ବିବାହ ବନ୍ଧନରେ ବାନ୍ଧିହେଲେ ଦଙ୍ଗଲ ଗର୍ଲ

ଚଣ୍ଡିଗଡ଼,୨।୧୨: ଅନ୍ତରାଷ୍ଟ୍ରୀୟ ପଦକ ବିଜେତା ତଥା ଦଙ୍ଗଲ ଗର୍ଲ ନାଁରେ ବେଶ୍‌ ପରିଚିତ ଥିବା ରେସ୍‌ଲର ବବିତା ଫୋଗଟ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ହରିୟାଣା ଚରଖି ଦାଦରି ଜିଲାର ବଲାଲି ଗାଁରେ ଉକ୍ତ ବିବାହ ରବିବାର ଅନୁଷ୍ଠିତ ହୋଇଥିଲା। ହିନ୍ଦୁ ରୀତିନୀତିରେ ବବିତା ଦିଲ୍ଲୀର ନଜଫ୍‌ଗଡ଼ର ବିବେକ ସୁହାଗଙ୍କୁ ବିବାହ କରିଛନ୍ତି। ଦ୍ରୋଣାଚାର୍ଯ୍ୟ ପୁରସ୍କାରରେ ସମ୍ମାନିତ ହୋଇଥିବା ରେସ୍‌ଲର ତଥା ବିବତାଙ୍କ ବାପା ମହାବୀର ଫୋଗଟ ବିବାହରେ କୌଣସି ଯୌତୁକ ନ ଦେବା ସହ ମାତ୍ର ଏକ ଟଙ୍କା ଦେଇ ଝିଅର କନ୍ୟାଦାନ କରିଥିଲେ। ଏହି ବିବାହ ନିରାଡମ୍ବରରେ ହୋଇଥିବା ବେଳେ ବର ପକ୍ଷରୁ ବରଯାତ୍ରୀରେ ମାତ୍ର ୨୧ଜଣ ସାମିଲ ହୋଇଥିବା ଜଣାପଡ଼ିଛି। ବିବାହର ୭ଟି ବଚନ ରହିଥିବା ବେଳେ ଏମାନେ କିନ୍ତୁ ୮ଟି ବଚନ ନେଇଥିଲେ। ‘ବେଟି ବଞ୍ଚାଓ, ବେଟି ପଢ଼ାଓ’ ସେଥିମଧ୍ୟରୁ ଗୋଟିଏ ଥିଲା। ଏଥିସହ ନବଦମ୍ପତି ଗୋଟିଏ ଗୋଟିଏ ଗଛ ଲଗାଇ ପରିବେଶ ବଞ୍ଚାଇବା ପାଇଁ ସମସ୍ତଙ୍କୁ ଆହ୍ବାନ ଦେଇଥିଲେ।


All Right Reserved By Dharitri.Com

ପୋଲିସ-ଭାଜପା କର୍ମୀ ସଂଘର୍ଷ

କୋଲକାତା,୧୩ା୧୧(ପି.ଟି.): ପଶ୍ଚିମବଙ୍ଗ ରାଜଧାନୀ କୋଲକାତାରେ ଡେଙ୍ଗୁ ମୃତ୍ୟୁକୁ ନେଇ ଭାଜପା ଯୁବମୋର୍ଚ୍ଚା ପକ୍ଷରୁ ବୁଧବାର ବିକ୍ଷୋଭ ଚାଲିଥିଲାବେଳେ ଏହା ହିଂସାତ୍ମକ ରୂପ ନେଇଛି। ଭାଜପା ଯୁବମୋର୍ଚ୍ଚା...

କରୋନା: ବିଦେଶୀଙ୍କୁ ଅରୁଣାଚଳ ମନା

ଥିରୁଭାନନ୍ଥପୁରମ୍‌,୯ା୩(ପି.ଟି.): କେରଳରୁ ଆଉ ୫ ଜଣଙ୍କଠାରେ କରୋନା ପଜିଟିଭ୍‌ ଚିହ୍ନଟ ହେବା ପରେ ଦେଶରେ ରୋଗୀସଂଖ୍ୟା ୩୯କୁ ବୃଦ୍ଧି ପାଇଛି। କେରଳର ପଥନାମଥିଟ୍ଟା ଜିଲାରୁ ଚିହ୍ନଟ...

କରୋନା ଭୟ: ବିଲେଇକୁ ଦେଶାନ୍ତର କରାଗଲା

ଚେନ୍ନାଇ,୪ା୩: ବିଶ୍ୱବ୍ୟାପୀ ଏବେ କରୋନା ଭାଇରସ୍‌ ଆତଙ୍କ। ଚାଇନାରୁ ମାଡ଼ି ଏବେ ୬୬ ଦେଶକୁ ଏହା ବ୍ୟାପିଲାଣି। ଭାରତ ବି ଏଥିରୁ ବାଦ୍‌ ପଡ଼ିନି। ଚାରିଆଡ଼େ...

ଅବସରର ୪୦ ବର୍ଷ ପରେ ପ୍ରତିରକ୍ଷା ମନ୍ତ୍ରଣାଳୟକୁ ଏକ କୋଟି ଟଙ୍କା ଦାନ କଲେ ୭୪ ବର୍ଷୀୟ ବ୍ୟକ୍ତି

ନୂଆଦିଲ୍ଲୀ,୧୬।୭: ସିବିଆର୍‌ ପ୍ରସାଦ ନାମକ ଜଣେ ବ୍ୟକ୍ତି ଅବସରର ୪୦ ବର୍ଷ ପରେ ତାଙ୍କର ସମସ୍ତ ପେନସନ୍‌ ଅର୍ଥାତ୍‌ ୧ କୋଟି ଟଙ୍କା ପ୍ରତିରକ୍ଷା ମନ୍ତ୍ରଣାଳୟକୁ...

ଅଯୋଧ୍ୟା ମଧ୍ୟସ୍ଥ କମିଟି ରିପୋର୍ଟ ଦାଖଲ: ସୁପ୍ରିମକୋର୍ଟରେ ଶୁଣାଣି ଆଜି

ନୂଆଦିଲ୍ଲୀ, ୨।୮(ପି.ଟି.):ସୁପ୍ରିମକୋର୍ଟରେ ରାମ ଜନ୍ମଭୂମି-ବାବ୍ରୀ ମସ୍‌ଜିଦ ଜମି ବିବାଦ ମାମଲାର ଶୁଣାଣି ଶୁକ୍ରବାର ପୂର୍ବାହ୍ନ ୧୦ଟା ୩୦ରେ ହେବ। ଅଦାଲତଙ୍କ ହ୍ବାରା ନିଯୁକ୍ତ ମଧ୍ୟସ୍ଥ କମିଟି ସୋମବାର...

ଗ୍ୟାଙ୍ଗଷ୍ଟର ରବି ପୂଜାରୀ ଗିରଫ

ବେଙ୍ଗାଲୁରୁ,୨୪ା୨(ପି.ଟି.): ଦୁର୍ଦ୍ଧର୍ଷ ଗ୍ୟାଙ୍ଗଷ୍ଟର ରବି ପୂଜାରୀଙ୍କୁ ଦକ୍ଷିଣ ଆଫ୍ରିକାରେ ଗିରଫ କରାଯିବା ପରେ ଭାରତ ଅଣାଯାଉଛି। ପ୍ରତ୍ୟର୍ପଣ ପରେ ତାଙ୍କୁ ଭାରତ ଅଣାଯାଉଛି। ଗ୍ୟାଙ୍ଗଷ୍ଟରଙ୍କୁ ଆଣିବା...

ବିବାହ ପରେ ଶାଶୁଘର ଯାଉଥିଲେ କନ୍ୟା: ଅପହରଣ କରିନେଲେ ଦୁର୍ବୃତ୍ତ

ଜୟପୁର, ୧୮।୪: ରାଜସ୍ଥାନ ଜୟପୁରର ନାଗଓ୍ବା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ବିବାହ ପରେ ଶାଶୁଘର ଯାଉଥିବା କନ୍ୟାଙ୍କୁ ଅପହରଣ କରିନେଇଛନ୍ତି କିଛି ଦୁର୍ବୃତ୍ତ।...

ଅଲିମ୍ପିକ ଚାମ୍ପିୟନ ଜ୍ୟାକ୍ସଙ୍କ ପରଲୋକ

ପ୍ୟାରିସ, ୫।୧୧ (ଏଏଫ୍‌ପି)- ଫ୍ରେଞ୍ଚ୍‌ ସାଇକ୍ଲିଷ୍ଟ ତଥା ୧୯୪୮ ଅଲିମ୍ପିକ୍‌ ସ୍ବର୍ଣ୍ଣ ପଦକ ବିଜେତା ଜ୍ୟାକ୍ସ ଡୁପୋଣ୍ଟଙ୍କ ବିୟୋଗ ଘଟିଛି। ମୃତ୍ୟୁବେଳକୁ ତାଙ୍କୁ ୯୧ ବର୍ଷ...

Leave a comment

Your email address will not be published. Required fields are marked *