ଦାରିଙ୍ଗବାଡିରେ ଚଳିତମାସର ପହିଲି ଶୀତ, ଖସିଲା ପାରଦ

ଦାରିଙ୍ଗବାଡି,(ଡି.ଏନ.ଏ.)-କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଳକ ଅଞ୍ଚଳରେ ପୁଣି ଶୀତ ଫେରିଛି। ଚଳିତ ମାସର ଏହା ପ୍ରଥମ ଶୀତ ହୋଇଥିବାବେଳେ ତାପମାତ୍ରା ୧୨ଡିଗ୍ରୀରୁ ଖସି ଆସି ବୁଧବାର ସକାଳ ୮ଟା ସୁଦ୍ଧା ୯.୫ଡିଗ୍ରୀରେ ପହଞ୍ଚିଛି। ପାଗ ମେଘୁଆ ଥିବାରୁ ଗତ କିଛି ଦିନ ହେଲା ଶୀତ ପଡିବାରେ ବିଳମ୍ବ ଦେଖାଯାଇଥିଲା। ମଙ୍ଗଳବାର ଅପରାହ୍ନରୁ ଆକାଶ ମେଘାଚ୍ଛନ ରହିବା ସହ ଶୀତ ବଢିବାରେ ଲାଗିଥିଲା। ସେହିପରି ସୁଲୁସୁଲିଆ ପବନ ଯୋଗୁ ଶୀତର ପ୍ରକୋପ ଦ୍ବିଗୁଣିତ ହୋଇଛି। ଶୀତର ମଜା ନେବାକୁ ଦାରିଙ୍ଗବାଡିକୁ ପର୍ଯ୍ୟଟକ ଆସୁଛନ୍ତି ଏବଂ ରାତ୍ରୀଯାପନ କରିଥିବା ପର୍ଯ୍ୟଟକ ବୁଧବାର ପାହାନ୍ତିଆ ସମୟରେ ଶୀତର ମଜା ଭରପୁର ନେଇଛନ୍ତି। ସୂଚନାଯୋଗ୍ୟ, ଚଳିତବର୍ଷ ଦାରିଙ୍ଗବାଡିକୁ ଶୀତ ବିଳମ୍ବରେ ପହଞ୍ଚିଥିବାବେଳେ ନଭେମ୍ବର ମାସରେ ଗୋଟିଏ ଦିନ ମାତ୍ର ତାପମାତ୍ରାରେ ହ୍ରାସ ପାଇ ୨୦ ଡିଗ୍ରୀ ତଳକୁ ପାରଦ ଖସିଥିଲା ପରବର୍ତ୍ତୀ ସମୟରେ ପୁଣି ପାରଦ ଚଢି ୧୨ଡିଗ୍ରୀ ପର୍ଯ୍ୟନ୍ତ ରହିଥିଲା। ସକାଳୁ କୁହୁଡି ଅବ୍ୟାହତ ରହିଥିଲେ ମଧ୍ୟ ସମସ୍ତ ଅଞ୍ଚଳରେ କୁହୁଡି ହୋଇନଥିବା ଜଣାପଡିଛି।


All Right Reserved By Dharitri.Com

୪୦୪ ସ୍କୁଲରେ ନାହିଁ ରୋଷେଇ ଘର

ଫୁଲବାଣୀ ଅଫିସ, ୧୭ା୧- ବିଦ୍ୟାଳୟରେ ଛାତ୍ରୀଛାତ୍ରଙ୍କୁ ମଧ୍ୟାହ୍ନଭୋଜନ ଦେବାପାଇଁ ବିଦ୍ୟାଳୟ ପରିସରରେ ରୋଷେଇ ଗୃହ ନିର୍ମାଣ ପାଇଁ ନିର୍ଦ୍ଦେଶ ରହିଛି। ହେଲେ କନ୍ଧମାଳ ଜିଲାରେ ଚାଲିଛି...

ବାଧକ ସାଜିଛି ଗଛ: ଧିମେଇ ଯାଉଛି ରାସ୍ତା କାମ

ଜମନକିରା,୮।୧୨(ଡି.ଏନ୍‌.ଏ): ସମ୍ବଲପୁର ଜିଲା କୁଚିଣ୍ଡା ଉପଖଣ୍ଡସ୍ଥ ଗୃହ ଓ ପୂର୍ତ୍ତ ବିଭାଗ ପକ୍ଷରୁ ଜମନକିରା ୫୩ ନଂ. ରାଜପଥ ଷଣ୍ଢପଥର-ଫାଶୀମାଳ ଏବଂ ଜମନକିରା ମୁଖଛକ -ବଡ଼ମାଳ...

ରଶି ଲଗାଇ ବୃଦ୍ଧଙ୍କ ଆତ୍ମହତ୍ୟା

ବନ୍ତ,୩୧ା୧୨(ଡି.ଏନ୍‌.ଏ.)- ଭଦ୍ରକ ଜିଲା ବନ୍ତ ବ୍ଲକ ଗୋବିନ୍ଦପୁର ପଞ୍ଚାୟତ ତଥା କେନ୍ଦୁଆପଦା ଫାଣ୍ଡି ଅଧୀନ ରତନପୁର ଗ୍ରାମର ଜଣେ ବୃଦ୍ଧ ସୋମବାର ରାତିରେ ଘର ଭିତରେ...

ଅତିରିକ୍ତ ତହସିଲଦାର, ଆର୍‌ଆଇଙ୍କୁ ଆକ୍ରମଣ ଘଟଣା: କଲମଛାଡ଼ ଆନ୍ଦୋଳନ ପ୍ରତ୍ୟାହୃତ

ଭଣ୍ଡାରିପୋଖରୀ,୫।୨(ଡି.ଏନ୍‌.ଏ): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ତହସିଲ ଅଧୀନ ମଞ୍ଜୁରୀରୋଡ଼ଠାରେ ଥିବା ରାଜସ୍ବ ନିରୀକ୍ଷକ କାର୍ଯ୍ୟାଳୟରେ ପଶି ଗତ ସୋମବାର ବାଲିମାଫିଆମାନେ ଅତିରିକ୍ତ ତହସିଲଦାର, ଆର୍‌ଆଇଙ୍କୁ ଆକ୍ରମଣ...

କୁଶଗଡ଼ ଜଙ୍ଗଲରେ ୧୫ରୁ ଊର୍ଦ୍ଧ୍ୱ ହାତୀ

ଜଳେଶ୍ୱର, ୨୨।୫(ଡି.ଏନ.ଏ.)-ଜଳେଶ୍ୱର ବ୍ଲକ ରାଇବଣିଆ ଥାନା କୁଶଗଡ଼ ଫାଣ୍ଡି ଅଧିନ କୁଶଗଡ଼ ଜଙ୍ଗଲରେ ମଙ୍ଗଳବାର ଭୋର୍‌ରୁ ସନ୍ଧ୍ୟା ପର୍ଯ୍ୟନ୍ତ ୧୫ରୁ ଊର୍ଦ୍ଧ୍ୱ ହାତୀ ରହିଥିବା ଜଣାପଡିଛି।...

ଏସ୍‌ସିବି ପୁନର୍ବିନ୍ୟାସ: ଉଚ୍ଛେଦ ପରେ ୫୫ଜଣଙ୍କୁ କ୍ଷତିପୂରଣ ପ୍ରଦାନ

କଟକ ଅଫିସ, ୪।୨: କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଓ ହସ୍‌ପିଟାଲ(ଏସ୍‌ସିବି) ନବକଳେବର ଲାଗି ଉଚ୍ଛେଦ ପ୍ରକ୍ରିୟା ଜାରି ରହିଛି। ମଙ୍ଗଳବାର ଏସ୍‌ସିବି ଚାରିପଟରୁ...

ଭିଜିଲାନ୍ସ ଜାଲରେ ୨ ବରିଷ୍ଠ ଯନ୍ତ୍ରୀ ୧.୪୬ ଲକ୍ଷ ଟଙ୍କା ଜବତ

ନୟାଗଡ଼ ଅଫିସ,୧୨ା୧୨: ନୟାଗଡ଼ ଜିଲା ଗ୍ରାମ୍ୟ ଉନ୍ନୟନ ବିଭାଗ-୧ର ନିର୍ବାହୀ ଯନ୍ତ୍ରୀ ଶିଶିର ରଞ୍ଜନ ପୃଷ୍ଟି ଓ ସହକାରୀ ନିର୍ବାହୀ ଯନ୍ତ୍ରୀ ଗୋବିନ୍ଦ ଚନ୍ଦ୍ର ସାହୁ...

ପୂଜକ-ମ୍ୟାନେଜିଂ ଟ୍ରଷ୍ଟି ଆଲୋଚନା ବିଫଳ

ରଘୁନାଥପୁର, ୧୦ା୧(ଡି.ଏନ.ଏ.): ଜଗତ୍‌ସିଂହପୁର ଜିଲା ରଘୁନାଥପୁର ବ୍ଲକ କେରେକେରାସ୍ଥିତ ପ୍ରଭୁ ଗୋରଖନାଥ ପୀଠରେ ପ୍ରସାଦ ବ୍ୟବସ୍ଥାକୁ ନେଇ ଲାଗି ରହିଥିବା ବିବାଦ ଥମିବାର ନଁା ଧରୁନି।...

Leave a comment

Your email address will not be published. Required fields are marked *