ଜିଏସ୍‌ଟି କ୍ଷତିପୂରଣ ବିଳମ୍ବକୁ ନେଇ ଉଦ୍‌ବେଗ

ନୂଆଦିଲ୍ଲୀ, ୫।୧୨: କେନ୍ଦ୍ର ସରକାର ଜିଏସ୍‌ଟି କ୍ଷତିପୂରଣ ପ୍ରଦାନରେ ବିଳମ୍ବ କରୁଥିବାରୁ ଏହାକୁ ନେଇ ବିରୋଧୀ ଦଳରେ ଥିବା ରାଜ୍ୟଗୁଡିକର ଅର୍ଥମନ୍ତ୍ରୀମାନେ ଉଦ୍‌ବେଗ ପ୍ରକାଶ କରିଛନ୍ତି। ରାଜ୍ୟ ଅର୍ଥମନ୍ତ୍ରୀ ମାନଙ୍କର ଏକ ପ୍ରତିନିଧି ଦଳ ବୁଧବାର କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନଙ୍କୁ ଭେଟିଛନ୍ତି। ଜିଏସ୍‌ଟି କ୍ଷତିପୂରଣ ବିଳମ୍ବ ହେଉଥିବାରୁ ଏଥିଯୋଗୁ ରାଜ୍ୟଗୁଡିକ ବିଭିନ୍ନ ସମସ୍ୟା ସାମ୍ନା କରୁଥିବା ପ୍ରସଙ୍ଗକୁ ସେମାନେ ଉଠାଇଛନ୍ତି। ପ୍ରତିନିଧି ଦଳରେ ଦିଲ୍ଲୀ, ପୁଡୁଚେରୀ, ପଞ୍ଜାବ, ମଧ୍ୟପ୍ରଦେଶ,କେରଳ, ରାଜସ୍ଥାନ, ଛତିଶଗଡ, ପଶ୍ଚିମବଙ୍ଗ ଭଳି ରାଜ୍ୟ ସାମିଲ ହୋଇଛନ୍ତି। ନିର୍ମଳା ସୀତାରାମନଙ୍କ ସହ ବୈଠକ ପରେ ପଞ୍ଜାବ ଅର୍ଥମନ୍ତ୍ରୀ ମନପ୍ରୀତ ସିଂ ବାଦଲ କହିଛନ୍ତି ଯେ, ଅଗଷ୍ଟ ଏବଂ ସେପ୍ଟେମ୍ବର ମାସର କ୍ଷତିପୂରଣ ରାଜ୍ୟ ବର୍ତ୍ତମାନ ଯାଏ ପାଇ ନାହାନ୍ତି। ପୁରୁଣା କ୍ଷତିପୂରଣ ଏବେ ଯାଏ ମିଳି ନ ଥିବା ବେଳେ ବର୍ତ୍ତମାନ ନଭେମ୍ବର ଏବଂ ଡିସେମ୍ବର ମାସର କ୍ଷତିପୂରଣ ଲାଗି ସମୟ ଆସିଲାଣି। ଅଗଷ୍ଟରୁ ନଭେମ୍ବର ଯାଏ କ୍ଷତିପୂରଣର ଦେୟ ସରକାରଙ୍କୁ ପ୍ରଦାନ କରିବାକୁ ପଡିବ। ରାଜ୍ୟଗୁଡିକୁ ଶୀଘ୍ର କ୍ଷତିପୂରଣ ଲାଗି ନିର୍ମଳା ସୀତାରାମନ ପ୍ରତିଶ୍ରୁତି ଦେଇଛନ୍ତି। ହେଲେ କେଉଁ ସମୟ ମଧ୍ୟରେ ଏହା ପ୍ରଦାନ କରାଯିବ ସେ ନେଇ କୌଣସି ସ୍ପଷ୍ଟ ସୂଚନା ଦେଇ ନାହାନ୍ତି।


All Right Reserved By Dharitri.Com

ବିଏସ୍‌-୬ ପ୍ରମାଣପତ୍ର ଲାଭକଲା ହିରୋ

ନୂଆଦିଲ୍ଲୀ,୧୫-୬ : ହିରୋ ମୋଟୋକର୍ପ ଦେଶର ପ୍ରଥମ କମ୍ପାନୀ ଭାବେ ଏହାର ଦୁଇ ଚକିଆ ଯାନ ଲାଗି ବିଏସ୍‌-୬ ପ୍ରମାଣପତ୍ର ଲାଭ କରିଛି। କମ୍ପାନୀର ସ୍ପ୍ଲେଣ୍ଡର...

ଜେଟ୍‌ର ଯୋଗ୍ୟ କର୍ମଚାରୀଙ୍କୁ ନିଯୁକ୍ତି ମିଳିଯିବ: ଜୟନ୍ତ ସିହ୍ନା

ନୂଆଦିଲ୍ଲୀ,୨୧ା୪: ଆର୍ଥିକ ସଙ୍କଟ କାରଣରୁ ଜେଟ୍‌ ଏୟାରଓ୍ବେଜ ବନ୍ଦ ହୋଇଯିବା ପରେ ପ୍ରାୟ ୨୨ ହଜାର କର୍ମଚାରୀଙ୍କ ଭବିଷ୍ୟତ ଏବେ ଅନ୍ଧକାରରେ ବୁଡ଼ି ଯାଇଛି। ଏହା...

ବଢ଼ିବ ଚିନି ଦାମ: ଉତ୍ପାଦନ କମିଛି ୨୨ ପ୍ରତିଶତ

ନୂଆଦିଲ୍ଲୀ,୪।୩: ଚଳିତ ବର୍ଷ ଦେଶରେ ଚିନି ଉତ୍ପାଦନ ୨୨ ପ୍ରତିଶତ କମିଛି। ଗତ ୫ ମାସ ଧରି ଏଭଳି ସ୍ଥିତି ଜାରି ରହିଛି। ତେଣୁ ଆଗାମୀ...

ଅଭିବୃଦ୍ଧି ପୂର୍ବାନୁମାନ ୫.୬%କୁ ଖସାଇଲା ମୁଡିସ୍‌

ନୂଆଦିଲ୍ଲୀ,୧୫-୧୧: ୨୦୧୯ ଲାଗି ଭାରତର ଅଭିବୃଦ୍ଧି ଆକଳନକୁ ମୁଡିସ୍‌ ଇନଭେଷ୍ଟର୍ସ ସର୍ଭିସ ବୁଧବାର ୫.୬%କୁ ଖସାଇ ଦେଇଛି। ଦେଶର ଅର୍ଥ ବ୍ୟବସ୍ଥାରେ ଆସିଥିବା ଚାହିଦା ହ୍ରାସକୁ...

ବ୍ୟାଙ୍କ ବୁଡିଗଲେ ବି ମିଳିବ ୫ ଲକ୍ଷ ଟଙ୍କା

ନୂଆଦିଲ୍ଲୀ,୧।୨: ଚଳିତ ବଜେଟରେ ବ୍ୟାଙ୍କ ଜମାକୁ ନେଇ ସରକାର ବଡ ଘୋଷଣା କରିଛନ୍ତି। ବ୍ୟାଙ୍କ ବୁଡିଗଲେ ବି ଗ୍ରାହକଙ୍କର ୫ ଲକ୍ଷ ପର୍ଯ୍ୟନ୍ତ ଟଙ୍କା ସୁରକ୍ଷିତ...

ଗ୍ରେଟ ଇଷ୍ଟର୍ନ ପକ୍ଷରୁ ପାର୍ବଣ ଅଫର

ଭୁବନେଶ୍ୱର,୪-୧୦: ଇଲେକଟ୍ରୋନିକ୍ସ ରିଟେଲ ଚେନ୍‌ ଗ୍ରେଟ୍‌ ଇଷ୍ଟର୍ନ ପକ୍ଷରୁ ପାର୍ବଣ ଅଫର ଘୋଷଣା କରାଯାଇଛି। ଏହି ସମୟରେ ଗ୍ରାହକ ଷ୍ଟୋରରୁ ପ୍ରତି କ୍ରୟ ଉପରେ ୨୦%...

ରାଷ୍ଟ୍ରାୟତ୍ତ ବ୍ୟାଙ୍କକୁ ମିଳିବ ୪୦ହଜାର କୋଟି

ନୂଆଦିଲ୍ଲୀ,୫-୬: କେନ୍ଦ୍ର ସରକାର ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକୁ ଚଳିତ ଆର୍ଥିକ ବର୍ଷରେ ପ୍ରାୟ ୪୦ ହଜାର କୋଟି ଟଙ୍କା ପୁନଃପୁଞ୍ଜିକରଣ ବାବଦରେ ଦେଇପାରେ। ଋଣ ବିତରଣକୁ ଅଧିକ...

ଆସନ୍ତାବର୍ଷ ଫେବୃୟାରୀରେ ମାଲ୍ୟାଙ୍କ ପ୍ରତ୍ୟର୍ପଣ ମାମଲାର ଶୁଣାଣି

ନୂଆଦିଲ୍ଲୀ,୧୯-୭: ଆସନ୍ତାବର୍ଷ ଫେବୃୟାରୀ ୧୧ରୁ ତିନିଦିନ ଧରି ମଦ ବ୍ୟବସାୟୀ ବିଜୟ ମାଲ୍ୟାଙ୍କ ପ୍ରତ୍ୟର୍ପଣ ମାମଲାର ଶୁଣାଣି କରାଯିବ ବୋଲି ବ୍ରିଟେନ ହାଇକୋର୍ଟ ପକ୍ଷରୁ ଗୁରୁବାର...

Leave a comment

Your email address will not be published. Required fields are marked *