ନଦୀକୁ ବିପଦ ବର୍ଜ୍ୟପାଣି

ଭୁବନେଶ୍ୱର,୩।୧୨: (ବ୍ୟୁରୋ): ଓଡ଼ିଶାରେ ବଡ଼ ନଦୀ ସମେତ ଉପନଦୀକୁ ମିଶାଇ ପ୍ରାୟ ୩୩ଟି ନଦୀ ବିଭିନ୍ନ ଜିଲା ଦେଇ ପ୍ରବାହିତ ହେଉଛି। ଜଳବାୟୁ ପରିବର୍ତ୍ତନ ସହ ଅନ୍ୟାନ୍ୟ କାରଣରୁ ଏହି ନଦୀଗୁଡ଼ିକ ମଧ୍ୟରୁ ଅଧିକାଂଶରେ ଜଳ ପ୍ରବାହ ହ୍ରାସ ପାଇଗଲାଣି। ଏପରିକି ଅଧିକାଂଶ ନଦୀଗୁଡ଼ିକରେ ଶିଳ୍ପାଞ୍ଚଳ ଏବଂ ସହରାଞ୍ଚଳରୁ ବାହାରୁଥିବା ବର୍ଜ୍ୟଜଳ ମିଶି ଅଣନିଃଶ୍ୱାସୀ ପରିସ୍ଥିତି ସୃଷ୍ଟି କଲାଣି। ମିଳିଥିବା ସୂଚନା ଅନୁଯାୟୀ ମହାନଦୀ, ବ୍ରାହ୍ମଣୀ, କୋଏଲ, ବୈତରଣୀ, କୋଲାବ, ଋଷିକୁଲ୍ୟା ଓ ଏହାର ଶାଖା ନଦୀଗୁଡ଼ିକ ନିକଟରେ ଗଢ଼ିଉଠିଥିବା ୮୮ଟି ଶିଳ୍ପାନୁଷ୍ଠାନର ବର୍ଜ୍ୟପାଣି ନଦୀରେ ମିଶୁଛି । ଏଥିସହିତ ସହରାଞ୍ଚଳର ବର୍ଜ୍ୟଜଳ ସିଧାସଳଖ ନଦୀକୁ ଛାଡ଼ି ଦିଆଯାଉଛି। ବର୍ଜ୍ୟଜଳକୁ ବିଶୋଧନ କରି ଛାଡ଼ିବାକୁ ନିୟମ ରହିଥିଲେ ମଧ୍ୟ ଏହାକୁ ଅଧିକାଂଶ ଶିଳ୍ପ କିମ୍ବା ପୌରସଂସ୍ଥା ଗୁରୁତ୍ୱ ଦେଉନାହାନ୍ତି। ଏଥିଯୋଗୁ ନଦୀଜଳ ପ୍ରଦୂଷିତ ହେବା ସହ ଜଳପ୍ରବାହ ମଧ୍ୟ ହ୍ରାସ ପାଇଲାଣି। ୨୦୫୧ ବେଳକୁ ରାଜ୍ୟରେ ପାନୀୟ ଜଳ ସଙ୍କଟ ଉତ୍କଟ ଆକାର ଧାରଣ କରିବା ନେଇ ଆଶଙ୍କା ପ୍ରକାଶ ପାଇଲାଣି।
ନଦୀଗୁଡ଼ିକୁ ବଞ୍ଚାଇ ରଖିବା ସହ ପାନୀୟ ଜଳ ଓ କୃଷି କାର୍ଯ୍ୟ ପାଇଁ ଆବଶ୍ୟକ ଜଳ ସଞ୍ଚୟ କରିବା ସକାଶେ ରାଜ୍ୟ ସରକାର ଖୁବ୍‌ଶୀଘ୍ର ନୂଆ ସଂଶୋଧିତ ନଦୀନୀତି( ରିଭର ପଲିସି)-୨୦୧୯ ଆଣିବାକୁ ଯାଉଛନ୍ତି। ଚିଠାନୀତି ପ୍ରସ୍ତୁତ ହୋଇସାରିଛି। ଚୂଡାନ୍ତ ନୀତି ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ରାଜ୍ୟର ନଦୀଗୁଡିକର ବର୍ତ୍ତମାନ ସ୍ଥିତିକୁ ପରଖାଯିବ। ଜଳ ପ୍ରବାହ ଓ ଏହାର ଜଳଧାରଣ କ୍ଷମତାକୁ ଆକଳନ କରାଯିବ। ଏଥିସହ ନଦୀର ଜୈବବିବିଧତା ଓ ଉଭୟ ପାର୍ଶ୍ୱରେ ଥିବା ଜନବସତିଗୁଡିକର ଜୀବିକାକୁ ମଧ୍ୟ ଧ୍ୟାନ ଦିଆଯିବ। ନଦୀର ଜଳ ପ୍ରବାହ ହ୍ରାସକୁ ନେଇ ସୁପ୍ରିମକୋର୍ଟ ମଧ୍ୟ ଚିନ୍ତାପ୍ରକଟ କରିଛନ୍ତି। ପରିବେଶ ଆଇନ ଅନୁଯାୟୀ ନଦୀରେ କେତେ ଜଳ ପ୍ରବାହ ହେଉଛି ଓ ଏହା ଉପରେ ନିର୍ଭର କରୁଥିବା ଜୀବଜନ୍ତୁ ଓ ବୃକ୍ଷଲତାଗୁଡିକ ଉପରେ ଜଳବାୟୁ ପରିବର୍ତ୍ତନର କି ପ୍ରଭାବ ପଡୁଛି, କେଉଁ ସମୟରେ କେତେ ଜଳ ପ୍ରବାହିତ ହେଉଛି ସେବୁକୁ ନେଇ ରାଜ୍ୟ ସରକାର ସଂରକ୍ଷଣ ଓ ପୁନରୁଦ୍ଧାର ପାଇଁ ଏକ ଦୀର୍ଘମିଆଦୀ ଯୋଜନା କରିବେ। ବର୍ଷା ଓ ଖରାଦିନେ ଜଳଚର ଜୀବମାନଙ୍କ ପାଇଁ କେତେ ପାଣି ନଦୀରେ ପ୍ରବାହିତ ହେବ ସେ ସବୁର ଅନୁଧ୍ୟାନ କରି ନୂତନ ନଦୀନୀତି ପ୍ରସ୍ତୁତ କରାଯିବ। ଯେଉଁ ନଦୀ ଚଉଡା ହୋଇଯାଇ ଗର୍ଭ ପୋତି ହୋଇଯାଇଛି ତାହାକୁ ପୁଣି ଜୀବନ୍ତ କରିବାକୁ ଏଥିରେ ବ୍ୟବସ୍ଥା ରହିବ। ନଦୀ ମଝିରେ ଜଳ ପ୍ରବାହକୁ ଦେଖି ଜଳ ପ୍ରବାହ ପାଇଁ ଚ୍ୟାନେଲ ନିର୍ମାଣ କରାଯିବ। ଏହାଦ୍ୱାରା ନଦୀ ଗର୍ଭ ପୋତି ନ ହୋଇ ଖରାଦିନେ ସ୍ବାଭାବିକ ଜଳପ୍ରବାହିତ ହୋଇପାରିବ। ଏହାଛଡା କେଉଁ ନଦୀର କେତେ ପାଣି ଅଟକାଯାଇ ପାରିବ ସେ ନେଇ ଏଥିରେ ବ୍ୟବସ୍ଥା ରହିବ। ଭୂଗର୍ଭ ଜଳ ସଂଚରଣ ଉପରେ ବିଶେଷ ଗୁରୁତ୍ୱ ଦିଆଯିବ। ଏହି ନୀତିରେ ଚାଷ ଓ ପାନୀୟ ଜଳକୁ ପ୍ରାଧାନ୍ୟ ଦିଆଯିବ। ବ୍ୟାରେଜ ନିର୍ମାଣ କରାଯାଇ ପାନୀୟ ଜଳ ଓ କ୍ଷୁଦ୍ର ଜଳସେଚନ ପାଇଁ ବ୍ୟବସ୍ଥା ହେବ। ନଦୀ ଜଳକୁ ଅଯଥା ବ୍ୟବହାର ଉପରେ କଟକଣା ଜାରି କରାଯିବ। ନଦୀଗୁଡିକ ପାଇଁ କାର୍ଯ୍ୟ କରୁଥିବା ବେସରକାରୀ ସଂସ୍ଥା, ଅନ୍ତର୍ଜାତୀୟ ସଂସ୍ଥାଗୁଡିକର ସହାୟତା ନେବା ସହ ବ୍ୟାପକ ଜନସଚେତନତା ସୃଷ୍ଟି କରାଯିବ।
ସହରାଞ୍ଚଳରେ ଏବେଠୁ ଉତ୍କଟ ଜଳାଭାବ ଦେଖାଦେଲାଣି। ନଦୀଗୁଡିକ ଉପରେ ପାନୀୟ ଜଳ ପାଇଁ ନିର୍ଭର କରୁଥିବା ସହରଗୁଡିକ ଆସନ୍ତା ୨୦ ବର୍ଷ ମଧ୍ୟରେ ଭୟଙ୍କର ଜଳ ସଙ୍କଟର ସମ୍ମୁଖୀନ ହେବେ ବୋଲି ପରିବେଶବିତ୍‌ ଆଶଙ୍କା କଲେଣି । ଜନସଂଖ୍ୟା ଯେପରି ହୁ ହୁ ହୋଇ ବଢ଼ି ଚାଲିଛି କଟକ, ଭୁବନେଶ୍ୱର, ପୁରୀ, ଖୋର୍ଦ୍ଧା ସମେତ ଅନ୍ୟାନ୍ୟ ଛୋଟ ସହରକୁ ପାନୀୟ ଜଳ ଯୋଗାଇବା କାଠିକର ପାଠ ହୋଇଯିବ। ଜଳ ସମ୍ପଦ ବିଭାଗ ପକ୍ଷରୁ କରାଯାଇଥିବା ଆକଳନ ଅନୁଯାୟୀ ୨୦୦୧ରେ ରାଜ୍ୟର ପ୍ରମୁଖ ନଦୀର ଜଳ ଧାରଣ କ୍ଷମତା ୧୨୦.୩୯୭ ନିୟୁତ କ୍ୟୁବିକ ମିଟର(ବିସିଏମ୍‌) ଥିବା ବେଳେ ୨୦୫୧ ବେଳକୁ ଏହା ୧୦୮.୧୧୩ ବିସିଏମ୍‌କୁ ଖସିଆସିବ । ଏହାକୁ ଦୃଷ୍ଟିରେ ରଖି ଉକ୍ତ ନଦୀ ଯୋଜନା ଆରମ୍ଭ କରାଯାଇଛି। ମହାନଦୀରୁ ଚିଲିକା ଯାଏ ଏହାର ଉପ ଓ ଶାଖାନଦୀ କାଠଯୋଡି, କୁଆଖାଇ, ଦୟା, ଭାର୍ଗବୀ, କୁଶଭଦ୍ରା ଆଦିର ଜଳ ସ୍ରୋତକୁ ବଞ୍ଚାଇ ରଖିବା ପାଇଁ ଯୋଜନା ପ୍ରସ୍ତୁତ ହେବ। ଏହି ନଦୀଗୁଡିକର ବିଭିନ୍ନ ସ୍ଥାନରେ ମଧ୍ୟମଧରଣର ବ୍ୟାରେଜ ନିର୍ମାଣ କରାଯିବ। ନଦୀଜଳ ଭୂଗର୍ଭକୁ ସଂଚରଣ ପାଇଁ ବ୍ୟବସ୍ଥା ରହିବ। ଏହି ନଦୀଗୁଡିକରେ ଛୋଟ ଓ ବଡ଼ ବ୍ୟାରେଜ ନିର୍ମାଣ କରାଯାଇ ଉଭୟ ଭୂପୃଷ୍ଠ ଓ ଭୂଗର୍ଭ ଜଳକୁ ସଂରକ୍ଷଣ କରିବାକୁ ଜଳ ସମ୍ପଦ ବିଭାଗ ଲକ୍ଷ୍ୟ ରଖିଛି।


All Right Reserved By Dharitri.Com

କଲେଜ ଶିକ୍ଷା ପ୍ରତି ଆଗ୍ରହ ନାହିଁ

ବ୍ରହ୍ମପୁର ଅଫିସ୍‌,୩୦ା୭-ଚଳିତବର୍ଷ ପାଇଁ ଯୁକ୍ତ ୨ ନାମଲେଖା ଶେଷ ହୋଇଛି। ସୋମବାରଠାରୁ ପାଠପଢ଼ା ସହ ଆରମ୍ଭ ହୋଇଛି ନୂତନ ଶିକ୍ଷା ବର୍ଷ। ବର୍ଷା ଯୋଗୁ ପ୍ରଥମ...

ଶିକ୍ଷୟିତ୍ରୀଙ୍କ ନିଲମ୍ବନ ବିରୋଧରେ ତାଲା

ଅନୁଗୋଳ ଅଫିସ, ୧୬।୭ଅନୁଗୋଳ ସହର ପଶ୍ଚିମ ବଜାରପଡ଼ା ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ପ୍ରଣତି ମିଶ୍ର ଓ ସହକାରୀ ଶିକ୍ଷୟିତ୍ରୀ ପ୍ରୀତିମଞ୍ଜରୀ ଦ୍ୱିବେଦୀଙ୍କୁ ଶିକ୍ଷାଦାନରେ ଅବହେଳା...

ରାଜ୍ୟସ୍ତରୀୟ ପୋଲିସ ଶହୀଦ ସ୍ମୃତି ଦିବସ: ଶହୀଦ ଯବାନଙ୍କୁ ତୋପ ସଲାମି

କଟକ ଅଫିସ, ୨୨ା୧୦: କଟକ ବକ୍ସିବଜାରସ୍ଥିତ ରାଜ୍ୟ ପୋଲିସ ମୁଖ୍ୟାଳୟ ପରିସରରେ ୬୦ତମ ରାଜ୍ୟସ୍ତରୀୟ ପୋଲିସ ଶହୀଦ ସ୍ମୃତି ଦିବସ ସୋମବାର ପାଳିତ ହୋଇଯାଇଛି। ଏଥିରେ...

ଶ୍ରୀଲିଙ୍ଗରାଜଙ୍କ ଜମି ବିକ୍ରୟ ମସୁଧା : ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖିଲା ପୂଜାପଣ୍ଡା ନିଯୋଗ

ପୁରୁଣା ଭୁବନେଶ୍ୱର,୨।୮(ଡି.ଏନ.ଏ.) : ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଅନେକ ଜମି ଜବରଦଖଲକାରୀଙ୍କ କବ୍‌ଜାରେ। ସେଗୁଡ଼ିକ ଜବରଦଖଲମୁକ୍ତ କରିବାକୁ ମନ୍ଦିର ପ୍ରଶାସନ ବହୁ ବିଳମ୍ବରେ ଅଣ୍ଟା ଭିଡ଼ିଛି। ହେଲେ...

ମନ ମୋହିଲା ରଙ୍ଗାରଙ୍ଗ କାର୍ଯ୍ୟକ୍ରମ

କଟକ ଅଫିସ, ୨୧।୧୧: ବାଲିଯାତ୍ରାର ଅନ୍ତିମ ସନ୍ଧ୍ୟାରେ ଗଣକବି ବୈଷ୍ଣବ ପାଣି ମଞ୍ଚ ଓ ମହାନଦୀ ମଞ୍ଚରେ ଓଡ଼ିିଶାର ସଂସ୍କୃତି, ପରମ୍ପରା ଓ ଐତିହ୍ୟକୁ ନେଇ...

କାଳ ସାଜିଛି ରଙ୍ଗ୍‌ ସାଇଡ୍‌ ଡ୍ରାଇଭିଂ:ଟୁଇନ୍‌ ସିଟିରେ ୨୦୦ ସ୍ଥାନ ଚିହ୍ନଟ, ୬୦ ଅତି ସମ୍ବେଦନଶୀଳ

ଭୁବନେଶ୍ୱର,୪ା୧୨(ବ୍ୟୁରୋ):ରଙ୍ଗ୍‌ ସାଇଡ୍‌ ଡ୍ରାଇଭିଂ ଯୋଗୁ ଅଧିକାଂଶ ଦୁର୍ଘଟଣା ଘଟି ଧନଜୀବନ ହାନି ହେଉଛି। ଡିସେମ୍ବର ୧ରୁ ରାଜ୍ୟରେ ନୂଆ ମୋଟର ଯାନ ଆଇନକୁ କଡ଼ାକଡ଼ି କରାଯାଇଥିବାବେଳେ...

ଐତିହ୍ୟ ପଦଯାତ୍ରାରେ ଟୁର୍‌ ଅପରେଟର

ଭୁବନେଶ୍ୱର, ୨୦ା୧୦(ବ୍ୟୁରୋ) : ଓଡ଼ିଶା ଟ୍ରାଭେଲ୍‌ ବଜାରର ୩ୟ ସଂସ୍କରଣରେ ଯୋଗଦେବାକୁ ଆସିଥିବା ଦେଶର ବିଭିନ୍ନ ସ୍ଥାନର ଟୁର୍‌ ଅପରେଟର୍‌ମାନେ ଶନିବାର ପୁରୁଣା ଭୁବନେଶ୍ୱରରେ ଏକ...

ମୋହନାରେ ଜିତିଲା କଂଗ୍ରେସ

ମୋହନା,୨୪।୫(ଡି.ଏନ୍‌.ଏ.)- ଗଜପତି ଜିଲା ମୋହନା ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ପ୍ରାର୍ଥୀ ଦାଶରଥୀ ଗମାଙ୍ଗ ୫୩,୭୦୫ ଭୋଟ ପାଇ ବିଜୟୀ ହୋଇଛନ୍ତି। ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ବିଜେଡି...

Leave a comment

Your email address will not be published. Required fields are marked *