ଛାତ୍ରୀଙ୍କୁ ଅସଦାଚରଣ କରି କମ୍ପ୍ୟୁଟର ଶିକ୍ଷକ ଗିରଫ

ରାଇରଙ୍ଗପୁର,୪ା୧୨(ଡି.ଏନ୍‌.ଏ.): ରାଇରଙ୍ଗପୁର ଅଞ୍ଚଳରେ ଜଣେ ବଳାତ୍କାର ପୀଡିତା ଅଧ୍ୟାପିକା ଆତ୍ମହତ୍ୟା କରିବା ଘଟଣା ଆଲୋଡନ ସୃଷ୍ଟି କରିଥିବା ବେଳେ ପୁଣି ଜନୈକା କଲେଜ ଛାତ୍ରୀଙ୍କୁ ଜଣେ କମ୍ପ୍ୟୁଟର ଶିକ୍ଷକ ମଙ୍ଗଳବାର ଅସଦାଚରଣ କରି ଗିରଫ ହେବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ପୋଲିସ ସୂଚନା ଅନୁଯାୟୀ, ଗିରଫ କମ୍ପ୍ୟୁଟର ଶିକ୍ଷକଙ୍କ ନିକଟରେ ଛାତ୍ରୀ ଜଣକ ଟିୟୁସନ ହେଉଥିଲେ। ସକାଳେ ଛାତ୍ରୀ ଜଣକ ଟିୟୁସନ ପାଇଁ କମ୍ପ୍ୟୁଟର ଶିକ୍ଷକଙ୍କ ଘରକୁ ଯାଇଥିବା ବେଳେ ସେ ତାଙ୍କୁ ଅସଦାଚରଣ କରିଥିବା ଅଭିଯୋଗରେ ଦର୍ଶାଯାଇଛି। ପୋଲିସ ଏକ ମାମଲା(ନଂ.୧୫୭/୧୯) ରୁଜୁ କରି ଅଭିଯୁକ୍ତ କମ୍ପ୍ୟୁଟର ଶିକ୍ଷକଙ୍କୁ ଗିରଫ କରିଛି।


All Right Reserved By Dharitri.Com

କୋଟଗଡ଼ ବ୍ଲକ: ନୂଆବର୍ଷ ପାଇଁ ପ୍ରତିଷେଧକ ଟକା କାର୍ଯ୍ୟକ୍ରମ ବନ୍ଦ

କୋଟଗଡ,୩ା୧(ଡି.ଏନ.ଏ.) – କନ୍ଧମଳ ଜିଲା କୋଟଗଡ ବ୍ଲକରେ ୧୫ଟି ପଞ୍ଚାୟତ ରହିଛି। ପ୍ରତ୍ୟେକ ପଞ୍ଚାୟତରେ ଏଏନ୍‌ଏମ ଓ ଆଶା କର୍ମୀଙ୍କ ଦ୍ୱାରା ଶିଶୁ ଓ ଗର୍ଭବତୀମାନଙ୍କୁ...

ଅନାହାରରେ ଅସହାୟ ବୃଦ୍ଧ ଦମ୍ପତି ସାହି ପଡିଶାଙ୍କ ଭରସାରେ ବିତୁଛି ଦିନ

ତେଲକୋଇ,୨୮।୫(ଡି.ଏନ.ଏ.)-କେନ୍ଦୁଝର ଜିଲା ତେଲକୋଇ ବ୍ଲକ ଶିବନାରାୟଣପୁର ଗୋଡା ପଞ୍ଚୟତ ଅଧୀନ ଗୁଣ୍ଡୁରୁ ଗ୍ରାମରେ ଭୂୟାଁ ଜନଜାତିର ଏକ ଅସହାୟ ବୃଦ୍ଧ ଦମ୍ପତି ଏବେ ଭୋକ ଉପାସରେ...

ପଲିଟେକନିକରେ ଖାଲି ପଡୁଛି ସିଟ୍‌: ପ୍ରଚାର ପ୍ରସାର ଅଭାବରୁ ଏହାର ସୁଯୋଗ ନେଇପାରୁନାହାନ୍ତି ଉପାନ୍ତ ଅଞ୍ଚଳର ପିଲା

ଜୟପୁର,୧୦।୬(ଡି.ଏନ୍‌.ଏ.)ଜୟପୁର ବ୍ଲକର ରଣ୍ଡାପାଲୀରେ ରାଜ୍ୟ ସରକାରଙ୍କ ଏକ ସରକାରୀ ପଲିଟେକନିକ ୨୦୧୪ରୁ ପ୍ରତିଷ୍ଠା ହୋଇଛି। କିନ୍ତୁ ଜିଲାର ଉପାନ୍ତ ବ୍ଲକର ଛାତ୍ରୀଛାତ୍ର ପଲିଟେକନିକକୁ ନେଇ ସଚେତନ...

ଉନ୍ନୟନ କାର୍ଯ୍ୟ ପରିଦର୍ଶନ କଲେ ଜିଲାପାଳ

ସିମୁଳିଆ, ୯ା୧(ଡି.ଏନ୍‌.ଏ.)-ବାଲେଶ୍ୱର ଜିଲାପାଳ କେ.ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ ଗୁରୁବାର ସିମୁଳିଆ ବ୍ଲକର ବିଭିନ୍ନ ସ୍ଥାନ ଅଚାନକ ପରିଦର୍ଶନ କରିଥିଲେ । ସେଥିମଧ୍ୟରେ...

ମେଲାଣି ନେଲେ ମା’ ଦୁର୍ଗା

ଭଦ୍ରକ ଅଫିସ, ୧୦।୧୦- ଭଦ୍ରକ ସହରର ବିଭିନ୍ନ ଅସ୍ଥାୟୀ ମଣ୍ଡପରେ ପୂଜା ପାଉଥିବା ମା’ ଦୁର୍ଗା ବୁଧବାର ମେଲାଣି ନେଇଛନ୍ତି। ପାରମ୍ପରିକ ବାଦ୍ୟ ବାଜଣା ଓ...

ରାସ୍ତା ଉପରେ ପରିବା ବିକ୍ରି, ରହୁନି ଡଷ୍ଟବିନ୍‌

ଛତ୍ରପୁର,୧୨ା୨(ଡି.ଏନ.ଏ.)-ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ମଙ୍ଗଳବାର ସନ୍ଧ୍ୟାରେ ଅଚାନକ ସାଇକେଲରେ ଛତ୍ରପୁର ଏନ୍‌ଏସି ବୁଲିଥିଲେ। ମଦ ଦୋକାନଠାରୁ ଆରମ୍ଭ କରି ଚା ଦୋକାନ, ପରିବା,...

ଆନ୍ତଃରାଜ୍ୟ କଫ୍‌ସିରପ ର଼୍ୟାକେଟର ୨ଗିରଫ

ବଲାଙ୍ଗୀର ଅଫିସ, ୨୦ା୫: ଆନ୍ତଃରାଜ୍ୟ କଫ୍‌ ସିରପ୍‌ ଚୋରା ର଼୍ୟାକେଟ୍‌ ଚଳାଇଥିବା ସାନ ଓରଫ୍‌ ଗୋବିନ୍ଦ ନେଗୀ (୩୮) ଓ ପ୍ରଶାନ୍ତ କ୍ଷେତୀ (୪୨)ଙ୍କୁ ବଲାଙ୍ଗୀର...

ଶକ୍ତିମନ୍ତ୍ରୀଙ୍କ ଘୋଷଣାକୁ ବିରୋଧ:ସ୍ମାର୍ଟ ସିଟିରେ ପ୍ରଥମେ ଲାଗୁ ସ୍ମାର୍ଟ ମିଟର

ସମ୍ବଲପୁର,୨୧।୮(ବ୍ୟୁରୋ): ଏଣିକି ବିଦ୍ୟୁତ୍‌ ଚୋରି ରୋକିବା ପାଇଁ ରାଜ୍ୟରେ ସ୍ମାର୍ଟ ପ୍ରିପେଡ୍‌ ମିଟର ଲଗାଯିବ। ପଶ୍ଚିମ ଓଡ଼ିଶାର ସମ୍ବଲପୁର ଓ ରାଉରକେଲାରୁ ଏହା ଆରମ୍ଭ କରାଯିବ।...

Leave a comment

Your email address will not be published. Required fields are marked *