Posted inଜାତୀୟ

ମଧ୍ୟପ୍ରଦେଶରେ ବଳାତ୍କାରର ଶିକାର ହେଲେ ୪ବର୍ଷର ଶିଶୁ

ଇନ୍ଦୋର,୩।୧୨: ହାଇଦ୍ରାବାଦରେ ଭେଟେରିନାରି ମହିଳା ଡାକ୍ତରଙ୍କୁ ବଳତ୍କାର ପରେ ହତ୍ୟା ଘଟଣା ଥମି ନ ଥିବା ବେଳେ ଆଉ ଏକ ମାମଲା ସାମ୍ନାକୁ ଆସିଛି। ମଧ୍ୟପ୍ରଦେଶରେ ଜଣେ ୪ବର୍ଷର ଶିଶୁକୁ ବଳାତ୍କାର କରାଯାଇ ହତ୍ୟା କରାଯାଇଥିବା ଜଣାପଡ଼ିଛି। ଏହି ଘଟଣାରେ ସ୍ଥାନୀୟ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି। ସୂଚନାଯୋଗ୍ୟ, ଇନ୍ଦୋର ଜିଲାର ମହରେ ଜଣେ ୪ ବର୍ଷର ଝିଅ ମା’ ବାପାଙ୍କ ସହ ରାସ୍ତାରେ ଶୋଇଥିଲେ। ସେହି ସମୟରେ କିଛି ଅଜଣା ବ୍ୟକ୍ତି ଶୋଇଥିବା ଅବସ୍ଥାରେ ତାଙ୍କୁ ଉଠାଇ ନେଇ ବଳାତ୍କାର କରିବା ପରେ ତଣ୍ଟି ଚିପି ହତ୍ୟା କରିଥିଲେ। ଏହାପରେ ମୃତଦେହକୁ ରାସ୍ତାରେ ଫୋପାଡି ସେଠାରୁ ଫେରାର ହୋଇଯାଇଥିଲେ। ପରିବାରଲୋକେ ବହୁ ଖୋଜାଖୋଜି ପରେ ସୋମବାର ଶିଶୁଟିର ମୃତଦେହ ଏକ ରାସ୍ତା କଡ଼ରୁ ଉଦ୍ଧାର କରାଯାଇଥିଲା। ଶବ ବ୍ୟବଚ୍ଛେଦ ପରେ ଶିଶୁ ସହ ବଳାତ୍କାର ହେବା ନେଇ ଜଣାପଡ଼ିଥିଲା। ଏହି ଘଟଣାରେ ଜଣେ ନୁହେଁ ବରଂ ଏକାଧିକ ବ୍ୟକ୍ତି ଥିବା ନେଇ ପୋଲିସ ସନ୍ଦେହ କରୁଛି। ତେବେ ସିସିଟିଭିକୁ ଆଧାର କରି ପୋଲିସ ଅଭିଯୁକ୍ତଙ୍କୁ ଖୋଜୁଛି।


All Right Reserved By Dharitri.Com

ନାଳରୁ ମିଳିଲା ୩୦୦ରୁ ଊର୍ଦ୍ଧ୍ୱ ଏଟିଏମ କାର୍ଡ

ଜୟପୁର, ୩।୭: ରାଜସ୍ଥାନର ବାରା ଜିଲା ଉବଡା ଅଞ୍ଚଳରେ ଥିବା ଏକ ନାଳରେ ୩୦୦ରୁ ଊର୍ଦ୍ଧ୍ୱ ଏଟିଏମ୍‌ କାର୍ଡ ପଡିଥିବାର ଦେଖିବାକୁ ମିଳିଛି। ତିନିବର୍ଷ ତଳେ...

ଅନିଦ୍ରା ସମସ୍ୟା ଦୂର କରିବା ପାଇଁ ତକିଆ ତଳେ ରଖନ୍ତୁ ଏହାକୁ…

ମନୁଷ୍ୟକୁ ନିରୋଗ ରଖିବା ପାଇଁ ଗୋଲାପ ଫୁଲ ବେଶ୍‌ ଉପକାରୀ ସାବ୍ୟସ୍ତ ହୋଇଥାଏ। ଅନିଦ୍ରା ରୋଗରୁ ଦୂରେଇ ରହିବା ଲାଗି ଏହା ମହୌଷଧୀ ସଦୃଶ କାମ...

ପଦ୍ମଶ୍ରୀ ଶରିଫ୍‌: ଗତ ୨୭ ବର୍ଷ ଧରି କରୁଛନ୍ତି ଅଚିହ୍ନା ମୃତ ଦେହ ସଂସ୍କାର

ଅଯୋଧ୍ୟା,୨୬।୧: ଉତ୍ତରପ୍ରଦେଶ ଅଯୋଧ୍ୟାର ମହମ୍ମଦ୍‌ ଶରିଫ୍‌ଙ୍କୁ ୨୦୨୦ରେ ପଦ୍ମଶ୍ରୀ ସମ୍ମାନ ମିଳିବ ବୋଲି ଘୋଷଣା କରାଯାଇଛି। ଶରିଫ୍‌ ଗତ ୨୭ ବର୍ଷ ଧରି ଅଚିହ୍ନା ମୃତଦେହଙ୍କ...

ପୋଲିସ-ଭାଜପା କର୍ମୀ ସଂଘର୍ଷ

କୋଲକାତା,୧୩ା୧୧(ପି.ଟି.): ପଶ୍ଚିମବଙ୍ଗ ରାଜଧାନୀ କୋଲକାତାରେ ଡେଙ୍ଗୁ ମୃତ୍ୟୁକୁ ନେଇ ଭାଜପା ଯୁବମୋର୍ଚ୍ଚା ପକ୍ଷରୁ ବୁଧବାର ବିକ୍ଷୋଭ ଚାଲିଥିଲାବେଳେ ଏହା ହିଂସାତ୍ମକ ରୂପ ନେଇଛି। ଭାଜପା ଯୁବମୋର୍ଚ୍ଚା...

ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା କୋଠା

ନୂଆଦିଲ୍ଲୀ,୩।୯: ଦିଲ୍ଲୀର ସିଲମପୁର ଅଞ୍ଚଳରେ ଥିବା ୪ମହଲା ବିଶିଷ୍ଟ କୋଠା ଘର ସୋମବାର ବିଳମ୍ବିତ ରାତିରେ ଭୁଶୁଡ଼ିପଡ଼ିଛି। ଏହି ଦୁର୍ଘଟଣାରେ ୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ...

ପିତା ପାକିସ୍ତାନୀ ବୋଲି ଲୁଚାଇଥିଲେ: ଅତିଶ ଅଲ୍ଲୀ ତଶିରଙ୍କ ଓସିଆଇ କାର୍ଡ ରଦ୍ଦ

ନୂଆଦିଲ୍ଲୀ,୮।୧୧: ବ୍ରିଟେନରେ ଜନ୍ମିତ ଲେଖକ ଅତିଶ ଅଲ୍ଲୀ ତଶିରଙ୍କ ଓଭରସିଜ୍‌ ସିଟିଜେନ୍‌ ଅଫ୍‌ ଇଣ୍ଡିଆ(ଓସିଆଇ) କାର୍ଡ ଗୃହ ମନ୍ତ୍ରଣାଳୟ ରଦ୍ଦ କରାଯାଇଛି। ତାଙ୍କ ପିତା ପାକିସ୍ତାନୀ...

ଶିକ୍ଷାରୁ ବଞ୍ଚିତ ହେବେ ନାହିଁ ଘାଟିର ଜଣେ ବି ଶିଶୁ: ରମେଶ ପୋଖରିଓ୍ବାଲ

ଶ୍ରୀନଗର,୨୪।୧: ଭାରତ ସରକାର ସମସ୍ତଙ୍କ ପାଇଁ ଶିକ୍ଷା ସୁନିଶ୍ଚିତ କରିବାକୁ ଏଠାରେ ଶିକ୍ଷା ଅଧିନିୟମ ଲାଗୁ କରିଛନ୍ତି। ତେଣୁ ଏବେ ଘାଟିରେ କୌଣସି ଶିଶୁ ଶିକ୍ଷାରୁ...

ଟି-ସାର୍ଟରେ ‘ନୋ ସିଏଏ’ଲେଖି ବିଧାନସଭା ଆସିଲେ ବିଧାୟକ

ଚେନ୍ନାଇ,୬।୧: ତାମିଲନାଡୁ ନାଗାପଟ୍ଟିନମ ମନିଥାନେୟା ଜନନାୟଗ କାଟଚିର ବିଧାୟକ ଥାମିମୁନ ଅନସାରୀ ସୋମବାର ଅଭିନବ ଢଙ୍ଗରେ ବିଧାନସଭା ଆସିଥିବା ଦେଖିବାକୁ ମିଳିଛି। ସେ ପିନ୍ଧିଥିବା ଟି-ସାର୍ଟରେ...

Leave a comment

Your email address will not be published. Required fields are marked *