ଣ୍ଣ, ୪୧ ରୌପ୍ୟ ଓ ୧୯ ବ୍ରୋଞ୍ଜ ଥିବାବେଳେ ନେପାଳ ୩୬ ସ୍ବର୍ଣ୍ଣ, ୨୬ ରୌପ୍ୟ ଓ ୩୪ ବ୍ରୋଞ୍ଜ ପଦକ ପାଇଛି।


All Right Reserved By Dharitri.Com

Posted inଖେଳ View All

ଭାରତୀୟ ଦଳ ପାଇଁ ମୁଣ୍ଡବିନ୍ଧା ସାଜିପାରନ୍ତି ୧୪୦ କିଲୋ କ୍ରିକେଟର୍‌

ପୋର୍ଟ-ଅଫ୍‌-ସ୍ପେନ୍‌,୧୨।୮:ଭାରତୀୟ କ୍ରିକେଟ ଦଳ ଏବେ ଓ୍ବେଷ୍ଟଇଣ୍ଡିଜ୍‌ ଗସ୍ତରେ ଯାଇଛି। ଟି-୨୦ ସିରିଜ୍‌ ହାତେଇବା ପରେ ଏବେ ଏକଦିବସୀୟ ସିରିଜ୍‌ ଖେଳୁଛି। ଏହାପରେ ଆରମ୍ଭ ହେବ ଟେଷ୍ଟ...

ସର୍ତ୍ତରେ ହରଭଜନଙ୍କୁ ହରାଇଲେ ଅଂଶୁମାନ ରଥ

ନୂଆଦିଲ୍ଲୀ, ୧୯।୫- ହଂକଂ କ୍ରିକେଟ ଦଳର ଅଧିନାୟକ ତଥା ଓଡ଼ିଆ କ୍ରିକେଟର ଅଂଶୁମାନ ରଥ ଏକ ସର୍ତ୍ତରେ ଭେଟେରାନ ଭାରତୀୟ ଅଫ୍‌ ସ୍ପିନର ହରଭଜନ ସିଂଙ୍କୁ...

କୋଭିଡ-୧୯ ସଂକ୍ରମଣ: ଥୋମାସ, ଉବର କପ୍‌ ଘୁଞ୍ଚିଲା

ନୂଆଦିଲ୍ଲୀ,୨୧।୩(ପି.ଟି.): କରୋନା ଭାଇରସ ସଂକ୍ରମଣକୁ ଦୃଷ୍ଟିରେ ରଖି ବ୍ୟାଡମିଣ୍ଟନ ଓ୍ବାଲର୍‌ଡ ଫେଡେରେଶନ (ବିଡବ୍ଲ୍ୟଏଫ୍‌) ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରିଛି। ବିଶ୍ୱର ଶ୍ରେଷ୍ଠ ପୁରୁଷ ଓ...

ଫୁଟ୍‌ବଲ ମ୍ୟାଚ୍‌ରେ କୁନି ପ୍ରଶଂସକଙ୍କ ଉପରେ ହେଲା କଣ୍ଢେଇ ବର୍ଷା

ଡେ କୁଇପ (ନେଦରଲାଣ୍ଡ),୧୬।୯: ଏଠାରେ ରବିବାର ଡେନ ହାଗ ଓ ଫେଇନୁର୍ଡ କ୍ଲବ ମଧ୍ୟରେ ଅନୁଷ୍ଠିତ ଇରେଡିଭାଇଜ ଲିଗ୍‌ ମ୍ୟାଚ୍‌ରେ କୁନି ଦର୍ଶକଙ୍କ ଉପରେ କଣ୍ଢେଇ...

ପଡ଼ିଲା ପ୍ରଥମ ଉଇକେଟ

ଭୁବନେଶ୍ୱର,୨୨।୧୨- କଟକସ୍ଥ ଐତିହାସିକ ବାରବାଟୀ ଷ୍ଟାଡିୟମ୍‌ରେ ଚାଲିଥିବା ଭାରତ ବିପକ୍ଷ ତୃତୀୟ ତଥା ଅନ୍ତିମ ଦିନିକିଆରେ ବ୍ୟାଟିଂ କରୁଥିବା ଓ୍ବେଷ୍ଟଇଣ୍ଡିଜ ଦଳ ପ୍ରଥମ ଉଇକେଟ ହରାଇଛି।...

କ୍ରିକେଟ୍‌ ଅଷ୍ଟ୍ରେଲିଆ କେନ୍ଦ୍ରୀୟ ଚୁକ୍ତିରେ ଲାବୁସେନ୍‌, ବନର୍‌ସ

ମେଲବୋର୍ନ,୩୦।୪(ପି.ଟି.): କ୍ରିକେଟ ଅଷ୍ଟ୍ରେଲିଆ ଗୁରବାର ତା’ର ୨୦ ଜଣିଆ ବାର୍ଷିକ ଖେଳାଳି ଚୁକ୍ତି ତାଲିକା ଘୋଷଣା କରିଛି। ବରିଷ୍ଠ ବ୍ୟାଟ୍ସମ୍ୟାନ ଉସ୍‌ମାନ ଖ୍ବାଜା ଓ ଶନ୍‌...

ମେଡିକାଲକୁ ବଲ୍‌ ଦାନ କଲେ ୪ ଗୋଲ ସ୍କୋର କରିଥିବା ଲିସିକ୍‌

ରୋମ୍‌,୧୬।୩(ଏଏଫ୍‌ପି)- ଗତ ସପ୍ତାହରେ ଚାମ୍ପିୟନ୍ସ ଲିଗ୍‌ ମ୍ୟାଚ୍‌ରେ ୪ ଗୋଲ ସ୍କୋର କରିଥିବା ଆଟ୍‌ଲାଣ୍ଟା ଫରଓ୍ବାର୍ଡ ଜୋସିପ ଲିସିକ୍‌ ବର୍ଗାମୋର ଏକ ମେଡିକାଲକୁ ବଲ୍‌ ଦାନ...

ବୁଶଫାୟାର ମ୍ୟାଚ୍‌ ଜିତିଲା ପଣ୍ଟିଂ ଏକାଦଶ

ମେଲବୋର୍ନ,୯।୨- କ୍ରିକେଟର ବହୁ କିମ୍ବଦନ୍ତୀ ପୂର୍ବତନ ଖେଳାଳି ଏକାଠି ହୋଇଥିଲେ। ରବିବାର ଜଙ୍କଶନ ଓଭାଲରେ ଅନୁଷ୍ଠିତ ବୁଶଫାୟାର ଚ୍ୟାରିଟି ମ୍ୟାଚ୍‌ରେ ପଣ୍ଟିଂ ଏକାଦଶ ୧ ରନ୍‌ରେ...

Leave a comment

Your email address will not be published. Required fields are marked *