ସୁବର୍ଣ୍ଣରେଖା ବାଲିସୈରାତ ଅନୁଧ୍ୟାନ କଲେ ଏନଜିଟି, ଇଏନଭି ଟିମ୍‌

ଜଳେଶ୍ୱର, ୪।୧୨(ଡି.ଏନ.ଏ./ସ୍ବ.ପ୍ର)-ଓଡ଼ିଶା ଓ ପଶ୍ଚିମବଙ୍ଗର ସୀମାରେ ପ୍ରବାହିତ ସୁବର୍ଣ୍ଣରେଖା ନଦୀରୁ ବେଆଇନ ଭାବେ ବାଲି ଲୁଟ୍‌ ଘଟଣା ଥମିବାର ନାଁ ଧରୁ ନାହିଁ। ପଶ୍ଚିମବଙ୍ଗ ମାଫିଆମାନେ ନାଲି ଆଖି ଦେଖାଇ ନୌକାରେ ଶକ୍ତିଶାଳୀ ସ୍ବମ୍ପପମ୍ପ ବ୍ୟବହାର କରି ବାଲି ଲୁଟ୍‌ କରିବାକୁ ପଛାଉନାହାନ୍ତି। ଓଡ଼ିଶା ପୋଲିସ ଓ ପ୍ରଶାସନ ଉପରେ ବାଲି ମାଫିଆମାନେ ଆକ୍ରମଣ କରିବା ଭଳି ଘଟଣା ଅତୀତରେ ଘଟିଛି। ସୁବର୍ଣ୍ଣରେଖାରୁ ଅବାଧ ଓ ବେଆଇନ ବାଲି ଚାଲାଣ ଯୋଗୁ କୂଳକ୍ଷୟ ଘଟି ଓଡିଶା ପ୍ରତି ବିପଦ ସୃଷ୍ଟି କରିଚାଲିଛି। ଏହି ପରିପ୍ରେକ୍ଷୀରେ ଆନ୍ତଃରାଜ୍ୟ ସୀମା ବିବାଦ ପରିସ୍ଥିତିକୁ ଅଧିକ ଜଟିଳ ରୂପ ଦେଇଛି। ସୁବର୍ଣ୍ଣରେଖା ନଦୀର ବାଲି ସୌରାତରୁ ବେଆଇନ ବାଲି ଉତ୍ତୋଳନ ଓ ସୀମା ବିବାଦ ନେଇ ଏନ୍‌ଜିଟି (ନ୍ୟାଶନାଲ ଗ୍ରୀନ ଟ୍ରିବ୍ୟୁନାଲ)ରେ ମାମଲା ରୁଜୁ ହୋଇ ବିଚାରାଧୀନ ଥିବା ବେଳେ ମଙ୍ଗଳବାର ହାଇଦ୍ରାବାଦରୁ ଆସିଥିବା ୬ଜଣିଆ କେନ୍ଦ୍ରୀୟ ଗ୍ରୀନ୍‌ ଟ୍ରିବ୍ୟୁନାଲ ଓ ଇଏନ୍‌ଭି ଟିମ୍‌ ବାଲେଶ୍ୱର ଜିଲା ଜଳେଶ୍ୱର ଅଞ୍ଚଳରେ ପହଞ୍ଚି ଦୁଇ ରାଜ୍ୟର ପଦାଧିକାରୀଙ୍କ ଉପସ୍ଥିତିରେ ନଦୀ ତଟବର୍ତ୍ତୀ ବାଲି ସୈରାତଗୁଡିକର ସ୍ଥିତି ଅନୁଧ୍ୟାନ କରିଛନ୍ତି। ଏନଜିଟି କମିଟିର ଏହି ଅନୁଧ୍ୟାନ ଓ ପରବର୍ତ୍ତୀ ପଦକ୍ଷେପ ଉପରେ ସମସ୍ତଙ୍କ ନଜର କେନ୍ଦ୍ରୀଭୂତ ହୋଇଛି।
ଏନ୍‌ଜିଟି ଟିମ୍‌ର ସଦସ୍ୟମାନେ ଆସି ପହଞ୍ଚିବା ପରେ ବିବାଦୀୟ ବାଲି ସୈରାତ ନିକଟକୁ ଯାଇ ଅନୁଧ୍ୟାନ କରିଥିଲେ। ଏହି ଟିମ୍‌ରେ କେତେକ ପରିବେଶବିତ୍‌ ରହିଥିଲେ। ବାଲେଶ୍ୱର ଜିଲା ପ୍ରଶାସନ ପକ୍ଷରୁ ଉପଜିଲାପାଳ ନୀଲୁ ମହାପାତ୍ର, ଅତିରିକ୍ତ ଜିଲାପାଳ ସମ୍ବିତ୍‌ ନାୟକ, ଜଳେଶ୍ୱର ଅତିରିକ୍ତ ତହସିଲଦାର କ୍ଷୀରୋଦ ଚନ୍ଦ୍ର ପଣ୍ଡା, ଜଳସମ୍ପଦ ବିଭାଗ ସହକାରୀ ଯନ୍ତ୍ରୀ ସତ୍ୟବ୍ରତ ସିଂହ, ବନାଞ୍ଚଳ ଅଧିକାରୀ ଦେବେନ୍ଦ୍ର ପାତ୍ର, ସହ ବନାଞ୍ଚଳ ଅଧିକାରୀ ସମୀର କୁମାର ସାହୁ, ଜିଲା ମତ୍ସ୍ୟ ଅଧିକାରୀ ରବିନାରାୟଣ ପଣ୍ଡା, ସହ ଅଧିକାରୀ ମହମ୍ମଦ ଫିରୋଜ, ଜଳେଶ୍ୱର ଏସ୍‌ଡିପିଓ ଉମେଶ ପଣ୍ଡା, ଜଳେଶ୍ୱର ଆଇଆଇସି ପ୍ରଦୀପ ମାଝି ଉପସ୍ଥିତ ଥିଲେ। ସେହିପରି ପଶ୍ଚିମବଙ୍ଗ ମେଦିନିପୁର ଜିଲାର ଅତିରିକ୍ତ ଜିଲା ମାଜିଷ୍ଟ୍ରେଟ୍‌ଙ୍କ ସମେତ ବହୁ ପଦାଧିକାରୀ ମଧ୍ୟ ଉପସ୍ଥିତ ରହିଥିଲେ। ଉଲ୍ଲେଖନୀୟ ଯେ, ଏନ୍‌ଜିଟିରେ ଏନେଇ ମାମଲା ରୁଜୁ ହେବା ପରେ ଏହାର ବିଚାର ଆରମ୍ଭ ହୋଇ ବେଆଇନ ବାଲି ଚାଲାଣ ରୋକିବାକୁ ପ୍ରଶାସନକୁ ତାଗିଦ୍‌ କରାଯାଇଥିଲା। ଏହି ପରିପ୍ରେକ୍ଷୀରେ ସରଜମିନ ତଦନ୍ତ ଲାଗି ଏନ୍‌ଜିଟି ଏକ ଟିମ୍‌ ଗଠନ କରି ତଦନ୍ତ ଆରମ୍ଭ କରିଥିଲା। ପୋଲିସ ଓ ପ୍ରଶାସନ ଆଖିରେ ଧୂଳି ଦେଇ ଚୋରା ବେପାରୀମାନେ ସ୍ବମ୍ପପମ୍ପ ଦ୍ୱାରା ନଦୀର ବହୁ ଗଭୀରରୁ ବାଲି ଉତ୍ତୋଳନ କରି ଏହାକୁ ଚାଲାଣ କରୁଥିବାରୁ ନଦୀତଟରେ ମୃତ୍ତିକା କ୍ଷୟ ସାଙ୍ଗକୁ ଜଙ୍ଗଲ ଓ ମତ୍ସ୍ୟ ସମ୍ପଦ କ୍ରମେ ଲୋପ ପାଇବାକୁ ବସିଛି। ସ୍ଥାନୀୟ ଲୋକେ ଏହାକୁ ବିରୋଧ କରି ବାଲିମାଫିଆଙ୍କ ଆକ୍ରୋଶର ଶିକାର ହୋଇ ଆସୁଛନ୍ତି। ଏନଜିଟି ଟିମ୍‌ର ଗସ୍ତ ପରେ ଏଭଳି ଆନ୍ତଃରାଜ୍ୟ ସମସ୍ୟାର ସମାଧାନ ପାଇଁ ବାଟ ଫିଟିବ ବୋଲି ଅଞ୍ଚଳବାସୀ ଆଶାବ୍ୟକ୍ତ କରିଛନ୍ତି।


All Right Reserved By Dharitri.Com

ଝିଅର ଆର୍‌ଟିଆଇ ତଥ୍ୟ ମା’ହତ୍ୟା ଘଟଣାର ଗୁମର ଖୋଲିଲା: ୮ ବର୍ଷ ପରେ ଖପୁରି ଉଦ୍ଧାର

ସମ୍ବଲପୁର, ୨୭।୭ (ବ୍ୟୁରୋ): ଦିଲ୍ଲୀସ୍ଥିତ ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ (ଜେଏନ୍‌ୟୁ)ରେ ପିଏଚ୍‌ଡି କରୁଥିବା ଜଣେ ଛାତ୍ରୀ ସୂଚନା ଆଇନ ବଳରେ ତାଙ୍କ ମା’ଙ୍କ ନିଖୋଜ ନେଇ...

ପାଇଖାନା ନ କଲେ ରାଶନ ସାମଗ୍ରୀ ମିଳୁନି

ପାତ୍ରପୁର,୧୭ା୯(ଡି.ଏନ୍‌.ଏ.)-ପାତ୍ରପୁର ବ୍ଲକର ୨୩ ପଞ୍ଚାୟତରେ ପ୍ରଶାସନର ଗୋଟିଏ ନିୟମ ଥିବାବେଳେ ଆନ୍ଧ୍ର ସୀମାକୁ ଲାଗିଥିବା କେଶରୀପଡ଼ା ପଞ୍ଚାୟତ ସଦରମହକୁମାରେ ଆକ୍ରୋଶମୂଳକ ଭାବେ ଅଲଗା ନିୟମ କରାଯାଇଥିବା...

ରୋଗୀ, ଗର୍ଭବତୀଙ୍କୁ ହମ୍ପ୍‌ସ ଡର

କୁନ୍ଦୁରା,୯।୬(ଡି.ଏନ୍‌.ଏ.):ଦିନରେ ହେଉ କି ରାତିରେ ୧୦୮ କିମ୍ବା ୧୦୨ ଆମ୍ବୁଲାନ୍ସ ଯାଉଥିବା ଜରୁରୀ ରୋଗୀଟି କିମ୍ବା ଗର୍ଭବତୀ ମହିଳା ଜଣଙ୍କ ପାଇଁ କାଳ ସାଜିଛି ହମ୍ପସ।...

ମରାମତି ହେଉନି ପାଇପ୍‌ ଲାଇନ୍‌:ବରିଡିହି ଗ୍ରାମବାସୀ ପାନୀୟ ଜଳରୁ ବଞ୍ଚିତ

ଖଣ୍ଡପଡ଼ା,୩୦ା୮(ସ୍ବ.ପ୍ର.)-ଖଣ୍ଡପଡ଼ା ବ୍ଲକ ଅନ୍ତର୍ଗତ ରାଣୀପଡ଼ା ପଞ୍ଚାୟତସ୍ଥ ବିରିଡିହିରେ ଗତ ଏକ ମାସ ଧରି ପାଇପ୍‌ ଲାଇନ୍‌ ଖରାପ ହୋଇଯାଇଛି। ତେଣୁ ସମ୍ପ୍ରତି ବର୍ଷାଋତୁ ସମୟରେ ମଧ୍ୟ...

ଆଁଠେ କାଦୋରେ ଯାଆସ କରୁଛନ୍‌ ଗାଁବାସୀ

ଜାମଟିକ୍ରା, ୨୬।୮ (ଡି.ଏନ୍‌.ଏ.):  ଅତାବିରା ବ୍ଲକ ବୁଗବୁଗା ପଁଚେତ୍‌ ଖଲିଆପାଲି-ପ୍ରଧାନଟିକ୍ରା ରାସ୍‌ତାର ଅବସ୍‌ତା ବହୁତ ଖରାପ ଅଛେ। ସୁଆଧିନତାର ୭୩ ବଛର ଉତାରୁ ବି ଇ...

ଗାଇଡ୍‌ଲାଇନ ଜାରି କଲା ଜିଲା ସ୍ବାସ୍ଥ୍ୟ ବିଭାଗ

ଫୁଲବାଣୀ ଅଫିସ, ୨ା୭-କନ୍ଧମାଳ ଜିଲା ଦାରିଙ୍ଗିବାଡି ବ୍ଲକରେ ଦୁଇ ଦିନ ତଳେ ଖଟିଆରେ ମୃତଦେହ ବୁହାଯିବା ଘଟଣା ପରେ ଜିଲା ପ୍ରଶାସନର ଚେତା ପଶିଛି ା...

‘ବୁଲ୍‌ବୁଲ୍‌’ କ୍ଷୟକ୍ଷତି ଆକଳନ: କେନ୍ଦ୍ରାଞ୍ଚଳ ଆର୍‌ଡିସିଙ୍କ ଚାନ୍ଦବାଲି ଗସ୍ତ

ଚାନ୍ଦବାଲି,୧୦।୧୧(ଡି.ଏନ୍‌.ଏ.): ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକରେ ବାତ୍ୟା ‘ବୁଲ୍‌ବୁଲ୍‌’ର କ୍ଷୟକ୍ଷତି ଆକଳନ ଲାଗି କେନ୍ଦ୍ରାଞ୍ଚଳ ଆର୍‌ଡିସି ଅନିଲ କୁମାର ସାମଲ ରବିବାର ଚାନ୍ଦବାଲି ଗସ୍ତ କରିଛନ୍ତି।...

ସେଲ୍‌ଫି ହେଲା କାଳ: ମହାନଦୀ ବ୍ରିଜ୍‌ରୁ ଖସିପଡ଼ିଲେ ଯୁବକ

ସୋନପୁର,୨୭।୧୨(ନି.ପ୍ର.): ମୋବାଇଲରେ ସେଲ୍‌ଫି ନେବା ଯୁବକଙ୍କୁ ମହଙ୍ଗା ସାବ୍ୟସ୍ତ ହୋଇଛି। ଗୁରୁବାର ସକାଳେ ସୋନପୁର ସହର ପଟାଭାଡି ଅଞ୍ଚଳର ଜିତୁ ନାଏକ(୨୪) ମହାନଦୀ ବ୍ରିଜ୍‌ ଉପରେ...

Leave a comment

Your email address will not be published. Required fields are marked *