ଡଙ୍କାରୀ, ରାହାଡପୁର ଖାଦାନରେ ରାଜସ୍ବ ବିଭାଗ ଅତିରିକ୍ତ ଶାସନ ସଚିବ: ‘ବେଆଇନ ଖନନକୁ ପ୍ରଶ୍ରୟ ଦିଆଯିବ ନାହିଁ’

ଧର୍ମଶାଳା/ଚଢ଼େଇଧରା,୫ା୧୨(ଡି.ଏନ୍‌.ଏ.): ଯାଜପୁର ଜିଲା ଧର୍ମଶାଳା ତହସିଲ ଅଧୀନସ୍ଥ ଡଙ୍କାରୀ ଓ ରାହାଡପୁର ଖାଦାନରେ ବୁଧବାର ରାଜସ୍ବ ବିଭାଗର ଅତିରିକ୍ତ ଶାସନ ସଚିବ ବିଭୂତି ଭୂଷଣ ଦାସ ପରିଦର୍ଶନ କରିଛନ୍ତି। ଏହି ଅବସରରେ ସେ ବେଆଇନ ଖନନକୁ ପ୍ରଶ୍ରୟ ଦିଆଯିବ ନାହିଁ ବୋଲି ଚେତାବନୀ ଦେଇଛନ୍ତି। ଏଥିସହ ଖୁବ୍‌ଶୀଘ୍ର ବେଆଇନ କଳାପଥର କାରବାରରେ ରୋକ ଲଗାଯିବା ସହ ଏହାକୁ ନିୟନ୍ତ୍ରଣ କରିବା ଲାଗି ସ୍ବତନ୍ତ୍ର ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଛନ୍ତି। କଳାପଥର ଚୋରାଚାଲାଣ ରୋକିବା ପାଇଁ ୫୩ନଂ ଜାତୀୟ ରାଜପଥରେ ୩ ସ୍ବତନ୍ତ୍ର ଗେଟ୍‌ କରାଯିବା ସହ ସିସି ଟିଭି ଲଗାଯିବା ପାଇଁ ସ୍ଥିର ହୋଇଥିବା ତହସିଲଦାର ସରୋଜ କୁମାର ପଣ୍ଡା ଅତିରିକ୍ତ ସଚିବଙ୍କୁ ସୂଚନା ଦେଇଥିଲେ।
ସୂଚନା ଯୋଗ୍ୟ, ଡଙ୍କାରୀ ଓ ରାହାଡପୁର ଖାଦାନରେ ବେଆଇନ କଳାପଥର ଚାଲାଣକୁ ନେଇ ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି କରାଯାଇଛି। ଏହାକୁ ବେଖାତିର କରି ପଥର ମାଫିଆମାନେ ରାତି ଅଧିଆ ଚୋରା ଚାଲାଣ କରୁଛନ୍ତି। ଏ ନେଇ ଚଢ଼ାଉବେଳେ ବହୁବାର ପ୍ରଶାସନ ଓ ପଥର ମାଫିଆଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତ ସୃଷ୍ଟି ହେଉଛି। ଏ ସମ୍ପର୍କରେ ଅଭିଯୋଗ ପରେ ଅତିରକ୍ତ ସଚିବ ଦାସ ପ୍ରଥମେ ଡଙ୍କାରୀରେ ପହଞ୍ଚତ୍ ବିଭିନ୍ନ କଳାପଥର ଖାଦାନ ଓ ପରେ ରାହାଡପୁର ଅଞ୍ଚଳ ପରିଦର୍ଶନ କରି ଯାଞ୍ଚ କରିଥିଲେ। ଏହି ଗସ୍ତ ସମୟରେ ଯାଜପୁର ଉପଜିଲାପାଳ ନାରାୟଣ ଚନ୍ଦ୍ର ଧଳ, ଧର୍ମଶାଳା ତହସିଲଦାର ପଣ୍ଡା, ଅତିରିକ୍ତ ତହସିଲଦାର ଦେବୀ ପ୍ରସନ୍ନ ମହାନ୍ତି, ଧର୍ମଶାଳା ଥାନାଧିକାରୀ ସରୋଜ କୁମାର ସାହୁ, ଜେନାପୁର ଥାନାଧିକାରୀ ସୁଶାନ୍ତ କୁମାର ଦାସ, ବିଭିନ୍ନ ସର୍କଲର ରାଜସ୍ବ ନିରୀକ୍ଷକ ପ୍ରମୁଖ ସାମିଲ ହୋଇଥିଲେ।


All Right Reserved By Dharitri.Com

ସରକାରୀ ସ୍କୁଲ ବନ୍ଦକୁ ବିରୋଧ

ବ୍ରହ୍ମପୁର ଅଫିସ୍‌,୧୮ା୬-କମ୍‌ ଉପସ୍ଥାନ ଦର୍ଶାଇ ଗଞ୍ଜାମ ଜିଲାର ୪୭ ସରକାରୀ ସ୍କୁଲକୁ ଚଳିତ ବର୍ଷ ବନ୍ଦ କରିବାକୁ ନିର୍ଦ୍ଦେଶ ହୋଇଛି । ଏହାକୁ ମାନବ ଅଧିକାର...

ସରକାରୀ କର୍ମଚାରୀଙ୍କ ୫% ମହଙ୍ଗା ଭତ୍ତା ବୃଦ୍ଧି, ୨୦୨୦ ଜାନୁୟାରୀ ପହିଲାରୁ ପିଛିଲା ଭାବେ ହେବ ଲାଗୁ

ଭୁବନେଶ୍ୱର,୧୪।୨(ବ୍ୟୁରୋ): ରାଜ୍ୟ ସରକାର ଶୁକ୍ରବାର ୫% ମହଙ୍ଗା ଭତ୍ତା ବୃଦ୍ଧି କରିଛନ୍ତି। ଏହା ୨୦୨୦ ଜାନୁୟାରୀ ପହିଲାରୁ ପିଛିଲା ଭାବେ ଲାଗୁ ହେବା ନେଇ ଘୋଷଣା...

୩୦ମାର୍ଚ୍ଚ ସୁଦ୍ଧା ୧୨୦୦ ଆବାସ ଶେଷ କରିବାକୁ ନିର୍ଦ୍ଦେଶ

ରସୁଲପୁର,୧୯।୧(ଡି.ଏନ୍‌.ଏ.): ରସୁଲପୁର ବ୍ଲକ ସମ୍ମିଳନୀ କକ୍ଷରେ ଶନିବାର ଜିଲା ପ୍ରକଳ୍ପ ନିର୍ଦ୍ଦେଶକ ଇନ୍ଦ୍ରମଣୀ ନାୟକ ବିଭିନ୍ନ ପଞ୍ଚାୟତର ଉନ୍ନୟନମୂଳକ କାର୍ଯ୍ୟକୁ ସମୀକ୍ଷା କରିଛନ୍ତି। ଅପରାହ୍ନ ୧ଟା୨୦...

ଗାଡି ଧକ୍କାରେ ଜଣଙ୍କ ଜୀବନ ଗଲା

ବଡ଼ବିଲ, ୧୨।୧୦(ସ୍ବ.ପ୍ର.)- କେନ୍ଦୁଝର ଜିଲା ବଡ଼ବିଲ ଥାନା ଅନ୍ତର୍ଗତ ଏନ୍‌ଏଚ ୫୨୦ର ରୋଇଡା ଛକ ନିକଟରେ ଶନିବାର ଅପରାହ୍ନରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି...

ମୌଳିକ ସୁବିଧାରୁ ବଞ୍ଚିତ ଆମ୍ବଖାଲବାସୀ

ହାତୀଓଟ,୧୯ା୧୦-ସରକାର ଗ୍ରାମାଞ୍ଚଳର ବିକାଶ ପାଇଁ ଅନେକ ଯୋଜନା ପ୍ରଣୟନ କରିଛନ୍ତି। ଏଥିପାଇଁ ବହୁ ଟଙ୍କା ମଧ୍ୟ ଖର୍ଚ୍ଚ ହେଉଛି। କିନ୍ତୁ ଏବେ ମଧ୍ୟ କିଛି ଆଦିବାସୀ...

ଆତଙ୍କବାଦୀଙ୍କ ଟାର୍ଗେଟରେ ଶ୍ରୀମନ୍ଦିର: ମୁକୁଳା ପଡ଼ିିଛି ସମୁଦ୍ର ତଟ

ପୁରୀ ଅଫିସ, ୪ା୮: ଦେଶର ଅନ୍ୟତମ ପ୍ରମୁଖ ତୀର୍ଥସ୍ଥଳ ହେଉଛି ଶ୍ରୀକ୍ଷେତ୍ର। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିବା ସହ ସମୁଦ୍ର ସ୍ନାନ ଓ ବେଳାଭୂମି ବୁଲିବା...

ବଦଳିଲେ ଟାଉନ ଥାନାଧିକାରୀ

ବାରିପଦା ଅଫିସ,୧୧।୭: ମୟୂରଭଞ୍ଜ ଜିଲା ବାରିପଦା ଟାଉନ ଥାନାଧିକାରୀ ଅଶୋକ କୁମାର ନାୟକଙ୍କର ଅନୁଗୋଳ ଜିଲାକୁ ବଦଳି ହୋଇଛି। ରାଜ୍ୟ ପୋଲିସ ମୁଖ୍ୟାଳୟ ପତ୍ରସଂଖ୍ୟା ୬୫୮(୧୦/୭/୨୦୧୯)ରେ...

ସହାୟତା ଦେଲା ବରିଷ୍ଠ ନାଗରିକ ମଞ୍ଚ

ବାଲିଆପାଳ, ୨୦।୪(ସ୍ବ.ପ୍ର)-କରୋନା ମୁକାବିଲା ପାଇଁ ଲଙ୍ଗଳେଶ୍ୱର ଉତ୍କଳମଣି ବରିଷ୍ଠ ନାଗରିକ ମଞ୍ଚ ଲଙ୍ଗଳେଶ୍ୱର ପକ୍ଷରୁ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡକୁ ୧୦ ହଜାର ଟଙ୍କାର ଚେକ୍‌ ପ୍ରଦାନ...

Leave a comment

Your email address will not be published. Required fields are marked *