Posted inଜାତୀୟ

କାର୍ତ୍ତିଙ୍କୁ ଝଟକା : ସୁପ୍ରିମକୋର୍ଟ କହିଲେ ନିଜ ନିର୍ବାଚନମଣ୍ଡଳୀ ଉପରେ ଧ୍ୟାନ ଦିଅ

ନୂଆଦିଲ୍ଲୀ, ୨୯।୫: ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି ଚିଦାମ୍ବରମଙ୍କ ପୁଅ କାର୍ତ୍ତିଙ୍କୁ ପୁଣି ଥରେ ଝଟକା ଦେଇଛନ୍ତି ସୁପ୍ରିମକୋର୍ଟ। ବିଦେଶ ଗସ୍ତ ପାଇଁ କୋର୍ଟରେ ଡିପୋଜିଟ କରିଥିବା ୧୦ କୋଟି ଟଙ୍କା ଫେରାଇବାକୁ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ। ଯାହାକୁ ଅଗ୍ରାହ୍ୟ କରିଛନ୍ତି କୋର୍ଟ। ଆଇଏନଏକ୍ସ ମିଡିଆ ଏବଂ ଏୟାରସେଲ ମାକ୍ସିସ ମାମଲାରେ ଅଭିଯୁକ୍ତ କାର୍ତ୍ତି କୋର୍ଟର ରେଜିଷ୍ଟ୍ରିରେ ଏହି ପରିମାଣର ଅର୍ଥ ରାଶି ଜମା କରିଥିଲେ । ପ୍ରଧାନବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇ ଏବଂ ଜଷ୍ଟିସ ଅନିରୁଦ୍ଧ ବୋଷଙ୍କୁ ନେଇ ଗଠିତ ଖଣ୍ଡପୀଠ କାର୍ତ୍ତିଙ୍କ ଆବେଦନକୁ ଅଗ୍ରାହ୍ୟ କରିବା ସହ ନିର୍ବାଚନମଣ୍ଡଳୀ ପ୍ରତି ଧ୍ୟାନ ଦେବାକୁ କହିଥିଲେ।
ସୂଚନାଯୋଗ୍ୟ, କାର୍ତ୍ତି ତାମିଲନାଡୁର ଶିବଗଙ୍ଗା ଆସନରୁ ଭାଜପାର ଜାତୀୟ ସାଧାରଣ ସମ୍ପାଦକ ଏଚ ରାଜାଙ୍କୁ ୩ ଲକ୍ଷ ଭୋଟରେ ହରାଇଛନ୍ତି।


All Right Reserved By Dharitri.Com

ପଞ୍ଜାବକୁ ଲକ୍‌ଡାଉନ୍‌ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଚଣ୍ଡିଗଡ଼,୨୨।୩: କରୋନା ଭାଇରସ ସଂକ୍ରମିତଙ୍କ ସଂଖ୍ୟା ବଢିବାରୁ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ରବିବାର ସମ୍ପୂର୍ଣ୍ଣ ରାଜ୍ୟକୁ ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି। ପ୍ରଥମେ ରାଜସ୍ଥାନ...

ଆର୍ଥିକ ମାନ୍ଦାବସ୍ଥାର ପ୍ରଭାବ: ଋଣଭାର ଯୋଗୁ ଆତ୍ମହତ୍ୟା କଲେ ବିଲ୍ଡର

ଅହମ୍ମଦାବାଦ୍‌,୧୦।୯: ଦେଶରେ ସୃଷ୍ଟି ହୋଇଥିବା ମାନ୍ଦାବସ୍ଥା ଯୋଗୁ ବିଭିନ୍ନ କ୍ଷେତ୍ରରେ କାରବାର ହ୍ରାସ ପାଇବାରେ ଲାଗିଛି। ସୁରଟର ଜଣେ ବିଲ୍ଡରଙ୍କ କାରବାର ଆର୍ଥିକ ମାନ୍ଦାବସ୍ଥାର ପ୍ରଭାବ...

୫ବର୍ଷରେ ୨୦ ହଜାର ଶ୍ରେଣୀଗୃହ ନିର୍ମାଣ କରିଛି ଏଏପି ସରକାର: କେଜରିଓ୍ବାଲ

ନୂଆଦିଲ୍ଲୀ,୯।୧: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଖେଇ ଆସୁଥିବା ବେଳେ ଏବେ ଭୋଟରଙ୍କୁ ନିଜ ଆଡକୁ ଆକର୍ଷିତ କରିବାକୁ ଲାଗି ପଡିଛନ୍ତି ସବୁ ରାଜନୈତୀକ ଦଳ। ଗୁରୁବାର...

ଦିଲ୍ଲୀ: ଗୋଟିଏ ବିଲ୍ଡିଂରେ ୪୧ରୁ ଊର୍ଦ୍ଧ୍ୱ କରୋନା ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ,୨।୫: ଦିଲ୍ଲୀ କପାଶେରାର ‘ଠେକେ ଓ୍ବାଲି ଗଲି’ ସ୍ଥିତ ଗୋଟିଏ ବିଲ୍ଡିଂରେ ୪୧ରୁ ଊର୍ଦ୍ଧ୍ୱ କରୋନା ପଜିଟିଭ୍‌ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଦିଲ୍ଲୀରେ ଗୋଟିଏ ସ୍ଥାନରୁ...

ମହାନଦୀ ଜଳ ବିବାଦ: ଓଡ଼ିଶା, ଛତିଶଗଡ଼କୁ ଦସ୍ତାବିଜ୍‌ ଦାଖଲ ନିର୍ଦ୍ଦେଶ

ନୂଆଦିଲ୍ଲୀ,୧୪ା୭: ମହାନଦୀ ଉପରମୁଣ୍ଡରେ ଛତିଶଗଡ଼ ଏକାଧିକ ପ୍ରକଳ୍ପ ନିର୍ମାଣ କରି ଓଡ଼ିଶାକୁ ଜଳପ୍ରବାହରେ ବାଧା ସୃଷ୍ଟି କରିଥିବାବେଳେ ଏହି ମାମଲା ଜଳ ବିବାଦ ଟ୍ରିବ୍ୟୁନାଲରେ ବିଚାରାଧୀନ...

ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତି ଭାଙ୍ଗିଦେଲେ

ହଜାରିବାଗ୍‌, ୧୦ା୨: ଝାଡ଼ଖଣ୍ଡର ହଜାରିବାଗ୍‌ରେ ଦୁର୍ବୃତ୍ତମାନେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିକୁ ଭାଙ୍ଗି ଦେଇଛନ୍ତି। ଓ୍ବାର୍ଡ ନଂ. ୨୪ର କୁମ୍‌ହାର ଟୋଲିରେ ନିର୍ମିତ ଏହି ପ୍ରତିମୂର୍ତ୍ତିରେ ଗାନ୍ଧିଜୀ...

୨୫ ହଜାର ପିପିଇ ଦାନ କଲେ ଶାହରୁଖ

ମୁମ୍ବାଇ,୧୫।୪: କରୋନା ମୁକାବିଲା ପାଇଁ ଅଭିନେତା ଶାହରୁଖ ଖାନ୍‌ ମହାରାଷ୍ଟ୍ର ମେଡିକାଲ କର୍ମଚାରୀଙ୍କ ଲାଗି ୨୫ ହଜାର ପିପିଇ (ପର୍ସନାଲ ପ୍ରୋଟେକ୍ସିଭ ଇକ୍ୱିପ୍‌ମେଣ୍ଟ) କିଟ୍‌ ଦାନ...

ଦୁଇଦିନ ପୂର୍ବେ ଜନ୍ମନେଇଥିବା ଶିଶୁର ମା’ କରୋନା ପଜିଟିଭ

ରାଞ୍ଚି,୧୮।୪: ଝାଡଖଣ୍ଡ ରାଞ୍ଚିର ସଦର ହସ୍ପିଟାଲରେ ଜଣେ ମହିଳା ୨ ଦିନ ତଳେ ଏକ ସନ୍ତାନ ପ୍ରସବ କରିଥିଲେ। ଏବେ ସେ କରୋନାରେ ସଂକ୍ରମିତ ଥିବା...

Leave a comment

Your email address will not be published. Required fields are marked *