Posted inଜାତୀୟ

ନିୟନ୍ତ୍ରଣ ରେଖାରେ ଭାରତୀୟ ସେନା ପକ୍ଷରୁ କଡ଼ା ଜବାବ: ୬ ପାକିସ୍ତାନୀ ଫରଓ୍ବାର୍ଡ ପୋଷ୍ଟ ଧ୍ୱଂସ

ଶ୍ରୀନଗର,୨।୧୨: ଜମ୍ମୁ-କଶ୍ମୀରର ଭାରତ-ପାକିସ୍ତାନ ନିୟନ୍ତ୍ରଣ ରେଖାରେ ଉତ୍ତେଜନା ବଢ଼ିବାରେ ଲାଗିଛି। ଗତ ୩ ଦିନ ଧରି ପାକିସ୍ତାନ ଫରଓ୍ବାର୍ଡ ପୋଷ୍ଟରୁ ଭାରତୀୟ ପୋଷ୍ଟଗୁଡ଼ିକୁ ଲକ୍ଷ୍ୟ କରି ମୋର୍ଟାର ଶେଲିଂ ମାଡ଼ ଜାରି ରହିଥିଲା। ତେବେ ଭାରତୀୟ ସେନା ପକ୍ଷରୁ ଶାହପୁର ସେକ୍ଟରରେ ରବିବାର ବିଳମ୍ପିତ ରାତିରେ ଏହାର କଡ଼ା ଜବାବ ଦିଆଯାଇଛି। ଭାରତୀୟ ସେନାଙ୍କ ଗୁଳିଗୋଳା ମାଡ଼ରେ ୬ଟି ପାକିସ୍ତାନୀ ଫରଓ୍ବାର୍ଡ ପୋଷ୍ଟ ଧ୍ୱଂସ ହୋଇଛି। ଏହା ସହିତ ୨ ପାକିସ୍ତାନୀ ସୈନ୍ୟଙ୍କ ମୃତ୍ୟୁ ଘଟିଛି। ସେହିପରି ୧୨ରୁ ଅଧିକ ପାକିସ୍ତାନୀ ସୈନ୍ୟ ଆହତ ହୋଇଥିବା କୁହାଯାଉଛି। ସୂଚନାଯୋଗ୍ୟ, ପାକିସ୍ତାନ ପକ୍ଷରୁ କିରନି,କସବା,ଗୁନତରିୟା ଆଦି ସେକ୍ଟର ଉପରେ ଲଗାତାର ମୋର୍ଟାର ଶେଲିଂ ମାଡ଼ କରାଯାଇଥିଲା।


All Right Reserved By Dharitri.Com

କୁମାରସ୍ବାମୀଙ୍କ ଇସ୍ତଫା ଦାବି କଲା ଭାଜପା

ବେଙ୍ଗାଲୁରୁ,୯।୭: କର୍ନାଟକରେ କଂଗ୍ରେସ ବିଧାୟକମାନେ ଇସ୍ତଫା ଦେବା ପରେ ଏବେ ସଙ୍କଟରେ କର୍ନାଟକର ମେଣ୍ଟ ସରକାର। ତେବେ ସଂଖ୍ୟା ଗରିଷ୍ଠତାକୁ ନେଇ ଭାଜପା ପୂର୍ବରୁ ମେଣ୍ଟ...

ଭବିଷ୍ୟତରେ ପ୍ରଧାନମନ୍ତ୍ରୀ ନ ହୋଇ ରାଷ୍ଟ୍ରପତି ହେବାକୁ କାହିଁକି ଚାହୁଁଛନ୍ତି ପ୍ରଶ୍ନ ଛାତ୍ରଙ୍କୁ ପଚାରିଲେ ମୋଦି

ଶ୍ରୀହରିକୋଟା,୭।୯: ଇସ୍ରୋର ଚନ୍ଦ୍ରୟାନ-୨ ମିଶନରେ ଚନ୍ଦ୍ରପୃଷ୍ଠରେ ବିକ୍ରମ ଲ୍ୟାଣ୍ଡରର ଅବତରଣ ଦେଖିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେଠାରେ ଉପସ୍ଥିତ ଥିଲେ। ଏହି ଅବସରରେ ପ୍ରଧାନମନ୍ତ୍ରୀ...

ଆର୍ମଡ ଫୋର୍ସ ଫ୍ଲାଗ୍‌ ଡେ: ଶହୀଦ୍‌ ପରିବାରଙ୍କ କଲ୍ୟାଣ ପାଇଁ ୭୦ ବର୍ଷ ତଳେ ହୋଇଥିଲା ଆରମ୍ଭ

ନୂଆଦିଲ୍ଲୀ,୭।୧୨: ପ୍ରତିବର୍ଷ ଡିସେମ୍ବର ୭କୁ ଆର୍ମଡ ଫୋର୍ସ ଫ୍ଲାଗ୍‌ ଡେ ଭାବେ ପାଳନ କରାଯାଇଥାଏ। ୧୯୪୯ଠାରୁ ଗତ ୭୦ ବର୍ଷ ଧରି ଏଭଳି ଜାରି ରହିଛି।...

ମଲାଡ୍‌ରେ କାନ୍ଥ ତଳେ ଚାପି ହେଲେ ୧୩: ମୃତକଙ୍କ ପାଇଁ ୫ ଲକ୍ଷ ଅନୁକମ୍ପାମୂଳକ ସହାୟତା ଘୋଷଣା କଲେ ଫଡ଼ାନଭୀସ୍‌

ମୁମ୍ବାଇ,୨।୭: ପ୍ରବଳ ବର୍ଷା ଯୋଗୁ ମୁମ୍ବାଇ ମଲାଡ୍‌ରେ ଏକ ଝୁମ୍ପୁଡି ବସ୍ତିରେ କାନ୍ଥ ଭୁଶୁଡ଼ି ପଡ଼ିଛି। ଏଥିରେ ୧୩ ଜଣଙ୍କ ମୃତ୍ୟୁ ଘଟିଛି। ସ୍ଥାନୀୟ କୁରାର...

ଜାତୀୟ ଏକତା ପୁରସ୍କାର ଲାଗି ନାମାଙ୍କନ ଆରମ୍ଭ

ନୂଆଦିଲ୍ଲୀ: ଦେଶର ଏକତା ଏବଂ ଅଖଣ୍ଡତା ବଜାୟ ରଖିବା କ୍ଷେତ୍ରରେ ଅତୁଳନୀୟ ଭୂମିକା ଗ୍ରହଣ କରିଥିବା ନାଗରିକଙ୍କୁ ସମ୍ମାନିତ କରିବା ଉଦ୍ଦେଶ୍ୟରେ କେନ୍ଦ୍ର ସରକାର ସର୍ଦ୍ଦାର...

୧୦ ବର୍ଷ ତଳର କାହାଣୀ: ୨୦୧୦ ଜୁଲାଇ ୨୫ ବନାମ ୨୦୧୯ ଅଗଷ୍ଟ ୨୧; ସେତେବେଳେ ଶାହ ହୋଇଥିଲେ ଗିରଫ; ଏବେ ଚିଦାମ୍ବରମ୍‌ଙ୍କ ଉପରେ ଖଣ୍ଡା

ନୂଆଦିଲ୍ଲୀ,୨୧।୮: ସମ୍ପ୍ରତି ଭାଜପା ସରକାରରେ କଂଗ୍ରେସର ବରିଷ୍ଠ ସଦସ୍ୟ ତଥା ପୂର୍ବତନ ଅର୍ଥ ଏବଂ ସ୍ବରାଷ୍ଟ୍ର ମନ୍ତ୍ରୀ ପି. ଚିଦାମ୍ବରମ୍‌ଙ୍କ ମାମଲା ନେଇ ଦେଶର ରାଜନୈତିକ...

ଜମ୍ମୁ-କଶ୍ମୀରରୁ ଲଦାଖ ଅଲଗା: ଉଭୟ ହେଲେ କେନ୍ଦ୍ର ଶାସିତ ଅଞ୍ଚଳ

ନୂଆଦିଲ୍ଲୀ, ୫।୮: ଜମ୍ମୁ-କଶ୍ମୀରରୁ ଲଦାଖକୁ ଅଲଗା କରି ଦିଆଯାଇଛି। ଜମ୍ମୁ-କଶ୍ମୀର ଏବେ ରାଜ୍ୟର ମାନ୍ୟତା ହରାଇବା ସହିତ ଧାରା ୩୭୦ ଅନୁସାରେ ଏହାର ବିଶେଷ ରାଜ୍ୟ...

ସାଥୀ ଖୋଜିବାକୁ ୨ ହଜାର କିମି

ନୂଆଦିଲ୍ଲୀ, ୭।୩: ‘ବଞ୍ଜର ହୈ ସବ୍‌ ବଞ୍ଜର ହୈ। ହମ୍‌ ଢୁଣ୍ଡନେ ଜବ ଫିର୍ଦ୍ଦୋଷ ଚାଲେ। ତେରେ ଖୋଜ୍‌ ତଲାସ ମେଁ ଦେଖ୍‌ ପିୟା, ହମ୍‌...

Leave a comment

Your email address will not be published. Required fields are marked *