୧୩,୫୩୨ ପିଲାଙ୍କୁ ମିିଳିନି ବହି

ଜଗତ୍‌ସିଂହପୁର ଅଫିସ, ୧୦ା୬: ରାଜ୍ୟ ସରକାର ଶିକ୍ଷା ଉପରେ ପ୍ରାଧାନ୍ୟ ଦେଇ ଉଚ୍ଚ ବିଦ୍ୟାଳୟ ରୂପାନ୍ତରଣ ମାଧ୍ୟମରେ ପ୍ରଚୁର ଅର୍ଥ ବ୍ୟୟ କରୁଛନ୍ତି। ଖାଲି ଶିକ୍ଷକ ପଦବୀ ପୂରଣ କରି ଛାତ୍ରୀଛାତ୍ର ଓ ଅଭିଭାବକଙ୍କୁ ସରକାରୀ ବିଦ୍ୟାଳୟ ମୁହଁା କରିବାକୁ ଉଦ୍ୟମ ଚାଲିଛି। କିନ୍ତୁ ପ୍ରାଥମିକ ବିଦ୍ୟାଳୟ କ୍ଷେତ୍ରରେ ବ୍ୟତିକ୍ରମ ପରିଲକ୍ଷିତ ହୋଇଛି। ଜଗତ୍‌ସିଂହପୁର ଜିଲାରେ ଚଳିତ ଶିକ୍ଷାବର୍ଷରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷାଲାଭ କରୁଥିବା ଛାତ୍ରୀଛାତ୍ରଙ୍କ ମଧ୍ୟରୁ ବିଷୟ ଅନୁସାରେ ୧୩,୫୩୨ ଜଣଙ୍କୁ ଏ ପର୍ଯ୍ୟନ୍ତ ମାଗଣା ପାଠ୍ୟ ପୁସ୍ତକ ଯୋଗାଇ ଦିଆଯାଇନାହିଁ। ବହି ନ ଥିବାରୁ ଜିଲାର ବହୁ ଛାତ୍ରୀଛାତ୍ରଙ୍କ ପାଠ ପଢାରେ ବ୍ୟାଘତ ସୃଷ୍ଟି ହୋଇଛି। ଏ ନେଇ ଛାତ୍ରୀଛାତ୍ର ଓ ଅଭିଭାବକଙ୍କ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି।
ସର୍ବଶିକ୍ଷା ଅଭିଯାନ ପ୍ରକଳ୍ପ ସଂଯୋଜକଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁଯାୟୀ, ଦ୍ୱିତୀୟରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଅଧ୍ୟୟନରତ ଛାତ୍ରୀଛାତ୍ରଙ୍କ ମଧ୍ୟରୁ ୧୩,୫୩୨ ଜଣଙ୍କୁ ବିଷୟ ଅନୁଯାୟୀ ସମସ୍ତ ପୁସ୍ତକ ଯୋଗା ଯାଇନାହିଁ। ଦ୍ୱିତୀୟ ଶ୍ରେଣୀର ଗଣିତ ଖେଳ ବହି ୮,୮୯୦ ଆବଶ୍ୟକତା ଥିବାବେଳେ ଆସିଛି ୮,୮୪୬ ଖଣ୍ଡ। ଆଉ ୪୪ଟି ଅଭାବ ରହିଛି। ସେହିପରି ତୃତୀୟ ଶ୍ରେଣୀ ଗଣିତ ମଜା ବହି ୮,୯୭୫ ମଧ୍ୟରୁ ପହଞ୍ଚତ୍ଛି ୮,୯୩୯ ଖଣ୍ଡ। ଅବଶିଷ୍ଟ ୩୬ ବହି ଆସିନାହିଁ। ପଞ୍ଚମ ଶ୍ରେଣୀ ମାଇଁ ଇଂଲିଶ୍‌ ବୁକ୍‌ ୯,୪୧୩ଟି ଆବଶ୍ୟକ ଥିବା ବେଳେ ଆସିଛି ୯୩୬୦ ଖଣ୍ଡ। ଆଉ ୫୩ ବହିର ଅଭାବ ରହିଛି। ଏହି ଶ୍ରେଣୀର ସାହିତ୍ୟ କୁସୁମ ବହି ୯,୪୧୩ ଖଣ୍ଡରୁ ୯୧୧୪ ପହଞ୍ଚତ୍ଛି। ବାକି ୨୯୯ ବହି ଆସିନି। ପରିବେଶ ବିଜ୍ଞାନ ବହି ୯,୪୧୩ରୁ ୯,୩୬୨ ଖଣ୍ଡ ପହଞ୍ଚତ୍ଛି। ଅବଶିଷ୍ଟ ୫୧ଟି ଆସି ପାରିନାହିଁ। ଷଷ୍ଠ ଶ୍ରେଣୀ ଭାଷା କଳିକା ବହି ୯,୬୬୭ରୁ ଆସିଛି ୯୬୦୫ ଖଣ୍ଡ। ଆଉ ୬୨ଟି ଆସିବା ବାକି ରହିଛି। ଗଣିତ ବହି ୯.୬୬୭ରୁ ପହଞ୍ଚତ୍ଛି ୯.୫୧୯ ଖଣ୍ଡ। ଆଉ ୧୪୮ଟି ଆବଶ୍ୟକ ରହିଛି। ବିଜ୍ଞାନ ବହି ୯,୬୬୭ରୁ ପହଞ୍ଚତ୍ଛି ୯,୫୮୯ ଖଣ୍ଡ। ଆଉ ୭୮ ବହି ପହଞ୍ଚତ୍ନି। ଭୂଗୋଳ ବହି ୯,୬୬୭ରୁ ଆସିଛି ୯୫୫୮ ଖଣ୍ଡ। ଆଉ ୧୦୯ଟି ଆବଶ୍ୟକ ରହିଛି। ସପ୍ତମ ଶ୍ରେଣୀ ଇତିହାସ ଓ ରାଜନୀତି ବିଜ୍ଞାନ ବହି ୧୦,୬୭୧ରୁ ଆସିଛି ୧୦,୫୯୪ ଖଣ୍ଡ। ୭୭ ଖଣ୍ଡ ଆସିବା ବାକି ଅଛି। ଭୂଗୋଳ ବହି ଆବଶ୍ୟକ ୧୦,୬୭୧ରୁ ଆସିଛି ୧୦,୬୦୬ ଖଣ୍ଡ। ଅବଶିଷ୍ଟ ୬୫ ଖଣ୍ଡ ପହଞ୍ଚତ୍ନି। ବିଜ୍ଞାନ ବହି ଆବଶ୍ୟକ ୧୦,୬୭୧ରୁ ଆସିଛି ୧୦,୬୧୫ ଖଣ୍ଡ। ଆଉ ୫୬ ଖଣ୍ଡ ପହଞ୍ଚତ୍ବ। ମେରି ହିନ୍ଦି ପୁସ୍ତକ ଆବଶ୍ୟକ ୧୦,୬୭୧ରୁ ଆସିଛି ୧୦,୫୮୬ ଖଣ୍ଡ। ଅବଶିଷ୍ଟ ୮୫ଟି ଆସିବାର ଅଛି। ସାହିତ୍ୟ ଆବଶ୍ୟକ ୧୩,୭୨୦ରୁ ଆସିଛି ୧୩,୬୯୮ ଖଣ୍ଡ। ଆଉ ୨୨ ଖଣ୍ଡ ପହଞ୍ଚତ୍ବ। ସେହିପରି ଆମ ବ୍ୟାକରଣ ବହି ୧୩, ୭୨୦ ଆବଶ୍ୟକରୁ ୧୩,୩୭୨ ଖଣ୍ଡ ପହଞ୍ଚତ୍ଛି। ଅବଶିଷ୍ଟ ୩୪୮ ଖଣ୍ଡ ଆସିନାହିଁ। ସାମା ଇ-ଊର୍ଦ୍ଦୁ ବହି ୧,୧୦୧ ଖଣ୍ଡ ଆବଶ୍ୟକ ହେଉଥିବା ବେଳେ ଖଣ୍ଡେ ବି ପହଞ୍ଚତ୍ ପାରିନାହିଁ। ସରଳ ହିନ୍ଦୀ ବ୍ୟାକରଣ ୨,୯୪୩ ଆବଶ୍ୟକ ୨,୯୦୧ ଖଣ୍ଡ ପହଞ୍ଚତ୍ଛି। ଅବଶିଷ୍ଟ ୪୨ ଖଣ୍ଡ ଅଭାବ ରହିଛି। ଏ ନିଉ ଆପ୍ରୋଚ୍‌ ଟୁ ଇଂଲିଶ୍‌ ବହି ଆବଶ୍ୟକ ୧୪,୮୨୧ ସ୍ଥଳେ ଆସିଛି ୧୩,୩୧୯ ଖଣ୍ଡ। ଆଉ ୧,୫୦୨ ଖଣ୍ଡ ପହଞ୍ଚତ୍ବାରେ ବିଳମ୍ବ ହେଉଛି। ଷ୍ଟୋରିଜ୍‌ ପାଷ୍ଟ ଆଣ୍ଡ ପ୍ରେଜେଣ୍ଟ ପୁସ୍ତକ ୧୪,୮୨୧ଖଣ୍ଡରୁ ୧୦,୦୮୩ ଆସିଛି। ଅବଶିଷ୍ଟ ୪,୭୩୮ ପହଞ୍ଚତ୍ନାହିିଁ। ଅଷ୍ଟମ ଶ୍ରେଣୀ ଭାଷା ସୌରଭମ୍‌ ବହି ଆବଶ୍ୟକ ୧୧,୮୭୮ସ୍ଥଳେ୧୦,୮୭୧ ଖଣ୍ଡ ପହଞ୍ଚତ୍ଛି। ୧୦୦୭ ଖଣ୍ଡ ଆସିପାରିନାହିଁ। ବିଜ୍ଞାନ ବହି ଆବଶ୍ୟକ ୧୪,୮୨୧ସ୍ଥଳେ ଆସିଛି ୧୪,୫୮୩ ଖଣ୍ଡ। ଆଉ ୨୩୮ ଖଣ୍ଡ ପହଞ୍ଚତ୍ ପାରିନାହିଁ। ସରଳ ଗଣିତ (ବୀଜ ଗଣିତ) ବହି ୧୪,୮୨୧ ଆବଶ୍ୟକ ବେଳେ ପହଞ୍ଚତ୍ଛି ୧୩,୯୭୩ ଖଣ୍ଡ। ଅବଶିଷ୍ଟ ୮୪୮ ଖଣ୍ଡ ପହଞ୍ଚତ୍ ପାରିନାହିଁ। ସରଳ ଗଣିତ (ଜ୍ୟାମିତି) ଆବଶ୍ୟକ ୧୪,୮୨୧ ସ୍ଥଳେ ଆସିଛି ୧୪,୬୯୦ ଖଣ୍ଡ। ଆଉ ୧୩୧ ପହଞ୍ଚତ୍ ପାରିନାହିଁ। ଇତିହାସ ଓ ରାଜନୀତି ବିଜ୍ଞାନ ଆବଶ୍ୟକ ବହି ୧୪, ୮୨୧ରୁ ୧୪,୬୩୯ ଖଣ୍ଡ ପହଞ୍ଚତ୍ଛି। ଅବଶିଷ୍ଟ ୧୮୨ ଖଣ୍ଡ ଆସିନାହିଁ। ଭୂଗୋଳ ବହି ୧୪,୮୨୧ ଆବଶ୍ୟକ ଥିବାବେଳେ ଆସିଛି ୧୩, ୭୧୨ ଖଣ୍ଡ। ଆଉ ୧,୧୦୯ ଖଣ୍ଡ ପହଞ୍ଚତ୍ବାରେ ବିଳମ୍ବ ହେଉଛି। ଆସାନ ଊର୍ଦ୍ଦୁ କ୍ବାୱାଏଦ୍‌ ବହି ୧,୧୦୧ ଖଣ୍ଡ ଆବଶ୍ୟକ ଥିବା ବେଳେ ଖଣ୍ଡେ ବି ପହଞ୍ଚତ୍ ପାରିନାହିଁ। ମୋଟ ଉପରେ ଜିଲା ପାଇଁ ୪,୫୮,୯୫୯ ବହିର ଆବଶ୍ୟକ ରହିଛି। ଅବଶିଷ୍ଟ ୧୩,୫୩୨ ଖଣ୍ଡ ବହି କେବେ ପହଞ୍ଚତ୍ବ ସେନେଇ ଅନିଶ୍ଚିତତା ପ୍ରକାଶ ପାଇଛି। ଏ ସମ୍ପର୍କରେ ଜିଲା ଶିକ୍ଷା ଅଧିକାରୀ ନିରଞ୍ଜନ ବେହେରାଙ୍କୁ ପଚାରିବାରେ ରଜ ଛୁଟି ପରେ ସମସ୍ତ ବହି ପହଞ୍ଚତ୍ବା ନେଇ ଆଶା ରହିଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଧଳାବାଘ ‘ସ୍ନେହା’ ମୃତ

ଭୁବନେଶ୍ୱର,୧୯।୪: ଶୁକ୍ରବାର ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଚିକିତ୍ସିତ ହେଉଥିବାବେଳେ ଧଳାବାଘ ‘ସ୍ନେହା’ର ମୃତ୍ୟୁ ଘଟିଛି। ବୃଦ୍ଧାବସ୍ଥା ଏବଂ ଗ୍ରୀଷ୍ମ ପ୍ରବାହ କାରଣରୁ ଗତକାଲି ଅସୁସ୍ଥ ହେବା...

୨ଦିନ ପରେ ହ୍ରାସ ପାଇବ ତାପମାତ୍ରା

ଭୁବନେଶ୍ୱର,୧୯।୪: ଆଗାମୀ ୨ଦିନ ତାପମାତ୍ରାରେ କୌଣସି ପ୍ରକାର ପରିବର୍ତ୍ତନ ହେବ ନାହିଁ ବୋଲି ପାଣିପାଗ ବିଭାଗ ପକ୍ଷରୁ ଶୁକ୍ରବାର ସୂଚନା ଦିଆଯାଇଛି। ଅର୍ଥାତ ୨ ଦିନ...

ନାମାଙ୍କନପତ୍ର ଦାଖଲ କଲେ କୋରାପୁଟ କଂଗ୍ରେସ ଏମ୍‌ପି ପ୍ରାର୍ଥୀ

କୋରାପୁଟ,୧୯ା୪(ଅମିତାଭ ବେହେରା): ଶୁକ୍ରବାର ମଧ୍ୟାହ୍ନରେ କୋରାପୁଟ ଜିଲାପାଳ ଭି. କୀର୍ତ୍ତି ଭାସନଙ୍କ ନିକଟରେ କଂଗ୍ରେସର କୋରାପୁଟ ଏମ୍‌ପି ପ୍ରାର୍ଥୀ ସପ୍ତଗିରି ଶଙ୍କର ଉଲାକା ନାମାଙ୍କନପତ୍ର ଦାଖଲ...

ବାଇକ୍‌ଆରୋହୀଙ୍କଠାରୁ ଲକ୍ଷାଧିକ ଟଙ୍କା ଜବତ, ନିର୍ବାଚନ ସମୟରେ ଏତେ ଟଙ୍କା କେଉଁଠୁ ଆସିଲା ଚାଲିଛି ତନାଘନା

ଝାରବନ୍ଧ,୧୯ା୪(ଦେବେନ୍ଦ୍ର ସାହୁ): ବରଗଡ଼ ଜିଲା ଝାରବନ୍ଧ ଥାନା ପୋଲିସ ଗୁରୁବାର ରାତିରେ ଡଭାଛକଠାରେ ଚେକିଂ କରୁଥିବା ସମୟରେ ୨ ବାଇକ୍‌ଆରୋହୀଙ୍କଠାରୁ ୬ଲକ୍ଷ ୫୨ହଜାର ୮୦୦ ଟଙ୍କା...

ବିପଜ୍ଜନକ ସ୍ତରରେ ହିଟ୍‌ଓ୍ବେଭ୍‌, ଚିନ୍ତା ବଢ଼ାଇଲା ଆଇଏମଡି ରିପୋର୍ଟ

ଭୁବନେଶ୍ୱର,୧୯।୪: ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ତାତି। ସକାଳ ୮ ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ସକାଳ ସାଢ଼େ ୮ଟାରେ ୬୪% ଆର୍ଦ୍ରତା...

୨୧ରୁ ତାତିରେ ଲାଗିବ ବ୍ରେକ୍‌, ଏହି ସବୁ ଜିଲାରେ ବର୍ଷିବ

ଭୁବନେଶ୍ୱର,୧୯।୪: ତାତିରୁ ମିଳିବ ଆଶ୍ୱସ୍ତି। ୨୧ ଓ ୨୨ ତାରିଖ ବେଳକୁ ଖରାର ପ୍ରକୋପ ସାମାନ୍ୟ ହ୍ରାସ ପାଇବା ସହ ରାଜ୍ୟରେ କିଛି ସ୍ଥାନରେ ବର୍ଷା...

‘ଓଡ଼ିଶାରେ ଏତିକି ଲୋକ ସଭା ଆସନ ଜିତିବ ଭାଜପା’

ଭୁବନେଶ୍ୱର,୧୯।୪: ବିଧାନସଭା ନିର୍ବାଚନ ପାଇଁ ଭାଜପା ଦ୍ୱିତୀୟ ପର୍ଯ୍ୟାୟ ସୁଦ୍ଧା ୧୩୧ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ତେବେ ଖୁବ୍‌ଶୀଘ୍ର ଭାଜପାର ଅବଶିଷ୍ଟ ବିଧାନସଭା ପ୍ରାର୍ଥୀ...

ବିଜେଡି ଛାଡ଼ି ପାରନ୍ତି ପୂର୍ବତନ ଏମପି ପ୍ରସନ୍ନ ପାଟ୍ଟଶାଣୀ!

ଭୁବନେଶ୍ୱର,୧୯।୪: ଓଡ଼ିଶା ରାଜନୀତିରେ ଏବେ କେବଳ ଦଳ ବଦଳ ଚାଲିଛି। ଦଳରେ ଅନେକ ଦିନରୁ ଥିବା ବରିଷ୍ଠ ନେତାମାନେ ମଧ୍ୟ ଟିକେଟ ନ ମିଳିବାରୁ ଓ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri