ରିଙ୍କିଲ୍ସ ପାଇଁ ଚିନ୍ତିତ କି, ତାହେଲେ ଆପଣାନ୍ତୁ ଏହି ଉପାୟ

ସାଧାରଣତଃ କେତେକ ଲୋକଙ୍କ କ୍ଷେତ୍ରରେ କମ୍‌ ବୟସରେ ମଧ୍ୟ ମୁହଁରେ ରିଙ୍କିଲ୍ସ ଆସିଯାଇଥାଏ। ଯେପରିକି ଚର୍ମ କୁଞ୍ଚନ, ଚର୍ମ ଢିଲା ହେବା, ଚମକ ହ୍ରାସ ପାଇବା ଇତ୍ୟାଦି। ବିଶେଷ କରି ମହିଳାମାନେ ଏହାକୁ ନେଇ ବହୁ ଚିନ୍ତିତ ହୋଇଥାନ୍ତି। ୩୦ ବର୍ଷ ବୟସ ପରେ ଚର୍ମ ପ୍ରତି ସ୍ବତନ୍ତ୍ର ଧ୍ୟାନ ଦେବାକୁ ପଡ଼ିଥାଏ। ସାଧାରଣତଃ ରିଙ୍କିଲ୍ସ ୨ ପ୍ରକାରର। ପ୍ରଥମ ବୟସ ବୃଦ୍ଧି ହେବା ଓ ଦ୍ୱିତୀୟଟି ଆଖପାଖର ବାତାବରଣ। ଯେପରିକି ଖରା, ପ୍ରଦୂଷଣ, ଲାଇଫଷ୍ଟାଇଲ ଇତ୍ୟାଦି। ତେବେ ଏଥିରୁ ବର୍ତ୍ତିବା ପାଇଁ ଆପଣାନ୍ତୁ କିଛି ଘରୋଇ ଉପାୟ।
*ଗୋଲାପ ଜଳ: ୨ଚାମଚ ଗୋଲାପ ଜଳ, ଅଧା ଚାମଚ ଲେମ୍ବୁ ରସ ଓ ଗ୍ଲିସେରିନ୍‌ର କିଛି ବୁନ୍ଦା ପକାଇ ଏହାର ମିଶ୍ରଣ ତିଆରି କରନ୍ତୁ। ଏହାକୁ ତୁଳାରେ ନେଇ ମୁହଁରେ ଲଗାନ୍ତୁ। ପ୍ରତିଦିନ ଶୋଇବା ଆଗରୁ ମୁହଁରେ ଏହି ମିଶ୍ରଣକୁ ଲଗାଇ ଛାଡ଼ି ଦିଅନ୍ତୁ। ସକାଳୁ ଉଠି ପାଣିରେ ମୁହଁକୁ ଧୋଇ ଦିଅନ୍ତୁ। କିଛି ଦିନ କରିବା ପରେ ଏହାର ପରିଣାମ ଆପଣ ନିଜେ ଜାଣିପାରିବେ।
* ଅଣ୍ଡା: ଗୋଟିଏ ଅଣ୍ଡାରୁ କେଶର କାଢ଼ି ତାକୁ ଚର୍ମରେ ଲଗାଇ କିଛି ସମୟ ରଖନ୍ତୁ। ଏହାପରେ ଏହାକୁ ନଖ ଉଷୁମ ପାଣିରେ ଧୋଇ ଦିଅନ୍ତୁ। ଏହାଦ୍ୱାରା ଚର୍ମ ଟାଇଟ ହେବା ସହ ଭାଙ୍ଗ ମଧ୍ୟ ଲିଭିଯାଇଥାଏ।
*ମୁଲତାନୀ ମାଟି: ମହୁ ଓ ଗ୍ଲିସେରିନ ସହ ମୁଲତାନୀ ମାଟିକୁ ମିଶାଇ ମୁହଁରେ ଲଗାନ୍ତୁ। କିଛି ସମୟ ପରେ ଥଣ୍ଡା ପାଣିରେ ମୁହଁକୁ ଧୋଇଦିଅନ୍ତୁ। ଏହାଦ୍ବାରା ତ୍ୱଚା ସୁସ୍ଥ ରହିବା ସହ ଉଜ୍ବଳତା ମଧ୍ୟ ବଜାୟ ରହିବ।
*କ୍ଷୀର: ଗୋଟିଏ ପାତ୍ରରେ କିଛି କ୍ଷୀର ଆଣି ଏଥିରେ ମୁଲତାନୀ ମାଟି ମିଶାଇ ମୁହଁରେ ଲଗାନ୍ତୁ। ଏହା ପ୍ରାକୃତିକ ପ୍ରଣାଳୀରେ ଚର୍ମକୁ ଟାଇଟ କରିଥାଏ।
*ବସା ଦହି: ବସା ଦହିକୁ ମଧ୍ୟ ଲୋଚାକୋଚା ହୋଇ ଯାଇଥିବା ଚର୍ମରେ ବ୍ୟବହାର କରିପାରିବେ। ବସା ଦହି ଚର୍ମକୁ ପୁନଃ ସୁଗଠିତ ଓ ସୁନ୍ଦର କରିବା ସହ ଚର୍ମକୁ କୋମଳ ଓ ଚମକପ୍ରଦ କରିଥାଏ।
*ମହୁ: ଏକ ଚାମଚ ମହୁ ସହ ଗ୍ଲିସେରିନ ମିଶାଇ ମୁହଁ ଓ ବେକରେ ଲଗାନ୍ତୁ। ୨-୩ ମିନିଟ ମାଲିସ କରି ଶୁଖିବା ଯାଏଁ ଏହାକୁ ଛାଡ଼ି ଦିଅନ୍ତୁ। ଏହାପରେ ଥଣ୍ଡା ପାଣିରେ ମୁହଁକୁ ସଫା କରି ଶୁଖିଲା କପଡ଼ାରେ ପୋଛି ଦିଅନ୍ତୁ। ଦେଖିବେ କିଛି ଦିନ ପରେ ରିଙ୍କିଲ୍ସ ଦୂର ହୋଇଯାଇଥିବଯିବ।


All Right Reserved By Dharitri.Com

ଅଧିକ ଆଞ୍ଚରେ ପ୍ରସ୍ତୁତ ଖାଦ୍ୟ ଖାଇଲେ ବଢେ ହୃଦ୍‌ରୋଗ ଆଶଙ୍କା

ଅଧିକ ଆଞ୍ଚରେ ରନ୍ଧା ଖାଦ୍ୟ ଖାଇବା ଦ୍ୱାରା କ୍ୟାନସର୍‌ ଏବଂ ହୃଦ୍‌ରୋଗ ଆଶଙ୍କା ବଢ଼ିଥାଏ। ନିକଟରେ ହୋଇଥିବା ଏକ ଗବେଷଣାରୁ ଏହା ଜାଣିବାକୁମିଳିଛି।  ଏଡିନବର୍ଗ ୟୁନିଭର୍ସିଟି...

ସ୍ବପ୍ନକୁ କରନ୍ତୁ ସାକାର

ବେଳେବେଳେ ଘର,ପରିବାର ଏବଂ ପିଲାଙ୍କ ଯତ୍ନ ନେଉ ନେଉ ମହିଳାମାନେ ସେମାନଙ୍କ କ୍ୟାରିୟର ଏବଂ ସ୍ବପ୍ନକୁ ଭୁଲିଯାଇଥାନ୍ତି । କିନ୍ତୁ ଏବେ ଆଉ ଏପରି କରିବା...

ଉପକାରୀ ପାଚିଲା କଦଳୀ

କେବଳ କଞ୍ଚା ନୁହେଁ, ପାଚିଲା କଦଳୀରେ ମଧ୍ୟ ସ୍ବାସ୍ଥ୍ୟୋପକାରୀଗୁଣ ଭରି ରହିଛି। ସେ ସମ୍ପର୍କରେ ଟିପ୍ସ.. ପ୍ରମୁଖ ଉତ୍ସ ହେଉଛି ପାଚିଲା କଦଳୀ। ଆପଣଙ୍କର ଭୋକଜନିତ...

ସକାଳେ କପେ ରେଡ୍‌ ଟି…

ସକାଳେ ରେଡ୍‌ ଟି ପିିଇଲେ ଅନେକ ଉପକାର ମିଳିଥାଏ। ରେଡ୍‌ ଟିରେ ଲୌହ, ପୋଟାସିୟମ୍‌, ଜିଙ୍କ୍‌, ମାଙ୍ଗାନିଜ୍‌, କପର, କ୍ୟାଲସିୟମ୍‌, ସୋଡ଼ିୟମ୍‌, ମ୍ୟାଗ୍ନେସିୟମ୍‌, ଫ୍ଲୋରାଇଡ୍‌, କ୍ୟୁରସେଟିନ୍‌...

ଶରୀରରେ ଯଦି ଏହି ବ୍ୟତିକ୍ରମ ଥାଏ

ବିଭିନ୍ନ କାରଣ ହେତୁ କେତେକଙ୍କ ଶରୀରର କୌଣସି ଅଂଶରେ ବ୍ୟତିକ୍ରମ ବା କିଛି ଚିହ୍ନ ଦେଖା ଦେଇଥାଏ। ତେବେ ଏହା ଆମ ଶରୀରକୁ କୌଣସି କ୍ଷତି...

ରସାବଳି

ଆବଶ୍ୟକ ସାମଗ୍ରୀ- ଏକ କପ୍‌ ପନିର, ଚିନି ପାଉଡର- ୧ କପ୍‌, ସୁଜି- ୨ ଚାମଚ, ବେକିଂ ସୋଡା- ଅଳ୍ପ ପରିମାଣରେ, ଅଳେଇଚ ପାଉଡର- ୧...

ପେଟ ସମସ୍ୟା ଦୂର କରେ ପାନମଧୁରୀ

ପାନମଧୁରୀକୁ ମାଉଥଫ୍ରେସନର୍‌ ଭାବେ ବ୍ୟବହାର କରାଯାଏ। ଏହାର ଅନେକ ଉପକାରୀ ଗୁଣ ମଧ୍ୟ ରହିଛି। ପାନ ମଧୁରୀ ଦୃଷ୍ଟିଶକ୍ତି, ହଜମ ଶକ୍ତି, କଫ ଭଳି ଶରୀରର...

ଆରମ୍ଭ ହେଲା ନବରାତ୍ରି: ଜାଣନ୍ତୁ ଏହି ଦିନଗୁଡ଼ିକରେ କ’ଣ ଖାଇବା ଉଚିତ; କେଉଁଟି ନୁହେଁ

ରବିବାରଠାରୁ ଆରମ୍ଭ ହୋଇଛି ନବରାତ୍ରି। ଦୁର୍ଗତିନାଶିନୀ ମା’ ଦୁର୍ଗାଙ୍କ ଏହି ନବ ଦିନାତ୍ମକ ଯାତ୍ରା ଅବସରରେ ଭକ୍ତମାନେ ଉପବାସ କରିଥା’ନ୍ତି। ତେବେ ବ୍ରତ ରଖୁଥିବା ସମୟରେ...

Leave a comment

Your email address will not be published. Required fields are marked *