Posted inଜାତୀୟ

କର୍ନାଟକର ୧୫ ବିଧାନସଭା ଆସନ ପାଇଁ ଭୋଟ ଗ୍ରହଣ ଆରମ୍ଭ

ବେଙ୍ଗାଲୁରୁ,୫।୧୨: କର୍ନାଟକର ୧୫ ବିଧାନସଭା ଆସନ ପାଇଁ ଗୁରୁବାର ସକାଳ ୭ଟାରୁ ଭୋଟ ଗ୍ରହଣ ଆରମ୍ଭ ହୋଇଛି। ଏହାର ଫଳାଫଳ ୯ ତାରିଖରେ ପ୍ରକାଶ ପାଇବ। କଂଗ୍ରେସ ଓ ଜେଡି(ଏସ୍‌) ମେଣ୍ଟର ଅଯୋଗ୍ୟ ଘୋଷିତ ୧୭ ବିଧାୟକ ଗତ ଜୁଲାଇରେ ବିଧାନସଭାରୁ ଇସ୍ତଫା ଦେବା ପରେ ଏହି ଆସନ ସବୁ ଖାଲି ପଡିଥିଲା। କର୍ନାଟକ ହାଇ କୋର୍ଟରେ ଚାଲିଥିବା ମାମଲାକୁ ନେଇ ଅନ୍ୟ ଦୁଇଟି ମାସକି ଓ ରାଜରାଜେଶ୍ୱରୀ ଆସନରେ ଭୋଟ ଗ୍ରହଣ ସ୍ଥଗିତ ରହିଛି। ଏହି ଉପନିର୍ବାଚନ ଭାରତୀୟ ଜନତା ପାର୍ଟି(ଭାଜପା) ପାଇଁ ବେଶ୍‌ ଗୁରୁତ୍ୱ ରଖେ। କାରଣ ଏହାରି ଆଧରରେ ହିଁ କର୍ନାଟକରରେ ୪ ମାସ ହେବ ଶାସନ ଗାଦିରେ ବସିଥିବା ଭାଜପା ସରକାର ରହିପାରେ ନଚେତ୍‌ ଭାଙ୍ଗିପାରେ। ତେବେ ୟେଦୁରପ୍ପା ସରକାର ଶାସନ ଗାଦିରେ ବସିବାକୁ ହେଲେ ଅତିକମ୍‌ରେ ୬ଟି ଆସନରେ ବିଜୟୀ ହେବା ଜରୁରୀ ବୋଲି କୁହାଯାଉଛି।


All Right Reserved By Dharitri.Com

ଉତ୍ତର-ପୂର୍ବରେ ନାଗରିକତ୍ୱ ବିଲ୍‌ ନିଆଁ: ପୋଲିସ ଗୁଳିରେ ୨ ମୃତ

ଗୁଆହାଟୀ/ନୂଆଦିଲ୍ଲୀ,୧୩।୧୨(ପି.ଟି./ଆଇଏଏନ୍‌ଏସ୍‌):ନାଗରିକତ୍ୱ ସଂଶୋଧନ ବିଲ୍‌ ପାର୍ଲାମେଣ୍ଟରେ ଗୃହୀତ ହେବା ପରେ ଉତ୍ତର-ପୂର୍ବ ରାଜ୍ୟଗୁଡ଼ିକରେ ଏହାକୁ ନେଇ ବିରୋଧ ତେଜିବାରେ ଲାଗିଛି। ଆସାମରେ ଗୁରୁବାର ସ୍ଥିତି ଅଣାୟତ୍ତ ହୋଇପଡ଼ିଛି।...

ଉଦ୍ଧବ ଠାକରେଙ୍କୁ ଝଟ୍‌କା: ଶିବସେନା ଛାଡିଲେ ଅବଦୁଲ

ମୁମ୍ବାଇ,୪।୧: ମହାରାଷ୍ଟ୍ରରେ ଶିବସେନା ନେତୃତ୍ୱରେ ଗଢାଯାଇଥିବା ଉଦ୍ଧବ ଠାକରେଙ୍କ ମନ୍ତ୍ରିମଣ୍ଡଳରେ କିଛି ଠିକ୍‌ ଚାଲୁ ନ ଥିବା ଆଲୋଚନା ହେଉଛି। କାରଣ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ପରେ...

ରାମ ମନ୍ଦିରକୁ ୧ କୋଟି ଟଙ୍କା ଦାନ କଲେ ଉଦ୍ଧବ

ଅଯୋଧ୍ୟା,୭।୩: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ତଥା ଶିବସେନା ନେତା ଉଦ୍ଧବ ଠାକରେ ଶନିବାର ଅଯୋଧ୍ୟା ଗସ୍ତ କରିଛନ୍ତି। ସେ ରାମ ମନ୍ଦିର ନିର୍ମାଣ ପାଇଁ ୧ କୋଟି...

୭୦ ହଜାର ଅତିକ୍ରମ କଲା କରୋନା ସଂକ୍ରମିତଙ୍କ ସଂଖ୍ୟା

ନୂଆଦିଲ୍ଲୀ,୧୨।୫: ଚିନ୍ତା ବଢାଇ ଚାଲିଛି କରୋନା। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩,୬୦୪ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯିବା ପରେ ଏବେ ମୋଟ କରୋନା...

ଏସବୁ ନବରାତ୍ରୀରେ କରାଯାଏ ନାହିଁ କାହିଁକି…

ନବରାତ୍ରୀରେ ଦଶମହାବିଦ୍ୟାଙ୍କ ଉପାସନା କରାଯାଏ। ତେଣୁ ଏହି ସମୟରେ ସାଧକ ପ୍ରାୟତଃ ତାମସିକ ଭୋଜନଠାରୁ ଦୂରେଇ ରୁହନ୍ତି। ପିଆଜ ରସୁଣ ତାମସିକ ଖାଦ୍ୟ। ଏହାକୁ ଖାଇବା...

ଭାରତ-ଜର୍ମାନୀ ୨୦ ଚୁକ୍ତି ସ୍ବାକ୍ଷର

ନୂଆଦିଲ୍ଲୀ,୨ା୧୧(ଆଇଏଏନ୍‌ଏସ୍‌): ଦୁଇଦିନିଆ ଭାରତ ଗସ୍ତରେ ଆସିଥିବା ଜର୍ମାନ୍‌ ଚାନ୍‌ସେଲର ଆଞ୍ଜେଲା ମର୍କେଲ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମଧ୍ୟରେ ବିଭିନ୍ନ ଦ୍ୱିପାକ୍ଷିକ ପ୍ରସଙ୍ଗରେ ଆଲୋଚନା ଶୁକ୍ରବାର...

ଶୌଚାଳୟରେ ମହାତ୍ମା ଗାନ୍ଧୀଙ୍କ ଫଟୋ ଓ ଅଶୋକ ଚକ୍ର ଚିହ୍ନଥିବା ଟାଇଲ୍ଦ୍‌: ସୋସିଆଲ୍‌ ମିଡ଼ିଆରେ ଭାଇରାଲ

ଲକ୍ଷ୍ନୌ,୪।୬: ଉତ୍ତରପ୍ରଦେଶରେ ଘଟିଛି ଏକ ଅଭାବନୀୟ ଘଟଣା। ସ୍ଥାନୀୟ ବୁଲନ୍ଦସହରରେ ଥିବା ଏକ ସରକାରୀ ଶୌଚାଳୟରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଫଟୋ ଏବଂ ରାଷ୍ଟ୍ରୀୟ...

ଖାରଜ ହେଲା ଶିବକୁମାରଙ୍କ ଆବେଦନ

ନୂଆଦିଲ୍ଲୀ,୪।୯: ମନି ଲଣ୍ଡରିଂ ମାମଲାରେ ଗିରଫ ହୋଇଥିବା କର୍ନାଟକର କଂଗ୍ରେସ ନେତା ଡିକେ ଶିବକୁମାରଙ୍କ ଜାମିନ ଆବେଦନକୁ ଦିଲ୍ଲୀର ରାଉଜ ଆଭିନ୍ୟୁ କୋର୍ଟ ଖାରଜ କରି...

Leave a comment

Your email address will not be published. Required fields are marked *