Posted inଜାତୀୟ

ପୋଲିସଠାରୁ ବର୍ତ୍ତିବା ପାଇଁ ରାସ୍ତାରେ ୧.୫ କୋଟି ଟଙ୍କା ବିଛାଇଲେ ଚୋର

ଚେନ୍ନାଇ, ୨୯।୫: ତାମିଲନାଡୁର ରାଜଧାନୀ ଚେନ୍ନାଇରେ ଏକ ଅଜବ ଚୋରର କାରନାମା ଦେଖିବାକୁ ମିଳିଛି। ପୋଲିସଠାରୁ ନିଜକୁ ବଞ୍ଚାଇବା ପାଇଁ ରାସ୍ତାରେ ୧.୫କୋଟି ଟଙ୍କା ପକାଇଦେଇଛନ୍ତି ଜଣେ ଚୋର। ସୂଚନାଯୋଗ୍ୟ, ସୋମବାର ବିଳମ୍ବିତ ରାତିରେ ଏକ ମଲ୍‌ର ମାଲିକଙ୍କ ଘରୁ ଟଙ୍କା ଚୋରି କରି ବାଇକ୍‌ରେ ନେଇ ଯାଉଥିଲେ ଜଣେ ଯୁବକ। ରାସ୍ତାରେ ପାଟ୍ରୋଲିଂ କରୁଥିବା ପୋଲିସ ଉକ୍ତ ଯୁବକଙ୍କୁ ଦେଖି ସନ୍ଦେହ ହେବାକୁ ତାଙ୍କ ପିଛା କରିଥିଲା। ଏହି ଭୟରେ ଯୁବକ ଜଣଙ୍କ ଚୋରି କରିଥିବା ବ୍ୟାଗ୍‌ରୁ ୫୦୦ ଏବଂ ୨୦୦୦ଟଙ୍କିଆ ନୋଟ୍‌ ବିଡା ବାହାର କରି ରାସ୍ତାରେ ପକେଇ ପକେଇ ଆସିଥିଲେ। ଯୁବକଙ୍କ ଏଭଳି କାରନାମା ଦେଖି ଉଭୟ ପୋଲିସ ଏବଂ ସ୍ଥାନୀୟ ଲୋକେ ସ୍ତବ୍ଧ ହୋଇଯାଇଥିଲେ। ଏମିତି ଉପାୟ ଅବଲମ୍ବନ କରି ଚୋର ଜଣଙ୍କ ପୋଲିସକୁ ଚକ୍‌ମା ଦେବାରେ ସଫଳ ହୋଇଥିଲେ। ପୋଲିସ ଏବେ ଉକ୍ତ ଚୋରର ସନ୍ଧାନରେ ଅଛି।


All Right Reserved By Dharitri.Com

ମୋଦିଙ୍କ ସୁରକ୍ଷା ଲାଗି ବଜେଟରେ ୬ଶହ କୋଟି

ନୂଆଦିଲ୍ଲୀ,୨।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସ୍ପେଶାଲ ପ୍ରୋଟେକଶନ୍‌ ଗ୍ରୁପ(ଏସ୍‌ପିଜି)ଲାଗି ଏଥର ସରକାର ବଜେଟରେ ପ୍ରାୟ ୬ଶହ କୋଟି ଟଙ୍କାର ବ୍ୟୟ ବରାଦ...

ଆବଶ୍ୟକ ସଦସ୍ୟ ନ ଥାଇ ବି ସରକାରଙ୍କୁ ଜଗିବେ ସୋନିଆ: ସଂସଦୀୟ ଦଳ ନେତ୍ରୀ ନିର୍ବାଚିତ

ନୂଆଦିଲ୍ଲୀ,୧।୬: କଂଗ୍ରେସର ସଂସଦୀୟ ଦଳ ନେତ୍ରୀ ଭାବେ ପୁଣି ଥରେ ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ନିର୍ବାଚିତ ହୋଇଛନ୍ତି। ପାର୍ଲାମେଣ୍ଟର ସେଣ୍ଟ୍ରାଲ ହଲ୍‌ରେ ଶନିବାର ପୂର୍ବାହ୍ନରେ...

ଶରଜିଲଙ୍କ ସାନ ଭାଇ ସମେତ ଅନ୍ୟ ୨ଗିରଫ

ଜହାନାବାଦ,୨୮।୧: ଜବାହରଲାଲ ନେହେରୁ ୟୁନିଭର୍ସିଟି (ଜେଏନ୍‌ୟୁ)ର ଛାତ୍ର ଶରଜିଲ ଇମାମ ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ) ବିରୋଧରେ ଉସୁକାଇବା ଭାଷଣ ଦେଇ ଏବେ ବିବାଦରେ ଛନ୍ଦି ହୋଇଯାଇଛନ୍ତି।...

ପିଲାଟସ୍‌ ବିମାନ କିଣାରେ ୩୩୯ କୋଟି ଦୁର୍ନୀତି: ପ୍ରତିରକ୍ଷା ଅଧିକାରୀଙ୍କ ବିରୋଧରେ ମାମଲା

ନୂଆଦିଲ୍ଲୀ,୨୩ା୬: ପ୍ରତିରକ୍ଷା ମନ୍ତ୍ରଣାଳୟ ୨୦୦୯ରେ ୭୫ଟି ପିଲାଟସ୍‌ ପ୍ରଶିକ୍ଷଣ ବିମାନ କିଣିଥିଲା, ଯେଉଁଥିରେ ଦୁର୍ନୀତି ଅଭିଯୋଗ ହୋଇଛି। ଏହି ଘଟଣାରେ ସିବିଆଇ ଭାରତୀୟ ବାୟୁସେନା ଏବଂ...

ନିର୍ଭୟା ମାମଲା: ୨୨ ଜାନୁୟାରୀରେ ଦୋଷୀଙ୍କୁ ଦିଆଯିବ ଫାଶୀ

ନୂଆଦିଲ୍ଲୀ,୭।୧: ନିର୍ଭୟା ଦୋଷୀଙ୍କ ଡେଥ୍‌ ଓ୍ବାରେଣ୍ଟ୍‌ ଉପରେ ପଟିଆଲା ହାଉସ୍‌ କୋର୍ଟରେ ମଙ୍ଗଳବାର ଶୁଣାଣି ହୋଇଛି। କୋର୍ଟ ୪ ଦୋଷୀ ଅକ୍ଷୟ ଠାକୁର, ପଓ୍ବନ ଗୁପ୍ତା,...

୧୩୮ ଦିନରେ ଭଙ୍ଗାଯିବ ୩୨୫ ଫ୍ଲାଟ୍‌: ଖର୍ଚ୍ଚ ହେବ ୨ କୋଟି ୩୦ ଲକ୍ଷ

କୋଚି,୧୨।୧୧: କେରଳରେ ସମୁଦ୍ର କୂଳରେ ବେଆଇନ ଭାବେ ନିର୍ମାଣ ହୋଇଥିବା ୩୨୫ ଫ୍ଲାଟ୍‌ ୧୩୮ ଦିନରେ ଭଙ୍ଗାଯିବ। ଏନେଇ ସୁପ୍ରିମ୍‌କୋର୍ଟ ନିର୍ଦ୍ଦେଶ ଜାରି କରିଛନ୍ତି। ଏଥିପାଇଁ...

ବାଚସ୍ପତିଙ୍କ ଗାଇଡ୍‌ କି ମେଣ୍ଟର୍‌ ନୁହନ୍ତି ରାଜ୍ୟପାଳ

ନୂଆଦିଲ୍ଲୀ,୨୦ା୭(ପି.ଟି.): କର୍ନାଟକରେ ରାଜନୈତିକ ସଙ୍କଟ ସୃଷ୍ଟି ହୋଇଥିବାବେଳେ ରାଜ୍ୟପାଳ ଭଜୁଭାଇ ଭାଲା ସଂଖ୍ୟାଗରିଷ୍ଠତାର ପ୍ରମାଣ ଦେବା ପାଇଁ ମୁଖ୍ୟମନ୍ତ୍ରୀ ଏଚ୍‌.ଡି. କୁମାରସ୍ବାମୀଙ୍କୁ ଦୁଇଥର ମହଲତ୍‌ ଦେଇସାରିଲେଣି।...

ଗୋପାଳଗଞ୍ଜ ଟ୍ରିପଲ୍‌ ମର୍ଡର ‌: ତେଜସ୍ବୀଙ୍କ ଘର ଆଗରେ ବିଧାୟକ, କର୍ମୀଙ୍କ ଭିଡ

ପାଟନା,୨୯।୫: ଗୋପାଳଗଞ୍ଜ ଟ୍ରିପଲ୍‌ ମର୍ଡରକୁ ନେଇ ବିହାର ରାଜନୀତି ସରଗରମ ହୋଇପଡିଛି। ଏହି ଘଟଣାରେ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ ଦାବିରେ ଅଡି ବସିଛି ବିରୋଧୀ ଦଳ...

Leave a comment

Your email address will not be published. Required fields are marked *