ଭିଜିଲାନ୍ସ ଜାଲରେ ଫେଡ୍‌କୋ ଜେ.ଇ.

ସାକ୍ଷୀଗୋପାଳ, ୩।୧୨(ଡି.ଏନ.ଏ.): ସାକ୍ଷୀଗୋପାଳ ଫେଡ୍‌କୋ ନଂ ୨ ସେକ୍ସନ ଜେ.ଇ. ବିଘ୍ନରାଜ ମହାନ୍ତି ମଙ୍ଗଳବାର ଅପରାହ୍ନରେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି। ସତ୍ୟବାଦୀ ଥାନା ଧାନକେରା ଗ୍ରାମର ସୁରେଶ ଚନ୍ଦ୍ର ଦାସଙ୍କଠାରୁ ୫ ହଜାର ଟଙ୍କା ଲାଞ୍ଚ ନେବା ସମୟରେ ଭୁବନେଶ୍ୱର ଭିଜିଲାନ୍ସ ଟିମ ତାଙ୍କୁ ଗିରଫ କରିଛି। ସ୍ଥାନୀୟ ଫେଡ୍‌କୋ କାର୍ଯ୍ୟାଳୟ ସମ୍ମୁଖରେ ଏହି ଘଟଣା ଘଟିଛି। ଜେ.ଇ.ଙ୍କଠାରୁ ଟଙ୍କା ଜବତ କରିବା ସହ ଭିଜିଲାନ୍ସ ଅଧିକାରୀ ମାନେ ତାଙ୍କୁ ଭୁବନେଶ୍ୱର କାର୍ଯ୍ୟାଳୟକୁ ନେଇଯାଇଛନ୍ତି। ନିର୍ଦ୍ଧାରିତ ପରିମାଣ ଠାରୁ ଅଧିକ ବିଦ୍ୟୁତ୍‌ ଶକ୍ତି ବ୍ୟବହାର କରୁଥିବା ସନ୍ଦେହରେ ସୁରେଶଙ୍କ ଘରେ ଫେଡ୍‌କୋ ଅଧିକାରୀମାନେ ଜାଞ୍ଚ କରି ତାଙ୍କ ଉପରେ ଜରିମାନା କରିଥିଲେ। ପରେ ଜରିମାନା ଅର୍ଥ କମାଇ ଦେବାକୁ ଫେଡ୍‌କୋ ଜେଇ ଲାଞ୍ଚ ମାଗିଥିବା ନେଇ ଭିଜିଲାନ୍ସ ନିକଟରେ ସେ ଅଭିଯୋଗ କରିଥିଲେ।


All Right Reserved By Dharitri.Com

ବିପଦସଂକେତ ଟପିଲା ଜଳକା

ବସ୍ତା,୧୯ା୮(ସ୍ବ.ପ୍ର.): ଲଗାଣ ବର୍ଷା ଯୋଗୁ ବାଲେଶ୍ୱର ଜିଲାର ବିଭିନ୍ନ ନଦୀରେ ଏବର୍ଷର ପ୍ରଥମ ବନ୍ୟାଜଳ ଆସିଛି। ସୁବର୍ଣ୍ଣରେଖା, ବୁଢାବଳଙ୍ଗ, ଗଙ୍ଗାହାର ନଦୀରେ ଜଳପତ୍ତନ ବୃଦ୍ଧି ପାଇଥିବା...

ସୁସ୍ଥ ପରିବେଶ ପାଇଁ ବୃକ୍ଷରୋପଣ ଜରୁରି

ସୋନପୁର, ୭।୭(ନି.ପ୍ର) ସୁବର୍ଣ୍ଣପୁର ଜିଲା ବନଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଜିଲାସ୍ତରୀୟ ୭୦ତମ ବନ ମହୋତ୍ସବ ପାଳିତ ହୋଇଯାଇଛି । ମହୋତ୍ସବରେ ରାଜ୍ୟ ପରିବହନ ମନ୍ତ୍ରୀ...

ବନ୍ଧୁକ ଦେଖାଇ ମହିଳା ଏଜେଣ୍ଟଙ୍କଠାରୁ ଲୁଟ୍‌

ଆସିକା,୨ା୮(ଡି.ଏନ୍‌.ଏ.)- ଆସିକା-ବାଲିପଦର ମୁଖ୍ୟ ରାସ୍ତାର ଭେଟନଈ ପଲ୍ଲୀମାଳ ନିକଟରେ ଗୁରୁବାର ପୂର୍ବାହ୍ନ ପ୍ରାୟ ୧୦ଟାରେ ଏକ ଘରୋଇ ଅର୍ଥ ଲଗାଣକାରୀ ସଂସ୍ଥାର ଜଣେ ମହିଳା ଏଜେଣ୍ଟଙ୍କଠାରୁ...

କୁଲଡ଼ିହାରେ ପକ୍ଷୀ ଗଣନା ଆରମ୍ଭ

ସଜନାଗଡ଼, ୪।୧(ଡି.ଏନ.ଏ.)- ବାଲେଶ୍ୱର ଜିଲା ନୀଳଗିରି କୁଲଡ଼ିହା ଅଭୟାରଣ୍ୟରେ ପ୍ରତ୍ୟେକ ବର୍ଷ ଭଳି ଚଳିତବର୍ଷ ବନ ବିଭାଗ ପକ୍ଷରୁ କୁଲଡିହା ଅଭୟାରଣ୍ୟରେ ପକ୍ଷୀଗଣନା ଆରମ୍ଭ ହୋଇଛି।...

ବିଜୁ ଯୁବ ବାହିନୀ ପକ୍ଷରୁ ଆବର୍ଜନା ମୁକ୍ତ ଅଭିଯାନ

କୃଷ୍ଣପ୍ରସାଦ,୧୭ା୮(ଡି.ଏନ.ଏ.)-ପୁରୀ ଜିଲାପାଳଙ୍କ ସ୍ବଚ୍ଛ ପରିବେଶ କାର୍ଯ୍ୟକ୍ରମ ଅବସରରେ ମୋ ବେଳାଭୂମି ଯୋଜନାରେ କୃଷ୍ଣପ୍ରସାଦ ବ୍ଲକ ଅନ୍ତଗତ ଚିଲିକା ଉପକୂଳ ପର୍ଯ୍ୟଟନ ସ୍ଥଳରୁ ଶୁକ୍ରବାର ଆବର୍ଜନା ମୁକ୍ତ...

ଶ୍ରୀମନ୍ଦିର ମରାମତି କାମ ଅନୁଧ୍ୟାନ କଲେ ଆମିକସ୍‌ କ୍ୟୁରି: ହାଇକୋର୍ଟରେ ଦାଖଲ କରିବେ ସତ୍ୟପାଠ

ପୁରୀ ଅଫିସ,୨୦ା୬: ଶ୍ରୀମନ୍ଦିର ମରାମତି କାର୍ଯ୍ୟର ତଦାରଖ ପାଇଁ ହାଇକୋର୍ଟଙ୍କ ଦ୍ୱାରା ନିଯୁକ୍ତ ଆମିକସ୍‌କ୍ୟୁରି ଇଂ. ଏନ୍‌.କେ. ମହାନ୍ତି ବୁଧବାର ଶ୍ରୀମନ୍ଦିରକୁ ଆସି ବିଭିନ୍ନ କାମର...

ବରଗଡ଼ରେ ଯୋଗଦେଲେ ନୂତନ ଅତିରିକ୍ତ ଜିଲାପାଳ

ବରଗଡ଼ ଅଫିସ,୨୩।୯ : ବରଗଡ଼ର ନୂତନ ଅତିରିକ୍ତ ଜିଲାପାଳ ଭାବେ ସୋମବାର ମିର୍ଦ୍ଧା ଟପ୍ପୋ ଯୋଗଦାନ କରିଛନ୍ତି। ଏହା ପୂର୍ବରୁ ସେ ଭବାନୀପାଟଣା ଉପଜିଲାପାଳ ଭାବେ...

ଛକନା ହତ୍ୟାକାଣ୍ଡ: ବୀମା ଟଙ୍କା ପାଇଁ ମା’ଙ୍କୁ ହତ୍ୟା, ଲୁଣା ନଦୀରେ ଫିଙ୍ଗିଥିଲେ; ସାବତ ପୁଅ, ବୋହୁ, ସହଯୋଗୀ ଗିରଫ

କେନ୍ଦ୍ରାପଡା ଅଫିସ, ୨୩।୮- କେନ୍ଦ୍ରାପଡ଼ା ସଦର ଥାନା ଛକନା ଗ୍ରାମର ଅଲେଖ ଚନ୍ଦ୍ର ବିଶ୍ୱାଳଙ୍କ ସ୍ତ୍ରୀ ସସ୍ମିତା ହତ୍ୟାକାଣ୍ଡ ମାମଲାରେ ଶୁକ୍ରବାର ୩ଜଣ ଗିରଫ ହୋଇଛନ୍ତି।...

Leave a comment

Your email address will not be published. Required fields are marked *