ମାତ୍ର ୧୫ ମିନିଟ୍‌ ବସନ୍ତୁ କଅଁଳା ଖରାରେ, ମିଳିବ ଏସବୁ ଫାଇଦା

ପ୍ରଦୂଷଣ କାରଣ ଯୋଗୁ ଲୋକଙ୍କୁ ଆଉ ସୂର୍ଯ୍ୟଙ୍କ କଅଁଳ କିରଣ ମିଳୁନି। କିନ୍ତୁ କଅଁଳ ଖରା ଶରୀର ପାଇଁ ବହୁ ଉପକାରୀ। ଏଥିରେ ପର୍ଯାପ୍ତ ପରିମାଣ ଭିଟାମିନ ଡି’ ରହିଛି। ଦିଲ୍ଲୀ ଫୋର୍ଟିସ୍‌ ରାଜନ୍‌ ଧଲ୍‌ ହସ୍ପିଟାଲ ଅର୍ଥପେଡିକ୍ସ ବିଭାଗର ଡାକ୍ତର ବିଶ୍ୱଦୀପ ଶର୍ମା କୁହନ୍ତି, ପ୍ରତିଦିନ ଅତି କମ୍‌ରେ ୧୫ ମିନିଟ୍‌ ସୂର୍ଯ୍ୟଙ୍କ କଅଁଳ କିରଣରେ ବସିଲେ ହାଡ଼ ମଜଭୁତ ହୋଇଥାଏ। ସକାଳ ୧୦ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ସୂର୍ଯ୍ୟଙ୍କ କିରଣରୁ ତ୍ୱଚାକୁ ଭିଟାମିନ୍‌ ଡି’ ମିଳିଥାଏ। ପ୍ରଦୂଷଣ ମାତ୍ରା ବଢ଼ି ଚାଲିଥିବାରୁ ଲୋକଙ୍କୁ ସୂର୍ଯ୍ୟ କିରଣ ମିଳୁନାହିଁ। ଫଳରେ ଲୋକେ ଦୁଗ୍ଧଜାତ ଖାଦ୍ୟ ପଦାର୍ଥ ଉପରେ ନିର୍ଭର କରୁଛନ୍ତି।


– ଅଧିକାଂଶ ମହିଳା ଖରାକୁ ବାହାରିଲେ ସନ୍‌ସ୍କ୍ରିନ୍‌ ଲଗାଇବା ସହ ଘୋଡ଼ାଇ ହୋଇ ଯିବାଆସିବା କରିଥାନ୍ତି। ମାତ୍ର ଏହା ଦ୍ୱାରା ସୂର୍ଯ୍ୟଙ୍କ କିରଣ ଦେହରେ ପଡ଼େ ନାହିଁ। ତେଣୁ ତ୍ୱଚାରେ ରିକେଟ୍‌ସ ପରି ସମସ୍ୟା ଦେଖାଦେଇଥାଏ।

– ପିଲାଙ୍କୁ ଭିଟାମିନ୍‌ ଜାତୀୟ ଖାଦ୍ୟ ଦେବା ସହ ସୂର୍ଯ୍ୟଙ୍କ କଅଁଳ ଖରାରେ କିଛି ସମୟ ବସାଇବା ଉଚିତ୍‌। ଏହା ଦ୍ୱାରା ସେମାନଙ୍କ ହାଡ଼ ମଜଭୁତ ହୋଇଥାଏ।

– ଶୀତ ଋତୁରେ ଦେହ ହାତ ଦରଜ ହୋଇଥାଏ। ଏଥିରୁ ରକ୍ଷା ପାଇବା ପାଇଁ କିଛି ସମୟ କଅଁଳ ଖରାରେ ଦୌଡ଼ିଲେ ଆରାମ ଲାଗିବା ସହ ହାଡ଼ ବେଶ୍‌ ମଜଭୁତ ହୋଇଥାଏ।


All Right Reserved By Dharitri.Com

ମଳକଣ୍ଟକର ହୋମିଓ ଉପଚାର

ମଳଦ୍ୱାର ସହିତ ସଂଲଗ୍ନ ଥିବା ଶିରାର ପ୍ରସାରଣ ହେତୁ କିମ୍ବା ତାହା କ୍ଷତ ହେବା କାରଣରୁ ମଳଦ୍ୱାର ଦେଇ ରକ୍ତସ୍ରାବ ହେବାକୁ ଅର୍ଶ କୁହାଯାଏ। ସେହିଭଳି...

ଲୁଣ ପାଣିରେ ସ୍ନାନ କଲେ ମିଳିବ ଅନେକ ଫାଇଦା

ଖାଦ୍ୟରେ ଲୁଣ ରହିବା ଜରୁରୀ। ଲୁଣ ବିନା ଖାଦ୍ୟରେ ସ୍ବାଦ ଆସି ନ ଥାଏ। ଜାଣିଛନ୍ତି କେବଳ ଖାଦ୍ୟ ନୁହେଁ ଏହା ଆପଣଙ୍କର ସୌନ୍ଦର୍ଯ୍ୟକୁ ମଧ୍ୟ...

ହୃଦଘାତ ଆଶଙ୍କା କମ କରେ କଞ୍ଚା କଦଳୀ

କଞ୍ଚା କଦଳୀରେ ଭରପୂର ମାତ୍ରାରେ ଭିଟାମିନ ଏବଂ ଖଣିଜ ଲବଣ ଥାଏ। ଯାହା ଶରୀର ପାଇଁ ବେଶ୍‌ ଉପକାରୀ ସାବ୍ୟସ୍ତ ହୋଇଥାଏ। ପ୍ରତିଦିନ ଖାଦ୍ୟରେ କଞ୍ଚା...

ଜାଣି ରଖନ୍ତୁ…

ବର୍ଷାଦିନେ ପିଲାଙ୍କ ଦେହରେ ଫଙ୍ଗାଲ୍‌ ଓ ରିଙ୍ଗଓ୍ବର୍ମ ଇନ୍‌ଫେକ୍ସନର ଆଶଙ୍କା ଅଧିକ। ଏହା ଅପରିସ୍କାର ପାଣି କିମ୍ବା ପୋଷା ଜୀବଜନ୍ତୁଙ୍କ ଯୋଗୁ ହୋଇପାରେ। ତେଣୁ ଏଦିନେ...

ପଟାଟୋ ଏଗ୍‌ ବଲ୍ସ

ଆବଶ୍ୟକ ସାମଗ୍ରୀ ୫ଟି ଆଳୁ,୨ଟି ଅଣ୍ଡା,୨ଟି କଞ୍ଚାଲଙ୍କା ଛୋଟ ଆକରରେ କଟା ହୋଇଥିବା , ଦୁଇ ବଡ଼ ଚାମଚ ମଇଦା,୬ଟି ଛୋଟ ବ୍ରେଡ୍‌ କ୍ରମ୍ବସ,ସ୍ବାଦ ଅନୁସାରେ...

ହାର୍ଟ ଆଟାକ୍‌ରୁ ଦୂରେଇ ରହିବା ପାଇଁ ସକାଳେ ଏଥିରୁ କପେ…

ସକାଳୁ ଖାଲି ପେଟରେ କପେ ରସୁଣ ଚା’ ପିିଇଲେ ଅନେକ ସୁଫଳ ମିଳିଥାଏ। ଏହାଦ୍ୱାରା ରକ୍ତରେ କୋଲେଷ୍ଟଲର ପରିମାଣ ହ୍ରାସ ପାଏ। ହାର୍ଟ ଆଟାକରେ ଏହା...

ବ୍ଲସର ସିଲେକ୍ସନ

ମେକ୍‌ଅପ୍‌ରେ ବ୍ଲସର ଭୂମିକା ମୁଖ୍ୟ। କାରଣ ଏହା ମେକ୍‌ଅପ୍‌କୁ ଆହୁରି ଆକର୍ଷଣୀୟ କରିଥାଏ। ତେବେ ଏହାର ଚୟନ ବେଳେ ତ୍ୱଚାର ରଙ୍ଗ ଏବଂ ପ୍ରକାରଭେଦ ପ୍ରତି...

କିଡ୍‌ନୀ ଷ୍ଟୋନ୍‌ରୁ ଦୂରେଇ ରହିବା ପାଇଁ ସକାଳେ ଆପଣାନ୍ତୁ ଏହି ସହଜ ଉପାୟ…

ସକାଳୁ କିଛି ସମୟ ବ୍ୟାୟାମ କରିବା ପରେ କିଛି ଅଙ୍ଗୁର ଖାଇଲେ ସ୍ବାସ୍ଥ୍ୟ ଲାଗି ଖୁବ୍‌ ଭଲ। ନିୟମିତ ଏପରିକଲେ କିଡ୍‌ନୀ ଷ୍ଟୋନରୁ ମୁକ୍ତି ମିଳିଥାଏ।...

Leave a comment

Your email address will not be published. Required fields are marked *