ମାଓବାଦୀଙ୍କ ପିଏଲ୍‌ଜିଏ ସପ୍ତାହ ପାଳନ ଆରମ୍ଭ : ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

ମାଲକାନଗିରି,୨।୧୨(ଡି.ଏନ୍‌.ଏ): ସୋମବାରଠାରୁ ଆସନ୍ତା ୮ ତାରିଖ ପର୍ଯ୍ୟନ୍ତ ଏକ ସପ୍ତାହ ବ୍ୟାପୀ ମାଓବାଦୀଙ୍କ ପିଏଲ୍‌ଜିଏ ସପ୍ତାହ ପାଳନ ଆରମ୍ଭ ହୋଇଛି। ଏଥି ନିମନ୍ତେ ଜିଲାର ବିଭିନ୍ନ ସ୍ଥାନରେ ମାଓବାଦୀଙ୍କ ପୋଷ୍ଟର ଲଗାଯାଇଥିବା ଦେଖିବାକୁ ମିଳିଛି। ଏହାକୁ ଦୃଷ୍ଟିରେ ରଖି ପୋଲିସ ବିଭାଗ ପକ୍ଷରୁ କୋମ୍ବିଂ ଅପରେଶନ ଜୋର୍‌ଦାର କରିବା ସହ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡ଼ାକଡ଼ି କରାଯାଇଛି। ଏହାର ପ୍ରଭାବରେ ମାଲକାନଗିରି ଜିଲାରୁ ଭୁବନେଶ୍ୱର, ବଲାଙ୍ଗୀର, କଟକ, ସମ୍ବଲପୁର, ଭବାନୀପାଟଣା, ଜୟପୁର, ବ୍ରହ୍ମପୁର, ଭଞ୍ଜନଗର, ବିଶାଖାପାଟଣା, ବିଜୟନଗରମ୍‌ ଆଦି ସ୍ଥାନକୁ ଯାଉଥିବା ସରକାରୀ ବସ୍‌ଗୁଡିକ ବନ୍ଦ ହୋଇଯାଇଛି। ଫଳରେ ଯାତ୍ରୀମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଆଜିର ପିଏଲ୍‌ଜିଏ ସପ୍ତାହ ପ୍ରଥମ ଦିନରେ ମାଓବାଦୀଙ୍କ ପକ୍ଷରୁ ଜିଲାରେ କୌଣସି କିଛି ଅଘଟଣ ବର୍ତ୍ତମାନ ସୁଦ୍ଧା ଘଟି ନ ଥିବା ଜଣାପଡ଼ିଛି। ଏଥିସହ ସୀମାନ୍ତ ଛତିଶଗଡ଼ ଏବଂ ଆନ୍ଧ୍ର ଓଡ଼ିଶା ସୀମାନ୍ତରେ ସୁରକ୍ଷାକର୍ମୀ ମାଓବାଦୀଙ୍କ ଗତିବିଧି ଉପରେ କଡ଼ା ନଜର ରଖିଛନ୍ତି ବୋଲି ଏସ୍‌.ପି. ହୃଷୀକେଶ ଡି. ଖିଲାରୀ ପ୍ରକାଶ କରିଛନ୍ତି।


All Right Reserved By Dharitri.Com

କୃଷକଙ୍କ ସମସ୍ୟା ନେଇ ଦାବିପତ୍ର

ରେମୁଣା,୨୮।୫(ଡି.ଏନ.ଏ.)-ବାଲେଶ୍ୱର ଜିଲା ରେମୁଣା ତହସିଲଦାରଙ୍କ ଜରିଆରେ ବୁଧବାର ଓଡ଼ିଶା କ୍ଷେତ ମଜଦୁର ୟୁନିୟନ୍‌ ପକ୍ଷରୁ ବିଭିନ୍ନ ପ୍ରକାରର ସମସ୍ୟାର ସମାଧାନ ତଥା ଦାବି ନେଇ ପ୍ରଧାନମନ୍ତ୍ରୀଙ୍କ...

ରେଳ ବିଭାଗ ଅଧୀନ ରାସ୍ତାର ଦୁରବସ୍ଥା

କେନ୍ଦୁଝର,୨୪।୮ (ସ୍ବ.ପ୍ର.)- ରେଳପଥ ବିକାଶରେ ସହାୟକ ହେଉଥିବା କୁହାଯାଉଥିବା ବେଳେ ରେଳ ବିଭାଗ ଅଧୀନରେ ଥିବା ରାସ୍ତାର ଦୁରବସ୍ଥା ଏକ ଭିନ୍ନ ଚିତ୍ର ବୟାନ କରୁଛି।...

କରୋନା ସଚେତନତା ଗୀତ ଗାଇଲେ ଏସ୍‌ପି

ପାରଳାଖେମୁଣ୍ଡି,୨୩।୩(ସ୍ବ.ପ୍ର.)-ମହାମାରୀ କରୋନାକୁ ପ୍ରତିହତ କରିବା ଦିଗରେ ଲୋକଙ୍କୁ ସଚେତନ କରାଯାଉଛି। ଏହା ମଧ୍ୟରେ ଗଜପତି ଏସ୍‌ପି ସାରା ଶର୍ମା ଲୋକଙ୍କ ପାଇଁ ସଚେତନତାମୂଳକ ଗୀତ ଗାଇଛନ୍ତି।...

ହିଞ୍ଜିଳିକାଟୁରେ ଟଣାହେଲା ରଥ

ହିଞ୍ଜିଳିକାଟୁ,୪ା୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ପୌରାଞ୍ଚଳ ସମେତ ବ୍ଲକର ବିଭିନ୍ନ ସ୍ଥାନରେ ପବିତ୍ର ଘୋଷଯାତ୍ରା ଉପଲକ୍ଷେ ରଥଟଣା ଯାଇଛି। ହୁଳହୁଳି, ଶଙ୍ଖଧ୍ୱନି, ହରିବୋଲ ଶବ୍ଦରେ ସହର...

କରୋନା ସଚେତନତା ଲାଗି ବୌଦ୍ଧ ଜିଲା ପ୍ରଶାସନର ଅଭିନବ ଉଦ୍ୟମ

ବୌଦ୍ଧ, ୧୯ା୪(ସ୍ବ.ପ୍ର.): କରୋନା ସଂକ୍ରମଣ ସମ୍ପର୍କରେ ସଚେତନତା ଓ ଲକଡାଉନ ନିୟମ ପାଳନ କରିବା ପାଇଁ ଜିଲା ପ୍ରଶାସନ ପକ୍ଷରୁ ଅଭିନବ ଉଦ୍ୟମ ଆରମ୍ଭ ହୋଇଛି।...

କିଶୋରନଗରରେ ଝଡ଼ତୋଫାନ: ଉଡିଗଲା ଚାଳ ଛପର, ଆଜବେଷ୍ଟସ

ବଇଣ୍ଡା,୬ା୫(ଡି.ଏନ୍‌.ଏ)-ଅନୁଗୋଳ ଜିଲା କିଶୋରନଗର ବ୍ଲକର ବିଭିନ୍ନ ଗ୍ରାମରେ ମଙ୍ଗଳବାର ବିଳମ୍ବିତ ରାତିରେ ଝଡ଼ତୋଫାନ ସହ ବର୍ଷା ହୋଇଛି। ପ୍ରବଳ ବର୍ଷା ସହ ପବନ ହୋଇଥିବା ଯୋଗୁ...

ଅନୁଗୋଳ ପୋଲିସ ହାତରେ ଚୋରା କୋଇଲା ଗ୍ୟାଙ୍ଗ

ଅନୁଗୋଳ ଅଫିସ, ୧୮।୧୨- ଚୋରା କୋଇଲା କାରବାର କରୁଥିବା ଏକ ଗ୍ୟାଙ୍ଗର ୪ଜଣଙ୍କୁ ଅନୁଗୋଳ ପୋଲିସ କାବୁ କରିଛି। ଏଥିସହ ସମ୍ପୃକ୍ତ ମାଫିଆଙ୍କ ନିକଟରୁ ବିପୁଳ...

ପୂର୍ବ ଶତ୍ରୁତା: ଡଙ୍ଗା, ଜାଲରେ ନିଆଁ ଲଗାଇଲେ ଦୁର୍ବୃତ୍ତ

ଗଞ୍ଜାମ, ୧୪।୧୦(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଋଷିକୂଲ୍ୟାସ୍ଥିତ ସମୁଦ୍ର କୂଳରେ ଥିବା ଡଙ୍ଗା ଓ ଜାଲରେ କେହି ଦୁର୍ବୃତ୍ତ ରବିବାର ରାତିରେ ନିଆଁ ଲଗାଇ ଦେଇଛନ୍ତି। ଏଥିରେ...

Leave a comment

Your email address will not be published. Required fields are marked *