ଶିକାରକୁ ଯିବା ହେଲା କାଳ: ଗୁଳି ମାଡ଼ରେ ଶିକାରୀ ମୃତ, ବାପାଙ୍କ ସମେତ ୩ ଅଟକ

ଦାରିଙ୍ଗବାଡ଼ି,୨।୧୨(ଡି.ଏନ.ଏ)-କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଅଞ୍ଚଳରେ ଜଙ୍ଗଲକୁ ଶିକାର ପାଇଁ ଯିବା ଜଣେ ଯୁବକଙ୍କ ପାଇଁ କାଳ ହୋଇଛି। ଗୁଳିମାଡ଼ରେ ସହଯୋଗୀମାନଙ୍କ ସହ ଯାଇଥିବା ଶିକାରୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବି. ଡକେବାଡ଼ି ଗ୍ରାମର କ୍ରିଷ୍ଣା ନାୟକ (୨୮)। କ୍ରିଷ୍ଣାଙ୍କ ଗୁଳିବିଦ୍ଧ ମୃତଦେହକୁ ଦାରିଙ୍ଗବାଡ଼ି ପୋଲିସ ସୋମବାର ଜବତ କରି ବ୍ୟବଚ୍ଛେଦ କରାଇଛି ା ଏହି ଘଟଣାରେ ପୋଲିସ କ୍ରିଷ୍ଣାଙ୍କ ବାପାଙ୍କ ସମେତ ୩ ଜଣଙ୍କୁ ଅଟକ ରଖିଛି। ଶିକାରରେ ବ୍ୟବହୃତ ଏକ ଦେଶୀ ବନ୍ଧୁକ ଜବତ କରାଯାଇଛି। ଏ ନେଇ ନଂ.୧୧/୧୯ରେ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ତଦନ୍ତ ଚାଲିଥିବା ଆଇଆଇସି କୌଶିକ ମାଝି କହିଛନ୍ତି।
ଶନିବାର ବି. ଡକେବାଡ଼ିର କ୍ରିଷ୍ଣା, ତାଙ୍କ ବାପା ଗୌତମ ଓ ଅନ୍ୟ ୨ ଜଣ ଜଙ୍ଗଲକୁ ବନ୍ଧୁକ ଓ ଅନ୍ୟାନ୍ୟ ମାରଣାସ୍ତ୍ର ଧରି ଶିକାର କରିବାକୁ ଯାଇଥିଲେ। ସେମାନେ ଜଙ୍ଗଲରେ ରୋଷଇ କରି ଖାଇବା ସହ ସେଠାରେ ରାତି ବିତାଇଥିଲେ। ରବିବାର ବାପ, ପୁଅ ବନ୍ଧୁକ ନେଇ ଶିକାର ଉଦ୍ଦେଶ୍ୟରେ ଅଲଗା ଅଲଗା ଯାଇଥିଲେ। ଅନ୍ୟ ୨ ଜଣ ରୋଷେଇ ସ୍ଥାନରେ ଥିଲେ। ଅପରାହ୍ନ ପ୍ରାୟ ସାଢ଼େ ୩ଟାରେ ଗୁଳି ଶବ୍ଦ ଶୁଣାଯାଇଥିଲା। କୌଣସି ବନ୍ୟଜନ୍ତୁ ଶିକାର ହୋଇଥିବା ଭାବି ପୁଅ ପାଖକୁ ଦୌଡ଼ିଯାଇ ଦେଖିବା ବେଳକୁ ସେ ଗୁଳିବିଦ୍ଧ ହୋଇ ଛଟପଟ ହେଉଥିଲେ ବୋଲି ଗୌତମ ପୋଲିସକୁ କହିଛନ୍ତି। ଅପରାହ୍ନରେ ମୃତଦେହ ଧରି ସମସ୍ତେ ଗାଁକୁ ଫେରିଥିଲେ। ସୋମବାର ସକାଳେ ଏ ନେଇ ପରିବାର ପକ୍ଷରୁ ଥାନାରେ ଅଭିଯୋଗ କରାଯାଇଥିଲା। ଘଟଣାର ତଦନ୍ତ ଚାଲିଛି, ଆବଶ୍ୟକ ପଡ଼ିଲେ ଅପମୃତ୍ୟୁ ମାମଲା ପରିବର୍ତ୍ତନ ହେବ ବୋଲି ଆଇଆଇସି କହିଛନ୍ତି।


All Right Reserved By Dharitri.Com

ନାଥୁରାମଙ୍କୁ ନେଇ ପୁଣି କଂଗ୍ରେସ-ଭାଜପା ମୁହାଁମୁହିଁ

ଭୁବନେଶ୍ୱର, ୩୧।୭(ବ୍ୟୁରୋ): ସୋମବାର ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀକୁ ନେଇ ଉଭୟ କଂଗ୍ରେସ ଏବଂ ଭାଜପା ମୁହାଁମୁହିଁ ହୋଇଥିଲେ। କଂଗ୍ରେସ ବିଧାୟକ ଦଳ ନେତା ନରସିଂହ...

ଠାକୁରାଣୀ ଯାତ୍ରା ଲାଗି ପୁରୁଷୋତ୍ତମପୁର ଉତ୍ସବମୁଖର

ପୁରୁଷୋତ୍ତମପୁର,୨୮।୫(ଡି.ଏନ୍‌.ଏ.)- ପୁରୁଷୋତ୍ତମପୁରରେ ଚାଲିଥିବା ପଞ୍ଚ ଠାକୁରାଣୀଙ୍କ ଦ୍ୱିବାର୍ଷିକ ଯାତ୍ରା ମଙ୍ଗଳବାର ୧୬ଦିନରେ ପହଞ୍ଚତ୍ଛି। ପ୍ରତ୍ୟେକଦିନ ସନ୍ଧ୍ୟାରେ ମା’ ପଞ୍ଚ ଠାକୁରାଣୀ (କନକା, କାଳୁଆ, ତାରା ତାରିଣୀ,...

କୁନି ପ୍ରଧାନ ହତ୍ୟା ମାମଲା: ନାତି ବଳରାମଙ୍କୁ ଆଜୀବନ ଜେଲ୍‌ ଦଣ୍ଡ

ଜଗତ୍‌ସିଂହପୁର ଅଫିସ,୨୧।୯: ଜଗତ୍‌ସିଂହପୁର ଜିଲା ବାଲିକୁଦା ଥାନା ଅନ୍ତର୍ଗତ ପ୍ରସନ୍ନପୁରର କୁନି ପ୍ରଧାନ(୮୩)ଙ୍କୁ ୨୦୧୪ ମସିହାରେ ତାଙ୍କ ନାତି ବଳରାମ ସ୍ବାଇଁ ହତ୍ୟା କରିଥିବା ଅଭିଯୋଗ...

ସିଦ୍ଧିଦାତା ବେଶରେ ଦର୍ଶନ ଦେଲେ ମା’ ଅମ୍ବିକା

ବାରିପଦା ଅଫିସ,୮ା୧୦- ବାରିପଦାର ଇଷ୍ଟଦେବୀ ମା’ ଅମ୍ବିକାଙ୍କ ପୀଠରେ ପାର୍ବଣ ଉପଲକ୍ଷେ ସ୍ବତନ୍ତ୍ର ପୂଜାର୍ଚ୍ଚନା କରାଯାଉଛି। ସୋମବାର ମା’ ସିଦ୍ଧିଦାତା ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେଇଥିଲେ।...

ଧାନ ଫସଲରେ ପୋକ, ଚାଷୀ ଆତଙ୍କିତ

ଢେଙ୍କାନାଳ ଅଫିସ, ୬।୧୦ – ଢେଙ୍କାନାଳ ସଦର ବ୍ଲକ ବେଲଟିକିରି ଗ୍ରାମରେ ଧାନ ଫସଲରେ ପୋକ ଆତଙ୍କ ଦେଖାଦେଇଛି। ଏହାକୁ ନେଇ ଚାଷୀମାନେ ଆତଙ୍କିତ ହୋଇପଡ଼ିଛନ୍ତି।...

ମୁଖ୍ୟ ଶାସନ ସଚିବ, ୫-ଟି ସଚିବଙ୍କ ବୌଦ୍ଧ ଗସ୍ତ: ଆହାର କେନ୍ଦ୍ରରେ ଖାଦ୍ୟର ମାନ ପରଖିବାକୁ ଯାଇ ଖାଇଥିଲେ ଖାଦ୍ୟ

ବୌଦ୍ଧ,୧୧।୧୦(ସ୍ବ.ପ୍ର.): ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ ଓ ୫-ଟି ସଚିବ ଭି.କେ. ପାଣ୍ଡିଆନ ଶୁକ୍ରବାର ବୌଦ୍ଧ ଜିଲା ଗସ୍ତକରି ବିଭିନ୍ନ କାର୍ଯ୍ୟାଳୟ ପରିଦର୍ଶନ...

ଅନୁଗୋଳ ଜିଲା ତ୍ରୟୋଦଶ ଯୋଜନା କମିଟି ବୈଠକ ଆରମ୍ଭ

ଅନୁଗୋଳ ଅଫିସ,୪।୧୨: ଅନୁଗୋଳ ଜିଲା ତ୍ରୟୋଦଶ ଯୋଜନା କମିଟି ବୈଠକ ଜିଲାପରିଷଦ ସମ୍ମିଳନୀ କକ୍ଷରେ ବୁଧବାର ମଧ୍ୟାହ୍ନରେ ଆରମ୍ଭ ହୋଇଛି। ଜିଲାପାଳ ମନୋଜ କୁମାର ମହାନ୍ତିଙ୍କ...

ଚୋରାଚାଲାଣ କରୁଥିବା ଗାଡ଼ି ରେଜିଷ୍ଟ୍ରେଶନ ରଦ୍ଦ ହେବ

ଛତ୍ରପୁର,୧୨ା୬(ଡି.ଏନ.ଏ)- ଗଞ୍ଜାମ ଜିଲା ରାଜସ୍ବ ସମୀକ୍ଷା ବୈଠକ ମଙ୍ଗଳବାର ଛତ୍ରପୁରସ୍ଥିତ ଜିଲାପାଳଙ୍କ ସମ୍ମିଳନୀ ଗୃହରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଅଧ୍ୟକ୍ଷତା...

Leave a comment

Your email address will not be published. Required fields are marked *