ଆଙ୍ଗୁଠି ଫୁଟାଉଛନ୍ତି କି, ହୋଇଯାଆନ୍ତୁ ସାବଧାନ…

କାର୍ଲିଫର୍ନିଆ : କେତେକ ନିଜର ଆଙ୍ଗୁଠି ଫୁଟାଇଥାନ୍ତି। ଏହା ଦ୍ୱାରା ଆଙ୍ଗୁଠି ଜଏଣ୍ଟ ଆରାମ ଲାଗିଥାଏ। ତେବେ ବାରମ୍ବାର ଏପରି କରିବା ଦ୍ୱାରା ଆର୍ଥରାଇଟିସ୍‌ ସମସ୍ୟା ଦେଖାଦେବାର ଆଶଙ୍କା ରହିଥାଏ ବୋଲି କାର୍ଲିଫର୍ନିଆ ବିଶ୍ୱବିଦ୍ୟାଳୟରେ ଗବେଷକଙ୍କ ଦ୍ୱାରା ହୋଇଥିବା ଏକ ଗବେଷଣା ରିପୋର୍ଟରେ ପ୍ରକାଶ ପାଇଛି। ଶରୀରର ବିଭିନ୍ନ ଜଏଣ୍ଟ ମଧ୍ୟରେ ଘର୍ଷଣ କମ୍‌ କରିବା ଲାଗି ସିନୋବିୟଲ ନାମକ ଏକ ପ୍ରକାର ତରଳ ପଦାର୍ଥ ରହିଥାଏ। ଏଥିରେ କାର୍ବନ ଡାଇଅକ୍ସାଇଡ୍‌ ରହିଥାଏ। କାର୍ବନ ଡାଇଅକ୍ସାଇଡ୍‌ ଫୋଟକା ଭାବରେ ଜଏଣ୍ଟରେ ରହିଥାଏ। ତେଣୁ ଆଙ୍ଗୁଠି ଫୁଟାଇବାବେଳେ ଏହି ଫୋଟକା ଶବ୍ଦ କରି ଫୁଟିଥାଏ। ମାତ୍ର ଲଗାତାର ଏଭଳି କଲେ ସିନୋବିୟଲ ତରଳ ପଦାର୍ଥର ପରିମାଣ କମିବାରେ ଲାଗେ। ଫଳରେ ଜଏଣ୍ଟ୍‌ରେ ହାଡ଼ ସହିତ ହାଡ଼ ମଧ୍ୟରେ ଅଧିକ ଘର୍ଷଣ ହୋଇଥାଏ। ତେଣୁ ଜଏଣ୍ଟ୍‌ରେ ଯନ୍ତ୍ରଣା ଆରମ୍ଭ ହୋଇଥାଏ ବୋଲି ଏହି ରିପୋର୍ଟରେ କୁହାଯାଇଛି।


All Right Reserved By Dharitri.Com

ସାଇନସ ସମସ୍ୟାର ଘରୋଇ ଉପଚାର

ସାଇନସ୍‌ ଏକ ଶ୍ୱାସଜନିତ ସମସ୍ୟା। ସାଧାରଣତଃ ବ୍ୟାକ୍ଟେରିଆ, ଫଙ୍ଗଲ ଇନଫେକଶନ, ନାକରେ ହାଡ ବଢ଼ି ତେଢ଼ା ହୋଇଯିବା, ପ୍ରଦୂଷଣ ଯୋଗୁଁ ଏହା ହୋଇଥାଏ। ବିଶେଷଭାବରେ ଥଣ୍ଡା...

ରାନି ପ୍ରନ

ଆମିଷ ଭିତରେ ଚିଙ୍ଗୁଡିକୁ ବିଭିନ୍ନ ରଙ୍ଗ ଦେଇ ପରଷା ଯାଇଥାଏ। ଷ୍ଟାର୍ଟରଠାରୁ ନେଇ ମେନ୍‌ କୋର୍ସରେ ସମସ୍ତେ ପସନ୍ଦ କରନ୍ତି ଏହି ଖାଦ୍ୟକୁ। ସେହିଭଳି ରାନି...

ଶୀତଦିନେ କରନ୍ତୁ ସୂର୍ଯ୍ୟମୁଦ୍ରା

ସାଧାରଣତଃ ଯୋଗ କଲେ ଶରୀର ସୁସ୍ଥ ରହିଥାଏ ବୋଲି ସମସ୍ତଙ୍କୁ ଜଣା। ହେଲେ କେଉଁ ସମୟରେ କେଉଁ ଯୋଗ କରିବା ଉଚିତ୍‌ ତାହା ଯୋଗଗୁରୁଙ୍କ ପରାମର୍ଶରେ...

ଯକ୍ଷ୍ମାକୁ ନିୟନ୍ତ୍ରଣ କରିବ ଟି’ ସେଲ୍‌

ଯକ୍ଷ୍ମା ରୋଗୀଙ୍କ ପାଇଁ ଖୁସି ଖବର। ଅବଶ୍ୟ ଏବେ ଏହି ରୋଗକୁ ଅନେକାଂଶରେ ନିୟନ୍ତ୍ରଣ କରାଯାଇସାରିଲାଣି। ଏହାର ସରଳ ଏବଂ ସହଜ ଚିକିତ୍ସା ପ୍ରଣାଳୀ ମଧ୍ୟ...

ସକାଳୁ ଉଷୁମ ପାଣିରେ ଦୁଇଠୋପା ମହୁ…

ସକାଳୁ ଉଷୁମ ପାଣିରେ ଦୁଇଠୋପା ମହୁ ପକାଇ ପିିଇଲେ ମେଦବହୁଳତାରୁ ମୁକ୍ତି ମିଳେ। ଏନେଇ ଆୟୁର୍ବେଦରେ ଉଲ୍ଲେଖ ରହିଛି। ମହୁରେ ପ୍ରୋଟିନ୍‌, ତନ୍ତୁଜ, ଶର୍କରା, ଲୌହ,...

ଓଜନ କମାଇବାର ସହଜ ଉପାୟ

ଓଜନ ବଢ଼ିବା ଆଜିକାଲି ଏକ ସାଧାରଣ ସମସ୍ୟା। ଏହା ନିୟନ୍ତ୍ରଣରେ ନ ରହିଲେ ବିଭିନ୍ନ ପ୍ରକାର ସ୍ବାସ୍ଥ୍ୟ ସମସ୍ୟା ଦେଖାଯାଇଥାଏ। ପରିଶ୍ରମ ଅନୁସାରେ ଆମକୁ ଆବଶ୍ୟକ...

କ୍ୟାନସରରୁ ରକ୍ଷା କରେ ସୋରିଷ ଶାଗ

ସୋରିଷ ଶାଗ ଅନେକଙ୍କର ପ୍ରିୟ। ଏହି ସ୍ବାଦିଷ୍ଟ ବ୍ୟଞ୍ଜନରେ ପୋଷକ ତତ୍ତ୍ୱ ଭରପୂର୍‌ ମାତ୍ରାରେ ଥାଏ, ଯାହା ଶରୀରକୁ ଅନେକ ପ୍ରକାର ରୋଗରୁ ରକ୍ଷାକରେ। ଏଥିରେ...

ନିପା ଭାଇରସ କାହିଁକି ଡିସେମ୍ବର ଏବଂ ମେ’ରେ ହୋଇଥାଏ ଜାଣନ୍ତୁ

୧୯୯୮ରେ ମାଲେସିଆରେ ପ୍ରଥମେ ନିପା ଭାଇରସ ଦେଖାଦେଇଥିଲା। ମାଲେସିଆର ସଂଗଇ ନିପା ଗାଁର ଲୋକେ ପ୍ରଥମେ ଏହି ଭାଇରସ ଦ୍ୱାରା ସଂକ୍ରମିତ ହୋଇଥିଲେ। ଗାଁର ନାମାନୁସାରେ...

Leave a comment

Your email address will not be published. Required fields are marked *