ତୁଟୁନି ଧାନ କିଣାବିକା ସମସ୍ୟା

ବରଗଡ଼ ଅଫିସ୍‌, ୨।୧୨: ବରଗଡ଼ ଜିଲାରେ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟାକୁ ୧୫ଦିନ ବିତିଯାଇଛି । ଧାନ କିଣାବିକା ଚାଲିଥିଲେ ସୁଦ୍ଧା ଜିଲାର ବିଭିନ୍ନ ସ୍ଥାନରେ ଏହାକୁ ନେଇ ଦେଖାଯାଇଥିବା ସମସ୍ୟା ଅସମାହିତ ହୋଇ ରହିଛି । ଟୋକନ ପାଇବାରୁ ବଞ୍ଚିତ ଅନେକ ଚାଷୀ ଏପର୍ଯ୍ୟନ୍ତ ଅମଳ ଧାନ ବିକ୍ରି କରି ପାରି ନ ଥିବାବେଳେ ଧାନ ବିକିଥିଲେ ସୁଦ୍ଧା ଚକ୍ଷୁ ସ୍କାନର ଭାଗଚାଷୀଙ୍କ ପାଇଁ ଏବେ ପ୍ରତିବନ୍ଧକ ସାଜିଛି। ଫଳରେ ଧାନ କିଣାବିକାକୁ ନେଇ ଏବେ ମଧ୍ୟ ଚାପା ଅସନ୍ତୋଷ ଲାଗି ରହିଛି । ଜିଲାରେ ଗତ ନଭେମ୍ବର ୧୫ତାରିଖରୁ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇଛି । ମାତ୍ର ରାଜ୍ୟ ସରକାରଙ୍କ ଟୋକନ ବ୍ୟବସ୍ଥାକୁ ବିରୋଧ କରି ଆରମ୍ଭରୁ କିଛିଦିନ ଧରି ଧାନ କିଣାବିକାରେ ଅଚଳାବସ୍ଥା ପରିସ୍ଥିତି ଉପୁଜିଥିଲା । ମାତ୍ର ପରବର୍ତ୍ତୀ ସମୟରେ ଟୋକନ ତାତି ଥମିଯାଇ ଧାନ ସଂଗ୍ରହ ପ୍ରକ୍ରିୟା ଆପାତତଃ ସ୍ବାଭାବିକ ହୋଇଛି । ହେଲେ ଧାନ କିଣାବିକା ମନ୍ଥର ଗତିରେ ଚାଲିଥିବା ପରିଲକ୍ଷିତ ହୋଇଛି ।
ଗତ ଅକ୍ଟୋବର ୩୧ତାରିଖରେ ଜିଲାପାଳ ଅଫିସ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଜିଲାସ୍ତରୀୟ ଖରିଫ ଧାନ ସଂଗ୍ରହ କମିଟି ବୈଠକରେ ବରଗଡ଼ ନିୟନ୍ତ୍ରିତ ବଜାର କମିଟି(ଆରଏମସି) ଅଧୀନରେ ୫୮, ଅତାବିରା ଆରଏମସି ୫୧ ଏବଂ ପଦ୍ମପୁର ଆରଏମସି ଅଧୀନରେ ୬୦ଟି ମଣ୍ଡିରେ ଧାନ କିଣାବିକା ଚାଲିବ ବୋଲି ନିଷ୍ପତ୍ତି ହୋଇଥିଲା । ମାତ୍ର ଏପର୍ଯ୍ୟନ୍ତ କେତେକ ମଣ୍ଡିରେ ଧାନ କିଣାବିକା ଆରମ୍ଭ ହୋଇ ନ ଥିବାବେଳେ ଯେଉଁ ମଣ୍ଡିରେ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି, ସେଠାରେ ମଧ୍ୟ ଚାଷୀଙ୍କୁ ହଟହଟା ହେବାକୁ ପଡ଼ୁଥିବା ଅଭିଯୋଗ ହୋଇଛି । ଟୋକନ ପରେ ଏବେ ଚକ୍ଷୁ ସ୍କାନ୍‌କୁ ନେଇ ଚାଷୀମାନେ ଅଡୁଆରେ ପଡ଼ିଛନ୍ତି ।
ସୂଚନା ଅନୁଯାୟୀ, ପଦ୍ମପୁର ଆରଏମସି ଅଧୀନ ମଣ୍ଡି ଗୁଡ଼ିକୁ ଏପର୍ଯ୍ୟନ୍ତ ୫ଲକ୍ଷ ୧୯ହଜାର ୪୮୪ ପ୍ୟାକେଟ୍‌ ଧାନ ପହଞ୍ଚିଛି । ସେଥିରୁ ୨ଲକ୍ଷ ୯୬ହଜାର ୬୯୩ ପ୍ୟାକେଟ୍‌ ଅର୍ଥାତ୍‌ ୧ଲକ୍ଷ ୩୦ହଜାର ୩୯୮ କୁଇଣ୍ଟାଲ ଧାନ ବିକ୍ରି ହୋଇଛି । ଆହୁରି ୩ଲକ୍ଷ ୧୨ହଜାର ୭୯୧ ପ୍ୟାକେଟ୍‌ ଧାନ ବିକ୍ରି ହୋଇ ନ ପାରି ପଡ଼ି ରହିଛି । ସେହିପରି ବରଗଡ଼ ଆରଏମସି ଅଧୀନ ମଣ୍ଡି ଗୁଡ଼ିକୁ ଆସିଥିବା ୬ଲକ୍ଷ ୮୫ହଜାର ୮୩୭ ପକେଟ୍‌ ମଧ୍ୟରୁ ୬ଲକ୍ଷ ୧୯ହଜାର ୪୧୦ ପ୍ୟାକେଟ୍‌ ଅର୍ଥାତ୍‌ ୨ଲକ୍ଷ ୭୨ହଜାର ୨୧୩ କୁଇଣ୍ଟାଲ ଧାନ ବିକ୍ରି ହୋଇଛି । ଏଠାରେ ଆହୁରି ୬୬ହଜାର ୪୨୭ ପ୍ୟାକେଟ୍‌ ଧାନ ବିକ୍ରି ହୋଇ ପାରି ନାର୍ହି । ଅତାବିରା ଆରଏମସି ଅଧୀନ ମଣ୍ଡି ଗୁଡ଼ିକରେ ଏପର୍ଯ୍ୟନ୍ତ ୧୩ଲକ୍ଷ ୭୫ହଜାର ୧୧୬ ପ୍ୟାକେଟ୍‌ ଧାନ ସଂଗୃହୀତ ହୋଇଛି । ସେଥିରୁ ୧୨ଲକ୍ଷ ୫୮ହଜାର ୮୫୪ ପ୍ୟାକେଟ୍‌ ଅର୍ଥାତ୍‌ ୫ଲକ୍ଷ ୩୯ହଜାର ୩୫ କୁଇଣ୍ଟାଲ ଧାନ ବିକ୍ରି ହୋଇଛି । ଏହି ଆରଏମସି ଅଧୀନ ମଣ୍ଡି ଗୁଡ଼ିକରେ ଆହୁରି ୧ଲକ୍ଷ ୧୬ହଜାର ୨୬୨ ପ୍ୟାକେଟ୍‌ ଧାନ ବିକ୍ରି ହୋଇ ନ ପାରି ପଡ଼ି ରହିଛି । ମଣ୍ଡିରୁ ଧାନ ଉଠୁ ନ ଥିବା ଯୋଗୁ ଚାଷୀ ଶୀତ, କାକରରେ ଧାନ ଜଗି ରହୁଥିବାବେଳେ ଚକ୍ଷୁ ସ୍କାନ୍‌ ସମସ୍ୟା ଯୋଗୁ ମୁଖ୍ୟତଃ ଭାଗଚାଷୀମାନେ ସେମାନଙ୍କ ବିକ୍ରିଧାନର ପ୍ରାପ୍ୟ ପାଇବାରେ ହଇରାଣ ହେଉଥିବା ଏବେ ଧାନ କିଣାବିକାରେ ପ୍ରମୁଖ ସମସ୍ୟା ପାଲଟିଛି ।


All Right Reserved By Dharitri.Com

ନିର୍ମାଣାଧୀନ ହବିଷିଆଳି ଆଶ୍ରୟସ୍ଥଳ ବୁଲିଲେ ଜିଲାପାଳ

ପୁରୀ ଅଫିସ, ୨୪।୯: ଆସୁଛି ଧର୍ମ ମାସ କାର୍ତ୍ତିକ। ଆଉ ୨୦ଦିନ ପରେ ହବିଷ ବ୍ରତ ପାଳନ କରିବାକୁ ପୁରୀକୁ ଆସିବେ ହଜାର ହଜାର ହବିଷିଆଳି।...

ରାସ୍ତା ଉପରେ ଜଳିଗଲା କାର୍‌

ଭଞ୍ଜନଗର,୨୯।୧୦(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଭଞ୍ଜନଗର ବେଲଗୁଣ୍ଠା ମୁଖ୍ୟ ରାସ୍ତାର ନୂଆଗାଁ ସେତୁ ନିକଟରେ ମଙ୍ଗଳବାର ଏକ କାର୍‌ରେ ଅଗ୍ନିକାଣ୍ଡ ଘଟିଛି। କାର୍‌ର ବ୍ୟାଟେରିରୁ ଏହି ଅଗ୍ନିକାଣ୍ଡ...

ସାରଙ୍ଗଧର, ବାଜି ରାଉତ ସେତୁରେ ଆଲୋକୀକରଣ ବ୍ୟବସ୍ଥା ନୋହିଲା; ସଞ୍ଜ ନଇଁଲେ ଗୋଡ଼ାଉଛି ଭୟ

ଢେଙ୍କାନାଳ ଅଫିସ, ୧୨।୮: ଢେଙ୍କାନାଳ ଜିଲା ଦେଇ ପ୍ରବାହିତ ବ୍ରାହ୍ମଣୀ ନଦୀ ଉପରେ ନିର୍ମିତ ସାରଙ୍ଗଧର ସେତୁ ଏବଂ ବାଜି ରାଉତ ସେତୁ ଉପରେ ଆଲୋକୀକରଣ ବ୍ୟବସ୍ଥା...

୧୨ ଫୁଟ୍‌ ଲମ୍ବର ବାହାରା ଚିତେଇ ଉଦ୍ଧାର

ଭୋଗରାଇ, ୩୧।୮(ଡି.ଏନ.ଏ.)-ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ମନ୍ଦାରୀ ଗ୍ରାମରେ ୧୨ ଫୁଟ୍‌ ଲମ୍ବର ଏକ ବାହାରା ଚିତେଇ ସାପକୁ ଗ୍ରାମବାସୀ ଶୁକ୍ରବାର ରାତିରେ ଧରିଛନ୍ତି। ଏହି...

ଟଙ୍କା ସୁନା ଲୁଟି ନେଲେ ଦୁବୃର୍ତ୍ତ

ଉଦଳା,୧୪ା୯(ଡି.ଏନ.ଏ) – ଉଦଳା ଥାନା ଖମଣସାହି ଗ୍ରାମର ପ୍ରଫୁଲ୍ଲ ଚନ୍ଦ୍ର ବାଗଙ୍କ ଘରେ ଗୁରୁବାର ବିଳମ୍ବିତ ରାତିରେ ଦୁବୃର୍ତ୍ତମାନେ ପଶି ନଗଦ ଟଙ୍କା ସମେତ ଲକ୍ଷାଧିକ...

ବୀଣାପାଣି କଳାନିକେତନ ନୃତ୍ୟଶିଳ୍ପୀଙ୍କ ଦିଲ୍ଲୀ ଯାତ୍ରା

ଆନନ୍ଦପୁର,୪।୧୦(ସ୍ବ.ପ୍ର.)-କେନ୍ଦୁଝର ଜିଲା ଆନନ୍ଦପୁର ବୀଣାପାଣି କଳାନିକେତନର ନୃତ୍ୟଶିଳ୍ପୀମାନେ ଦୁର୍ଗାପୂଜା ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଣେ ଲାଗି ଦିଲ୍ଲୀ ଯାତ୍ରା କରିଛନ୍ତି। ଦିଲ୍ଲୀର ନୋଇଡା ବ୍ଲକ-ଏ ଜଗନ୍ନାଥ...

ଟାଙ୍ଗିଆ ଚୋଟରେ ସ୍ତ୍ରୀ ମୃତ, ସ୍ବାମୀ ଗିରଫ

ବାଲିଗୁଡା,୧୫ା୯(ଡି.ଏନ.ଏ.)-ବାଲିଗୁଡ଼ାରେ ଏକ ଅଭାବନୀୟ ଘଟଣା ଘଟିଛି। ନିଶାସକ୍ତ ସ୍ବାମୀଙ୍କ ଟାଙ୍ଗିଆ ଚୋଟରେ ଶନିବାର ସ୍ତ୍ରୀଙ୍କର ମୃତ୍ୟୁ ହୋଇଛି। ବାଲିଗୁଡ଼ା ଥାନା ସୁଡ୍ରା ପଞ୍ଚାୟତ କୁନାସାଲୁ ଗ୍ରାମର...

ଶିକ୍ଷକଙ୍କ ବ୍ୟାଙ୍କ ଆକାଉଣ୍ଟରୁ ୩୭ ହଜାର ଲୁଟ୍‌

ବଲାଙ୍ଗୀର ଅଫିସ, ୧୭ା୫: ଅଭିନବ ଉପାୟରେ ଜଣେ ଶିକ୍ଷକଙ୍କ ବ୍ୟାଙ୍କ ଆକାଉଣ୍ଟରୁ ୩୭ ହଜାର ଟଙ୍କା ଲୁଟ୍‌ କରାଯାଇଥିତ୍ତ୍ବା ଅଭିଯୋଗ ହୋଇଛି ା ଶିକ୍ଷକ ଜଣକ...

Leave a comment

Your email address will not be published. Required fields are marked *