ଫାଇଲେରିଆର ପ୍ରାଦୁର୍ଭାବ

”ଫାଇଲେରିଆ ଗୋଟିଏ ମଶା ବାହକ ରୋଗ। ଅସ୍ବାସ୍ଥ୍ୟକର ପରିବେଶ ଓ ଢାଙ୍କୁଣି ନ ଥିବା ନର୍ଦ୍ଦମା ପାଣିରେ ମଶାମାନେ ଅଣ୍ଡା ଦେଇ ବଂଶ ବିସ୍ତାର କରନ୍ତି। ଏହି ରୋଗରେ ମୃତ୍ୟୁହାର ନଗଣ୍ୟ ହୋଇଥିବାରୁ ପ୍ରଶାସନ ଉଦାସୀନ। ରୋଗୀ ସାରା ଜୀବନ ଜ୍ୱର ଓ ଯନ୍ତ୍ରଣା ଭୋଗ କରେ। ଗୋଦର ଗୋଡ଼ରୁ ଜୀବିକା ହରାଏ। ଆର୍ଥିକ ଅନଟନ, ପାରିବାରିକ ଅବହେଳା ଓ ସାମାଜିକ ବାସନ୍ଦ ଜୀବନକୁ ଦୁର୍ବିଷହ କରିପକାଏ।“

ଫାଇଲେରିଆ ଗୋଟିଏ ମଶା ବାହକ ରୋଗ। ଅସ୍ବାସ୍ଥ୍ୟକର ପରିବେଶ ଓ ଢାଙ୍କୁଣି ନ ଥିବା ନର୍ଦ୍ଦମା ପାଣିରେ ମଶାମାନେ ଅଣ୍ଡା ଦେଇ ବଂଶ ବିସ୍ତାର କରନ୍ତି। ଏହି ରୋଗରେ ମୃତ୍ୟୁହାର ନଗଣ୍ୟ ହୋଇଥିବାରୁ ପ୍ରଶାସନ ଉଦାସୀନ। ରୋଗୀ ସାରା ଜୀବନ ଜ୍ୱର ଓ ଯନ୍ତ୍ରଣା ଭୋଗ କରେ। ଗୋଦର ଗୋଡ଼ରୁ ଜୀବିକା ହରାଏ। ଆର୍ଥିକ ଅନଟନ, ପାରିବାରିକ ଅବହେଳା ଓ ସାମାଜିକ ବାସନ୍ଦ ଜୀବନକୁ ଦୁର୍ବିଷହ କରିପକାଏ। ଏହି ରୋଗ ଭାରତରୁ ୨୦୨୫ ସୁଦ୍ଧା ନିରାକରଣ କରିବା ପାଇଁ ସରକାର ଓ ବିଶ୍ୱ ସ୍ବାସ୍ଥ୍ୟ ସଂସ୍ଥା ଯୋଜନା ସ୍ଥିର କରିଛନ୍ତି। ଏହାର ସଫଳତା ସମୟ ହିଁ କହିବ। ସ୍ଥାୟୀ ଭାବରେ ଅସୁସ୍ଥ ରୋଗୀମାନଙ୍କ ପାଇଁ କୌଣସି ବ୍ୟବସ୍ଥା ନାହିଁ। ସେମାନଙ୍କର ଚିକିତ୍ସା, ଥଇଥାନ, ଆର୍ଥିକ ସହାୟତା ଓ ସମାଜରେ ସାଧାରଣ ନାଗରିକ ଭାବରେ ବଞ୍ଚତ୍ବାର ଅଧିକାର ପାଇଁ ପ୍ରଶାସନ ଚିନ୍ତା କରୁନାହାନ୍ତି। ଆମ ଦେଶରେ ଏହିପରି ୧୫ ନିୟୁତ ରୋଗୀ ମୁମୂର୍ଷୁ ଅବସ୍ଥାରେ ଅଛନ୍ତି। ସେମାନେ ଅବହେଳିତ ଓ ନିଷ୍ପେଷିତ ଜୀବନଯାପନ କରୁଛନ୍ତି। ପାଦରେ ଘା’ ହୋଇ ସବୁବେଳେ ପୂଜ ଓ ପାଣି ବାହାରୁଛି। ପୋକ ବାହାରୁଛନ୍ତି। ଘା’ ଶୁଖୁ ନାହିଁ। ଚାଲିବାରେ କଷ୍ଟ ହେଉଛି। ଡାକ୍ତରଖାନାରେ ରହି ଚିକିତ୍ସା ପାଇଁ ବ୍ୟବସ୍ଥା ନାହିଁ। ମନ୍ଦିର ପାଖରେ ଓ ରାସ୍ତା କଡ଼ରେ ଭିକ ମାଗି ଜୀବନ ନିର୍ବାହ କରୁଛନ୍ତି।
ଗୋଡ଼-ହାତ ଫୁଲା କେବଳ ଫାଇଲେରିଆ ରୋଗର ଲକ୍ଷଣ ନୁହେଁ। ଧଳା ଓ ରକ୍ତ ପରିସ୍ରା, ଶୁକ୍ରରେ ରକ୍ତ ପଡ଼ିବା, ଶୁଖିଲା କାଶ ସହିତ ଛାତିରେ ଯନ୍ତ୍ରଣା ହେବା, ଅଣ୍ଟା ଓ ପିଠିର ତଳ ଭାଗରେ କଷ୍ଟ ହେବା, ଗଣ୍ଠି ଦରଜ ହୋଇ ବିନ୍ଧିବା ଇତ୍ୟାଦି ଏହି ରୋଗର ନିଦାନ। ଫୁସ୍‌ଫୁସ୍‌ରେ ଏହି ରୋଗର ପରଜୀବୀ ରହି ପ୍ରଦାହ କରେ ଓ ଆଲର୍ଜି ହୋଇ ସବୁବେଳେ ଶୁଖିଲା କାଶ ଲାଗିରହେ। ଆଣ୍ଟିବାୟୋଟିକ୍‌ ଚିକିତ୍ସା ଦ୍ୱାରା ରୋଗୀ ସୁସ୍ଥ ହୁଏ ନାହିଁ। ଏମାନେ ଶରୀରରେ ୧୦ବର୍ଷ ପର୍ଯ୍ୟନ୍ତ ବଞ୍ଚତ୍ ରହନ୍ତି। ତେଣୁ ଚିକିତ୍ସା ଦୀର୍ଘଦିନ କରିବା ଆବଶ୍ୟକ।
ପୁରୁଷମାନଙ୍କର ଅଣ୍ଡକୋଷ, ଶୁକ୍ରବାହୀ ନଳୀ ଏବଂ ମହିଳାମାନଙ୍କର ସ୍ତନରେ ପ୍ରଦାହ ବହୁଦିନ ଲାଗି ରହିବା ଫଳରେ ଆକାର ଧୀରେ ଧୀରେ ବୃଦ୍ଧିହୁଏ। ଶୁକ୍ରବାହୀ ନଳୀ ସଙ୍କୁଚିତ ହୋଇ ଏହାର ଭିତର ରନ୍ଧ୍ର ବନ୍ଦ ହୋଇଯାଏ। ଫଳରେ ଶୁକ୍ର ନିର୍ଗତ ହୋଇପାରେ ନାହିଁ। ଏହା ପୁରୁଷ ବନ୍ଧ୍ୟାର କାରଣ। ଗୋଦର ଗୋଡ଼କୁ ଅପରେଶନ କରିବା ଅନୁଚିତ। ଏହା କଲେ ସବୁଦିନ ପାଇଁ ହସିକା ନଳୀ ଓ ଗ୍ରନ୍ଥିଗୁଡ଼ିକ ନଷ୍ଟ ହୋଇଯାଏ। ଇସିକା ପ୍ରଦାହ ବନ୍ଦ ହୋଇଯିବାରୁ ଗୋଡ଼ର ଫୁଲା କ୍ରମାନ୍ବୟେ ବୃଦ୍ଧି ହୋଇ ହାତୀଗୋଡ଼ ଆକାର ହୋଇଯାଏ। ତେଣୁ ଏହାକୁ ‘ଏଲିଫାଣ୍ଟଏଡ଼’ ଗୋଡ଼ କୁହାଯାଏ। ଘା’ ନ ଶୁଖି ସବୁବେଳେ ପାଣି ଓ ପୂଜ ବାହାରି ଦୁର୍ଗନ୍ଧ ହୁଏ। ତେଣୁ ଏହି ରୋଗୀମାନେ ସମାଜରେ ବାସନ୍ଦ ହୋଇଯାଆନ୍ତି।
ପ୍ରଶାସନକୁ ଅନୁରୋଧ, ପୁରାତନ ଫାଇଲେରିଆ ରୋଗୀମାନଙ୍କ ପାଇଁ ସୁଚିକିତ୍ସା ଓ ଥଇଥାନର ବ୍ୟବସ୍ଥା କରନ୍ତୁ। ରୋଗ ନିରାକରଣ ସହିତ ଦୀର୍ଘସ୍ଥାୟୀ ମୁମୂର୍ଷୁ ରୋଗୀମାନଙ୍କର ସ୍ଥାୟୀ ସେବା ଓ ଫଳପ୍ରଦ ଚିକିତ୍ସା ହେଉ।

ଡା. ଦ୍ୱିଜେଶ କୁମାର ପଣ୍ଡା
-ଫାଇଲେରିଆ ଓ ନିଦାନ ବିଶେଷଜ୍ଞ, ବରିଷ୍ଠ ବୈଜ୍ଞାନିକ
ଆଚାର୍ଯ୍ୟ ବିହାର, ଭୁବନେଶ୍ୱର, ଫୋନ: (୦୬୭୪) ୨୫୪୨୯୩୪


All Right Reserved By Dharitri.Com

ମା’ କର୍ମଜୀବୀ ହୋଇଥିଲେ…

ପ୍ରକୃତି ମା’ ସ୍ତନରେ ଖଞ୍ଜିଦେଇଛି ଏକ ଅମୃତର ଉତ୍ସ। ଯାହାକି ଜନ୍ମ ହେବାପରେ ଶିଶୁ ବଞ୍ଚତ୍ବା ଲାଗି ସମସ୍ତ ଆବଶ୍ୟକ ଉପାଦାନ ସହ ଶିଶୁର ଶାରୀରିକ...

ଏସବୁ ରୋଗ ଲାଗି ବରଦାନ ସଦୃଶ ତେଜପତ୍ର

ମସଲା ରୂପରେ ବ୍ୟବହାର କରାଯାଉଥିବା ତେଜପତ୍ର ଯେ, କେବଳ ଖାଦ୍ୟକୁ ସ୍ବାଦିଷ୍ଟ କରାଇଥାଏ ତାହା ନୁହେଁ ବରଂ ଏହା ଅନେକ  ରୋଗରୁ ରକ୍ଷା କରିଥାଏ। ଏଥିରେ...

ନୀରବ ଘାତକ ମଧୁମେହ

ମଧୁମେହ ସାମ୍ପ୍ରତିକ ସମୟରେ ଘୋର ସମସ୍ୟା ଭାବେ ଉଭା ହୋଇ ସାଂଘାତିକ ଭାବେ ବ୍ୟାପୁଛି। ସ୍ବାସ୍ଥ୍ୟ କ୍ଷେତ୍ରରେ ଏହା ଏକ ପ୍ରକାର ଆତଙ୍କ ସୃଷ୍ଟି କରିଛି।...

ଭାରତର ଏହି ୪ ସହର: ଯେଉଁଠି ଦେଖିବାକୁ ମିଳେ ହୋଲିର ସ୍ବତନ୍ତ୍ରତା

ରଙ୍ଗର ପର୍ବ ହୋଲି। ଭାରତରେ ପାଳନ କରାଯାଉଥିବା ବିଭିନ୍ନ ପରମ୍ପରା ମଧ୍ୟରୁ ଏହା ଅନ୍ୟତମ । ବିଭିନ୍ନ ସ୍ଥାନରେ ହୋଲି ପାଳନର ଶୈଳୀ ମଧ୍ୟ ଭିନ୍ନ।...

ଖରାଦିନ ପାଇଁ ଉପକାରୀ ‘ପୁଦିନା’

ନିୟମିତ ରୂପେ ଆମେ ଖାଦ୍ୟରେ ପୁଦିନାର ବ୍ୟବହାର କରିଥାଉ। ଏହା ଖାଦ୍ୟର ସ୍ବାଦକୁ ଆହୁରି ବଢ଼ାଇ ଦେଇଥାଏ। ପୁଦିନାର ବହୁତ ଉପକାରୀ ଗୁଣ ବିଷୟରେ ସମେସ୍ତ...

ଓଜନ ନିୟନ୍ତ୍ରଣ କରେ ଗ୍ରୀନ୍‌ କଫି

ବର୍ତ୍ତମାନ ସମୟରେ ମେଦବହୁଳତା ବ୍ୟକ୍ତିତ୍ୱ ବିଗାଡ଼ିବା ସହ ଶରୀରରେ ବିଭିନ୍ନ ପ୍ରକାର ଗମ୍ଭୀର ରୋଗ ସୃଷ୍ଟି କରିବାରେ ଲାଗିଛି। ଅଧିକାଂଶ ଲୋକ ମୋଟାପଣ ଦୂର କରିବାକୁ...

ପନିର ଖିରି

ଆବଶ୍ୟକ ସାମଗ୍ରୀ ଚକଟାଯାଇଥିବା ପନିର – ୧/୨ କପ୍‌,ମିଲ୍କ ମେଡ୍‌ – ୧/୪, କ୍ଷୀର – ୧ଲିଟର, ଚିନି -୨୫୦ ଗ୍ରାମ୍‌, ପେସ୍ତା ବାଦାମ, କିସ୍‌ମିସ୍‌,...

ଷ୍ଟୋମାକ କ୍ୟାନ୍‌ସର ଚିହ୍ନିବାର ନୂଆ ଉପାୟ

ଷ୍ଟୋମାକ କ୍ୟାନ୍‌ସରର ଆଦ୍ୟାବସ୍ଥାରୁ ଚିକିତ୍ସା କରାଇଲେ ଏଥିରୁ ଆରୋଗ୍ୟ ଲାଭ କରିବାର କିଛି ଅଂଶ ସୁଯୋଗ ରହିଛି। ହେଲେ ଏହା ଜଟିଳ ଅବସ୍ଥା ଧାରଣ କରିଥିଲେ...

Leave a comment

Your email address will not be published. Required fields are marked *