ଗାଡି ବିକ୍ରି ହ୍ରାସ ଧାରା ଜାରି

ନୂଆଦିଲ୍ଲୀ, ୩-୧୨: ନଭେମ୍ବର ମାସରେ ଘରୋଇ ବଜାରରେ କମ୍ପାନୀଙ୍କ ଯାନ ବିକ୍ରି ହ୍ରାସ ଧାରା ଜାରି ରଖିଛି। ଏହି ସମୟରେ ଟୟୋଟା କିର୍ଲୋସ୍କାର ମୋଟର୍ସ ବିକ୍ରି ୧୯% ହ୍ରାସ ଘଟି ୯୨୪୧ ୟୁନିଟ ରହିଛି। ସେହିଭଳି ହିରୋ ମୋଟୋକର୍ପର ବିକ୍ରିରେ ୧୫.୩୧% ହ୍ରାସ ଘଟି ୫.୧୬ ଲକ୍ଷ ୟୁନିଟ ରହିଛି। ଅଶୋକ ଲେଲାଣ୍ଡ ବିକ୍ରି ୨୨% କମିବା ଫଳରେ ୧୦,୧୭୫ ୟୁନିଟକୁ ଖସିଛି। ଟିଭିଏସ୍‌ ମୋଟର୍ସ ବିକ୍ରିରେ ୧୬% ଖସିବା ଫଳରେ ୨.୬୬ ଲକ୍ଷ ୟୁନିଟ, ସୁଜୁକିର ବିକ୍ରିରେ ୨୩.୨୯% ହ୍ରାସ ଘଟି ୬୯,୭୫୫ ୟୁନିଟ ରହିଛି। ସେହିଭଳି ରବିବାର ଆସିଥିବା ଡାଟା ମୁତାବକ ମାରୁତି ସୁଜୁକି ଇଣ୍ଡିଆ ବିକ୍ରି ୧.୯% କମି ୧.୫୦ ଲକ୍ଷ ୟୁନିଟ ରହିଛି। ଏହି ସମୟରେ ହ୍ୟୁଣ୍ଡାଇ ମୋଟର୍ସ ଇଣ୍ଡିଆର ବିକ୍ରି ୭% ଖସିଥିବା ଜଣାପଡିଛି। ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରାର ବିକ୍ରି ୯% ହ୍ରାସ ଘଟି ୪୧,୨୩୫ ୟୁନିଟ ରହିଛି। ସେହିଭଳି ଟାଟା ମୋଟର୍ସ ବିକ୍ରିରେ ୨୫% କମିବା ସହ ୪୧,୧୨୪ ୟୁନିଟକୁ ଖସିଛି। ବିକ୍ରି ୫୦.୩୩% ଖସିଥିବା ହୋଣ୍ଡା କାର୍‌ସ ପକ୍ଷରୁ ସୂଚନା ରହିଛି।


All Right Reserved By Dharitri.Com

ଏୟାର ଇଣ୍ଡିଆରେ ଚାକିରି ଲାଗି ଜାଲ୍‌ ବିଜ୍ଞାପନ

ନୂଆଦିଲ୍ଲୀ,୨୯-୮: ରାଷ୍ଟ୍ରାୟତ୍ତ ବିମାନ କମ୍ପାନୀ ଏୟାର ଇଣ୍ଡିଆରେ ଚାକିରି ଲାଗି ଏକ ଜାଲ୍‌ ବିଜ୍ଞାପନ ପ୍ରକାଶ ପାଇବା ନେଇ ହଇଚଇ ସୃଷ୍ଟି ହୋଇଛି। କମ୍ପାନୀରେ ମୋଟ...

ସୁଧ ହାର କମାଇଲା ଏସ୍‌ବିଆଇ

ନୂଆଦିଲ୍ଲୀ,୮।୫: ଷ୍ଟେଟ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ଏସ୍‌ବିଆଇ) ପକ୍ଷରୁ ଏହାର ବେଞ୍ଚମାର୍କ ସୁଧହାରକୁ ୧୫ ବେସିସ୍‌ ପଏଣ୍ଟ ହ୍ରାସ କରାଯାଇଛି। ଋଣ ଉପରେ ଏହି ସୁଧ...

ଡିଜିଟାଲ ବ୍ୟାଙ୍କିଙ୍ଗ୍‌ ନେଟ୍‌ଓ୍ବର୍କ ଦୃଢ କରୁଛି ବିଓଆଇ:ସିଇଓ

ଭୁବନେଶ୍ୱର,୨୭-୬(ବ୍ୟୁରୋ): ଲୋକଙ୍କ ବ୍ୟାଙ୍କିଙ୍ଗ ଚାହିଦା ଦିନକୁ ଦିନ ପରିବର୍ତ୍ତନ ହେଉଥିବା ବେଳେ ଏହାକୁ ଧ୍ୟାନରେ ରଖି ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଅଫ୍‌ ଇଣ୍ଡିଆ(ବିଓଆଇ) ଡିଜିଟାଲ ବ୍ୟାଙ୍କିଙ୍ଗ କ୍ଷେତ୍ରରେ...

୧୫ ମାସରେ କାର୍ଯ୍ୟକ୍ଷମ ହେବ ଶ୍ରୀମଲାନୀର ନୂଆ ଫୋମ୍‌ସ ୟୁନିଟ

ଭୁବନେଶ୍ୱର,୪-୧୦(ବ୍ୟୁରୋ) : ଶ୍ରୀ ମଲାନୀ ଗ୍ରୁପ ପକ୍ଷରୁ ପ୍ରସ୍ତାବିତ ଫୋମ୍‌ସ ୟୁନିଟ୍‌ ଖୋର୍ଦ୍ଧା ନିକଟସ୍ଥ ଜୟମଙ୍ଗଳଠାରେ ସ୍ଥାପନ କରାଯିବ। ଗ୍ରୁପର ପ୍ରମୁଖ ବ୍ରାଣ୍ଡ ସେଞ୍ଚୁରୀର ଏକ...

୧୦% ମହଙ୍ଗା ହୋଇପାରେ ଟିଭି

ନୂଆଦିଲ୍ଲୀ,୨୨-୨: ଆସନ୍ତା ମାସରେ ଟିଭି ୧୦% ମହଙ୍ଗା ହୋଇପାରେ। ଭାରତକୁ ଅଧିକାଂଶ ଓପନ ସେଲ୍‌ ଟିଭି ପ୍ୟାନେଲ ଚାଇନାରୁ ସପ୍ଲାଇ ହୋଇଥାଏ। ଚାଇନାରେ କରୋନା ଭାଇରସ...

ବଜେଟ ପ୍ରସ୍ତୁତି: ଅର୍ଥ ମନ୍ତ୍ରଣାଳୟ ସହ ବହିଃ ସମ୍ପର୍କ ଚ୍ଛିନ୍ନ

ନୂଆଦିଲ୍ଲୀ,୧୧-୬: ବଜେଟ ପ୍ରସ୍ତୁତି କ୍ରମରେ ସୋମବାରଠାରୁ ନର୍ଥ ବ୍ଲକ୍‌ରେ ଥିବା ଅର୍ଥ ମନ୍ତ୍ରଣାଳୟ ସହ ବାହାର ଦୁନିଆର ସମ୍ପର୍କ ଚ୍ଛିନ୍ନ ହୋଇଯାଇଛି। ଅର୍ଥାତ୍‌ ଆଜିଠାରୁ ନର୍ଥ...

ଭାରତ ଉପରେ ବିଶ୍ୱ ମାନ୍ଦାବସ୍ଥାର ପ୍ରଭାବ

ନୂଆଦିଲ୍ଲୀ,୧୦-୧୦: ମାନ୍ଦାବସ୍ଥାର ପ୍ରଭାବ ସାରା ବିଶ୍ୱର ଦେଶଗୁଡିକ ଉପରେ ଏବେ ପରିଲକ୍ଷିତ ହେଉଛି। ଏହାର ପ୍ରଭାବରେ ବିଶ୍ୱ ଅର୍ଥ ବ୍ୟବସ୍ଥାର ଅଭିବୃଦ୍ଧି ହାର ଏକ ଦଶନ୍ଧିର...

ଜିଏସ୍‌ଟି ଅଧୀନକୁ ଆସିବନି ପେଟ୍ରୋଲ,ଡିଜେଲ

ନୂଆଦିଲ୍ଲୀ,୧୮-୬: ପେଟ୍ରୋଲିୟମ ଉତ୍ପାଦକୁ ଜିଏସ୍‌ଟି ଅଧୀନକୁ ଆଣିବା ଲାଗି ତେଲ ଓ ବିମାନ କମ୍ପାନୀଙ୍କ ଦୀର୍ଘଦିନର ଦାବିକୁ କେନ୍ଦ୍ର ସରକାର ପ୍ରତ୍ୟାଖ୍ୟାନ କରିଦେଇଛନ୍ତି। ଫଳରେ ତେଲକୁ...

Leave a comment

Your email address will not be published. Required fields are marked *