ଲଘୁ ଖଣିଜ ଚୋରି ରୋକିବାକୁ ଆସିବ ନୂଆ ନିୟମ

ଭୁବନେଶ୍ୱର,୫ା୧୨ (ବ୍ୟୁରୋ): କେବଳ ବଡ଼ ବଡ଼ ଖଣି ନୁହେଁ, ଲଘୁ ଖଣିଜ ପଦାର୍ଥ ଚୋରି ମଧ୍ୟ ରାଜ୍ୟରେ ଅତିମାତ୍ରାରେ ବୃଦ୍ଧି ପାଉଛି। ଏହାକୁ ନେଇ ଅନେକ ସମୟରେ ବିରୋଧୀ ଦଳ ସଦସ୍ୟମାନେ ବିଧାନଭାରେ ଉଦ୍‌ବେଗ ପ୍ରକାଶ କରିଆସୁଛନ୍ତି। ରାଜ୍ୟ ସରକାର ଏହି ଖଣିଜ ପଦାର୍ଥକୁ ଅତି ହାଲୁକା ଭାବେ ନେଉଥିବାରୁ ବହୁ କୋଟି ଟଙ୍କାର ରାଜସ୍ବ କ୍ଷତି ହେଉଛି। ଚୋରି ରୋକିବା ପାଇଁ ରାଜ୍ୟ ସରକାର ଖୁବ୍‌ଶୀଘ୍ର ଓଡ଼ିଶା ଲଘୁ ଖଣିଜ ଚୋରି ଓ ଚୋରାଚାଲାଣ ରୁଲ୍‌-୨୦୧୯ (ଓଏମ୍‌ଏମ୍‌ପିଟିସିି) ଆଣିବାକୁ ଯାଉଛନ୍ତି। ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଏ ନେଇ ଚିଠା(ଡ୍ରାଫ୍ଟ) ରୁଲ୍‌ ପ୍ରସ୍ତୁତି ଆରମ୍ଭ ହୋଇଛି। ଏହି ଚିଠା ରୁଲ୍‌ରେ ଚୋରି ରୋକିବାକୁ ତହସିଲ ସ୍ତରରେ ଏନ୍‌ଫୋର୍ସମେଣ୍ଟ ସେଲ୍‌ କାର୍ଯ୍ୟକାରୀ ହେବ। ଜିଲାପାଳଙ୍କ ତତ୍ତ୍ୱାବଧାନରେ ଏହି ଏନ୍‌ଫୋର୍ସମେଣ୍ଟ କାର୍ଯ୍ୟ କରିବ। ବୃହତ୍‌ ଖଣିଜ ପଦାର୍ଥ ଭଳି ରାଜ୍ୟର ସମସ୍ତ ଲଘୁ ଖଣିଜ ପଦାର୍ଥ ପାଇଁ ପ୍ରତ୍ୟକ ଜିଲା ଅନୁଯାୟୀ ଯୋଜନା ପ୍ରସ୍ତୁତ ହେବ। ଏ ନେଇ ସମସ୍ତ ଜିଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏଥିସହିତ ଲଘୁ ଖଣିଜ ପାଇଁ ଖଣି ନିର୍ଦ୍ଦେଶାଳୟ ଭଳି ଏକ ଲଘୁ ଖଣିଜ ନିର୍ଦ୍ଦେଶାଳୟ ଗଠନ କରାଯିବ। ସଚିବାଳୟରେ ଏହି ଖଣି ନିର୍ଦ୍ଦେଶାଳୟ କାର୍ଯ୍ୟ କରିବ। ଲଘୁ ଖଣିଜ ପଦାର୍ଥ ଚୋରି ରୋକିବା ପାଇଁ ୧୦ ଜଣ ଖଣି ଅଧିକାରୀଙ୍କୁ ନିଯୁକ୍ତି ଦିଆଯିବ। ସେମାନେ ୩୦ଟି ଜିଲା ଦାୟିତ୍ୱରେ ରହିବେ। ଅବସର ନେଇଥିବା ଖଣି ଅଧିକାରୀମାନଙ୍କୁ ପୁନଃ ନିଯୁକ୍ତି ଦିଆଯିବ। ସେମାନେ ନିୟମିତ ଜିଲା ପରିଦର୍ଶନ କରି ଲଘୁ ଖଣିଜ ପଦାର୍ଥ ଉପରେ ନଜର ରଖିବେ। ଲଘୁ ଖଣିଜ ପଦାର୍ଥ ତାଲିକାରେ ୩୧ଟି ଖଣିଜ ପଦାର୍ଥ ରହିଛି। ତେବେ ଓଡ଼ିଶାରେ ବାଲି, ମାଟି, ମୋରମ ଭଳି ୧୦ ପ୍ରକାରର ଲଘୁ ଖଣିଜ ପଦାର୍ଥ ଉପଲବ୍ଧ ହେଉଛି। ଖଣିଜ ପଦାର୍ଥ ଲିଜ୍‌ ନେବାକୁ ସରକାରୀ ଉଦ୍ୟୋଗଗୁଡିକୁ କୁହାଯାଇଛି। ଏହାଦ୍ୱାରା ଜନସାଧାରଣଙ୍କୁ ଲଘୁ ଖଣିଜ ପଦାର୍ଥ ସହଜରେ ମିିଳି ପାରିବ। ନିକଟରେ ମୁଖ୍ୟ ଶାସନ ସଚିବ ଅସିତ୍‌ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଏ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଲଘୁ ଖଣିଜ ପଦାର୍ଥ ଚୋରିକୁ ଯେପରି ସମ୍ପୂର୍ଣ୍ଣ ପ୍ରତିହତ କରାଯାଇପାରିବ ସେ ନେଇ ନୂତନ ନିୟମରେ ବ୍ୟବସ୍ଥା କରିବାକୁ ବୈଠକରେ ନିର୍ଦ୍ଦେଶ ଦିଆଯାଇଛି।


All Right Reserved By Dharitri.Com

ଡିଜିପି ଅଭୟଙ୍କ କାର୍ଯ୍ୟକାଳ ବୃଦ୍ଧି

ଭୁବନେଶ୍ୱର,୧୯।୩ (ବ୍ୟୁରୋ): ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ଅଭୟଙ୍କ କାର୍ଯ୍ୟକାଳକୁ ସରକାର ବୃଦ୍ଧି କରିଛନ୍ତି। ଏନେଇ ରାଜ୍ୟ ଗୃହ ବିଭାଗ ପକ୍ଷରୁ ବୁଧବାର ଏକ ବିଜ୍ଞପ୍ତି...

ଜଙ୍ଗଲରେ ଦମ୍ପତିଙ୍କ ଗଳାକାଟି ହତ୍ୟା

ମୋହନା,୧୭ା୩(ଡି.ଏନ୍‌.ଏ.)- ଗଜପତି ଜିଲା ମୋହନା ବ୍ଲକ କରଚବାଡି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଗୋପଟିମା ଓ କୁଟିଗୁଡା ମଧ୍ୟରେ ଥିବା ଜଙ୍ଗଲରୁ ସୋମବାର ଦମ୍ପତିଙ୍କ ମୃତଦେହ ଉଦ୍ଧାର...

ସ୍କୁଟି ଚାଳିକାଙ୍କୁ ୧୩ ହଜାର ଜରିମାନା

ଭଦ୍ରକ ଅଫିସ, ୭।୯ – ଭଦ୍ରକ ବାଇପାସ୍‌ ୟୁନାନି ହସ୍ପିଟାଲ ରାସ୍ତାରେ ସ୍କୁଟି ଚଳାଉଥିବା ଜଣେ ଶିକ୍ଷୟିତ୍ରୀଙ୍କୁ ୧୩ ହଜାର ଟଙ୍କା ଜରିମାନା ଦେବାକୁ ଜିଲା...

୯ ସହରରେ ହେବ ଅତ୍ୟାଧୁନିକ ଶୌଚାଳୟ

ଭୁବନେଶ୍ୱର,୧୯ା୧୧(ବ୍ୟୁରୋ): ରାଜ୍ୟ ସରକାର ଖୁବ୍‌ଶୀଘ୍ର ବିଭିନ୍ନ ସ୍ଥାନରେ ପଞ୍ଚତାରକା ତଥା ଅତ୍ୟାଧୁନିକ ଶୌଚାଳୟ ପ୍ରକଳ୍ପ ଆରମ୍ଭ କରିବାକୁ ଯୋଜନା ରଖିଛନ୍ତି। ପ୍ରାଥମିକ ପର୍ଯ୍ୟାୟରେ ରାଜ୍ୟର ୯...

ମରାମତି ହେଉନି ଓଭରବ୍ରିଜ୍‌: କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିଲା ସିଭିଲ ସୋସାଇଟି

ବାଲେଶ୍ୱର ଅଫିସ,୨୯।୧୦-ବାଲେଶ୍ୱର ଫକୀରମୋହନ ଗୋଲେଇରୁ ବସ୍‌ଷ୍ଟାଣ୍ଡ ପର୍ଯ୍ୟନ୍ତ ଥିବା ରାଜ୍ୟର ସର୍ବପୁରାତନ ଓ ପ୍ରଥମ ଓଭରବ୍ରିଜ୍‌ର ମରାମତି ପାଇଁ ଦୀର୍ଘଦିନ ହେଲା ସିଭିଲ୍‌ ସୋସାଇଟି ଆନ୍ଦୋଳନ...

ବାଳ ଅପରାଧୀଙ୍କୁ ମୁଖ୍ୟସ୍ରୋତକୁ ଆଣିବାକୁ ଉଦ୍ୟମ: ଜାମୁଝରୀରେ ହେବ ‘ପ୍ଲେସ୍‌ ଅଫ୍‌ ସେଫ୍ଟି ହୋମ୍‌’

ଭୁବନେଶ୍ୱର,୧୦।୯(ବ୍ୟୁରୋ): ରାଜଧାନୀ ଉପକଣ୍ଠ ଜାମୁଝରୀଠାରେ ବାଳ ଅପରାଧୀଙ୍କ ପାଇଁ ନିର୍ମାଣ ହେବ ‘ପ୍ଲେସ୍‌ ଅଫ୍‌ ସେଫ୍ଟି ହୋମ୍‌’। ସେମାନଙ୍କ ମାନସିକତାରେ ପରିବର୍ତ୍ତନ ଆଣିବା ସହ ସମାଜର...

ବ୍ୟୁଟି ସାଲୁନ ‘ଏନ୍‌ରିଚ୍‌’ ଉଦ୍‌ଘାଟିତ

ଭୁବନେଶ୍ୱର, ୧୧ା୬(ବ୍ୟୁରୋ): ସମାଜରେ ବହୁ ଅସହାୟ ଓ ସୁବିଧାରୁ ବଞ୍ଚତ୍ତ ମହିଳା ରହିଛନ୍ତି, ଯେଉଁମାନଙ୍କୁ ରୋଜଗାର କରିବାକୁ ସୁଯୋଗ ତ ଛାଡ଼ ଖାଦ୍ୟ ବି ମିଳେନା।...

ଭୁବନେଶ୍ୱରରେ ବଢ଼ିଚାଲିଛି ମୋଟର ଯାନ: କାର୍ଯ୍ୟକାରୀ ହେବ ଲୋ କାର୍ବନ ମୋବିଲିଟି ପ୍ଲାନ

ଭୁବନେଶ୍ୱର, ୨୪।୯(ବ୍ୟୁରୋ): ଭୁବନେଶ୍ୱର ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ଅନୁଯାୟୀ ୨୦୧୯ରେ ପଞ୍ଜୀକୃତ ଗାଡ଼ି ସଂଖ୍ୟା ହେଉଛି ୧୪ ଲକ୍ଷ, ଯାହା ସହରର ଜନସଂଖ୍ୟା(ପ୍ରାୟ ୧୦ ଲକ୍ଷ)ଠାରୁ...

Leave a comment

Your email address will not be published. Required fields are marked *