Posted inଜାତୀୟ

ପ୍ରିୟଙ୍କାଙ୍କ ସୁରକ୍ଷାରେ ତ୍ରୁଟି

ନୂଆଦିଲ୍ଲୀ,୩ା୧୨(ପି.ଟି.): ଗାନ୍ଧୀ ପରିବାରର ସୁରକ୍ଷା ବ୍ୟବସ୍ଥାରୁ ଏସ୍‌ପିଜି ହଟାଯିବା ପରେ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ଲୋଧି ଇଷ୍ଟେଟ ବାସଭବନରେ ଗତ ସପ୍ତାହରେ ସୁରକ୍ଷାରେ ଗୁରୁତର ତ୍ରୁଟି ଦେଖାଯାଇଥିଲା। ଗତ ୨୫ ତାରିଖରେ ଜଣେ ଅଜଣା ବ୍ୟକ୍ତିଙ୍କ କାର୍‌ ତାଙ୍କ ବାସଭବନ ପରିସରକୁ ଧସେଇ ପଶିଥିଲା। କାର୍‌ରୁ ଜଣେ ଝିଅ ସମେତ ୫ ଜଣ ବାହାରି ପ୍ରିୟଙ୍କାଙ୍କ ବଗିଚାକୁ ଯାଇ ତାଙ୍କ ସହ ସେଲ୍‌ଫି ନେବାକୁ କହିଥିଲେ ବୋଲି ଏକ ସୂତ୍ରରୁ ଜଣାପଡିଛି। ସେମାନେ ସେଲ୍‌ଫି ନେବା ପାଇଁ ଉତ୍ତରପ୍ରଦେଶରୁ ଆସିଥିବା କହିଥିଲେ। କୌଣସି ଆଗନ୍ତୁକ ସାକ୍ଷାତ କରିବା ପାଇଁ ଆପଏଣ୍ଟମେଣ୍ଟ ନେଇ ନ ଥିବାରୁ ଏହି ଘଟଣାରେ ପ୍ରିୟଙ୍କା ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ସିଆର୍‌ପିଏଫ୍‌କୁ ମଧ୍ୟ ଏ ସମ୍ପର୍କରେ କିଛି ଜଣା ନ ଥିଲା। ତାଙ୍କ କାର୍ଯ୍ୟାଳୟ ଏ ସମ୍ପର୍କରେ ସିଆର୍‌ପିଏଫ୍‌ରେ ଅଭିଯୋଗ କରିଛି। ପ୍ରିୟଙ୍କାଙ୍କ ସମେତ ଗାନ୍ଧୀ ପରିବାରର ଅନ୍ୟ ସଦସ୍ୟମାନଙ୍କ ଏସ୍‌ପିଜି ସୁରକ୍ଷା ଗତମାସରେ ପ୍ରତ୍ୟାହାର କରିନିଆଯାଇ ଜେଡ୍‌ ପ୍ଲସ ସୁରକ୍ଷା ଯୋଗାଇ ଦିଆଯାଇଛି। ଏବେ ସିଆର୍‌ପିଏଫ୍‌ ଯବାନମାନେ ଗାନ୍ଧୀ ପରିବାରକୁ ସୁରକ୍ଷା ଯୋଗାଉଛନ୍ତି।


All Right Reserved By Dharitri.Com

ସ୍କୁଟିଚାଳକଙ୍କୁ ୨୩ ହଜାର ଜରିମାନା

ନୂଆଦିଲ୍ଲୀ, ୪ା୯: ସେପ୍ଟେମ୍ବର ପହିଲାରୁ ମୋଟର ଯାନ ସଂଶୋଧନ ଆଇନ ଲାଗୁହେବା ପରେ ଦିଲ୍ଲୀର ଗୁରୁଗ୍ରାମଠାରେ ଜଣେ ସ୍କୁଟି ଚାଳକଙ୍କ ଉପରେ ଟ୍ରାଫିକ ପୋଲିସ ୨୩...

କଂଗ୍ରେସ ନେତାଙ୍କୁ ଗୁଳିକରି ହତ୍ୟା

ଆଲିଗଡ଼, ୧୭ା୧୦(ପି.ଟି.): ଉତ୍ତରପ୍ରଦେଶର ଆଲିଗଡ଼ ଜିଲାରେ ଜଣେ ସ୍ଥାନୀୟ କଂଗ୍ରେସ ନେତାଙ୍କୁ ଗୁଳିକରି ହତ୍ୟା କରାଯାଇଛି। ଜମି ବିବାଦକୁ ନେଇ ଏଭଳି ଗୁଳିମାଡ଼ କରାଯାଇଥିବା ଜଣାପଡ଼ିଛି।...

ସାଇରସ ମିସ୍ତ୍ରି ପୁଣି ହେବେ ଟାଟା ଗ୍ରୁପ୍‌ କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ

ନୂଆଦିଲ୍ଲୀ,୧୮।୧୨: ନ୍ୟାଶନାଲ କମ୍ପାନୀ ଲ’ ଆପିଲେଟ ଟ୍ରିବ୍ୟୁନାଲ (ଏନ୍‌ସିଏଲ୍‌ଏଟି) ସାଇରସ ମିସ୍ତ୍ରିଙ୍କୁ ଟାଟା ସନ୍ସର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଭାବେ ପୁଣି ଅବସ୍ଥାପିତ କରାଯାଇଛି। ଏଥିସହ ବର୍ତ୍ତମାନ...

ମୁମ୍ବାଇ ମାରାଥନରେ ଭାଗନେଲେ ବଲିଉଡ୍‌ ସେଲିବ୍ରିଟି

ମୁମ୍ବାଇ,୧୯।୧: ରବିବାର ସକାଳେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ୧୭ତମ ମୁମ୍ବାଇ ମାରାଥନକୁ ପତାକା ଦେଖାଇ ଆରମ୍ଭ କରିଛନ୍ତି। ଏହି ଡ୍ରିମ୍‌ ରନ୍‌ରେ ଯୋଗ ଦେବାକୁ...

ଉଦ୍ଧବଙ୍କୁ ଭେଟିଲେ ଗେହଲଟ

ମୁମ୍ବାଇ,୬।୧: ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ସୋମବାର ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ମୁମ୍ବାଇଠାରେ ଏକ ସୌଜନ୍ୟମୂଳକ ସାକ୍ଷାତ୍‌ କରିଛନ୍ତି। ଏହାପରେ ସେ ଖବରଦାତାଙ୍କୁ କହିଛନ୍ତି...

ଅଭିଶପ୍ତ ଗାଁ: ଯେଉଁଠି ରୁହନ୍ତି ଗୋଟିଏ ସର୍‌ନେମ୍‌ର ଲୋକେ

ଗୁଜରାଟର ମୋରବି ଜିଲା ଅନ୍ତର୍ଗତ ଏକ ଗାଁକୁ ଅଭିଶପ୍ତ ଗାଁ ବୋଲି କୁହାଯାଏ। କାରଣ ଏଠାରେ ରହୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କର ଗୋଟିଏ ସରନେମ ବା ସାଜ୍ଞା।...

ଅଯୋଧ୍ୟା ମାମଲା: ଜୁଲାଇ ୩୧ ପର୍ଯ୍ୟନ୍ତ ମଧ୍ୟସ୍ଥତା; ଅଗଷ୍ଟ-୨ଠାରୁ ଶୁଣାଣି

ନୂଆଦିଲ୍ଲୀ,୧୮।୭: ଅଯୋଧ୍ୟା ମାମଲାରେ ସୁପ୍ରିମ୍‌କୋର୍ଟ ଜୁଲାଇ ୩୧ ପର୍ଯ୍ୟନ୍ତ ମଧ୍ୟସ୍ଥତା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏହାପରେ ଅଗଷ୍ଟ ୨ଠାରୁ ଓପନ କୋର୍ଟରେ ଏହାର ଶୁଣାଣି କରାଯିବ।...

କୋଲକାତା ପୋର୍ଟ ଟ୍ରଷ୍ଟର ନାଁ ବଦଳାଇଲେ ମୋଦି

କୋଲକାତା,୧୨।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର କୋଳକାତା ପୋର୍ଟ ଟ୍ରଷ୍ଟର ୧୫୦ ତମ ବାର୍ଷିକୀ ଉତ୍ସବରେ ଯୋଗଦେଇଛନ୍ତି। ଏହି ଅବସରରେ ସେ କୋଳକାତା ପୋର୍ଟ ଟ୍ରଷ୍ଟର...

Leave a comment

Your email address will not be published. Required fields are marked *