Posted inUncategorized

କାର୍ଲୋଭିକ୍‌ ବୟୋଜ୍ୟେଷ୍ଠ ଖେଳାଳି

ପ୍ୟାରିସ,୨୯ା୫- କ୍ରୋଏସିଆର ଇଭୋ କାର୍ଲୋଭିକ୍‌ ଗ୍ରାଣ୍ଡସ୍ଲାମ ଫ୍ରେଞ୍ଚ ଓପନ ଟୁର୍ନାମେଣ୍ଟରେ ବୟୋଜ୍ୟେଷ୍ଠ ଖେଳାଳି ଭାବେ ବିଜୟ ହାସଲ କରିବାର ସୌଭାଗ୍ୟ ଲାଭ କରିଛନ୍ତି। ମଙ୍ଗଳବାର ଖେଳାଯାଇଥିବା ପ୍ରଥମ ରାଉଣ୍ଡ ମ୍ୟାଚ୍‌ରେ ସେ ସ୍ପେନର ଫେଲିସିଆନୋ ଲୋପେଜଙ୍କୁ ପରାସ୍ତ କରି ଏହି ସଫଳତା ପାଇଛନ୍ତି। ୪୬ ବର୍ଷୀୟ ଖେଳାଳି ୭-୬(୪), ୭-୫, ୬-୭(୭), ୭-୫ ସେଟ୍‌ରେ ଭେଟେରାନ ଲୋପେଜଙ୍କୁ ହରାଇ ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି। ଏଥିସହ ମ୍ୟାଚ୍‌ର ଉଭୟ ଖେଳାଳିଙ୍କ ବୟସ ମିଳିତ ଭାବେ ୭୭ ବର୍ଷ, ଏହା ମଧ୍ୟ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟରେ ଏକ ରେକର୍ଡ। କାର୍ଲୋଭିକ୍‌ଙ୍କ ପୂର୍ବରୁ କେନ ରୋଜଓ୍ବେଲଙ୍କ ନାମରେ ବୟୋଜ୍ୟେଷ୍ଠ ଖେଳାଳି ଭାବେ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟର ମ୍ୟାଚ୍‌ ଜିତିବାର ରେକର୍ଡ ଥିଲା। ସେ ୪୪ ବର୍ଷ ବୟସରେ ୧୯୭୮ ଅଷ୍ଟ୍ରେଲିଆନ ଓପନରେ ଏହି ରେକର୍ଡ ନିଜ ନାମରେ କରିଥିଲେ।


All Right Reserved By Dharitri.Com

Posted inUncategorized View All

୧୦ ମହିଳା କିରାଣିଙ୍କୁ ଉଲଗ୍ନ କରି ଡାକ୍ତରୀ ପରୀକ୍ଷା

ସୁରଟ୍‌,୨୨ା୨: ଗୁଜରାଟର ଭୁଜ୍‌ରେ ୬୮ କଲେଜ ଛାତ୍ରୀଙ୍କୁ ଉଲଗ୍ନ କରି ଋତୁସ୍ରାବ ପରୀକ୍ଷା କରାଯିବାର ଦିନ କେଇଟା ପରେ ସୁରଟରେ ମହିଳାମାନଙ୍କ ପ୍ରତି ପୁଣି ଏକ...

ଶୌଚାଳୟରେ ପାଣି ନ ଥିବାରୁ ଡାକ୍ତରଙ୍କୁ ଘେରିଲେ

ଭଞ୍ଜନଗର,୭।୭(ଡି.ଏନ.ଏ)-ଭଞ୍ଜନଗର ଉପଖଣ୍ଡ ଡାକ୍ତରଖାନାର ଭିତ୍ତିଭୂମି ସୁଦୃଢ଼ କରିବା ପାଇଁ ସରକାର ବହୁ କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ମାତ୍ର ଦାୟିତ୍ୱରେ ରହୁଥିବା କେତେଜଣ କର୍ମଚାରୀଙ୍କ...

ଅବୈଧ ଟିକଟ କାରବାର କରୁଥିବା ନକଲି ରେଳ ଅଧିକାରୀ ଗିରଫ

ବଲାଙ୍ଗୀର ଅଫିସ,୧୪।୬: ବଲାଙ୍ଗୀର ରେଳ ସୁରକ୍ଷା ବଳ ଥାନା ପୋଲିସ ପକ୍ଷରୁ ଶୁକ୍ରବାର ଜଣେ ନକଲି ରେଳ ଅଧିକାରୀଙ୍କୁ ଗିରଫ କରାଯାଇଛି। ଅଭିଯୁକ୍ତ ଜଣକ ହେଲେ...

ବିଚାର ବିଭାଗୀୟ ହାଜତରେ କମଲନାଥଙ୍କ ଭଣଜା

ନୂଆଦିଲ୍ଲୀ,୩।୯: ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଲନାଥଙ୍କ ଭଣଜା ତଥା ବ୍ୟବସାୟୀ ରତୁଲ ପୁରୀଙ୍କୁ ଦିଲ୍ଲୀର ଏକ କୋର୍ଟ ସେପ୍ଟେମ୍ବର ୧୭ ପର୍ଯ୍ୟନ୍ତ ବିଚାର ବିଭାଗୀୟ ହାଜତକୁ ପଠାଇଦେଇଛନ୍ତି।...

୧୬ ନୂତନ ଅଧ୍ୟାପକ ନିଯୁକ୍ତ: ଶିକ୍ଷକତାକୁ ବୃତ୍ତି ନୁହେଁ, ବ୍ରତ ଭାବେ ଗ୍ରହଣ କର; ମନ୍ତ୍ରୀ

ଭୁବନେଶ୍ୱର, ୪ା୧(ବ୍ୟୁରୋ): ଶିକ୍ଷକମାନେ ଛାତ୍ରୀଛାତ୍ରଙ୍କ ମାର୍ଗଦର୍ଶକ। ତେଣୁ ସେମାନେ ପ୍ରଭାବଶାଳୀ ହେବା ଆବଶ୍ୟକ। ବ୍ୟକ୍ତିଗତ ସଫଳତାକୁ ସମାଜର ବୃହତ୍ତର ସ୍ବାର୍ଥ ନିମନ୍ତେ ଉପଯୋଗ କରିବାର ମାନସିକତା...

ଫୁଟଫାଥ୍‌ରେ ଜୀବନ ବିତାଉଥିବା ହକି ଖେଳାଳିଙ୍କୁ ସହାୟତାର ହାତ ବଢ଼ାଇଲେ ରିଜିଜୁ,ଅମିତାଭ

ନୂଆଦିଲ୍ଲୀ,୩୦।୧୨: କେବେ ଭାରତୀୟ ଟିମ୍‌ ପାଇଁ ହକି ଖେଳୁଥିବା ଏହି ଖେଳାଳିଙ୍କ ଜୀବନ ଏବେ ବିତୁଛି ରାସ୍ତାକଡ଼ରେ। ଥଣ୍ଡା କାକରରେ ଦିଲ୍ଲୀର ଫୁଟପାଥରେ ଏହି ପୂର୍ବତନ...

ପ୍ରକୃତିର ଉପାସନା ଚୁରାଖାଇ ଯାତ୍‌ରା

ଗୁଡ଼ଭେଲିପଦର, ୩।୧୨(ଡି.ଏନ୍‌.ଏ.)- ବୌଦ୍ଧ ଜିଲା କଣ୍ଟାମାଳ ବ୍ଲକର ଦହ୍ୟା, କାଦୋପଦର, ମନୁପାଲି, ମହେଶ୍ୱରପିଣ୍ଡା, ଋଷିବନ୍ଧ, ତାଳପଦର ଲେଖେଁ ପାଖାପାଖି ୧୦ ଖଁଡ଼ ଗଁାକେ ନେଇ ପଁଚ୍‌ରା...

ଆଇଟିସି ମଙ୍ଗଳଦୀପ୍‌ ଅଗରବତିର ବଜାର ପ୍ରବେଶ

ପୁରୀ ଅଫିସ, ୨୯ା୬: ପବିତ୍ର ରଥଯାତ୍ରା ଅବସରରେ ଆଇଟିସିର ଅଗରବତୀ ବ୍ରାଣ୍ଡ୍‌ ମଙ୍ଗଳଦୀପ୍‌ ପକ୍ଷରୁ ଶୁକ୍ରବାର ସୁଗନ୍ଧିତ ଅଗରବତୀ ପ୍ୟାକ୍‌ର ବଜାର ପ୍ରବେଶ ହୋଇଛି। ଓଡ଼ିଶା...

Leave a comment

Your email address will not be published. Required fields are marked *