ଛାତ୍ରକୁ ମାଡ଼ ଘଟଣାରେ ଅଧ୍ୟକ୍ଷ ନିଲମ୍ବିତ

ଢେଙ୍କିକୋଟ, ୨।୧୨(ଡି.ଏନ୍‌.ଏ.)- କେନ୍ଦୁଝର ଜିଲା ଘଟଗାଁ ବ୍ଲକ ଢେଙ୍କିକୋଟ ପଞ୍ଚାୟତ ଟିକିରାସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଜଣେ ୯ମ ଶ୍ରେଣୀର ଛାତ୍ରଙ୍କୁ ମାଡ଼ ମରାଯିବା ଘଟଣାରେ ଅଧ୍ୟକ୍ଷ ରାଜୀବ କୁମାର ଦତ୍ତଙ୍କୁ ନିଲମ୍ବିତ କରାଯାଇଛି। ପରବର୍ତ୍ତୀ ଅଧ୍ୟକ୍ଷ ନିଯୁକ୍ତି ପର୍ଯ୍ୟନ୍ତ ବରିଷ୍ଠ ଶିକ୍ଷୟିତ୍ରୀ କିମ୍ବା ଶିକ୍ଷକ ଦାୟିତ୍ୱ ତୁଲାଇବେ ବୋଲି ଜିଲା ଶିକ୍ଷାଧିକାରୀ କପିଳେନ୍ଦ୍ର ମିଶ୍ର ପ୍ରକାଶ କରିଛନ୍ତି।
ଉଲ୍ଳେଖନୀୟ ଯେ, ଗତ ୨୮ ତାରିଖରେ ବିଦ୍ୟାଳୟ ପରିସରରେ ଏହି ଛାତ୍ରଙ୍କୁ ମାଡ଼ ମରାଯାଇଥିବା ଅଭିଯୋଗ ହୋଇଥିଲା। ଏନେଇ ପରଦିନ ବିଦ୍ୟାଳୟର ଛାତ୍ରୀଛାତ୍ର ଅଧ୍ୟକ୍ଷଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ବିଦ୍ୟାଳୟ ପାଟକ ସମ୍ମୁଖରେ ଧାରଣାରେ ବସିବା ସାଙ୍ଗକୁ ବିଭିନ୍ନ ସ୍ଳୋଗାନ ଦେଇ ଢେଙ୍କିକୋଟ ବଜାରରେ ରାଲି କରିଥିଲେ । ପରେ ସେମାନେ ୨୦ ନଂ.ଜାତୀୟ ରାଜପଥକୁ ଅବରୋଧ କରିଥିଲେ। ଶିକ୍ଷାବିଭାଗ ଅଧିକାରୀ ପହଞ୍ଚି ତଦନ୍ତ ପ୍ରତିଶ୍ରୁତି ଦେବା ପରେ ଛାତ୍ରଙ୍କ ରାସ୍ତାରୋକୋ ହଟିଥିଲା। ଏହି କ୍ରମରେ କେନ୍ଦୁଝର ଜିଲାପାଳ ଆଶିଷ ଠାକ୍‌ରେଙ୍କ ନିର୍ଦ୍ଦେଶକ୍ରମେ ଜିଲା ଶିକ୍ଷାଧିକାରୀ କପିଳେନ୍ଦ୍ର ମିଶ୍ର ଘଟଗାଁ ଶିକ୍ଷାଜିଲା ଶିକ୍ଷାଧିକାରୀ କ୍ଷେତ୍ରମୋହନ ହାଁସଦାଙ୍କ ନେତୃତ୍ୱରେ ଏକ ଟିମ୍‌ ଗଠନ କରି ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ। ପରେ ତଦନ୍ତ ରିପୋର୍ଟ ଜିଲା ଶିକ୍ଷାଧିକାରୀ ଓ ଜିଲାପାଳଙ୍କୁ ଦିଆଯାଇଥିଲା। ଜିଲାପାଳ ଠାକ୍‌ରେ ଭୁବନେଶ୍ୱରସ୍ଥିତ ଷ୍ଟେଟ୍‌ ପ୍ରୋଜେକ୍ଟ ଡାଇରେକ୍ଟରଙ୍କୁ ଏହି ରିପୋର୍ଟ ପଠାଇଥିଲେ। ଏହି ପରିପ୍ରେକ୍ଷୀରେ ଛାତ୍ରଙ୍କୁ ମାଡ଼ ମାରିବା ଘଟଣାରେ ଆଦର୍ଶ ବିଦ୍ୟାଳୟର ଅଧ୍ୟକ୍ଷ ରାଜୀବ ଦତ୍ତଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଥିବା ଜିଲା ଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି।


All Right Reserved By Dharitri.Com

ମରଣଯନ୍ତା ପାଲଟିଛି ପୁରୀ ସମୁଦ୍ର: ବୁଡ଼ିଯିବାରୁ ଅଳ୍ପକେ ବର୍ତ୍ତିଲେ ୩ ବଙ୍ଗୀୟ ଯୁବକ

ପୁରୀ ଅଫିସ,୧୬।୧୦: ଏବେ ମରଣଯନ୍ତା ପାଲଟିଛି ପୁରୀ ସମୁଦ୍ର। ପ୍ରଶାସନର ଅବହେଳା ଯୋଗୁ ସମୁଦ୍ରରେ ଗାଧୋଇ ପର୍ଯ୍ୟଟକମାନେ ଅକାଳରେ ପ୍ରାଣ ହରାଉଛନ୍ତି। ଅନେକ ପର୍ଯ୍ୟଟକ ଆହତ...

ପିଡିଏସ୍‌ ଚାଉଳ ବଣ୍ଟନକୁ ନେଇ ହଟଗୋଳ

କୋଳିମାଟି,୧୦।୭(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ କୋଳିମାଟି ପଞ୍ଚାୟତରେ ପିଡିଏସ୍‌ ଚାଉଳ ବଣ୍ଟନକୁ ନେଇ ବୁଧବାର ଅପରାହ୍ନରେ ହଟଗୋଳ ହୋଇଛି। ପ୍ରଥମ ଦିନ ଚାଉଳ ବଣ୍ଟନ...

ପୋଲ ଉପରୁ ତେଲ୍‌ ନଦୀକୁ ଖସିିଲା କୋଇଲା ବୋଝେଇ ଟ୍ରକ୍‌

ବଲାଙ୍ଗୀର ଅଫିସ, ୭।୧୦: ବଲାଙ୍ଗୀର ଜିଲା ତୁଷୁରା ନିକଟରେ ରବିବାର ରାତିରେ ତେଲ୍‌ନଦୀ ପୋଲ ଉପରୁ ନଦୀ ଭିତରକୁ ଏକ ଟ୍ରକ୍‌ ତଳକୁ ଖସି ପଡିଛି।...

ଶିଶୁପୁତ୍ରକୁ ଧରି ପ୍ରେମିକଙ୍କ ସହ ମହିଳା ଫେରାର

ଧର୍ମଶାଳା,୨୭ା୯(ଡି.ଏନ୍‌.ଏ.): ଧର୍ମଶାଳା ଥାନା ଅଞ୍ଚଳର ଜଣେ ମହିଳା ନିଜ ୫ ବର୍ଷର ଶିଶୁପୁତ୍ରକୁ ଧରି ପ୍ରେମିକଙ୍କ ସହିତ ଫେରାର ହୋଇଯାଇଛନ୍ତି। ଏ ନେଇ ଗୁରୁବାର ମହିଳାଙ୍କ...

ଏକାଠି ହେଲେ ଅସନ୍ତୁଷ୍ଟ ବିଜେଡି ନେତା, କର୍ମୀ

ଦାରିଙ୍ଗବାଡ଼ି,୧୮।୬(ଡି.ଏନ.ଏ)-ସାଧାରଣ ନିର୍ବାଚନ ଫଳାଫଳ ଆସିବା ପରେ ଦାରିଙ୍ଗବାଡ଼ି ବ୍ଲକ ବିଜେଡିରେ ଦଳ ବିରୋଧୀଙ୍କୁ ବହିଷ୍କାର କରିବା ଦାବି ଜୋର ଧରିଛି। ଦଳ ବିରୋଧୀ ଅଭିଯୋଗ ଆସିଥିବା...

୫-ଟି ସଚିବଙ୍କ ବାରିପଦା ମେଡିକାଲ କଲେଜ ପରିଦର୍ଶନ : ‘୪ ମାସ ମଧ୍ୟରେ ଉନ୍ନତ ଭିତ୍ତିଭୂମି ଗଢ’

ବାରିପଦା ଅଫିସ,୧୪ା୧୦- ମୟୂରଭଞ୍ଜ ଜିଲା ବାରିପଦା ସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲକୁ ରବିବାର ରାଜ୍ୟ ସରକାରଙ୍କ ୫-ଟି ସଚିବ ଭି.କାର୍ତ୍ତିକେୟନ...

ଓଡ଼ାପଡ଼ାରେ ନାବାଳିକା ବିବାହ: ଭୋଜିଭାତ ପରେ ବରକନ୍ୟା ଛୁ’

ଓଡ଼ାପଡ଼ା, ୩୦।୧୦(ଡି.ଏନ.ଏ.)-ଢେଙ୍କାନାଳ ଜିଲା ମୋଟଙ୍ଗା ଥାନା ହିନ୍ଦୋଳରୋଡ୍‌ ଫାଣ୍ଡି ଅଧୀନ ଓଡ଼ାପଡ଼ା ଗ୍ରାମରେ ଜଣେ ୧୩ ବର୍ଷୀୟା ନାବାଳିକାଙ୍କ ବିବାହ କରାଇ ଦିଆଯାଇଥିବା ମଙ୍ଗଳବାର ଶିଶୁ...

ପଣପଣାରେ କେନ୍ଦ୍ରମନ୍ତ୍ରୀଙ୍କ ଜନଶୁଣାଣି

ବାହାନଗା, ୩୧ା୮(ଡି.ଏନ.ଏ.)-ବାହାନଗା ବ୍ଲକ ପଣପଣା ପଞ୍ଚାୟତ ପରିସରରେ ଶୁକ୍ରବାର କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀଙ୍କ ଦ୍ୱାରା ଜନଶୁଣାଣି ଅନୁଷ୍ଠିତ ହୋଇଛି ା କେନ୍ଦ୍ର ସରକାରଙ୍କ ଯୋଜନା...

Leave a comment

Your email address will not be published. Required fields are marked *