Posted inଜାତୀୟ

ଜେଟ୍‌ଲୀ ହେବେନି ମନ୍ତ୍ରୀ: ମୋଦିଙ୍କୁ ଲେଖିଲେ ଚିଠି

ନୂଆଦିଲ୍ଲୀ,୨୯।୫: ନରେନ୍ଦ୍ର ମୋଦି ଗୁରୁବାର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ। ଶପଥ ଗ୍ରହଣ ଉତ୍ସବର ଗୋଟିଏ ଦିନ ପୂର୍ବରୁ ଅରୁଣ ଜେଟ୍‌ଲୀ ମୋଦି କ୍ୟାବିନେଟ୍‌ରେ ରହିବାକୁ ଅମଙ୍ଗ ହୋଇଛନ୍ତି। ସେ ଏନେଇ ମୋଦିଙ୍କ ପାଖକୁ ଚିଠି ଲେଖିଛନ୍ତି। ତାଙ୍କର ଖରାପ ସ୍ବାସ୍ଥ୍ୟ କାରଣରୁ ସେ ମନ୍ତ୍ରିମଣ୍ଡଳରେ ସାମିଲ ହେବେ ନାହିଁ ବୋଲି ଚିଠିରେ ଦର୍ଶାଇଛନ୍ତି। ସେ ଲେଖିଛନ୍ତି ଗତ ୫ ବର୍ଷରେ ଅର୍ଥମନ୍ତ୍ରୀ ଭାବେ କାର୍ଯ୍ୟ କରିଛି। ଏହା ପୂର୍ବରୁ ଏନଡିଏରେ ମଧ୍ୟ କାମ କରିଛି। ସେହିପରି ବିପକ୍ଷ ଦଳ ନେତା ଭାବେ ମଧ୍ୟ କାର୍ଯ୍ୟ କରିଛି। ମାତ୍ର ଏବେ ସ୍ବାସ୍ଥ୍ୟ ଖରାପ ଥିବାରୁ ମୁଁ ଏସବୁଠାରୁ ଦୂରେଇବାକୁ ଚାହୁଁଛି। ଗତ ୧୮ ମାସ ଧରି ସେ ସ୍ବାସ୍ଥ୍ୟଗତ ସମସ୍ୟା ନେଇ ଚିକିତ୍ସିତ ହେଉଥିବା ଉଲ୍ଳେଖ କରିଛନ୍ତି। ତାଙ୍କୁ ବିଶ୍ରାମ ତଥା ଚିକିତ୍ସା ପାଇଁ ସମୟ ଆବଶ୍ୟକ ବୋଲି ଜେଟ୍‌ଲୀ ସୂଚିତ କରିଛନ୍ତି।


All Right Reserved By

ଦିଲ୍ଲୀ ଗୁରୁଦ୍ୱାରରେ ପ୍ରସାଦ ବଦଳରେ ବଣ୍ଟାଯିବ ଚାରା

ନୂଆଦିଲ୍ଲୀ, ୧୩।୮:ଦିଲ୍ଲୀରେ ଥିବା ଗୁରୁଦ୍ୱାରରେ ଭକ୍ତଙ୍କୁ ପ୍ରସାଦ ବଦଳରେ ଚାରା ବଣ୍ଟାଯିବ। ଗୁରୁଦ୍ୱାରା କମିଟି ପକ୍ଷରୁ ସ୍କୁଲ ଏବଂ କଲେଜ୍‌ ଛାତ୍ରୀଛାତ୍ରଙ୍କୁ ଚାରା ପ୍ରଦାନ କରାଯିବାର...

ଯୁବକଙ୍କ ପେଟରୁ ନେଲ୍‌କଟର, ଚିଲମ ସମେତ ୫୦ ପ୍ରକାରର ଜିନିଷ ବାହାର କଲେ ଡାକ୍ତର

ଉଦୟପୁର,୧୭।୬: ରାଜସ୍ଥାନରୁ ଏକ ଆଶ୍ଚର୍ଯ୍ୟଜନିତ ଘଟଣା ଦେଖିବାକୁ ମିଳିିଛି। ଶନିବାର ଉଦୟପୁର ହସ୍ପିଟାଲରେ ଡାକ୍ତର ଜଣେ ୨୪ ବର୍ଷୀୟ ଯୁବକ ଗଜେନ୍ଦ୍ରଙ୍କ ଅପରେଶନ୍‌ କରିଥିଲେ। ଅପରେଶନ୍‌...

ମିଡ ଡେ ମିଲରେ ଛାତ୍ରୀଛାତ୍ରଙ୍କୁ ଦିଆଯାଉଛି ଶୁଖିଲା ରୁଟି, ଲୁଣ

ମିର୍ଜାପୁର,୨୩।୮: କେନ୍ଦ୍ର ସରକାର ଛାତ୍ରୀଛାତ୍ରଙ୍କ ପାଇଁ ବିଭିନ୍ନ ଯୋଜନାମାନ କରୁଛନ୍ତି। ହେଲେ ଯୋଜନା ସବୁ ବାଟ ହୁଡୁଛି। ଏହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଉତ୍ତରପ୍ରଦେଶ...

ସୁରକ୍ଷା କର୍ମୀ ମାଓବାଦୀ ମୁହାଁମୁହିଁ: ଲକ୍ଷେ ଟଙ୍କା ପୁରସ୍କାର ଘୋଷିତ ଥିବା ମାଓବାଦୀ ନିହତ

ରାୟପୁର,୨୩।୭: ଛତିଶଗଡ଼ ସୁକମାର ବିରାଭଟ୍ଟି ଜଙ୍ଗଲରୁ ଡିଆରଜି ଯବାନ ଜଣେ ମାଓବାଦୀଙ୍କ ମୃତଦେହ ଜବତ କରିଛନ୍ତି। ସେଠାରେ ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ...

ଜେଟଲୀଙ୍କ ପାଇଁ ଶ୍ରଦ୍ଧାଞ୍ଜଳି ସଭାର ଆୟୋଜନ କରିବ ଭାଜପା

ନୂଆଦିଲ୍ଲୀ,୯।୯: ଭାଜପା ପକ୍ଷରୁ ମଙ୍ଗଳବାର ଅରୁଣ ଜେଟଲୀଙ୍କ ଉଦ୍ଦେଶ୍ୟରେ ଏକ ଶ୍ରଦ୍ଧାଞ୍ଜଳି ସଭାର ଆୟୋଜନ କରାଯିବ। ଜବାହରଲାଲ ନେହେରୁ ଷ୍ଟାଡିୟମର ଓ୍ବେଟ୍‌ ଲିଫଟିଙ୍ଗ ହଲ୍‌ରେ ଏହାର...

ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ: ୪ ବ୍ୟବସାୟୀଙ୍କ ଘରେ ଏନ୍‌ଆଇଏ ଚଢ଼ାଉ

ଶ୍ରୀନଗର,୨୮।୭: ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ ଅଭିଯୋଗରେ ଜମ୍ମୁ-କଶ୍ମୀରର ରବିବାର ୪ ବ୍ୟବସାୟୀଙ୍କ ଘରେ ଚଢ଼ାଉ କରାଯାଇଛି। ଏନ୍‌ଆଇଏ ପକ୍ଷରୁ ଉତ୍ତର କଶ୍ମୀରର ବାରମୁଳା ଜିଲାରେ ଏହି...

ସୂଚନା ଅଧିକାର କର୍ମୀଙ୍କୁ ହତ୍ୟା ମାମଲା: ଭାଜପାର ପୂର୍ବତନ ଏମ୍‌ପିଙ୍କ ସମେତ ୭ ଦୋଷୀ

ଅହମଦାବାଦ,୭ା୭(ପି.ଟି.): ୨୦୧୦ରେ ସୂଚନା ଅଧିକାର କର୍ମୀ ଅମିତ ଜେଠଓ୍ବାଙ୍କୁ ଗୁଳିକରି ହତ୍ୟା କରାଯିବା ଘଟଣାରେ ସ୍ବତନ୍ତ୍ର ସିବିଆଇ କୋର୍ଟ ଶନିବାର ଭାଜପାର ପୂର୍ବତନ ଏମ୍‌ପି ଦିନୁ...

ସଂସ୍କୃତ ସ୍କୁଲରେ ଗାୟତ୍ରୀ ମନ୍ତ୍ରୋଚ୍ଚାରଣ ଶିଖୁଛନ୍ତି ମୁସଲମାନ୍‌ ଛାତ୍ରୀଛାତ୍ର

ଜୟପୁର,୧୫।୭: ଶିକ୍ଷାର କୌଣସି ଧର୍ମ ନାହିଁ। ଏହା ଅଜ୍ଞାନ ରୂପକ ଅନ୍ଧକାର ଦୂର କରି ଜ୍ଞାନର ଜ୍ୟୋତି ଜଳାଇଥାଏ। ଏହାର ଉଦାହରଣ ପାଲଟିଛି ରାଜସ୍ଥାନ ଜୟପୁରରେ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *