Posted inଫୁରସତ

ଏମିତି ସହର, ଯେଉଁଠି କୌଣସି ଗଳି କିମ୍ବା ରାସ୍ତାର ନାଁ ନାହିଁ

ଜର୍ମାନୀ: ଆଜିର ସମୟରେ ଗଳିକନ୍ଦି, ସାହିବସ୍ତିର ନାଁ ଥିବାବେଳେ ବିଶ୍ୱରେ ଏମିତି ଏକ ସହର ରହିଛି, ଯେଉଁଠି ମୁଖ୍ୟ ଛକକୁ ଛାଡ଼ିଦେଲେ ଅନ୍ୟ କୌଣସି ଛକ, ଗଳି, ରାସ୍ତା ସବୁ ବେନାମୀ। ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। ଏମିତି ଏକ ସହର ରହିଛି ଜର୍ମାନୀରେ।

ଇତିହାସ କୁହେ, ହିଲିଗର୍ମିସନ୍‌ ସହର ୧୯୭୦ ମସିହାରେ ଏଠାରେ ଗଠନ କରାଯାଇଥିଲା। ମାତ୍ର ଏହା ମଧ୍ୟ ମୂଳ ନାଁ ନୁହେଁ। ଏହା କେବଳ ଘର ନଂ. ଏବଂ ପୁରୁଣା ଏକ ଗାଁର ନାମାନୁସାରେ କରାଯାଇଛି। ଏହି ସହରରେ ୨୨୦୦ ଲୋକ ବସବାସ କରୁଛନ୍ତି।

ଚଳିତବର୍ଷ ଏଠାରେ ରହୁଥିବା ଲୋକମାନେ ସହରର ନାଁ କ’ଣ ଦେବେ ବୋଲି ଭୋଟିଂ କରାଯାଇଛି। ନାମକରଣ କରିବାକୁ ୬୦ ପ୍ରତିଶତ ଲୋକଙ୍କ ମଧ୍ୟରେ ଜନମତ ସଂଗ୍ରହ କରାଯାଇଥିଲା। ସେମାନେ କହିଥିଲେ, ପୂର୍ବରୁ ଯେମିତି ଅଛି ଠିକ୍‌ ଅଛି। କୌଣସି ସଡ଼କ କିମ୍ବା ଗଳିର ନାଁ ଦିଆ ନ ଯାଉ।

କିନ୍ତୁ ପରିଷଦ ପକ୍ଷରୁ କୁହାଯାଇଥିଲା, ଗଳିକନ୍ଦିର ନାମ ଦିଆଯିବା ଉଚିତ୍‌। ଆପାତତଃ ସହରକୁ ଆସୁଥିବା ଅଜଣା ଲୋକେ ରାସ୍ତାଘାଟ ଜାଣିବାରେ ଅସୁବିଧା ହେବ ନାହିଁ। କିନ୍ତୁ ସ୍ଥାନୀୟ ଲୋକେ ଏଥିରେ ସହମତ ନୁହନ୍ତି।


All Right Reserved By Dharitri.Com

୭୭ ବର୍ଷର ମଡେଲ

ଆର୍ଥିକ ପରିସ୍ଥିତି କେବେ କାହାକୁ କେଉଁଠି ପହଞ୍ଚାଇଥାଏ ତାହା କହିବା ମୁସ୍କିଲ। ତେବେ ଦକ୍ଷିଣ କୋରିଆର ୭୭ ବର୍ଷୀୟା ମହିଳା ଚୋଇ ସୁନ ଏବେ ଯୁବବର୍ଗଙ୍କ...

୮ ହଜାର କୋଟିର ଅଳଙ୍କାର ଲୁଟ୍‌

ବର୍ଲିନ: ଜର୍ମାନୀର ରାଜକୀୟ ସଂଗ୍ରହାଳୟ ଗ୍ରୀନ୍‌ ବୋଲ୍ଟରେ ବଡ଼ ଧରଣର ଚୋରି ହୋଇଛି। ଦ୍ୱିତୀୟ ବିଶ୍ୱଯୁଦ୍ଧ ପରଠାରୁ ଏପରି ବଡ଼ ଧରଣର ଚୋରି ହୋଇ ନ...

ଖାଇବା ଆଶାରୁ ଖଡ଼ି ଧରିଲେ ଦିବ୍ୟା

ହାଇଦ୍ରାବାଦ୍‌:ନବେ ଦଶକରେ ଆରମ୍ଭ କରାଯାଇଥିବା ମଧ୍ୟାହ୍ନଭୋଜନ ଯୋଜନାର ପ୍ରଭାବ ପ୍ରମାଣିତ କରିଛି ତେଲେଙ୍ଗାନାର ଏକ ଘଟଣା। ହାଇଦ୍ରାବାଦ୍‌ର ଗୁଡିମଲକାପୁର ସରକାରୀ ସ୍କୁଲ୍‌କୁ ଦିବ୍ୟା ନାମକ ଝିଅଟିଏ...

ବଧିରଙ୍କୁ କର୍ମ ନିଯୁକ୍ତି ଦେବା ପାଇଁ ‘ସାଇଲେଣ୍ଟ କାଫେ’

ବଧିର ବ୍ୟକ୍ତିମାନଙ୍କୁ କର୍ମନିଯୁକ୍ତି ଦେବା ପାଇଁ ଷ୍ଟାରବକ୍ସ ନାମକ ଏକ କମ୍ପାନୀ ଏଇ କିଛିଦିନ ତଳେ ଚାଇନାର ଗୁଆଙ୍ଗଝୁଠାରେ ସାଇଲେଣ୍ଟ କାଫେର ଶୁଭାରମ୍ଭ କରିଛି। ଏହି...

ଆତ୍ମହତ୍ୟାକାରୀଙ୍କୁ ଯେଉଁଠି ମିଳେ ‘ବୀର’ର ମାନ୍ୟତା…

ୟୁରୋପର ହଙ୍ଗେରୀରେ ଆତ୍ମହତ୍ୟାକାରୀଙ୍କୁ ‘ବୀର’ର ମାନ୍ୟତା ଦିଆଯାଏ। ଏଠାରେ ଆତ୍ମହତ୍ୟାକାରୀଙ୍କ ସଂଖ୍ୟା ଅନ୍ୟ ଦେଶ ତୁଳନାରେ ଅଧିକ । ବିଭିନ୍ନ ସମସ୍ୟା ଯୋଗୁ ଏଠାରେ ଅଧିକାଂଶ...

ଡବ୍ଲୁଡବ୍ଲୁଇରେ ବିବାହ କରୁଥିଲେ ରେସ୍‌ଲର: କେକ୍‌ ଭିତରୁ ବାହାରିଲେ ପୂର୍ବତନ ସ୍ବାମୀ

ବିବାହ ସବୁ ଝିଅ ଓ ପୁଅଙ୍କ ପାଇଁ ଏକ ରଙ୍ଗୀନ ସ୍ବପ୍ନ। ଏହାକୁ ସ୍କୃତି କରିବା ପାଇଁ ଲୋକମାନେ ଭିନ୍ନ ଭିନ୍ନ ଢ଼ଙ୍ଗ ଓ ଆଡମ୍ବରରେ...

ମନ୍ଦିର ପାଇଁ ଧନବର୍ଷା: ୧୧୦ ମିନିଟରେ ୧୩୬ କୋଟି ସଂଗ୍ରହ

ଅହମଦାବାଦ,୧।୩: ମନ୍ଦିର ନିର୍ମାଣ ପାଇଁ ଗୁଜରାଟରେ ଏକ ଶିଳାନ୍ୟାସ କାର୍ଯ୍ୟକ୍ରମରେ ଉପସ୍ଥିତ ଲୋକେ ଧନବର୍ଷା କରିଛନ୍ତି। ମାତ୍ର ୧୧୦ ମିନିଟରେ ୧୩୬ କୋଟି ଟଙ୍କାର ଚାନ୍ଦା...

ଶିଶୁକନ୍ୟାଙ୍କ ଜୀବନ ନେଲା ମାଆଙ୍କ ଚୁମ୍ବନ

ଆମେରିକା: ନିଜ ସନ୍ତାନକୁ ଜଣେ ମାଆ ଚୁମ୍ବନ ଦେବା ବା ଗେଲ କରିବା ସାଧାରଣ କଥା। ମାତ୍ର ଏହା କେତେ କ୍ଷତିକାରକ ତାହା ସାମ୍ନାକୁ ଆସିଥିବା...

Leave a comment

Your email address will not be published. Required fields are marked *