Posted inଭଦ୍ରକ

ଭୁଲ୍‌ ଇଞ୍ଜେକସନ ନେଲା ଛାତ୍ରୀଙ୍କ ଜୀବନ

ବାସୁଦେବପୁର, ୫।୧୨ (ଡି.ଏନ.ଏ.)- ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଇରମ ବଜାରରେ ଥିବା ଏକ କ୍ଲିନିକରେ ଭୁଲ୍‌ ଇଞ୍ଜେକସନ ନେଇ ଛାତ୍ରୀ ପ୍ରିୟଙ୍କା ବେହେରା(୧୧)ଙ୍କ ବୁଧବାର ରାତିରେ ମୃତ୍ୟୁ ଘଟିଛି। ସେ ବାଲେଶ୍ୱର ଜିଲା ସିମୁଳିଆ ଥାନା ଅଧୀନ ଅନ୍ତରା ଗ୍ରାମର ପ୍ରଭାତ କୁମାର ବେହେରାଙ୍କ ଝିଅ। ଇରମ ଗ୍ରାମରେ ତାଙ୍କ ମାମୁଘରେ ରହି ପାଠ ପଢୁଥିଲେ। ତାଙ୍କୁ ଜ୍ୱର ହୋଇଥିବାରୁ ସନ୍ଧ୍ୟାରେ ଚିକିତ୍ସା ପାଇଁ ଉକ୍ତ କ୍ଲିନିକକୁ ନିଆଯାଇଥିଲା। ସେଠାରେ ଚିକିତ୍ସକ ଏକ ଇଞ୍ଜେକସନ ଦେବା ପରେ ସେ ସଂଜ୍ଞାହୀନ ହୋଇପଡ଼ିଥିଲେ। ପରିବାର ଲୋକେ ତାଙ୍କୁ ବାସୁଦେବପୁର ଡାକ୍ତରଖାନାକୁ ନେଇଯାଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବରପାଇ ବାସୁଦେବପୁର ଥାନା ପୋଲିସ ଡାକ୍ତରଖାନାରେ ପହଞ୍ଚି ମୃତା ପ୍ରିୟଙ୍କାଙ୍କ ଅଜାଙ୍କ ବୟାନ ରେକର୍ଡ କରିଛି। ଭୁଲ୍‌ ଇଞ୍ଜେକସନ ଯୋଗୁ ତାଙ୍କ ନାତୁଣୀଙ୍କ ମୃତ୍ୟୁ ଘଟିଥିବା ସେ ଅଭିଯୋଗ କରିଛନ୍ତି।


All Right Reserved By Dharitri.Com

ଶିକ୍ଷକ ଅଭାବ ସାଙ୍ଗକୁ ଭିତ୍ତିଭୂମି ଅସଜଡ଼ା

ଭଣ୍ଡାରିପୋଖରୀ,୨୫।୧(ଡି.ଏନ.ଏ.)- ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ମାଳଦା ପଞ୍ଚାୟତର ମାଳଦା ଉଚ୍ଚ ବିଦ୍ୟାଳୟରେ ଶିକ୍ଷକ ଅଭାବ। ୨ ଶିକ୍ଷକରେ ଦୁଇଟି ଶ୍ରେଣୀ ଚାଲିଛି। ଆବଶ୍ୟକ ସଂଖ୍ୟକ...

ସ୍ତ୍ରୀଙ୍କୁ ଟାଙ୍ଗିଆରେ ହାଣି ହତ୍ୟାକଲେ ସ୍ବାମୀ

ଧାମନଗର,୯।୮(ଡି.ଏନ୍‌.ଏ) : ଭଦ୍ରକ ଜିଲା ଧୁଷୁରୀ ଥାନା କୋଠାର ଦାସ ସାହିର ସଞ୍ଜୟ ଦାସ ତାଙ୍କ ସ୍ତ୍ରୀ ରଶ୍ମିତାଙ୍କୁ ଟାଙ୍ଗିଆରେ ହାଣି ଦେବାରୁ ତାଙ୍କୁ ମୁମୂର୍ଷୁ...

କୋଚିଳା ନଦୀବନ୍ଧରେ ଫାଟ

ଧାମନଗର, ୨୧।୧୦ (ଡି.ଏନ.ଏ.)- ଭଦ୍ରକ ଜିଲା ଧାମନଗର ବ୍ଲକ ପଧାନୀ ପଞ୍ଚାୟତର ଉପର ଶଇଲୋ ନିକଟ କୋଚିଳା ନଦୀବନ୍ଧରେ ଫାଟ ସୃଷ୍ଟି ହୋଇଛି। ଏହାକୁ ନେଇ...

ଘର ଘର ବୁଲି ପିଡିଏସ୍‌ ହିତାଧିକାରୀଙ୍କୁ ଆର୍ଥିକ ସହାୟତା

ବନ୍ତ,୯।୪(ସ୍ବ.ପ୍ର.)-କରୋନା ଲକ୍‌ ଡାଉନ୍‌ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ପିଡିଏସ୍‌ ହିତାଧିକାରୀଙ୍କୁ ୧ ହଜାର ଟଙ୍କା ଲେଖାଏ ଆର୍ଥିକ ସହାୟତା ଯୋଗାଇ ଦେବାର ବ୍ୟବସ୍ଥା...

ଜମା ଟଙ୍କା ମାଗିବାରୁ ମହିଳାଙ୍କୁ ଦୁର୍ବ୍ୟବହାର

ବନ୍ତ,୧୩।୧୧(ଡି.ଏନ.ଏ.): ଭଦ୍ରକ ଜିଲା ବନ୍ତ ଥାନା ଅଧୀନ ବସନ୍ତିଆ ସବ୍‌ପୋଷ୍ଟ ଅଫିସ କର୍ମଚାରୀ ତଥା ଆପଣ୍ଡା ଗ୍ରାମର ଜଣେ ବ୍ୟକ୍ତିଙ୍କୁ କେନ୍ଦୁଝର ଜିଲା ନନ୍ଦିପଦା ଥାନା...

ଚାଉଳ ବୋଝେଇ ୨ ଟ୍ରକ୍‌ ଅଟକ

ତିହିଡ଼ି, ୪।୧(ଡି.ଏନ.ଏ.)- ଭଦ୍ରକରୁ ଚାଉଳ ବୋଝେଇ ହୋଇ ତିହିଡ଼ିକୁ ଆସିଥିବା ୨ଟି ଟ୍ରକ୍‌କୁ ସ୍ଥାନୀୟ ତହସିଲଦାର ଶନିବାର ଅପରାହ୍ନରେ ଅଟକ ରଖିଛନ୍ତି। ତହସିଲଦାର ରମେଶ ଚନ୍ଦ୍ର...

ବାତ୍ୟା ‘ବୁଲ୍‌ବୁଲ୍‌’ ପ୍ରଭାବ: ଗଛପଡ଼ି ରାସ୍ତା ଅବରୋଧ, ଯାତାୟାତ ବାଧାପ୍ରାପ୍ତ

ଧାମନଗର,୯।୧୧(ଡି.ଏନ୍‌.ଏ.): ବାତ୍ୟା ‘ବୁଲ୍‌ବୁଲ୍‌’ ପ୍ରଭାବରେ ରାଜ୍ୟର କେତେକ ଅଞ୍ଚଳରେ ବର୍ଷା ସହ ପବନ ଲାଗି ରହିଛି। ଏହାର ପ୍ରଭାବ ଭଦ୍ରକ ଜିଲାରେ ମଧ୍ୟ ଦେଖିବାକୁ ମିଳିଛି।...

ବର୍ଷାରେ ବେହାଲ ଭଦ୍ରକ: ୧୦୬୪.୦୩ ମିମି ବର୍ଷା ରେକର୍ଡ

ଭଦ୍ରକ ଅଫିସ, ୨୫।୧୦: ଭଦ୍ରକ ଜିଲାରେ ତିନିଦିନ ଧରି ଲଗାଣ ବର୍ଷା ଜାରି ରହିଛି। ଶୁକ୍ରବାର ଜିଲାରେ ୧୦୬୪.୦୩ ମିମି ବର୍ଷା ରେକର୍ଡ କରାଯାଇଥିବା ବେଳେ...

Leave a comment

Your email address will not be published. Required fields are marked *