ସାତସିମିଳିରେ ପାନୀୟ ଜଳ ସାତ ସପନ: ଅଚଳ ଜଳ ପ୍ରକଳ୍ପ, ଭାଙ୍ଗିଲାଣି ଷ୍ଟାଣ୍ଡପୋଷ୍ଟ

ନନ୍ଦପୁର,୪ା୧୨(ଡି.ଏନ୍‌.ଏ.)- କୋରାପୁଟ ଜିଲା ନନ୍ଦପୁର ବ୍ଲକ ଥୁବା ପଞ୍ଚାୟତ ଅନ୍ତର୍ଗତ ସାତସିମିଳି ଗ୍ରାମରେ ଗ୍ରାମ୍ୟ ଜଳ ଯୋଗାଣ ବିଭାଗ ଦ୍ୱାରା ନିର୍ମିତ ଜଳ ଯୋଗାଣ ପ୍ରକଳ୍ପ ସମ୍ପୂର୍ଣ ରୂପେ ବନ୍ଦ ହୋଇ ପଡ଼ିଛି। ଷ୍ଟାଣ୍ଡ ପୋଷ୍ଟଗୁଡ଼ିକ ମଧ୍ୟ ଭାଙ୍ଗିଗଲାଣି। ଏହି ଗ୍ରାମର ୧୦୦ରୁ ଊର୍ଦ୍ଧ୍ୱ ପରିବାର ପାଇଁ କୋଡ଼ିଏ ଲକ୍ଷ ଟଙ୍କା ବ୍ୟୟରେ ଜଳ ଯୋଗାଣ ପ୍ରକଳ୍ପ ନିର୍ମାଣ କରାଯାଇଥିଲା। ଏଥିରେ ଗ୍ରାମରେ ୧୦ଟି ଷ୍ଟାଣ୍ଡ ପୋଷ୍ଟ କରାଯାଇ ଜଳ ଯୋଗାଣ ଆରମ୍ଭ ହୋଇଥିଲା। ଗ୍ରାମବାସୀ ଭାବିଥିଲେ ଜଳ ସମସ୍ୟା ଦୂର ହେବ। କିନ୍ତୁ କିଛି ଦିନ ଜଳ ଯୋଗାଣ ହେବ ପରେ ତାହା ବନ୍ଦ ହୋଇଯାଇଥିଲା। ବର୍ତ୍ତମାନ ଗ୍ରାମବାସୀ ଗୋଟିଏ କୂଅ ଏବଂ ଦୁଇଟି ନଲକୂପ ଉପରେ ନିର୍ଭର କରୁଛନ୍ତି। କୂଅ ଏବଂ ନଳକୂପର ପାଣି ଯଥେଷ୍ଟ ନ ହେବାରୁ ଚୁଆପାଣି ବ୍ୟବହାର କରିବାକୁ ସେମାନେ ବାଧ୍ୟ ହେଉଛନ୍ତି। ଅନ୍ୟପକ୍ଷରେ ଜଳ ଯୋଗାଣ ବନ୍ଦ ହେବା ଯୋଗୁ ଷ୍ଟାଣ୍ଡପୋଷ୍ଟ ଭାଙ୍ଗିରୁଜି ଗଲାଣି। ବିଭାଗୀୟ ଉଦାସୀନତା ଯୋଗୁ ଜଳ ଯୋଗାଣ କେନ୍ଦ୍ର ମଧ୍ୟ ଜରାଜୀର୍ଣ୍ଣ ଅବସ୍ଥାକୁ ଆସିଲାଣି। ଏଠାକୁ ସଂଯୋଗ ହୋଇଥିବା ବିଦ୍ୟୁତ ଟ୍ରାନ୍ସଫର୍ମର ପୋଡ଼ିଯାଇ ବର୍ଷ ବର୍ଷ ବିତିଯାଇଥିଲେ ମଧ୍ୟ ମରାମତି ହୋଇପାରିନାହିଁ। ଏହାପରେ ଏଠାରେ ସୌରଶକ୍ତି ସାହାଯ୍ୟରେ ଜଳ ଯୋଗାଣ ପାଇଁ ସୋଲାର ପ୍ଲେଟ୍‌ ଲଗାଇ ଦିଆଗଲା। କିନ୍ତୁ ଏହା ସତ୍ତ୍ୱେ ଜଳ ଯୋଗାଣ ସୁଚାରୁ ରୂପେ ହୋଇପାରିଲା ନାହିଁ। ଏଣୁ ଏହି ଜଳ ଯୋଗାଣ କେନ୍ଦ୍ରକୁ ଯଥା ଶୀଘ୍ର ମରାମତି କରି ଜଳ ଯୋଗାଇବା ପାଇଁ ଗ୍ରାମବାସୀ ତ୍ରିନାଥ ମାଛ, ଯୋଗେଶ ଖିଲ, ରମେଶ ଖିଲ, କେଶବ ଖିଲ, ଦୟାନିଧି ଖରା ଦାବି କରିଛନ୍ତି।


All Right Reserved By Dharitri.Com

ଭୁବନେଶ୍ୱରର ସବୁଘରେ ହେବ ବର୍ଷାଜଳ ସଂଗ୍ରହଣ ପ୍ରକଳ୍ପ

ଭୁବନେଶ୍ୱର, ୧୮।୧୨(ବ୍ୟୁରୋ):୬ ମାସ ମଧ୍ୟରେ ଭୁବନେଶ୍ୱରର ସମସ୍ତ ଘରେ ବର୍ଷା ଜଳ ସଂଗ୍ରହଣ ପ୍ରକଳ୍ପ (ରେନ୍‌ ଓ୍ବାଟର ହାର୍ଭେଷ୍ଟିଂ) କାର୍ଯ୍ୟ ସରିବ। ନଚେତ୍‌ ଭୁବନେଶ୍ୱର ଉନ୍ନୟନ...

ବାଇକ୍‌ରୁ ଖସି ଯୁବତୀଙ୍କ ମୃତ୍ୟୁ

ବ୍ରହ୍ମପୁର ଅଫିସ,୩୦ା୧୨-ବାଇକ୍‌ରୁ ଖସିପଡ଼ି ଗୁରୁତର ଆହତ ହୋଇଥିବା ଜଣେ ଯୁବତୀଙ୍କ ବ୍ରହ୍ମପୁର ବଡ଼ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ଶନିବାର ରାତିରେ ମୃତ୍ୟୁ ଘଟିଛି। ସେ ହେଲେ...

ଗୁରୁଦେବ ହସ୍‌ପିଟାଲ ସିଲ୍‌ କଲା ପ୍ରଶାସନ

ବ୍ରହ୍ମପୁର ଅଫିସ, ୨୨ା୨-ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ବ୍ରହ୍ମନଗରରରେ ଥିବା ଗୁରୁଦେବ ହସ୍‌ପିଟାଲକୁ ଶୁକ୍ରବାର ସନ୍ଧ୍ୟାରେ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ନିର୍ଦ୍ଦେଶକ୍ରମେ ସିଲ୍‌ କରାଯାଇଛି ।...

କଠୋର ହେଲା କର୍ଫ୍ୟୁ, ଅମାନ୍ୟ କଲେ ଦଣ୍ଡ

ଖଜୁରିପଡା,୨୨ା୫(ଡି.ଏନ୍‌.ଏ.)- ରାଜ୍ୟ ବାହାରେ ଥିବା ପ୍ରବାସୀ ଓଡ଼ିଆଙ୍କ ଘର ବାହୁଡା ପରେ ବର୍ତ୍ତମାନ କନ୍ଧମାଳ ଜିଲାରେ ୩ କରୋନା ଆକ୍ରାନ୍ତ ଚିହ୍ନଟ ହେଲେଣି। ଚତୁର୍ଥ ପର୍ଯ୍ୟାୟ...

ଲୋକଙ୍କୁ ହଇରାଣ କଲେ ସରକାରୀ ଆକାଉଣ୍ଟ ଉଠାଇ ନିଆଯିବ

ଫୁଲବାଣୀ ଅଫିସ, ୨୩ା୧୨-ଜିଲା ପରାମର୍ଶଦାତା କମିଟି ବୈଠକ ଜିଲାପାଳଙ୍କ କାର୍ଯ୍ୟାଳୟ ସଦ୍‌ଭାବନା ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି। ଜିଲାପାଳ ଡା.ବୃନ୍ଦା ଡି. ଏଥିରେ ଅଧ୍ୟକ୍ଷତା କରି ଜିଲାରେ...

ସିବିଏସ୍‌ଇ ଛାତ୍ରୀଛାତ୍ରଙ୍କ ପରୀକ୍ଷା ଫି’ ବୃଦ୍ଧି ମାମଲା: ୪ସପ୍ତାହ ମଧ୍ୟରେ ନିଷ୍ପତ୍ତି ନେବାକୁ ସିବିଏସ୍‌ଇକୁ ନିର୍ଦ୍ଦେଶ

କଟକ ଅଫିସ,୧୯ା୧୧: ସେଣ୍ଟ୍ରାଲ ବୋର୍ଡ ଅଫ ସେକେଣ୍ଡାରୀ ଏଜୁକେଶନ (ସିବିଏସ୍‌ଇ) ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ଛାତ୍ରୀଛାତ୍ରଙ୍କ ପରୀକ୍ଷା ଫି’ ବୃଦ୍ଧି ମାମଲାର ଶୁଣାଣି ସୋମବାର...

ମାଟିରେ ମିଶିଲା ଲଙ୍ଗୁଳି ମଠ

ପୁରୀ ଅଫିସ, ୨୮ା୮:ମାଟିରେ ମିଶିଛି ଲଙ୍ଗୁଳି ମଠ। ଶ୍ରୀମନ୍ଦିର ମେଘନାଦ ପାଚେରି ନିକଟରେ ଥିବା ଏହି ପୁରାତନ ମଠକୁ ମଙ୍ଗଳବାର ସମ୍ପୂର୍ଣ୍ଣ ଭାବେ ଧୂଳିସାତ୍‌ କରିଦେଇଛି...

କାନଝରି ଡ୍ୟାମରେ ଭାସୁଛି ମଲା କୁକୁଡା

କେନ୍ଦୁଝର, ୯ା୩(ସ୍ବ.ପ୍ର.)-କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ କାନଝରି ଡ୍ୟାମରେ ବସ୍ତାରେ ବନ୍ଧା ହୋଇଥିବା ବହୁ ସଂଖ୍ୟାରେ ମଲା କୁକୁଡ଼ା ଭାସୁଥିବା ଦେଖିବାକୁ ମିଳିଛି। ସୋମବାର ଆଖପାଖ...

Leave a comment

Your email address will not be published. Required fields are marked *