Posted inଜାତୀୟ

ଦେଶରେ ଥମୁନି ଲଜ୍ଜା

ନୂଆଦିଲ୍ଲୀ,୨ା୧୨: ଦୁଇବର୍ଷ ବିଳମ୍ବ ପରେ ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ (ଏନ୍‌ସିଆର୍‌ବି) ପକ୍ଷରୁ ଗତ ଅକ୍ଟୋବର ୨୮ରେ ପ୍ରକାଶ ପାଇଥିଲା ଭାରତର ବାର୍ଷିକ ଅପରାଧ ରିପୋର୍ଟ-୨୦୧୭। ଉକ୍ତ ରିପୋର୍ଟ ଅନୁସାରେ ୨୦୧୭ରେ ମୋଟ ୩,୫୯,୮୪୯ଟି ମହିଳା ବିରୋଧୀ ଅପରାଧ ମାମଲା ରୁଜୁ ହୋଇଥିଲା। ୨୦୧୬ରେ ଏହି ସଂଖ୍ୟା ୩.୩୮ ଲକ୍ଷ ଥିବାବେଳେ ୨୦୧୫ରେ ଥିଲା ୩.୨ ଲକ୍ଷ। ଅର୍ଥାତ୍‌ ମହିଳାଙ୍କୁ ବଳାତ୍କାର, ହତ୍ୟା, ଅପହରଣ, ଯୌତୁକ ନିର୍ଯାତନା, ଏସିଡ୍‌ ଆକ୍ରମଣ ଓ ଆମତ୍ହତ୍ୟା ପାଇଁ ଉସୁକାଇବା ଭଳି ଜଘନ୍ୟ କାଣ୍ଡ ଦେଶରେ ବଢ଼ିବାରେ ଲାଗିଛି। ୨୦୧୭ରେ ରୁଜୁ ହୋଇଥିବା ମୋଟ ବଳାତ୍କାର ମାମଲା ସଂଖ୍ୟା ହେଉଛି ୩୨,୫୫୯। ସେଥିରୁ ୯୩.୧% ମାମଲାରେ ପୀଡ଼ିତା ନିଜ ବନ୍ଧୁ ସମ୍ପର୍କୀୟ, ପରିବାର ସଦସ୍ୟଙ୍କ ଭଳି ଜଣାଶୁଣା ଲୋକଙ୍କ ଦ୍ୱାରା ବଳାତ୍କାରର ଶିକାର ହୋଇଥିବା ରିପୋର୍ଟରେ ସ୍ପଷ୍ଟ କରାଯାଇଛି। ୨୦୧୯ ଶେଷ ହେବାକୁ ଯାଉଥିବାବେଳେ ଚଳିତ ବର୍ଷର ଅପରାଧ ପରିସଂଖ୍ୟାନ ଆନୁଷ୍ଠାନିକ ଭାବେ ପ୍ରକାଶ ପାଇବାକୁ ହୁଏତ ଆଉ ଦୁଇବର୍ଷ ଲାଗିଯାଇପାରେ। ତେବେ ସମ୍ପ୍ରତି ଘଟୁଥିବା ମହିଳା ବିରୋଧୀ ଅପରାଧ ସଭ୍ୟ ସମାଜର ମୁଣ୍ଡ ତଳକୁ କରିଦେଇଛି।
୨୦୧୨ ଡିସେମ୍ବର ୧୬। ରାଜଧାନୀ ଦିଲ୍ଲୀରେ ଚଳନ୍ତା ବସ୍‌ରେ ପାରା ମେଡିକାଲ ଛାତ୍ରୀ ‘ନିର୍ଭୟା’ଙ୍କୁ ଗଣବଳାତ୍କାର ଘଟଣା ସାରା ଦେଶକୁ ସ୍ତବ୍ଧ କରିଦେଇଥିଲା। ସେବେଠୁ ବଳାତ୍କାରୀଙ୍କୁ କଡ଼ା ଦଣ୍ଡ ଦେବା ପାଇଁ ଅନେକ ଆଇନ ପ୍ରଣୟନ ହେଲାଣି। ହେଲେ ସେହି ଛାତିଥରା ଘଟଣାର ୭ ବର୍ଷ ପରେ ବି ଦଣ୍ଡ ପାଇନାହାନ୍ତି ନିର୍ଭୟାଙ୍କ ଦୋଷୀ। ସମ୍ଭବତଃ ଏଇଥିପାଇଁ ଦେଶରେ ଲଜ୍ଜା ଥମୁନାହିଁ ବୋଲି ଅନେକ ବୁଦ୍ଧିଜୀବୀ ମତବ୍ୟକ୍ତ କରନ୍ତି। ବୁଧବାର ରାତିରେ ହାଇଦ୍ରାବାଦର ଜଣେ ମହିଳା ପ୍ରାଣୀ ଚିକିତ୍ସକଙ୍କୁ ଗଣବଳାତ୍କାର ପରେ ହତ୍ୟା ଓ ତାଙ୍କ ମୃତଦେହକୁ ପୋଡ଼ିଦିଆଯିବା ନେଇ ଦେଶବ୍ୟାପୀ ବିକ୍ଷୋଭ ଜାରି ରହିଛି। ଏହାସହ ସାମ୍ନାକୁ ଆସିବାରେ ଲାଗିଛି ଗୋଟିଏ ପରେ ଗୋଟିଏ ବଳାତ୍କାର ମାମଲା।
କୋଏମ୍ବାଟୁରସ୍ଥିତ ଈଶ୍ୱର ନଗର ପାର୍କରେ ଜଣେ ଏକାଦଶ ଶ୍ରେଣୀ ଛାତ୍ରୀଙ୍କୁ ଗଣବଳାତ୍କାର କରାଯାଇଛି। ଛାତ୍ରୀଙ୍କ ୧୭ତମ ଜନ୍ମଦିନରେ ତାଙ୍କର ବୟଫ୍ରେଣ୍ଡଙ୍କ ସମେତ ୬ ଜଣ ଏଭଳି ବର୍ବରତାର ସୀମା ଲଂଘିଛନ୍ତି। କେବଳ ଏତିକି ନୁହେଁ, ବଳାତ୍କାର ବେଳ ଦୃଶ୍ୟର ଭିଡିଓ ଶୁଟିଂ କରିବାକୁ ମଧ୍ୟ ପଛାଇ ନାହାନ୍ତି। ନଭେମ୍ବର ୨୬ରେ ଏହି କାଣ୍ଡ ଘଟାଇଥିବା ଅଭିଯୁକ୍ତମାନଙ୍କୁ ପୋଲିସ ଗତ ଶୁକ୍ରବାର ଗିରଫ କରିଛି। ଅଭିଯୁକ୍ତମାନଙ୍କ ବୟସ ୨୨ରୁ ୩୦ ବର୍ଷ ମଧ୍ୟରେ। ସେହିପରି ରାଜସ୍ଥାନସ୍ଥିତ ଟୋଙ୍କ୍‌ ଜିଲାର ଜଣେ ୬ ବର୍ଷର ଝିଅ ଶନିବାର ନିଖୋଜ ହୋଇଯାଇଥିଲେ। ରବିବାର ତାଙ୍କର ମୃତଦେହ ମିଳିଛି। କ୍ରୀଡ଼ା ପ୍ରତିଯୋଗିତାରେ ଭାଗନେବା ପାଇଁ ଯାଇଥିବା ଛାତ୍ରୀଙ୍କୁ ବଳାତ୍କାର ପରେ ତାଙ୍କ ସ୍କୁଲ ବେଲ୍ଟରେ ତଣ୍ଟିକୁ ଭିଡ଼ି ହତ୍ୟା କରାଯାଇଥିବା ତଦନ୍ତରୁ ଜଣାପଡ଼ିଛି। ପୋଲିସ ଘଟଣାସ୍ଥଳକୁ କେତେକ ମଦ ବୋତଲ ଓ ସ୍ନାକ୍ସ୍‌ ଜବତ କରିଛି। ହେଲେ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସକ୍ଷମ ହୋଇନାହିଁ। ସେହିପରି ଦିଲ୍ଲୀର ଗୁଲାବୀ ବାଗ୍‌ରେ ଜଣେ ୫୫ ବର୍ଷୀୟା ମହିଳାଙ୍କୁ ଜଣେ ଯୁବକ ବଳାତ୍କାର କରିବା ପରେ ତଣ୍ଟିଚିପି ହତ୍ୟା କରିଛନ୍ତି। ୨୨ ବର୍ଷୀୟ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି। ମହିଳା ଜଣକ ଘରେ ଏକୁଟିଆ ରହୁଥିଲେ। ସେ ଏକ ପୂଜା ସାମଗ୍ରୀ ଦୋକାନ ଦେଇଥିଲେ। ଯୁବକଙ୍କ ସହ ତାଙ୍କର ବିବାଦ ହେବାରୁ ମହିଳା ତାଙ୍କ ମୁହଁରେ ଛେପ ପକାଇଥିଲେ। ଏହାର ପ୍ରତିଶୋଧ ନେବା ପାଇଁ ସେ ମହିଳାଙ୍କୁ ବଳାତ୍କାର କରି ଶେଷରେ ଜୀବନ ନେଇଯାଇଥିବା ଡେପୁଟି ପୋଲିସ କମିଶନର (ଉତ୍ତର) ମୋନିକା ଭରଦ୍ୱାଜ ସୂଚନା ଦେଇଛନ୍ତି।


All Right Reserved By Dharitri.Com

ଓ୍ବାର୍କ ଫ୍ରମ୍‌ ହୋମ୍‌ ଚାକିରି ଲାଗି ଅଧିକ ଲୋକ ସର୍ଚ୍ଚ କରୁଛନ୍ତି

ନୂଆଦିଲ୍ଲୀ,୨୪।୫: କରୋନା ଯୋଗୁ ସାରା ଦେଶ ଲକ୍‌ଡାଉନ ହେବା ପରେ ବର୍ତ୍ତମାନ ଲୋକଙ୍କୁ ଘରୁ କାମ(ଓ୍ବାର୍କ ଫ୍ରମ୍‌ ହୋମ୍‌) କରିବାକୁ ପଡୁଛି। ଅସୁବିଧା ପାଇଁ ଏଭଳି...

ମହାରାଷ୍ଟ୍ର କ୍ୟାବିନେଟ୍‌ ସମ୍ପ୍ରସାରଣ ପରେ ମେଣ୍ଟରେ ବିଦ୍ରୋହ: ଏନ୍‌ସିପି ବିଧାୟକ ପ୍ରକାଶ ସୋଲାଙ୍କିଙ୍କ ଇସ୍ତଫା ଘୋଷଣା

ମୁମ୍ବାଇ, ୩୧।୧୨: ମହାରାଷ୍ଟ୍ର କ୍ୟାବିନେଟ୍‌ ସମ୍ପ୍ରସାରଣ ପରେ ମେଣ୍ଟରେ ବିଦ୍ରୋହ ଦେଖାଦେଇଛି। ଏନ୍‌ସିପି ବିଧାୟକ ପ୍ରକାଶ ସୋଲାଙ୍କି ଇସ୍ତଫା ଦେବା ସମ୍ପର୍କରେ ଘୋଷଣା କରିଛନ୍ତି। ସେ...

ମନ୍‌ କି ବାତ୍‌ କାର୍ଯ୍ୟକ୍ରମ: ଦେଶବାସୀଙ୍କ ମତାମତ ଲୋଡ଼ିଲେ ମୋଦି

ନୂଆଦିଲ୍ଲୀ,୧୫।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୀପାବଳି ଦିନ ଅଲ୍‌ ଇଣ୍ଡିଆ ରେଡ଼ିଓ ପକ୍ଷରୁ ପ୍ରସାରିତ ମନ୍‌ କି ବାତ୍‌ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ସମ୍ବୋଧିତ କରିବେ। ଏନେଇ...

ରେଲଓ୍ବେ ଏବେ ଖାଲି ପ୍ଲାଷ୍ଟିକ ବୋତଲ ବଦଳରେ ଦେବ ୫ ଟଙ୍କା

ନୂଆଦିଲ୍ଲୀ,୨୭।୭: ଦିନକୁ ଦିନ ପ୍ଲାଷ୍ଟିକର ବ୍ୟବହାର ବଢିଥିବା ବେଳେ ଏହାକୁ ନେଇ ପରିବେଶ ପ୍ରଦୂଷଣର ମାତ୍ରା ମଧ୍ୟ ବଢିବାରେ ଲାଗିଛି। ଏହି ଅସୁବିଧାରୁ ମୁକ୍ତି ପାଇବା...

କାରଗିଲ୍‌ ଶହୀଦ୍‌ଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ରାଜନାଥ ସିଂ

ଶ୍ରୀନଗର, ୨୬।୭: ଜମ୍ମୁ-କଶ୍ମୀରର ଦ୍ରାସ୍‌ରେ ଶୁକ୍ରବାର କାରଗିଲ ବିଜୟ ଦିବସର ୨୦ ବର୍ଷ ପୂର୍ତ୍ତି ଉପଲକ୍ଷେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ସାଧାରଣ ଲୋକଙ୍କଠାରୁ ଯବାନଙ୍କ...

ପ୍ରବାସୀ ଶ୍ରମିକଙ୍କ ପାଇଁ ୬୮ ହଜାର ଟଙ୍କାର ବିମାନ ଟିକେଟ କଲେ କୃଷକ

ଅନେକ ବ୍ୟକ୍ତି ଅଛନ୍ତି ସେମାନେ ଅନ୍ୟର ସୁଖ ଦୁଃଖରେ ଭାଗୀଦାର ହୋଇଥାନ୍ତି। କୌଣସି ମଣିଷର ଅସୁବିଧା ଦେଖିଲେ ଏହି ବ୍ୟକ୍ତିମାନେ ଆଦୌ ରହିପାରନ୍ତି ନାହିଁ ।...

ଫ୍ରିଜ୍‌ରେ ବଟର୍‌ ରଖୁଛନ୍ତି କି…

ଖାଦ୍ୟରେ ବଟର୍‌ ବା ଲହୁଣୀ ବ୍ୟବହାର କଲେ ଏହା ଖାଦ୍ୟକୁ ସ୍ବାଦିଷ୍ଟ କରିଥାଏ। ବଟରକୁ ବ୍ୟବହାର କରି ସାରିବା ପରେ ଆମେ ଏହାକୁ ଫ୍ରିଜ୍‌ରେ ରଖି...

ବିଧାୟକଙ୍କୁ ଭୋପାଳ ନେଲା କଂଗ୍ରେସ

ମୁମ୍ବାଇ,୨୪ା୧୧: ମହାରାଷ୍ଟ୍ରରେ ଆସ୍ଥାଭୋଟ ପୂର୍ବରୁ ସମ୍ଭାବ୍ୟ ଘୋଡାବେପାର ରୋକିବା ପାଇଁ କଂଗ୍ରେସ ତାର ସବୁ ବିଧାୟକମାନଙ୍କୁ ମଧ୍ୟପ୍ରଦେଶ ରାଜଧାନୀ ଭୋପାଳକୁ ନେଇଯାଇଛି। ଏହି ବିଧାୟକମାନଙ୍କୁ ଏକାଠି...

Leave a comment

Your email address will not be published. Required fields are marked *