ବାଲୁକାକଳାରେ ସୁଦର୍ଶନଙ୍କ ବାର୍ତ୍ତା: ‘ମହିଳାଙ୍କୁ ସମ୍ମାନ ଦିଅ’

ଭୁବନେଶ୍ୱର, ୫।୧୨(ବ୍ୟୁରୋ): ଦେଶ ତଥା ରାଜ୍ୟରେ ଏବେ ନାରୀ ନିର୍ଯାତନା, ବଳାତ୍କାର, ହତ୍ୟା ଭଳି ଘଟଣା ଦିନକୁ ଦିନ ବଢ଼ିଚାଲିଥିବା ବେଳେ ମହିଳାମାନଙ୍କୁ ସମ୍ମାନ ଦେବାକୁ ବାର୍ତ୍ତା ଦେଇଛନ୍ତି ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ। ପୁରୀ ବେଳାଭୂମିରେ ଭାରତ ମାନଚିତ୍ରରେ ମହିଳାଙ୍କୁ ସ୍ଥାନ ଦେଇ କରିଥିବା ବାଲୁକାକଳାରେ ସେ ‘ରେସ୍‌ପେକ୍ଟ ଓମ୍ୟାନ୍‌’ ବୋଲି ଲେଖିଛନ୍ତି। ଏହାକୁ ସେ ନିଜର ଟୁଇଟର ପୃଷ୍ଠାରେ ମଧ୍ୟ ଶେୟାର କରିଛନ୍ତି।

ପ୍ରକାଶଯୋଗ୍ୟ, ନିକଟରେ ହାଇଦ୍ରାବାଦରେ ଜଣେ ମହିଳା ଡାକ୍ତରଙ୍କୁ ବଳାତ୍କାର କରାଯିବା ପରେ ବିଭତ୍ସ ଭାବେ ପୋଡ଼ି ହତ୍ୟା କରାଯାଇଥିଲା। ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତମାନେ ଗିରଫ ହୋଇସାରିଥିଲେ ସୁଦ୍ଧା ଏହାର ପୁନରାବୃତ୍ତି ହେଉଥିବା ଦେଖିବାକୁ ମିଳିଛି। ଏହି କ୍ରମରେ ଶ୍ରୀକ୍ଷେତ୍ର ପୁରୀରେ ଜଣେ ଯୁବତୀଙ୍କୁ ବଳାତ୍କାର କରାଯିବାକୁ ନେଇ ଏବେ ରାଜନୀତି ସରଗରମ ରହିଛି। ରାଜ୍ୟରେ ମହିଳାମାନେ ସୁରକ୍ଷିତ ନ ଥିବା ନାରା ଦେଇ ବିରୋଧୀମାନେ ରାଜ୍ୟସରକାରଙ୍କୁ ଘେରୁଛନ୍ତି। ଏପରିକି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କୁଶପୁତ୍ତଳିକା ଦାହ କରାଯିବା ସହ ଇସ୍ତଫା ଦାବିି କରାଯାଉଛି।


All Right Reserved By Dharitri.Com

ବ୍ଲୁ ଫ୍ଲାଗ ବିଚ୍‌: ପରୀକ୍ଷା ପାଇଁ ଗଲା ସମୁଦ୍ର ପାଣି

ପୁରୀ ଅଫିସ,୧୬ା୧: ପୁରୀରେ ବ୍ଲୁ ଫ୍ଲାଗ ବିଚ୍‌ କାମ ଦ୍ରୁତଗତିରେ ଚାଲିଛି। ସମ୍ପୂର୍ଣ୍ଣ ହୋଇ ନ ଥିଲେ ମଧ୍ୟ ଏହା ପର୍ଯ୍ୟଟକଙ୍କ ଆକର୍ଷଣ ପାଲଟିଲାଣି। ପ୍ରତ୍ୟହ...

ଡାକ୍ତରଖାନାରେ ଦଲାଲରାଜ ନେଇ ମୁଖ୍ୟମନ୍ତ୍ରୀ ଖପ୍ପା

ଭୁବନେଶ୍ୱର, ୨୬।୯(ବ୍ୟୁରୋ): ସରକାରୀ ହସ୍ପିଟାଲରେ ଦଲାଲ ଏବଂ ମଧ୍ୟସ୍ଥଙ୍କ ପାଦୁର୍ଭାବ ବୃଦ୍ଧିକୁ ନେଇ ଗଭୀର ଉଦ୍‌ବେଗ ବ୍ୟକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସ୍ବାସ୍ଥ୍ୟକେନ୍ଦ୍ରକୁ ମଧ୍ୟସ୍ଥଙ୍କ...

ତାତି: ପଶ୍ଚିମରେ କମିଲା, ଉପକୂଳରେ ବଢ଼ିଲା

ଭୁବନେଶ୍ୱର, ୩୦ା୫(ବ୍ୟୁରୋ): ଗତ କିଛିଦିନ ହେବ ଗରମରେ ଛଟପଟ ହେଉଥିବା ପଶ୍ଚିମ ଓଡ଼ିଶାବାସୀଙ୍କୁ ମିଳିଛି ଆଶ୍ୱସ୍ତି। ଏଠାରେ ଲଗାତର ଭାବେ ତାପମାତ୍ରା ୪୨ରୁ ୪୫ଡିଗ୍ରୀ ମଧ୍ୟରେ...

କିଶୋରନଗରରେ ବଢୁଛି ଚୋରା ମଦ କାରବାର: ଅବକାରୀ ବିଭାଗ ନୀରବ, ସାଧାରଣରେ ଅସନ୍ତୋଷ

ବଇଣ୍ଡା,୧୮।୬(ଡି.ଏନ.ଏ.)-ଅନୁଗୋଳ ଜିଲା କିଶୋରନଗର ଥାନା ବାମୁର, କିଶୋରନଗର, ବାଟିମୁଣ୍ଡା, ସଞ୍ଜାମୁରା, ହିମିତିରା, ଅଙ୍ଗପଡ଼ା, ତୁରୁଡା, ରଣିଆକଟା ଆଦି ବିଭିନ୍ନ ଗ୍ରାମରେ ଚୋରା ମଦ କାରବାର ବୃଦ୍ଧି...

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ:ସେସୁ କନିଷ୍ଠ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ଜଗତ୍‌ସିଂହପୁର ଅଫିସ,୩୧ା୧୨ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସେସୁ ଜଗତ୍‌ସିଂହପୁର-୨ କନିଷ୍ଠ ଯନ୍ତ୍ରୀ ଦୀପ୍ତି ପ୍ରକାଶ ସ୍ବାଇଁଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି।...

୨୨ ଗ୍ରାମ ବ୍ରାଉନସୁଗାର ଜବତ: ବାଲେଶ୍ୱରର ଶେଖ୍‌ ମୁସ୍ତାକିନ୍‌ ଗିରଫ

ଭୁବନେଶ୍ୱର,୩୧।୧(ବ୍ୟୁରୋ): ରାଜ୍ୟରେ ବ୍ରାଉନସୁଗାର କାରବାର ବଢିଚାଲିଥିବାବେଳେ ଏହା ଉପରେ ରୋକ ଲଗାଇବା ପାଇଁ କ୍ରାଇମବ୍ରାଞ୍ଚର ଏସ୍‌ଟିଏଫ୍‌ (ସ୍ପେଶାଲ ଟାସ୍କ ଫୋର୍ସ) ବିଭିନ୍ନ ସ୍ଥାନରେ ମାରାଥନ ଚଢାଉ...

ମହିଳାଙ୍କୁ ବଳାତ୍କାର ଅଭିଯୋଗ, ଯୁବକ ଗିରଫ

ଫୁଲବାଣୀ ଅଫିସ, ୮ା୧୨-ଚାକିରି କରାଇ ଦେବାକୁ କହି ଜଣେ ଆଦିବାସୀ ମହିଳାଙ୍କୁ ବଳାତ୍କାର ଅଭିଯୋଗରେ ଖଜୁରିପଡା ପୋଲିସ ସମ୍ପୃକ୍ତ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ...

ଜଗତସିଂହପୁର ଦଳିତ ଯୁବତୀ ଆତ୍ମହତ୍ୟା ପ୍ରସଙ୍ଗ: ଆପତ୍ତିଜନକ ଫଟୋ ଓ ପ୍ରମାଣ ପତ୍ର ଜବତ କଲା ପୋଲିସ

ଭୁବନେଶ୍ୱର,୨୬।୧୧(ବ୍ୟୁରୋ):ଜଗତସିଂହପୁର ଜିଲାରେ ଦଳିତ ଯୁବତୀ ଆତ୍ମହତ୍ୟାକୁ ନେଇ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ବିବୃତି ରଖିଛନ୍ତି। ଶୂନ୍ୟକାଳ ଆରମ୍ଭ ହେବାମାତ୍ରେ ମନ୍ତ୍ରୀ ଗୃହକୁ ସୂଚନା ଦେଇ...

Leave a comment

Your email address will not be published. Required fields are marked *