Posted inଜାତୀୟ

ଅନଶନ ପାଇଁ ଅଡି ବସିଲେ ସ୍ବାତୀ: ମୋଦିଙ୍କୁ ଲେଖିଲେ ଚିଠି

ନୂଆଦିଲ୍ଲୀ,୩।୧୨: ହାଇଦ୍ରାବାଦରେ ଗଣବଳାତ୍କାର ପରେ ହତ୍ୟା କରାଯାଇଥିବା ଭେଟେରିନାରି ମହିଳା ଡାକ୍ତରଙ୍କୁ ନ୍ୟାୟ ଦେବା ପାଇଁ ଦିଲ୍ଲୀ ମହିଳା କମିଶନ ଅଧ୍ୟକ୍ଷା ସ୍ବାତୀ ମାଲିଓ୍ବାଲ ଅଣ୍ଟା ଭିଡିଛନ୍ତି। ମଙ୍ଗଳବାରଠାରୁ ଅନିର୍ଦ୍ଦିଷ୍ଟକାଳ ପାଇଁ ଅନଶନରେ ବସିବେ ବୋଲି ସେ ନିଷ୍ପତ୍ତି ନେଇଛନ୍ତି। ଜନ୍ତରମନ୍ତରରେ ଧାରଣା ଦେବା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସେ ଏକ ଚିଠି ଲେଖିଛନ୍ତି। ଅନ୍ୟପଟେ ଧାରଣାସ୍ଥଳ ଭିତରକୁ ଯିବା ପାଇଁ ପୋଲିସ ଅଟକାଇବା ସହ ଅନଶନ ପାଇଁ ବାରଣ କରିଥିବା ନେଇ ସ୍ବାତୀ ଅଭିଯୋଗ କରିଛନ୍ତି। ସେ କହିଛନ୍ତି, ପୋଲିସ ତାଙ୍କୁ ଜନ୍ତରମନ୍ତରରେ ଅନଶନରେ ବସିବା ପାଇଁ ଦେଉନାହିଁ। ଏବେ ଜଣେ ମହିଳାଙ୍କୁ ଶାନ୍ତିରେ ଅନଶନ କରିବାକୁ ବି ଅନୁମତି ମିଳିବ ନାହିଁ। ସତରେ କ’ଣ ଏହା ଲୋକତନ୍ତ୍ର ବୋଲି ସେ ପ୍ରଶ୍ନ କରିଛନ୍ତି। ୬ମାସ ଭିତରେ ବଳାତ୍କାରୀଙ୍କୁ ଫାଶି ନ ମିଳିବା ପର୍ଯ୍ୟନ୍ତ ସେ ଆମରଣ ଅନଶନରେ ବସିବେ ବୋଲି ଚେତାବନୀ ଦେଇଛନ୍ତି। ସରକାର ଖୁବ୍‌ଶୀଘ୍ର ମହିଳାଙ୍କ ସୁରକ୍ଷା ପାଇଁ ନୂଆ ଆଇନ ଆଣନ୍ତୁ ବୋଲି ସ୍ବାତୀ ଦାବି କରିଛନ୍ତି।


All Right Reserved By Dharitri.Com

ଟିକ୍‌ଟକ୍‌ରୁ ୬୦ ଲକ୍ଷ ଭିଡିଓ ହଟିଲା

ନୂଆଦିଲ୍ଲୀ, ୨୪।୭: ବିଶ୍ୱର ହଜାର ହଜାର ଯୁବପିଢ଼ିଙ୍କୁ ମାତ୍ର ୨୦ ସେକେଣ୍ଡରେ ନିଜକୁ ବ୍ୟକ୍ତ କରିବାର ଭିଡିଓ ଆପ ଟିକ୍‌ଟକ୍‌ ନିଶା ଘାରିଛି। ଏବେ ଭାରତରେ...

ଆଜି ଲାଲକୃଷ୍ଣ ଆଡଭାନୀଙ୍କ ଜନ୍ମଦିନ: ମୋଦି ଜଣାଇଲେ ଶୁଭେଚ୍ଛା

ନୂଆଦିଲ୍ଲୀ,୮।୧୧:ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀ ଆଜି ୯୨ ବର୍ଷରେ ପଦାର୍ପଣ କରିଛନ୍ତି। ଜନ୍ମଦିନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ଶୁଭେଛା...

ରକ୍ତଚାପ ନିୟନ୍ତ୍ରଣ କରେ ଅଳେଇଚ

ବଡ ଅଳେଇଚ ଶରୀର ପାଇଁ ବେଶ୍‌ ଉପକାରୀ ସାବ୍ୟସ୍ତ ହୋଇଥାଏ। ଏଥିରେ ଆଣ୍ଟିଅକ୍ସିଡାଣ୍ଟ, ଭିଟାମିନ୍‌-ସି ଏବଂ ପୋଟାସିୟମ ଭରପୂର ମାତ୍ରାରେ ଥାଏ। ଏହା ଶରୀରରୁ ବିଷାକ୍ତ...

‘ପ୍ରଭାବଶାଳୀ ବିରୋଧୀ ଦଳ ଭୂମିକା ନେବୁ’

ବାରାମତି,୨୬ା୧୦: ମହାରାଷ୍ଟ୍ର ବିଧାନସଭାରେ ଏନ୍‌ସିପି ପ୍ରଭାବଶାଳୀ ବିରୋଧୀ ଦଳର ଭୂମିକା ତୁଲାଇବ ବୋଲି ଏହାର ଅଧ୍ୟକ୍ଷ ଶରଦ ପାଓ୍ବାର ଶୁକ୍ରବାର କହିଛନ୍ତି। ଜନସାଧାରଣ ଆମକୁ ସରକାର...

୨୦୨୧ ଜନଗଣନା ପରେ ସାରା ଦେଶରେ ଲାଗୁ ହେବ ଏନ୍‌ଆର୍‌ସି

ନୂଆଦିଲ୍ଲୀ,୨।୧୧: ରାଷ୍ଟ୍ରୀୟ ସ୍ତରରେ ୨୦୨୧ରେ ଜନ ଗଣନା ସରିବା ପରେ ସାରା ଦେଶରେ ଆସାମ ଭଳି ରାଷ୍ଟ୍ରୀୟ ଜନସଂଖ୍ୟା ରେଜିଷ୍ଟର(ଏନ୍‌ଆର୍‌ସି) ଲାଗୁ କରାଯିବ ବୋଲି ଜଣାପଡିଛି।...

କର୍ନାଟକ ଉପନିର୍ବାଚନ ପାଇଁ ୧୩ ଅଯୋଗ୍ୟ ଘୋଷିତ ବିଧାୟକଙ୍କୁ ପ୍ରାର୍ଥୀ କଲା ଭାଜପା

ବେଙ୍ଗାଲୁରୁ,୧୪।୧୧: କର୍ନାଟକ କଂଗ୍ରେସ ଓ ଜେଡି(ଏସ୍‌)ର ୧୭ ଅଯୋଗ୍ୟ ଘୋଷିତ ବିଧାୟକଙ୍କ ମଧ୍ୟରୁ ୧୫ ଜଣ ଗୁରୁବାର ଭାରତୀୟ ଜନତା ପାର୍ଟି(ଭାଜପା)ରେ ଯୋଗ ଦେଇଥିଲେ। ଏହାପରେ...

କେନ୍ଦ୍ର କ୍ୟାବିନେଟ୍‌ ସମ୍ପ୍ରସାରଣ ଖୁବ୍‌ଶୀଘ୍ର:ଫେରିପାରନ୍ତି ସୁରେଶ ପ୍ରଭୁ

ନୂଆଦିଲ୍ଲୀ,୪-୧୦(ଆଇଏଏନ୍‌ଏସ୍‌):ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କ୍ୟାବିନେଟର ପ୍ରଥମ ସମ୍ପ୍ରସାରଣ ଖୁବ୍‌ଶୀଘ୍ର ହେବାକୁ ଯାଉଛି। ଆଗାମୀ ୧୫ ଦିନ ମଧ୍ୟରେ ଏହି ସମ୍ପ୍ରସାରଣ ହେବ ବୋଲି ଏକ ସୂତ୍ରରୁ...

ନିତି ଏହି ଜୁସ୍‌ରୁ ଅଧାକପ୍‌ ରଖେ ହାର୍ଟ ଆଟାକ୍‌ରୁ ଦୂରେଇ…

ସକାଳେ ଅଧାକପ୍‌ ତରଭୁଜ ଜୁସ୍‌ ପିଇଲେ ଅନେକ ଲାଭ ମିଳିଥାଏ। ଏଥିରେ ଓମେଗା ୩ ଏସିଡ୍‌ ପ୍ରଚୁର ପରିମାଣରେ ରହିଥାଏ। ଏହି ଜୁସ୍‌କୁ ନିୟମିତ ପିଇଲେ...

Leave a comment

Your email address will not be published. Required fields are marked *