Posted inଜାତୀୟ

ମୋଦିଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗଦେବେ ୬ ହଜାର ୫ ଶହ ଅତିଥି

ନୂଆଦିଲ୍ଲୀ,୨୯।୫:  ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦି ଗୁରୁବାର ସନ୍ଧ୍ୟା ୭ଟାରେ ଶପଥ ଗ୍ରହଣ କରିବେ। ରାଷ୍ଟ୍ରପତି ଭବନ ପରିସରରେ ହେବାକୁ ଥିବା ଏହି ଉତ୍ସବରେ ୬ ହଜାର ୫ଶହ ଅତିଥି ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ମୋଦିଙ୍କ ସହିତ କେତେକ ମନ୍ତ୍ରୀ ମଧ୍ୟ ଶପଥ ନେବେ ବୋଲି କୁହାଯାଉଛି। ୨୦୧୪ରେ ଶପଥ ଗ୍ରହଣ ଉତ୍ସବରେ ୫ ହଜାର ଅତିଥି ଯୋଗଦେଇଥିଲେ। ଏହି ଉତ୍ସବରେ ନେପାଳ, ଭୁଟାନ୍‌, ମରିସସ୍‌ ଆଦିର ପ୍ରଧାନମନ୍ତ୍ରୀ, ଶ୍ରୀଲଙ୍କା, ମ୍ୟାନ୍‌ମାର୍‌ ଓ ବାଂଲାଦେଶର ରାଷ୍ଟ୍ରପତି ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଏହା ସହିତ ଥାଇଲାଣ୍ଡ୍‌, କିରଗିଜ୍‌ସ୍ତାନ ଆଦିର ପ୍ରତିନିଧି ଯୋଗ ଦେବେ ବୋଲି କୁହାଯାଉଛି। ଏହି ଉତ୍ସବରେ ଦକ୍ଷିଣ ସୁପର ଷ୍ଟାର ରଜନୀକାନ୍ତ, କମଲହାସନ ମଧ୍ୟ ଯୋଗଦେବେ। ଏହି ଉତ୍ସବରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀଓ୍ବାଲ ପ୍ରମୁଖ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।


All Right Reserved By Dharitri.Com

ଆତଙ୍କବାଦୀ ଆକ୍ରମଣ ଆଶଙ୍କାକୁ ନେଇ ଡୋଭାଲଙ୍କ ଜରୁରୀ ବୈଠକ

ନୂଆଦିଲ୍ଲୀ,୧୦।୧୧: ଅଯୋଧ୍ୟା ଜମି ବିବାଦ ମାମଲାର ରାୟ ପ୍ରକାଶ ପାଇବାର ୨୪ ଘଣ୍ଟା ନ ପୂରୁଣୁ ସୁରକ୍ଷା ପରାମର୍ଶ ଦାତା ଅଜିତ ଡୋଭାଲଙ୍କ ଘରେ ବସିଛି...

କାଉଡିଆଙ୍କ ସେବା କଲେ ମୁସଲମାନ ବିଧାୟକ: କହିଲେ ଜୟ ଶ୍ରୀରାମ

ନୂଆଦିଲ୍ଲୀ,୩୦।୭: ଆମ ଆଦମୀ ପାର୍ଟି(ଆପ୍‌)ର ମୁଖ୍ୟ ତଥା ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ସୋମବାର ଦିଲ୍ଲୀରେ ଶିବଭକ୍ତଙ୍କ ପାଇଁ ଆୟୋଜିତ ହୋଇଥିବା ଶିବିରର ତଦାରଖ କରିଥିଲେ।...

ଶପଥ ଗ୍ରହଣ ପୂର୍ବରୁ ମହାତ୍ମା-ଅଟଳ-ଶହୀଦ୍‌ଙ୍କୁ ମୋଦି ଦେଲେ ଶ୍ରଦ୍ଧାଞ୍ଜଳି

ନୂଆଦିଲ୍ଲୀ, ୩୦।୫: ଦେଶର ନୂଆ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ପୂର୍ବରୁ ନରେନ୍ଦ୍ର ମୋଦି ଗୁରୁବାର ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ...

ଟଏଲେଟ୍‌ ସହ ସେଲଫି ନେଲେ ମିଳିବ ୫୧ ହଜାର ଟଙ୍କା

ଭୋପାଳ,୧୦।୧୦:ଘରେ ଘରେ ପାଇଖାନା ଲାଗି ସଚେତନତା ସୃଷ୍ଟି ପାଇଁ ମଧ୍ୟପ୍ରଦେଶ ସରକାର ଏକ ଅଭିନବ ଉପାୟ ଆପଣାଇଛନ୍ତି। ବିବାହ ସ୍ଥିର ହୋଇଥିବା ବର ଯଦି ପାଇଖାନାରେ...

ସ୍ବଚ୍ଛତା ଅଭିଯାନ: ଇନ୍ଦୋରରେ ଆରମ୍ଭ ହେଲା ବାସନକୁସନ ବ୍ୟାଙ୍କ

ଇନ୍ଦୋର,୨୩।୭: ସ୍ବଚ୍ଛ ସହର ଭାବେ ଲଗାତାର ୪ର୍ଥ ଥର ପାଇଁ ଏକ ନମ୍ବର ସ୍ଥାନରେ ରହିଥିବା ଇନ୍ଦୋର ପକ୍ଷରୁ ପରିବେଶ ସୁରକ୍ଷା ପାଇଁ ଏକ ନୂତନ...

ନିର୍ଭୟା କାଣ୍ଡ: ଡିସେମ୍ବର ୧୬ରେ ଦୋଷୀଙ୍କୁ ହୋଇପାରେ ଫାଶୀ

ନୂଆଦିଲ୍ଲୀ,୯।୧୨: ନିର୍ଭୟା କାଣ୍ଡକୁ ଇତିମଧ୍ୟରେ ୭ ବର୍ଷ ବିତି ଯାଇଛି। ବଳାତ୍କାର ଏବଂ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ୪ ଜଣଙ୍କୁ ଡିସେମ୍ବର ୧୬ରେ...

କର୍ନାଟକ ଉପନିର୍ବାଚନ: ଭୋଟ ଗଣତି ଆରମ୍ଭ

ବେଙ୍ଗାଲୁରୁ,୯।୧୨: କର୍ନାଟକର ୧୫ଟି ବିଧାନସଭା ଆସନ ପାଇଁ ହୋଇଥିବାଉପନିର୍ବାଚନର ମତଗଣନା ସୋମବାର ସକାଳ ୮ଟାଠାରୁ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଆରମ୍ଭ ହୋଇଛି। ଅପରାହ୍ନ ୪...

ଛତିଶଗଡ଼ରେ ବିକ୍ରି ହେବ ନାହିଁ ଷ୍ଟିକର ଲାଗିଥିବା ଫଳ

ରାୟପୁର,୧୯।୧୦: ଫଳରେ ଷ୍ଟିକର ଲାଗିଥିଲେ ତାହା ବିକ୍ରି ହୋଇପାରିବ ନାହିଁ। ଏମିତି ଫଳ ଉପରେ ଛତିଶଗଡ଼ ସରକାର ଶୁକ୍ରବାର ନିଷେଧାଜ୍ଞା ଜାରି କରିଛନ୍ତି। ଏଥିପାଇଁ ସମସ୍ତ...

Leave a comment

Your email address will not be published. Required fields are marked *