ବିବାହ ପ୍ରତିଶ୍ରୁତି ଦେଇ ନାବାଳିକାଙ୍କୁ ବଳାତ୍କାର: ଅଭିଯୁକ୍ତ ଅଟକ

ଦିଗପହଣ୍ଡି,୪ା୧୨(ଡି.ଏନ.ଏ.)-ଦିଗପହଣ୍ଡି ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ବଳାତ୍କାର କରାଯାଇଥିବା ମଙ୍ଗଳବାର ଅଭିଯୋଗ ହୋଇଛି। ନାବାଳିକାଙ୍କ ପରିବାର ଲୋକଙ୍କ ଏତଲା କ୍ରମେ ଦିଗପହଣ୍ଡି ପୋଲିସ ନଂ. ୨୫୬/୧୯ରେ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ଅଟକ ରଖିଛି। ସନ୍ଧ୍ୟାରେ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ପୀଡ଼ିତାଙ୍କ ଡାକ୍ତରୀ ମାଇନା କରାଯାଇଛି। ବୁଧବାର ଅଭିଯୁକ୍ତଙ୍କ ଡାକ୍ତରୀ ମାଇନା କରାଯିବ ବୋଲି ପୋଲିସ କହିଛି। ବ୍ରହ୍ମପୁର ଏସ୍‌ପିଙ୍କ ଆଦେଶ ପ୍ରକାରେ ଚିକିଟି ଏସଡିପିଓ ସୁରେନ୍ଦ୍ର ନାଥ ମୁର୍ମୁ ମାମଲାର ତଦନ୍ତଭାର ଗ୍ରହଣ କରିଛନ୍ତି। ତଦନ୍ତକାରୀ ପୋଲିସ ଅଧିକାରୀଙ୍କ ସୂଚନାନୁସାରେ ମିସ୍‌ କଲରୁ ଉଭୟଙ୍କ ମଧ୍ୟରେ ସମ୍ପର୍କ ଗଢ଼ି ଉଠିଥିଲା। ଅଭିଯୁକ୍ତ ନିଜକୁ ଆୟୁଷ ସେଠୀ ବୋଲି ମିଥ୍ୟା ପରିଚୟ ଦେଇ ନାବାଳିକାଙ୍କ ସହ ଫୋନ୍‌ରେ କଥା ହୋଇଥିଲେ। ଗତ ନଭେମ୍ବର ୨୫ ତାରିଖରେ ନାବାଳିକାଙ୍କୁ ଅଭିଯୁକ୍ତ ଦିଗପହଣ୍ଡି ଡକାଇଥିଲେ। ସେଠାରେ ବିବାହର ପ୍ରତିଶ୍ରୁତି ଦେଇ ତାଙ୍କୁ ଗୋଳନ୍ଥରା ଥାନା କନିଷି ଗାଁକୁ ନେଇ ଏକ ଭଡାଘରେ ରଖି ବହୁବାର ବଳାତ୍କାର କରିଥିଲେ। ପରେ ଗତ ୨୭ ତାରିଖରେ ଦିଗପହଣ୍ଡି ଆଣି ଛାଡି ଦେଇଥିଲେ। ତାଙ୍କୁ ନାବାଳିକା ଜଣକ ବିବାହ ପାଇଁ କହିବାରୁ ସେ ଆଉ ଧରା ଦେଉ ନ ଥିଲେ। ଏ ନେଇ ନାବାଳିକା ତାଙ୍କ ପରିବାର ଲୋକଙ୍କୁ ସମସ୍ତ ଘଟଣା ଜଣାଇଥିଲେ। ପରେ ମଙ୍ଗଳବାର ଥାନାକୁ ଆସି ଅଭିଯୁକ୍ତଙ୍କ ବିରୋଧରେ ଏତଲା ଦେଇଥିଲେ।


All Right Reserved By Dharitri.Com

ଗୋଟିଏ ନୃତ୍ୟରେ ଦୁଇଟି ରାଜ୍ୟର ସଂସ୍କୃତି

କଟକ ଅଫିସ,୧୬।୧୧: ବାଲିଯାତ୍ରାର ଚତୁର୍ଥ ସନ୍ଧ୍ୟାରେ ଗଣକବି ବୈଷ୍ଣବ ପାଣି ମଞ୍ଚରେ ଶ୍ରୀଜନ ଛାନ୍ଦ ଡ୍ୟାନ୍ସ ଗ୍ରୁପର ଗୋଟିଏ ନୃତ୍ୟରେ ଦୁଇଟି ରାଜ୍ୟର ସଂସ୍କୃତି ଓ...

ନାଗରିକ ବିକାଶ ସଙ୍ଗଠନ ପକ୍ଷରୁ ତହସିଲଦାରଙ୍କୁ ଫେରାଦ

ଜୁନାଗଡ,୨୬।୬(ଡି.ଏନ.ଏ.): କଳାହାଣ୍ଡି ଜିଲା ନାଗରିକ ବିକାଶ ସଙ୍ଗଠନ ପକ୍ଷରୁ ବୁଧବାର ୫ ଦଫା ଦାବି ନେଇ ଜୁନାଗଡ ତହସିଲଦାରଙ୍କୁ ଫେରାଦ ହୋଇଛନ୍ତି । ଏ ବିଷୟରେ...

ମଣ୍ଡି ଖୋଲିବାରେ ବିଳମ୍ବ: ପ୍ରତିବାଦରେ ଚାଷୀଙ୍କ ଧାରଣା

ବନ୍ତଳା,୬ା୧(ଡି.ଏନ.ଏ.)- ଧାନମଣ୍ଡି ଖୋଲାଯିବାରେ ବିଳମ୍ବ ପ୍ରତିବାଦରେ ଅନୁଗୋଳ ବ୍ଲକ ମାଟିଆସାହି ପଞ୍ଚାୟତ ପୁରୁଣାଗଡ଼ରେ ଥିବା ସେବା ସମବାୟ ସମିତି ସମ୍ମୁଖରେ ସୋମବାର ୫୦ରୁ ଊଦ୍ଧର୍‌ବ ଚାଷୀ...

ସାତ୍‌ସପନ ହେଇଛେ ପକା ରାସ୍‌ତା

ଜାମଟିକ୍ରା, ୧୨।୨ (ଡି.ଏନ୍‌.ଏ.)- ଦେଶ ସୁଆଧୀନ ହେବାର ୭୦ ବଛରନୁ ଅଧ୍‌କା ବିତିଗଲାନ। ହେଲେ ଆଏଜ୍‌ ବି ଆମର ରାଏଜେ ଏନ୍‌ତା ଗଁାଗଁଡ଼ା ଅଛେ ଯେନ୍‌କେ...

ବ୍ଲକ ସ୍ତରୀୟ ସ୍ବାଧୀନତା ଦିବସ ପାଳିତ

ଦାରିଙ୍ଗବାଡ଼ି,୧୫।୮(ଡି.ଏନ.ଏ)-ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ଗୁରୁବାର ୭୩ ତମ ସ୍ବାଧୀନତା ଦିବସ ପାଳନ କରାଯାଇଛି । ସକାଳ ୭ଟା ୧୫ ରୁ ୮ଟା ପର୍ଯ୍ୟନ୍ତ ବିଭିନ୍ନ ବିଦ୍ୟାଳୟ...

ଆକ୍ରୋଶମୂଳକ ଗିରଫଦାରି ବିରୋଧରେ ଥାନା ସମ୍ମୁଖରେ ଭାଜପାର ପ୍ରତିବାଦ

ବିଞ୍ଝାରପୁର,୪।୧୨(ଡି.ଏନ୍‌.ଏ): ଯାଜପୁର ଜିଲା ବିଞ୍ଝାରପୁର ବ୍ଲକ କଲ୍ୟାଣପୁର ପଞ୍ଚାୟତରେ ଗତ ସାଧାରଣ ନିର୍ବାଚନ ପରଠାରୁ ରାଜନୈତିକ ଛକାପଞ୍ଝା ଲାଗି ରହିଆସୁଥିଲା। ସୋମବାର ସାରେ ଏହା ଉଗ୍ରରୂପ...

ଅନୁଗୋଳ ପୋଲିସ ମୁଖ୍ୟାଳୟରେ ଉଦ୍‌ଘାଟିତ ହେଲା ସିଟି ସର୍ଭିଲେନ୍ସ, ଆଇଟିଏମ୍‌ଏସ୍‌ ବ୍ୟବସ୍ଥା

ଅନୁଗୋଳ ଅଫିସ,୨।୮: ଅନୁଗୋଳ ପୋଲିସ ମୁଖ୍ୟାଳୟରେ ସିଟି ସର୍ଭିଲେନ୍ସ ଓ ଆଇଟିଏମ୍‌ଏସ୍‌ ବ୍ୟବସ୍ଥାକୁ ବିଧାନସଭା ଉପବାଚସ୍ପତି ରଜନୀକାନ୍ତ ସିଂହ ଏବଂ ପୋଲିସ ମହାନିର୍ଦ୍ଦେଶକ ଡା. ରାଜେନ୍ଦ୍ର...

ଫାଇନାନ୍ସ କର୍ମଚାରୀଙ୍କଠାରୁ ଟଙ୍କା ଲୁଟ ଘଟଣା: ବନ୍ଧୁକ, ବାଇକ, ଟଙ୍କା ଜବତ: ୬ ଗିରଫ

ରାଇକିଆ,୧୩ା୭(ଡ଼ି.ଏନ.ଏ.)-ରାଇକିଆ ଥାନା କରଡ଼ା ନିକଟରେ ଗତ ଫେବୃୟାରୀରେ ଏକ ଘରୋଇ ଫାଇନାନ୍ସ କମ୍ପାନୀ କର୍ମଚାରୀମାନଙ୍କଠାରୁ ହୋଇଥିବା ଟଙ୍କା ଲୁଟ ଘଟଣାରେ ୬ ଅଭିଯୁକ୍ତଙ୍କୁ ଶୁକ୍ରବାର ରାଇକିଆ...

Leave a comment

Your email address will not be published. Required fields are marked *