ଜମିପଟ୍ଟା ପାଇଁ ଶତାଧିକ ଲୋକ ଜିଲାପାଳଙ୍କ ଦ୍ୱାରସ୍ଥ

ଭଦ୍ରକ ଅଫିସ,୨।୧୨- ସ୍ଥାୟୀ ଜମିପଟ୍ଟା, ବିଦ୍ୟୁତ୍‌ ସଂଯୋଗ ଓ ଗମନାଗମନ ପରି ବିଭିନ୍ନ ମୌଳିକ ସମସ୍ୟାର ସମାଧାନ ପାଇଁ ସୋମବାର ଶତାଧିକ ଭୂମିହୀନ ଲୋକ ଜିଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଏ ନେଇ ସେମାନେ ଜିଲାପାଳଙ୍କ ଉଦ୍ଦେଶ୍ୟରେ ଭାରପ୍ରାପ୍ତ ଜିଲାପାଳ ଶ୍ୟାମଭକ୍ତ ମିଶ୍ରଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ସେମାନେ ସ୍ମାରକପତ୍ରରେ ଦର୍ଶାଇଛନ୍ତି, ଭଦ୍ରକ ପୌରପାଳିକା ଅଧୀନ ୧୦ ନମ୍ବର ୱାର୍ଡ ଜଗନ୍ନାଥପୁର ଗ୍ରାମର ସାଳନ୍ଦୀ ନଦୀବନ୍ଧ କୂଳରେ ୪୦ରୁ ଊର୍ଦ୍ଧ୍ୱ ଆଦିବାସୀ ପରିବାର ୩ ପୁରୁଷ ଧରି ରହିଆସୁଛନ୍ତି। ଦୀର୍ଘବର୍ଷ ଧରି ଏ ସମସ୍ତ ପରିବାର ଲୋକ ଏହି ସ୍ଥାନରେ ବସବାସ କରୁଥିଲେ ମଧ୍ୟ ସେମାନଙ୍କୁ ଜମିପଟ୍ଟା ପ୍ରଦାନ କରାଯାଇ ନାହିଁ। ଫଳରେ ସେମାନଙ୍କ ପିଲାମାନେ ସରକାରଙ୍କ ଷ୍ଟାଇପେଣ୍ଡ ଯୋଜନା ଓ ଅନ୍ୟାନ୍ୟ ଯୋଜନାରୁ ବଞ୍ଚିତ ହେଉଛନ୍ତି। ଅପରପକ୍ଷେ ସେମାନଙ୍କୁ ମାଗଣା ବିଦ୍ୟୁତ୍‌ ସେବା ଓ ଅନ୍ୟ ଯୋଜନାରେ ସାମିଲ କରାଯାଇ ନାହିଁ। ସହରାଞ୍ଚଳରେ ଥିବା ଭୂମିହୀନମାନଙ୍କୁ ତୁରନ୍ତ ପଟ୍ଟା ଯୋଗାଇ ଦିଆଯାଉ ବୋଲି ସେମାନେ ଦାବି କରିଛନ୍ତି।


All Right Reserved By Dharitri.Com

ଲକ୍‌ଡାଉନ୍‌ ସମୟରେ ବଢ଼ୁଛି କଳାବଜାରୀ: ନିର୍ଦ୍ଧାରିତ ଦରଠାରୁ ଅଧିକା ନେଲେ କାର୍ଯ୍ୟାନୁଷ୍ଠାନ, ଅଭିଯୋଗ କରିପାରିବେ ଖାଉଟୀ

ଖୋର୍ଦ୍ଧା ଅଫିସ,୭ା୪ : ଲକ୍‌ଡାଉନ୍‌ ସମୟରେ କେତେ ଜଣ କଳାବଜାରୀ ଖୁଚୁରା ବଜାରରେ ଅତ୍ୟାବଶ୍ୟକୀୟ ସାମଗ୍ରୀ କଳାବଜାର କରୁଥିବା ନେଇ ବିଭିନ୍ନ ଗଣମାଧ୍ୟମ ଖବର ପରିବେଷଣ...

ଚିନ୍ତା ବଢ଼ାଉଛି ପଡୋଶୀ ଗଞ୍ଜାମ ଜିଲା:  କନ୍ଧମାଳର ସମସ୍ତ ପ୍ରବେଶ ପଥରେ ଯାଞ୍ଚ କଡାକଡି

ଫୁଲବାଣୀ ଅଫିସ, ୧୦ା୫- କରୋନା ସଂକ୍ରମଣରେ ଗଞ୍ଜାମ ଜିଲା ରେକର୍ଡ ଭାଙ୍ଗିଛି। ସୁରଟରେ ଥିବା ପ୍ରବାସୀ ଓଡିଆ ଫେରିବା ପରେ ସେମାନଙ୍କ ମଧ୍ୟରୁ ୮୯ଜଣ ସଂକ୍ରମିତ...

କର୍ତ୍ତବ୍ୟ ଆଗରେ ହାର ମାନିଛି କର୍କଟ ରୋଗ

ଦିଗପହଣ୍ଡି,୧୫ା୪(ଡି.ଏନ.ଏ.)- ସମଗ୍ର ବିଶ୍ୱ ଏବେ ରୋନା ମହାମାରୀ ସହ ଲଢୁଛି। ଏଭଳି ପରିସ୍ଥିତିରେ ଡାକ୍ତର, ପୋଲିସ ଓ ପ୍ରଶାସନିକ ଅଧିକାରୀଙ୍କ କର୍ତ୍ତବ୍ୟ ବଢିଯାଇଛି। ଏମାନେ ଏବେ...

ଅଙ୍ଗଦାନ କରିବେ ୭୦ କିନ୍ନର

ଭଦ୍ରକ ଅଫିସ, ୨୧।୧୨- ମୃତ୍ୟୁ ପରେ ସେମାନଙ୍କ ଅଙ୍ଗ ସମାଜର ଯେକୌଣସି ବର୍ଗର ଲୋକଙ୍କ ପାଇଁ ଦାନ କରିବେ। ଭଦ୍ରକ ଚରମ୍ପାସ୍ଥିତ ହୋଟେଲ ମୁନ୍‌ଲାଇଟ ପରିସରରେ...

ମଧୁସୂଦନପୁର ଗ୍ରାମରେ ଭୟାବହ ଅଗ୍ନିକାଣ୍ଡ: ୪ ବଖରା ସହିତ ଜଳିଗଲେ ୪ ଗୋରୁ

ବିିଞ୍ଝାରପୁର,୨୮।୯(ଡି.ଏନ.ଏ): ବିଞ୍ଝାରପୁର ଥାନା ମଧୁସୂଦନପୁର ଗ୍ରାମର ରଥସାହିଠାରେ ଗୁରୁବାର ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡର କାରଣ ଜଣାପଡି ନ ଥିବାବେଳେ ଏଥିରେ ଦୁଇ...

ଅଧୁରା ରହିଲା ଘରବାହୁଡ଼ା : ଟ୍ରେନ୍‌ରେ ପ୍ରବାସୀ ଓଡ଼ିଆଙ୍କ ମୃତ୍ୟୁ

ଆସିକା,୨୬ା୫(ଡି.ଏନ.ଏ.)- ସୁରଟରୁ ସ୍ବତନ୍ତ୍ର ଶ୍ରମିକ ଟ୍ରେନରେ ଫେରୁଥିବା ଜଣେ ପ୍ରବାସୀ ଓଡ଼ିଆଙ୍କ ରବିବାର ସନ୍ଧ୍ୟାରେ ରାସ୍ତାରେ ମୃତ୍ୟୁ ଘଟିଛି। ସେ ହେଲେ ଗଞ୍ଜାମ ଜିଲା ଆସିକା...

ଯୁଗ୍ମ ଶ୍ରମ କମିଶନର କାର୍ଯ୍ୟାଳୟ ଅଚଳ: ବର୍ଷେ ହେଲା ଡିଏଲଓ ପଦବୀ ଖାଲି,କାର୍ଯ୍ୟକାରୀ ହେଉନି ଶ୍ରମିକ ଆଇନ

ଯାଜପୁର ଅଫିସ,୨୮ା୨: ଯାଜପୁର ଯୁଗ୍ମ ଶ୍ରମ କମିଶନର କାର୍ଯ୍ୟାଳୟରେ ଅଚଳାବସ୍ଥା ଜାରି ରହିଛି। ଏନେଇ ବିଭିନ୍ନ ସଂଗଠନ ପକ୍ଷରୁ ଆନ୍ଦୋଳନ, ପ୍ରତିବାଦ ସଭା ଆଦି ହେଉଥିଲେ...

ଜମି ଚିହ୍ନଟ ଦାବିରେ ଭୂମିହୀନଙ୍କ ଧାରଣା

ବନ୍ତ, ୨୭।୫ (ଡି.ଏନ.ଏ.) – ଭଦ୍ରକ ଜିଲା ବନ୍ତ ତହସିଲ ଅଧୀନ ଷେଣ୍ଢତୀରା ପଞ୍ଚାୟତ ବରପଦା ଗ୍ରାମରେ ବସୁନ୍ଧରା ଯୋଜନାରେ ହିତାଧିକାରୀଙ୍କୁ ପଟ୍ଟା ମିଳିଛି। ହେଲେ...

Leave a comment

Your email address will not be published. Required fields are marked *