Posted inଖେଳ

ରଣଜୀ ଟ୍ରଫି: ଧ୍ରୁବଙ୍କୁ ଦିଲ୍ଲୀର ନେତୃତ୍ୱ

ନୂଆଦିଲ୍ଲୀ, ୫।୧୨(ପି.ଟି.)- ୨୦୧୯-୨୦ ରଣଜୀ ଟ୍ରଫି ସେସନର ପ୍ରଥମ ଦୁଇଟି ମ୍ୟାଚ୍‌ ପାଇଁ ଦିଲ୍ଲୀ ଏକ ୧୫ ଜଣିଆ ଦଳ ଘୋଷଣା କରିଛି। ମିଡଲ ଅର୍ଡର ବ୍ୟାଟ୍ସମ୍ୟାନ ଧ୍ରୁବ ସୋରେଙ୍କୁ ନେତୃତ୍ୱ ପ୍ରଦାନ କରାଯାଇଛି। ସେହିପରି ବାମହାତୀ ବ୍ୟାଟ୍ସମ୍ୟାନ ନୀତୀଶ ରାଣା ତାଙ୍କ ଡେପୁଟି ନିଯୁକ୍ତ ହୋଇଛନ୍ତି। ଅଞ୍ଜୁ ରାଓ୍ବତ୍‌ ଓ୍ବିକେଟକିପର ଭାବେ ଦାୟିତ୍ୱ ତୁଲାଇବେ। ଦ୍ରୁତବୋଲର ନବଦୀପ ସଇନି ମଧ୍ୟ ଦଳରେ ସ୍ଥାନ ପାଇଛନ୍ତି ବୋଲି ଦିଲ୍ଲୀ ଡିଷ୍ଟ୍ରିକ୍ସ କ୍ରିକେଟ ଆସୋସିଏଶନ (ଡିଡିସିଏ) ତରଫରୁ କୁହାଯାଇଛି। ଡିସେମ୍ବର ୯ରୁ ୧୨ ତାରିଖ ମଧ୍ୟରେ କେରଳ ବିପକ୍ଷରେ ଥୁମ୍ବାଠାରେ ଦିଲ୍ଲୀ ରଣଜୀ ଅଭିଯାନ ଆରମ୍ଭ କରିବ।
ଦିଲ୍ଲୀ ଦଳ: ଧ୍ରୁବ ଶୋରେ (ଅଧିନାୟକ), ନୀତୀଶ ରାଣା (ଉପ- ଅଧିନାୟକ), କୁନାଲ ଚାଣ୍ଡେଲ, ଅଞ୍ଜୁ ରାଓ୍ବତ, ଜଣ୍ଟି ସିଦ୍ଧୁ, ଲଲିତ ଯାଦବ, ଶିବମ୍‌ ଶର୍ମା, ଭିୟୁକାସ ମିଶ୍ର, ତେଜସ ବାରୋକା, ପ୍ରଦୀପ ସାଙ୍ଗଓ୍ବାନ, ନବଦୀପ ସଇନି, ପବନ ସୁୟାଲ, କୁନଓ୍ବାର ବିଧୁରୀ, ହିତେନ ଦଲାଲ ଓ ଶିବାଙ୍କ ବଶିଷ୍ଟ।


All Right Reserved By Dharitri.Com

Posted inଖେଳ View All

ପାକିସ୍ତାନ ବିଶ୍ୱକପ୍‌ ଦଳରେ ଅମିର, ଓ୍ବାହବ

ଇସ୍‌ଲାମବାଦ,୨୦।୫- ଇଂଲଣ୍ଡରେ ଖେଳାଯିବାକୁ ଥିବା ଆଇସିସି ବିଶ୍ୱକପ୍‌ ଲାଗି ପିସିବି ୧୫ ଜଣିଆ ପାକିସ୍ତାନ ଦଳ ଘୋଷଣା କରିଛି। ଏହି ଦଳରେ ମହମ୍ମଦ ଅମିର, ଓ୍ବାହବ...

କୋଭିଡ୍‌ ୧୯ : ଗୋଟିଏ ମାସ ପରେ ନିଷ୍ପତ୍ତି ନେବୁ: ଆଇଓଏ

ନୂଆଦିଲ୍ଲୀ, ୨୪।୩(ପି.ଟି.)- କୋଭିଡ-୧୯ ସଂକ୍ରମଣ କାରଣରୁ ଜାପାନର ଟୋକିଓରେ ଆୟୋଜନ ହେବାକୁ ଥିବା ଅଲିମ୍ପିକ୍ସରେ ଅଂଶଗ୍ରହଣ ନେଇ ଭାରତୀୟ ଅଲିମ୍ପିକ ଆସୋସିଏଶନ (ଆଇଓଏ) ଚିନ୍ତା ପ୍ରକଟ...

ବିରାଟ କୋହଲିଙ୍କ ଗୋଟିଏ ଦିନର ଖାଇବା ଖର୍ଚ୍ଚ କେତେ ଜାଣନ୍ତି

କେବଳ ନିଜ ବ୍ୟାଟିଂ  ନୁହେଁ, ଫିଟନେସ୍‌ ପାଇଁ ମଧ୍ୟ ଅନ୍ୟ ଖେଳାଳିଙ୍କ ଲାଗି ପ୍ରେରଣା ସାଜିଛନ୍ତି ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି। ବର୍ତ୍ତମାନ...

ମୁମ୍ବାଇ ଆକ୍ରମଣକୁ ମନେପକାଇଲେ କ୍ରିକେଟର୍‌

ମୁମ୍ବାଇ,୨୬।୧୧: ୨୬/୧୧ ମୁମ୍ବାଇ ଆକ୍ରମଣକୁ ଆଜି ୧୧ ବର୍ଷ ପୂରଣ ହୋଇଛି।ଏହି ଆକ୍ରମଣରେ ମୃତାହତ ହୋଇଥିବା ସମସ୍ତ ନିରୀହ ଲୋକଙ୍କୁ ଦେଶବାସୀ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ଏଥିରେ...

ମ୍ଲାଡେନୋଭିଚ୍‌ଙ୍କୁ ଦ୍ୱିତୀୟ ଫ୍ରେଞ୍ଚ୍‌ ଓପନ ଟାଇଟଲ

ପ୍ୟାରିସ, ୯ା୬- ଫ୍ରାନ୍ସର କ୍ରିଷ୍ଟିନା ମ୍ଲାଡେନୋଭିଚ୍‌ ଦ୍ୱିତୀୟ ଥର ଫ୍ରେଞ୍ଚ ଓପନ୍‌ ମହିଳା ଡବଲ୍ସ ଟାଇଟଲ ଜିତିଛନ୍ତି। ରବିବାର ଏଠାରେ ଅନୁଷ୍ଠିତ ଫାଇନାଲରେ ସେ ଏବଂ...

ପୁଣି ଭଗତଙ୍କୁ ଡବଲ ସ୍ବର୍ଣ୍ଣ

ଭୁବନେଶ୍ୱର,୨୪ା୨- ପାରା ଓଡ଼ିଆ ବ୍ୟାଡ୍‌ମିଣ୍ଟନ ଖେଳାଳି ପ୍ରମୋଦ ଭଗତ ପୁଣି ଥରେ ରାଜ୍ୟ ପାଇଁ ଆଣିଛନ୍ତି ସଫଳତା। ପେରୁ ପାରା ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟରେ ସେ ଜିତିଛନ୍ତି...

ୟୁଏସ୍‌ ଓପନ୍‌ରୁ ଓହରିଲେ ଆଣ୍ଡରସନ

ନ୍ୟୁୟର୍କ, ୨୫।୮(ଏଏଫ୍‌ପି)- ୨ଥର ଗ୍ରାଣ୍ଡସ୍ଲାମ ଫାଇନାଲରେ ପ୍ରବେଶ କରିଥିବା ବିଶ୍ୱର ୧୭ ନମ୍ବର ଖେଳାଳି ଦକ୍ଷିଣ ଆଫ୍ରିକାର କେଭିନ୍‌ ଆଣ୍ଡରସନ ଏଥର ୟୁଏସ୍‌ ଓପନ୍‌ରୁ ଓହରିଯାଇଛନ୍ତି।...

ରିୟଲ ମାଡ୍ରିଡକୁ ହରାଇଲା ଆଟଲେଟିକୋ

ନ୍ୟୁୟର୍କ,୨୭ା୭(ଏଏଫ୍‌ପି)- ସ୍ଥାନୀୟ ମେଟ୍‌ଲାଇଫ୍‌ ଷ୍ଟାଡିୟମରେ ଏକ ପ୍ରାକ୍‌ ସିଜନ ବନ୍ଧୁତ୍ୱପୂର୍ଣ୍ଣ ଫୁଟ୍‌ବଲ ମ୍ୟାଚରେ ଡିଏଗୋ କୋଷ୍ଟାଙ୍କ ୪ ଗୋଲ ସହାୟତାରେ ଆଟ୍‌ଲେଟିକୋ ମାଡ୍ରିଡ୍‌ ଏହାର ଲା...

Leave a comment

Your email address will not be published. Required fields are marked *