Posted inUncategorized

ଥଇଥାନ୍‌ ଦାବିରେ ବ୍ୟବସାୟୀ ଅଟଳ: ଫେରିଲା ଉଚ୍ଛେଦକାରୀ ଟିମ୍‌

କଟକରୋଡ଼,୨।୧୨(ଡି.ଏନ୍‌.ଏ.): ଥଇଥାନ ଦାବିରେ ବ୍ୟବସାୟୀ ଅଟଳ, ଉଚ୍ଛେଦକାରୀ ଟିମ୍‌କୁ ଲୋକଙ୍କ ବିରୋଧ ପରେ ଅଧିକାରୀମାନଙ୍କୁ ଫେରିବାକୁ ପଡ଼ିଛି। ସୋମବାର ଏଭଳି ଏକ ଘଟଣା ଘଟିଛି ଲକ୍ଷ୍ମୀସାଗର ଅଞ୍ଚଳରେ।
ସୂଚନାନୁଯାୟୀ, ଲକ୍ଷ୍ମୀସାଗର ହାଇସ୍କୁଲ ପାର୍ଶ୍ୱରେ ଦୀର୍ଘ ବର୍ଷ ଧରି ୨୦ରୁ ଊର୍ଦ୍ଧ୍ୱ ବ୍ୟବସାୟୀ ଦୋକାନ କରି ପରିବାର ପୋଷୁଛନ୍ତି। ସୋମବାର ପୂର୍ବାହ୍ନରେ ଦୋକାନ ଉଚ୍ଛେଦ ଲାଗି ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି)ଓ ଭୁବନେଶ୍ୱରର ଉନ୍ନୟନ କର୍ତ୍ତୃପକ୍ଷ(ବିଡିଏ)ର ଏକ ଟିମ୍‌ ସହ କମିଶନରେଟ୍‌ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଥିଲେ। ତେବେ ଉଚ୍ଛେଦକାରୀ ଟିମ୍‌କୁ ଦେଖିବା ପରେ ଉତ୍ତେଜନା ଦେଖାଯାଇଥିଲା। ପ୍ରଥମେ ଥଇଥାନ୍‌ ପରେ ଉଚ୍ଛେଦ ଦାବିରେ ବହୁସଂଖ୍ୟାରେ ବ୍ୟବସାୟୀ ଓ ଅଞ୍ଚଳବାସୀ ଲକ୍ଷ୍ମୀସାଗର ସ୍କୁଲନିକଟରେ ରାସ୍ତା ଅବରୋଧ କରିଥିଲେ। ୨୦୧୬ ମସିହାରେ ବିଏମ୍‌ସି ପକ୍ଷରୁ ବ୍ୟବସାୟୀଙ୍କୁ ଭେଣ୍ଡିଂଜୋନ୍‌ ମାଧ୍ୟମରେ ଥଇଥାନ କରାଯିବା ପାଇଁ ସର୍ଭେ ହୋଇଥିଲେ ମଧ୍ୟ ତାହା ଏଯାବତ୍‌ ଯୋଗାଇ ଦିଆଯାଇ ନାହିଁ । ଫଳରେ ଦୋକାନ ଭାଙ୍ଗିବାକୁ ଦିଆଯିବ ନାହିଁ ବୋଲି ବ୍ୟବସାୟୀ ଅଡ଼ି ବସିଥିଲେ। ପୋଲିସ ବୁଝାସୁଝା କରିବା ଫଳରେ ବ୍ୟବସୟୀଙ୍କ ପକ୍ଷରୁ ବିଏମ୍‌ସିକୁ ୧୫ ଦିନ ସମୟ ମଗାଯାଇ ଥିଲ। ପରେ ରାସ୍ତା ଅବରୋଧ ହଟିବା ସହ (ବିଡିଏ/ ବିଏମ୍‌ସି) ଘଟଣାସ୍ଥଳରୁ ଫେରିଥିଲେ।


All Right Reserved By Dharitri.Com

Posted inUncategorized View All

ଢିଙ୍କିଆରେ ପଞ୍ଚାୟତ ନିର୍ବାଚନୀ ହିଂସା, ଜଣେ ଗୁରୁତର

କୁଜଙ୍ଗ,୨ା୭(ସ୍ବ.ପ୍ର.): ତ୍ରିଲୋଚନପୁର ଥାନା ଅଧୀନ ଢିଙ୍କିଆ ପଞ୍ଚାୟତରେ ସୋମବାର ସନ୍ଧ୍ୟାରେ ନିର୍ବାଚନୀ ହିଂସା ଘଟିଛି। ଗଣ୍ଡଗୋଳ ଘଟି ଜଣେ ଗୁରୁତର ହୋଇ ପ୍ରଥମେ ଅଠରବାଙ୍କୀ ଓ...

ବୈଠକରେ ସୀମିତ ସଡ଼କ ସୁରକ୍ଷା: ରାଜପଥ କଡ଼ ପାଲଟିଛି ପାର୍କିଂସ୍ଥଳୀ

ନୟାଗଡ଼ ଅଫିସ,୧୨।୯: ନୟାଗଡ଼ ସହରରେ ସଡ଼କ ସୁରକ୍ଷା ଯୋଜନା ପ୍ରହସନ ପାଲଟିଛି। ସହର ମଧ୍ୟ ଦେଇ ଜାତୀୟ ରାଜପଥ-୫୭ ଓ ରାଜ୍ୟ ରାଜପଥ-୨୧ ଯାଇଥିବା ବେଳେ...

ନିଆରା ବ୍ୟକ୍ତିତ୍ୱ ପଦ୍ମଲୋଚନ: କଳା, ସଂସ୍କୃତିର ପ୍ରଚାରକରୁ ସେବକ

ସିମୁଳିଆ, ୨୦ା୪(ସନ୍ତୋଷ କୁମାର ନାୟକ)-ଦାସକାଠିଆ ବଜାଇ ଲୋକଙ୍କ ମନୋରଞ୍ଜନ କରୁଥିବା ପଦ୍ମଲୋଚନ ଏଯାଏ ଏହି କଳାକୁ ବଞ୍ଚାଇ ରଖିବା ପାଇଁ ଉଦ୍ୟମ ଚଳାଇଛନ୍ତି। ଜରି ଲଗା...

ବିଦ୍ୟୁତ୍‌ ମରାମତିବେଳେ ଠିକା ମିସ୍ତ୍ରି ଜଳିଯିବା ଘଟଣା : -ମାରିଦେବା ପରେ ପୋଲିସ ଲଗାଇ ଚାପି ଦେବାକୁ ଉଦ୍ୟମ

ଭୁବନେଶ୍ୱର, ୧୭ା୫(ବ୍ୟୁରୋ)- ରାଜଧାନୀକୁ ଶୀଘ୍ର ବିଦ୍ୟୁତ୍‌ ଯୋଗାଇବା ପାଇଁ ଭୋକଶୋଷ ଭୁଲି ମରାମତିରେ ଲାଗି ପଡିଥିଲେ ବହୁ ଠିକା ମିସ୍ତ୍ରି ଓ ଶ୍ରମିକ। ବାତ୍ୟାବିପନ୍ନଙ୍କ ପାଇଁ...

ମିଗ୍‌- ୨୯କେ ଯୁଦ୍ଧ ବିମାନ ଦୁର୍ଘଟଣା ଗ୍ରସ୍ତ

ପଣଜି,୧୬।୧୧: ଗୋଆରେ ପ୍ରଶିକ୍ଷଣ ରତ ମିଗ୍‌- ୨୯କେ ଯୁଦ୍ଧ ବିମାନ ଶନିବାର ସକାଳେ ଦୁର୍ଘଟଣା ଗ୍ରସ୍ତ ହାଇଛି। ପ୍ରଶିକ୍ଷଣ ପାଇଁ ଉଡାଣ ଆରମ୍ଭ କରିବା ସମୟରେ...

ବେଆଇନ ନିଯୁକ୍ତି ଘଟଣା: ଲ୍ୟାମ୍ପ୍ସ ସଭାପତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ

କେନ୍ଦୁଝର,୧୧।୧(ସ୍ବ.ପ୍ର.) : ଓଡ଼ିଶା ସମବାୟ ସମିତିର ନୀତିନିୟମକୁ ବେଖାତିର କରି ବେଆଇନ ଭାବେ ପରିଚାଳନା ନିର୍ଦ୍ଦେଶକ ପଦବୀରେ ଜଣଙ୍କୁ ନିଯୁକ୍ତି ଦେବା ଓ ଏନେଇ ବାରମ୍ବାର...

ଫ୍ୟାନରେ ଝୁଲି ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣା: କଲେଜ କର୍ତ୍ତୃପକ୍ଷଙ୍କୁ ଦାୟୀ କଲେ ପରିବାର ଲୋକେ

ଭୁବନେଶ୍ୱର, ୪ା୧(ବ୍ୟୁରୋ): ଇନ୍‌ଫୋସିଟି ଥାନା ଅନ୍ତର୍ଗତ ପଟିଆ ଛକସ୍ଥିତ ଏକ ଘରୋଇ ହଷ୍ଟେଲରେ ଜଣେ ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣା ଭିନ୍ନ ମୋଡ ନେଇଛି। ପରିବାର ଲୋକେ...

Leave a comment

Your email address will not be published. Required fields are marked *