Posted inUncategorized

ଦୁର୍ନୀତି କରିବା ପଡିଲା ମହଙ୍ଗା: ଜଣେ ବିଡିଓ, ୨ ସରପଞ୍ଚ ନିଲମ୍ବିତ

ଭୁବନେଶ୍ୱର, ୨।୧୨: ପିଏମ୍‌ଏୱାଇ ସମ୍ପର୍କରେ ଜାରି ମାର୍ଗଦର୍ଶିକା ପାଳନ ନ କରିବା ଏବଂ ଦୁର୍ନୀତିକୁ ପ୍ରୋତ୍ସାହିତ କରିବା ଅଭିଯୋଗରେ ଜଣେ ବିଡିଓ ଏବଂ ୨ ଜଣ ସରପଞ୍ଚଙ୍କୁ ରାcଜ୍ୟ ସରକାର ନିଲମ୍ବିତ କରାଯାଇଛି। ଏମାନେ ହେଲେ ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ ବିଡିଓ ରବିନ୍ଦ୍ର କୁମାର ଶତପଥୀ, ବାଲେଶ୍ୱର ଜିଲା ସୋରୋ ବ୍ଲକ କେଦାରପୁର ଜିପି ସରପଞ୍ଚ ଅଭିମନ୍ୟୁ ଜେନା ଏବଂ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଆଙ୍କୋରଡା ଜିପି ସରପଞ୍ଚ ଉସାନ୍ତ ସାହୁଙ୍କୁ ନିଲମ୍ବନ କରାଯାଇଛି। ପଞ୍ଚାୟତିରାଜ, ପାନୀୟଜଳ, ଆଇନ, ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ଏନେଇ ସୂଚନା ଦେଇଛନ୍ତି। ବିଡିଓ ଶ୍ରୀ ଶତପଥୀଙ୍କୁ ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ତରଫରୁ ପିଏମ୍‌ଏୱାଇ ସମ୍ପର୍କରେ ଜାରି ମାର୍ଗଦର୍ଶିକା ପାଳନ ନକରିବା ଏବଂ ଦୁର୍ନୀତିକୁ ପ୍ରୋତ୍ସାହିତ କରିବା ଅଭିଯୋଗରେ ନିଲମ୍ବନ କରାଯାଇଛି। ସେହିପରି ସରପଞ୍ଚ ଶ୍ରୀ ଉସାନ୍ତ ସାହୁ ବେଆଇନ ଆୟବହିର୍ଭୁତ ସମ୍ପତି ଠୁଳ କରିବା ଏବଂ ସରପଞ୍ଚ ଶ୍ରୀ ଅଭିମନ୍ୟୁ ଜେନା ଆର୍ଥିକ ଅନିୟମିତତା ନିମନ୍ତେ ନିଲମ୍ବନ କରାଯାଇଛି ବୋଲି ମନ୍ତ୍ରୀ ଶ୍ରୀ ଜେନା କହିଛନ୍ତି ା


All Right Reserved By Dharitri.Com

Posted inUncategorized View All

ଲୋକଙ୍କ ପାଇଁ ବାସସ୍ଥାନ ଅଭାବ: ଜିମ୍ବାଓ୍ବେ ବିକ୍ରି କରିବ ୩୦ ହଜାର ହାତୀ

ହରାରେ,୧।୭: ଜିମ୍ବାଓ୍ବେରେ ଲୋକଙ୍କ ପାଇଁ ବାସସ୍ଥାନର ଅଭାବ ଦେଖାଦେଇଛି। ଏଥିପାଇଁ ୩୦ ହଜାର ହାତୀ ବିକ୍ରି କରିବାକୁ ଦେଶର ସରକାର ଘୋଷଣା କରିଛନ୍ତି। ପୂର୍ବରୁ ଗତ...

ଗଳାକାଟି ହତ୍ୟା ଘଟଣା: ବଡ଼ବାପା ପୁଅ ଭାଇ ଗିରଫ

ବୁଗୁଡ଼ା,୨୯ା୧୦(ଡି.ଏନ.ଏ.)-ବୁଗୁଡ଼ା ସହର ଉପକଣ୍ଠ ବେତାରସିଙ୍ଗରେ ଶୁକ୍ରବାର ବିଳମ୍ବିତ ରାତିରେ ଦାଦାପୁଅ ଭାଇ ନିଲୁ ପାତ୍ର (୧୫)ଙ୍କ ଗଳା ଓ ପେଟରେ ଛୁରି ଭୁସି ବଡ଼ବାପା ପୁଅ...

ଭୀମଭୋଇଙ୍କ ଅପ୍ରକାଶିତ ପାଣ୍ଡୁଲିପିର ପ୍ରକାଶନ ଉପରେ ଗୁରୁତ୍ୱ

ସୋନପୁର, ୧୮।୫(ନି.ପ୍ର.)ଭୀମଭୋଇଙ୍କ ସିଦ୍ଧି, ସାଧନା ଓ ସମାଧୀପୀଠ ଖଲିଆପାଲିଠାରେ ସନ୍ଥକବିଙ୍କ ଜୟନ୍ତୀ ଉତ୍ସବ ଶନିବାର ପାଳିତ ହୋଇଯାଇଛି। ବିଦ୍ୟାବାଚସ୍ପତି ପଦ୍ମଶ୍ରୀ ଡ. ଶ୍ରୀନିବାସ ଉଦ୍‌ଗାତା ମୁଖ୍ୟ...

ଏସବୁ ଲକ୍ଷଣରୁ ଜାଣନ୍ତୁ ପୁଅଟିଏ ବିବାହିତ କି ଅବିବାହିତ

ଜଣେ ଝିଅ ବିବାହିତା କି ଅବିବାହିତା ସେ ସମ୍ପର୍କରେ ଜାଣିବା ଆଦୌ କଷ୍ଟକର ନୁହେଁ। କାରଣ ମଥାରେ ସିନ୍ଦୁର, ହାତରେ ଶଙ୍ଖା, ପାଦରେ ପାଉଁଜି, ବେକରେ...

ଭୁବନେଶ୍ୱରର ୫ଟି ସ୍କୁଲରେ ସ୍ବାବ୍‌ ନମୂନା ସଂଗ୍ରହ ଆରମ୍ଭ

ଭୁବନେଶ୍ୱର,୧୧।୪(ବ୍ୟୁରୋ): କରୋନା (କୋଭିଡ-୧୯) ଟେଷ୍ଟ ପାଇଁ ଶନିବାରଠାରୁ ଭୁବନେଶ୍ୱରର ବିଭିନ୍ନ ସ୍କୁଲରେ ଆରମ୍ଭ ହୋଇଛି ସ୍ବାବ୍‌ ନମୁନା ସଂଗ୍ରହ ପ୍ରକ୍ରିୟା। ରାଜଧାନୀର ୫ଟି ସ୍କୁଲରେ ମେଡିକାଲ...

କାମ କରିବାକୁ ଯାଇ ଶ୍ରମିକ ନିଖୋଜ: ଉତ୍ତେଜନା, ପୋଲିସ ଫୋର୍ସ ମୁତୟନ

ବିନିକା,୨ା୪(ଡି.ଏନ୍‌.ଏ.): ସୁବଣ୍ଣର୍ର୍ପୁର ଜିଲା ବିନିକା ବ୍ଲକ ଅନ୍ତର୍ଗତ କୁଇବାହାଲ ଗ୍ରାମରେ ବୁଧବାର ଜଣେ ଶ୍ରମିକ କ୍ଷେତକୁ କାମ କରିବାକୁ ଯାଇ ନିଖୋଜ ହୋଇ ଯାଇଛନ୍ତି। ସେ...

କୋଭିଡ୍‌-୧୯: ଆର୍ଜେଣ୍ଟିନା ଫୁଟବଲ ସେସନ ବାତିଲ

ବ୍ୟୁନସ୍‌ ଆୟର୍ସ,୨୮।୪(ଏଏଫ୍‌ପି): କୋଭିଡ୍‌-୧୯ ଭାଇରସ୍‌ ସାରା ବିଶ୍ୱରେ କ୍ରୀଡ଼ାକୁ ଗୁରୁତର ଭାବେ ପ୍ରଭାବିତ କରିଛି। ଏହି ଭାଇରସ୍‌ କାରଣରୁ ଆର୍ଜେଣ୍ଟିନା ଫୁଟବଲ ଆସୋସିଏଶନ (ଏଏଫ୍‌ଏ) ୨୦୧୯-୨୦...

Leave a comment

Your email address will not be published. Required fields are marked *