ଜିଲା ପରିଷଦ ଷ୍ଟାଣ୍ଡିଂ କମିଟିର କୃଷିକ୍ଷେତ୍ର ପରିଦର୍ଶନ

ସାକ୍ଷୀଗୋପାଳ, ୪।୧୨(ଡି.ଏନ୍‌.ଏ): ପୁରୀ ଜିଲା ପରିଷଦ ଷ୍ଟାଣ୍ଡିଂ କମିଟିର ନଂ.୨ ସଦସ୍ୟବୃନ୍ଦ ସତ୍ୟବାଦୀ ବ୍ଲକ ଅନ୍ତର୍ଗତ ଦୁଗଲ, ଶ୍ରୀରାମଚନ୍ଦ୍ରପୁର ଓ ବୀରରାମଚନ୍ଦ୍ରପୁର ପଞ୍ଚାୟତ କୃଷିକ୍ଷେତ୍ର ବୁଧବାର ପରିଦର୍ଶନ କରିଛନ୍ତି। ସାକ୍ଷୀଗୋପାଳ କୃଷି ଅଧିକାରୀଙ୍କ କାର୍ଯ୍ୟାଳୟରେ ପହଞ୍ଚି କୃଷି ସଚେତନତା, ତାଲିମ, ଧାଡିରୁଆ ଧାନଚାଷ, କୃଷି ଯନ୍ତ୍ରପାତି, ବିହନ, କୀଟନାଶକ ଆଦି ସହାୟତା ସମ୍ପର୍କରେ ନଥିପତ୍ର, କ୍ୟାଶବୁକ୍‌, ବ୍ୟାଙ୍କ ପାସ୍‌ବୁକ୍‌ ତନଖି କରିଥିଲେ। ପରେ କ୍ଷେତ୍ର ପରିଦର୍ଶନ କରିବା ସମୟରେ ଚାଷୀମାନେ ସରକାରୀ ସହାୟତା ପାଇଛନ୍ତି କି ନାହିଁ ଏବଂ ଫସଲ କ୍ଷୟକ୍ଷତି ନେଇ ପଚାରି ବୁଝିଥିଲେ। ତେବେ ସରକାରୀ ସହାୟତା ପ୍ରଦାନରେ ଅନିୟମିତତା ହୋଇଥିବାରୁ କମିଟି ସଦସ୍ୟ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଏଥିରେ କମିଟିର ସଭାପତି କୈଳାସ ଚନ୍ଦ୍ର ପରିଡ଼ା, ସଦସ୍ୟ ମଳୟ କୁମାର ମହାନ୍ତି, ଦେବାଶିଷ ନନ୍ଦ, ଧ୍ରୁବ ଚରଣ ଦାଶ ପ୍ରମୁଖ ଉପସ୍ଥିତ ଥିଲେ।


All Right Reserved By Dharitri.Com

ପୁଣି ଜନବସତିରେ ପଶିଲା ନରହନ୍ତା ହାତୀ

ପରଜଙ୍ଗ, ୨୫।୮(ଡି.ଏନ.ଏ.) – ଢେଙ୍କାନାଳ ବନଖଣ୍ଡ ମହାବିରୋଡ ରେଞ୍ଜ ଡିହଡୋଳ ଫରେଷ୍ଟ ସେକ୍ସନ ଅଧୀନରେ ତାଣ୍ଡବ ସୃଷ୍ଟି କରିଥିବା ନରହନ୍ତା ଦନ୍ତାର ହିଂସ୍ର ଆଚରଣ ବଢ଼ିବାରେ...

ସମସିଆ ଘେରରେ ଆଖିଦାଦର ପିୟୁପିଏସ୍‌: ସ୍କୁଲରେ ଶିକ୍ଷକ ମର୍‌ଡ଼ିକେ ପଢ଼ାକୁଠି ଅଭାବ୍‌

ବିନିକା, ୨୪।୧ (ଡି.ଏନ୍‌.ଏ.)- ସୁବର୍ଣ୍ଣପୁର ଜିଲା ବିନିକା ବ୍ଲକ ଆଖିଦାଦର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଲୟ ଆଏଜ୍‌କେ ୮ ବଛର ହେଲା ଅବେବସ୍‌ତା ଘେରରେ ରହିଛେ।...

ଗୋବରୀ ନଦୀରେ ବୁଡ଼ି ଯୁବତୀ ମୃତ

ମହାକାଳପଡ଼ା, ୨୭।୧୦ (ଡି.ଏନ୍‌.ଏ.)-ମହାକାଳପଡ଼ା ବ୍ଲକ ଅଞ୍ଚଳ ଦେଇ ପ୍ରବାହିତ ଗୋବରୀ ନଦୀରେ ବୁଡ଼ି ରବିବାର ଜଣେ ଯୁବତୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବ୍ଲକ ଅଧୀନ...

ଜେଜେମା’ଙ୍କ ନିଷ୍ଠୁରତା, ପଡୋଶୀ ଘରେ ଖାଇବାରୁ ମା’ଛେଉଣ୍ଡ ନାତୁଣୀଙ୍କୁ ନିର୍ଦ୍ଧୁମ୍‌ ପିଟିଲେ

ବନ୍ତଳା, ୪।୮(ଡି.ଏନ.ଏ): ଜେଜେମା’ଙ୍କ ନିଷ୍ଠୁରତା। ପଡୋଶୀ ଘରେ ଯାଇ ଖାଇବାରୁ ତିନି ବର୍ଷର ଶିଶୁ କନ୍ୟାକୁ ଜେଜେମା ମାଡ଼ ମାରି ଘର ଭିତରେ ରଖି ତାଲା...

ଉଜୁଡିଯାଉଛି ସ୍ମୃତିର ସ୍ମାରକୀ: ଅବହେଳିତ ଗାନ୍ଧିଜୀଙ୍କ ସ୍ମୃତି, ସ୍ମାରକୀ

ଭଦ୍ରକ ଅଫିସ, ୨ା୧୦- ସ୍ବାଧୀନତା ସଂଗ୍ରାମର ସ୍ମୃତି ଓ ବଳିଦାନ ଏ ମାଟିକୁ କରିଛି ଗୌରବାନ୍ବିତ। ଧାମନଗରରେ ଲୁଣିଆ ଓ ବାସୁଦେବପୁର ଇରମ ଗୁଳିକାଣ୍ଡ, ଭଣ୍ଡାରିପୋଖରୀ...

ବରଗଡ଼ରେ ପତାକା ଉତ୍ତୋଳନ କଲେ ଜିଲାପାଳ

ବରଗଡ଼ ଅଫିସ, ୨୬।୧- ବରଗଡ଼ରେ ରବିବାର ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ସ୍ଥାନୀୟ ଜଜ୍‌ ହାଇସ୍କୁଲ ପଡିଆରେ ଅନୁଷ୍ଠିତ ଜିଲାସ୍ତରୀୟ ସାଧାରଣ ଦିବସରେ ଜିଲାପାଳ ଜ୍ୟୋତିରଞ୍ଜନ...

ବରଗଡରେ ସରକାରୀ କାର୍ଯ୍ୟ ଅଚଳ: ଧନୁଯାତ୍ରା ପାଇଁ ଦୋକାନ ବଜାର ଖୋଲା

ବରଗଡ ଅଫିସ,୮।୧: କେନ୍ଦ୍ରୀୟ ଟ୍ରେଡ୍‌ ୟୁନିଅନ ଆହ୍ବାନରେ କେନ୍ଦ୍ର ସରକାରଙ୍କ ଶ୍ରମିକ, ଚାଷୀମାରଣ ନୀତି, ଦରଦାମ ବୃଦ୍ଧି ବିରୋଧରେ ତଥା ୧୨ଦଫା ଦାବିରେ ଦିଆଯାଇଥିବା ଭାରତ...

ବାରିପଦା ବନଖଣ୍ଡରେ ଅଛନ୍ତି ୮୧୫୭ ପକ୍ଷୀ

ବାରିପଦା ଅଫିସ,୨୫ା୧- ଶୀତ ଋତୁରେ ମୟୂରଭଞ୍ଜ ଜିଲାକୁ ଦେଶ ବିଦେଶ ତଥା ବିଭିନ୍ନ ଅଞ୍ଚଳରୁ ଆସୁଥିବା ପକ୍ଷୀଙ୍କ ଗଣନା କାର୍ଯ୍ୟ ଗତ ୩ ଓ ୪...

Leave a comment

Your email address will not be published. Required fields are marked *