ମହିଳାରୋଗୀଙ୍କୁ ଓ୍ବାଡେନ୍‌ ଇଞ୍ଜେକ୍ସନ ଦେବା ଘଟଣା: ଚାକିରିରୁ ବିଦା ହେଲେ, ନର୍ସଙ୍କୁ ସୋ-କଜ୍‌ ନୋଟିସ୍‌

ଢେଙ୍କାନାଳ ଅଫିସ,୫।୧୨: ଢେଙ୍କାନାଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ଜଣେ ମହିଳା ରୋଗୀଙ୍କୁ ଓ୍ବାଡେନ୍‌ ଇଞ୍ଜେକ୍ସନ ଦେଉଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଏହି ଘଟଣାରେ ଗୁରୁବାର ଦାୟିତ୍ୱରେ ଥିବା ଷ୍ଟାଫ୍‌ ନର୍ସ ଶାଶ୍ୱତି ବେହେରା ଏବଂ ଓ୍ବାଡେନ୍‌ ମନୋରମା ବେହେରାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ନର୍ସ ଶାଶ୍ୱତିଙ୍କୁ ଛୁଟିରେ ପଠାଯିବା ସହ ସୋ-କଜ୍‌ ନୋଟିସ ଜାରି କରାଯାଇଥିବା ବେଳେ ଓ୍ବାଡେନ୍‌ ମନୋରମାଙ୍କୁ ଚାକିରିରୁ ବିଦା କରାଯାଇଥିବା ମୁଖ୍ୟ ଚିକିତ୍ସାଧିକାରୀ ଡା. ନିରଞ୍ଜନ ମିଶ୍ର ସୂଚନା ଦେଇଛନ୍ତି।

ପ୍ରକାଶଯୋଗ୍ୟ, ଚିକିତ୍ସାଳୟର ମହିଳା ମେଡିସିନ ଓ୍ବାଡରେ ଓ୍ବାଡେନଜଣଙ୍କ ଜଣେ ରୋଗୀଙ୍କ ବାମହାତରେ ଇଞ୍ଜେକ୍ସନ ଦେଉଥିବା ଭିଡିଓରେ ଦେଖାଯାଇଥିଲା। ଏନେଇ ପଚରାଯିବାରେ ଘଟଣା ୧୫-୨୦ ଦିନର। ଆଲୋଚନା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମୁଖ୍ୟ ଚିକିତ୍ସାଧିକାରୀ କହିଥିଲେ।


All Right Reserved By Dharitri.Com

କାଳିଆ ଟଙ୍କା ପାଇ ନ ଥିବା ହିତାଧିକାରୀଙ୍କ ଗଣଧାରଣା

କେସିଙ୍ଗା,୨୫।୧୧: କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅନ୍ତର୍ଗତ ବେଲଖଣ୍ଡି ପଞ୍ଚାୟତର ବହୁ ହିତାଧିକାରୀ କାଳିଆ ଯୋଜନା ଟଙ୍କା ପାଇ ନ ଥିବା ପ୍ରତିବାଦରେ ସୋମବାର ବ୍ଲକ...

୬୩ ଭାରତୀୟଙ୍କ ସମ୍ପତ୍ତି ମୂଲ୍ୟ ଦେଶ ବଜେଟରୁ ଅଧିକ

ଭୁବନେଶ୍ୱର,୨୧।୧(ବ୍ୟୁରୋ): ମାତ୍ର ୬୩ଜଣ ଭାରତୀୟଙ୍କ ସମ୍ପତ୍ତିର ମୂଲ୍ୟ ଦେଶର ୨୦୧୮-୧୯ ଆର୍ଥିକ ବର୍ଷର ବଜେଟ(୨୪ ଲକ୍ଷ ୪୨ ହଜାର ୨୦୦ କୋଟି ଟଙ୍କା) ଠାରୁ ଅଧିକ।...

ଅନୁଭବୀ ଲୋକ ସଫଳ ନେତୃତ୍ୱ ନେଇପାରିବେ

ସୋନପୁର, ୮।୭(ନି.ପ୍ର) ପଶ୍ଚିମ ଓଡିଶା ବରିଷ୍ଠ ନାଗରିକଙ୍କ ସମାବେଶ ସୁବର୍ଣ୍ଣପୁର ଡିଆରଡିଏ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ସୁବର୍ଣ୍ଣପୁର ବରିଷ୍ଠ ନାଗରିକ ସଂଘ ପକ୍ଷରୁ ଆୟୋଜିତ...

ମଦ ବନ୍ଦ ପାଇଁ ମହିଳାଙ୍କ ସଙ୍କଳ୍ପ:ଥାନା, ଅବକାରୀ କାର୍ଯ୍ୟାଳୟ ଘେରାଉ ପାଇଁ ଚେତାବନୀ

କୁନ୍ଦୁରା,୧୨ା୧୦(ଡି.ଏନ୍‌.ଏ.)କୋରାପୁଟ ଜିଲା କୁନ୍ଦୁରା ଅଧୀନସ୍ଥ ନବଗଠିତ ପଖନାଗୁଡ଼ା ପଞ୍ଚାୟତର ତ୍ରିନାଥ ମନ୍ଦିରରେ ୫ ଶହରୁ ଊର୍ଦ୍ଧ୍ୱ ମହିଳା ଦେଶୀ ମଦ ତିଆରି ଏବଂ ବିକ୍ରି ବନ୍ଦ...

ଭାଲୁ ଆକ୍ରମଣରେ ଜଣେ ଗୁରୁତର

ଛେଣ୍ଡିପଦା,୪।୧୧(ସ୍ବ.ପ୍ର.): ଅନୁଗୋଳ ଜିଲା ଛେଣ୍ଡିପଦା ବନାଞ୍ଚଳ ଶିମିଳିପାଳ ପଞ୍ଚାୟତ ଅନ୍ତର୍ଗତ କାଠପାଳ ଗାଁରେ ଭାଲୁ ଆକ୍ରମଣରେ ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ଗୁରୁତର ଜଣକ ହେଲେ...

ପୁରୀରେ ପୁଣି ଆରମ୍ଭ ହେଲା ଉଚ୍ଛେଦ

ପୁରୀ ଅଫିସ,୭।୧: ଶ୍ରୀମନ୍ଦିର ସୁରକ୍ଷା ଜୋନରୁ ପୁଣି ଉଚ୍ଛେଦ ଆରମ୍ଭ ହୋଇଛି। ଗତମାସ ୨୧ ତାରିଖରେ ଭିତର ସେବାୟତ ନିଯୋଗ କୋଠା ଭଙ୍ଗା ସରିବା ପରେ...

୫ବର୍ଷରେ ମହିଳା ସହଯୋଗ କେନ୍ଦ୍ର ‘ମାଧ୍ୟମ’: ୨୩୦୩ ମାମଲାରୁ ସମାଧାନ ହୋଇଛି ୧୪୪୯

ଭୁବନେଶ୍ୱର, ୨୩-୧୦(ବ୍ୟୁରୋ) : କମିଶନରେଟ ପୋଲିସ ଅଞ୍ଚଳରେ ହିଂସା ପୀଡିତା ମହିଳାଙ୍କ ସମସ୍ୟାର ସମାଧାନ ପାଇଁ ସହଯୋଗର ହାତ ବଢାଇଥିବା ‘ମାଧ୍ୟମ’ ମଙ୍ଗଳବାର ୫ ବର୍ଷରେ...

ବାହାନଗା ତହସିଲ ପକ୍ଷରୁ ଉଚ୍ଛେଦ ଆରମ୍ଭ

ବାହାନଗା, ୫ା୧୦(ଡି.ଏନ.ଏ.)-ଘରୁ ବାହାରିବା ଲାଗି ରାସ୍ତା ନ ଥିବାରୁ ବାଲେଶ୍ୱର ଜିଲା ବାହାନଗା ବ୍ଲକ ଓଡଶାଳ ପଞ୍ଚାୟତର ଝଳଝଳିଆ ଗ୍ରାମର ୩ ପରିବାର ଗତ ୩୦...

Leave a comment

Your email address will not be published. Required fields are marked *