ଲିଙ୍ଗରାଜ ମନ୍ଦିର ପରିଦର୍ଶନ କଲେ ୫-ଟି ସଚିବ, ତଦାରଖ କଲେ ବିକାଶମୂଳକ କାର୍ଯ୍ୟ

ପୁରୁଣା ଭୁବନେଶ୍ୱର,୪।୧୨(ଡି.ଏନ୍‌.ଏ.): ଲିଙ୍ଗରାଜ ମନ୍ଦିରକୁ ଅଚାନକ ପରିଦର୍ଶନ କରିଛନ୍ତି ୫-ଟି ସଚିବ ଭି.କେ. ପାଣ୍ଡିଆନ। ବୁଧବାର ଭୋର ସମୟରେ ସେ ମନ୍ଦିରରେ ପହଞ୍ଚି ଭିତର ଓ ବାହାରର ବିକାଶମୂଳକ କାର୍ଯ୍ୟ ବିଷୟରେ ତଦାରଖ କରିଛନ୍ତି। ଏଥିସହ ମନ୍ଦିର ଚାରିପାଖ ବୁଲି ଦେଖିଛନ୍ତି। ପ୍ରାୟ ଏକ ଘଣ୍ଟା ଧରି ସଚିବ ମନ୍ଦିର ଅଞ୍ଚଳରେ ରହି ସମ୍ମୁଖରେ ହେଉଥିବା ମନ୍ଦିରର ଆଧୁନିକୀକରଣ କାର୍ଯ୍ୟ ଲାଗି ପ୍ରସ୍ତୁତ ନକ୍ସାକୁ ଦେଖିଥିବା ସୂଚନା ମିଳିଛି। ଏହି ଗସ୍ତକାଳରେ ଡିସିପି ଅନୁପ ସାହୁ, ଓ୍ବାର୍କ ସେକ୍ରେଟାରି କ୍ରିଷନ କୁମାର ପ୍ରମୁଖଙ୍କ ସହ ମନ୍ଦିର କାର୍ଯ୍ୟନିର୍ବାହୀ ପ୍ରଦୀପ କୁମାର ସାହୁ ଉପସ୍ଥିତ ଥିଲେ।


All Right Reserved By Dharitri.Com

କୋଣାର୍କ ହେବ ‘ସୂର୍ଯ୍ୟ ନଗରୀ’: ସ୍ଥାପନ ହେବ ୧୦ ମେଗାଓ୍ବାଟର ସୌର ଶକ୍ତି ପ୍ଲାଣ୍ଟ 

ଭୁବନେଶ୍ୱର,୨୦।୫(ବ୍ୟୁରୋ): ପୁରୀ ଜିଲାର କୋଣାର୍କ ଅଞ୍ଚଳକୁ ସୂର୍ଯ୍ୟ ନଗରୀରେ ପରିଣତ କରାଯିବ। କୋଣାର୍କ ମନ୍ଦିର ସମେତ ଏହାର ଚତୁଃପାର୍ଶ୍ୱ ଏବଂ ଏଠାରେ ଗଢି ଉଠିଥିବା ସହର...

ରାତିରେ ରାଜଧାନୀ ରାଜପଥରେ ରୋଡ୍‌ ରୋମିଓଙ୍କ ଉତ୍ପାତ: ଅଭିନେତ୍ରୀଙ୍କୁ ପିଛାକରି ଆତଙ୍କ ଖେଳାଇଲେ

ଭୁବନେଶ୍ୱର,୨୪।୧୦(ବ୍ୟୁରୋ): ଅସୁରକ୍ଷିତ ହେଉଛି ରାଜଧାନୀର ରାତି। ରାଜପଥଠାରୁ ଆରମ୍ଭ କରି ସହରର ମୁଖ୍ୟ ରାସ୍ତା ଓ ଗଳିକନ୍ଦିରେ ଉତ୍ପାତ କରୁଛନ୍ତି ଅପରାଧୀ। ମଙ୍ଗଳବାର ବିଳମ୍ବିତ ରାତିରେ...

ଶୀତଳଭଣ୍ଡାର, ଆଳୁମିଶନ ବନ୍ଦ ଆରୋପ ମହାରଥୀଙ୍କୁ ବାଧିଛି

ଭୁବନେଶ୍ୱର,୧୮।୭(ବ୍ୟୁରୋ) : କାଲିଠୁ ମୁଁ ଖାଇନି। ଆପଣ ମନ୍ତ୍ରୀ ହୋଇଥିଲେ କ’ଣ ଏକଥା ସହିପାରିଥାନ୍ତେ! ମୋର ସବୁ ସମ୍ମାନ ଆପଣଙ୍କ ପାଖରେ। ବୁଧବାର ମୋହନ ମାଝିଙ୍କ...

ସାନିଟାଇଜ୍‌ ହେଲା ଡାକ୍ତରଖାନା

ବାହାନଗା, ୨୨ା୪(ଡି.ଏନ.ଏ.)-ବାଲେଶ୍ୱର ଜିଲା ବାହାନଗା ବ୍ଲକର ଗୋପାଳପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ କିଛି ଅଞ୍ଚଳକୁ ଅଗ୍ନିଶମ ବିଭାଗ ଦ୍ୱାରା ସାନିଟାଇଜ୍‌ କରାଯାଇଛି। ଗୋପାଳପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ...

ବିନା ମାସ୍କରେ ଘରୁ ବାହାରିଲେ ଜରିମାନା

ଖୋର୍ଦ୍ଧା ଅଫିସ,୯ା୪: ଅତି ଜରୁରୀ ନ ଥିଲେ ଘରୁ ବାହରକୁ ବାହରନ୍ତୁ ନାହିଁ। ଔଷଧ କିଣିବା, ଚିକିତ୍ସାଳୟ ବାହାନାରେ ଏଣିକି ବାଇକ ଧରି ବୁଲିଲେ, କଠୋର...

କର୍ତ୍ତବ୍ୟ ଆଗରେ ହାର୍‌ ମାନିଲା ଝିଅ ହରାଇବା ଦୁଃଖ

ପିପିଲି,୨୭।୪(ଡି.ଏନ୍‌.ଏ.): ନିଜ ଦୁଃଖ ଓ ସମସ୍ୟାକୁ ପଛରେ ପକାଇ ମହାମାରୀ କରୋନା ମୁକାବିଲାରେ ଦେଶ ପାଇଁ ସେବା ପ୍ରଦାନ କରି ଅନେକ ପୋଲିସ କର୍ମଚାରୀ ବେଶ...

ଓଡ଼ିଶାରେ ପ୍ରଥମ ଘଟଣା: ଡାକ୍ତର ଓ ତାଙ୍କ ସ୍ତ୍ରୀ କରୋନା ପଜିଟିଭ୍‌

କଟକ ଅଫିସ,୨୭।୫: କଟକ ସିଟି ହସ୍ପିଟାଲର ଜଣେ ଡାକ୍ତର ଓ ତାଙ୍କ ସ୍ତ୍ରୀ କରୋନା ସଂକ୍ରମିତ ହୋଇଛନ୍ତି। ଏହି ଖବର ଜଣାପଡ଼ିବା ପରେ ସିଟି ହସ୍ପିଟାଲ...

ରାଜ୍ୟ ସଭା ଉପନିର୍ବାଚନ: ଅଶ୍ୱିନୀ, ଅମର ଓ ସସ୍ମିତ୍‌ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ

ଭୁବନେଶ୍ୱର, ୨୯ା୬(ବ୍ୟୁରୋ): ରାଜ୍ୟ ସଭାକୁ ଓଡ଼ିଶାର ୩ ଆସନ ପାଇଁ ସସ୍ମିତ ପାତ୍ର, ଅମର ପଟ୍ଟନାୟକ ଏବଂ ଅଶ୍ୱିନୀ ବୈଷ୍ଣବ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ବିଜେଡି...

Leave a comment

Your email address will not be published. Required fields are marked *