କୃଷ୍ଣନଗର ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରୁ ଚୋରି

ବରୀ/ରତ୍ନଗିରି,୧ା୧୨(ସ୍ବ.ପ୍ର./ଡି.ଏନ୍‌.ଏ.)- ବରୀ ବ୍ଲକ ଅଧୀନ କୃଷ୍ଣନଗର ଗ୍ରାମରେ ଥିବା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରୁ ଶନିବାର ବିଳମ୍ବିତ ରାତିରେ ଚୋରି ହୋଇଥିବା ଅଭିଯୋଗ ହୋଇଛି। ଦୁର୍ବୃତ୍ତମାନେ ସ୍ବାସ୍ଥ୍ୟକେନ୍ଦ୍ର ତାଲାଭାଙ୍ଗି ଲକ୍ଷାଧିକ ଟଙ୍କାର ବହୁ ସାମଗ୍ରୀ ଚୋରି କରି ନେଇଥିବା ରବିବାର ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଡା. କୈବଲ୍ୟ ଚରଣ ମଲ୍ଲିକ ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ଆଧାରରେ ପୋଲିସ ଏକ ମାମଲା (ନଂ.୨୬୯/୧୯) ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ଥାନା ଅଧିକାରୀ ମାର୍କଣ୍ଡ ମିଶ୍ର ସୂଚନା ଦେଇଛନ୍ତି।
ପ୍ରକାଶ ଯେ, ସଂନ୍ଧ୍ୟାରେ ସ୍ବାସ୍ଥ୍ୟକେନ୍ଦ୍ର ବନ୍ଦ କରି ଡାକ୍ତର, ଫାର୍ମାଶିଷ୍ଟ, ଆଟେଣ୍ଡାନ ଘରକୁ ଚାଲିଯାଇଥିଲେ। ହେଲେ ସକାଳେ ସ୍ବାସ୍ଥ୍ୟକେନ୍ଦ୍ରର ୨ ଫାଟକରେ ଲାଗିଥିବା ତାଲା ଭଙ୍ଗା ଯାଇଥିବା ସହ ସ୍ବାସ୍ଥ୍ୟକେନ୍ଦ୍ରରେ ଥିବା ଏକ ଡେସ୍କଟପ୍‌, ମନିଟର, ୟୁପିଏସ୍‌, ଇନ୍‌ଭଟର ଓ ୨ ବ୍ୟାଟେରୀ ଚୋରି ହୋଇଥିବା ଜଣାପଡିଥିଲା। ଏଥିସହ ଏକ ପୁରୁଣା ବାଇକକୁ ଦୁର୍ବୃର୍ତ୍ତମାନେ ସ୍ବାସ୍ଥ୍ୟକେନ୍ଦ୍ର ଭିତରୁ ବାହାର କରି କିଛି ବାଟରେ ଫିଙ୍ଗି ଦେଇ ଚାଲିଯାଇଥିବା କୈବଲ୍ୟ ଥାନାରେ ଅଭିଯୋଗ କରିଛନ୍ତି।


All Right Reserved By Dharitri.Com

ଯୁବତୀଙ୍କୁ ଏସିଡ୍‌ ମାଡ଼ ମାମଲା: ଦୋଷୀଙ୍କୁ ୧୦ ବର୍ଷ ସଶ୍ରମ କାରାଦଣ୍ଡ ସହିତ ୧ଲକ୍ଷ ଟଙ୍କା ଜରିମାନା

ଧର୍ମଗଡ଼,୫।୭(ଡି.ଏନ.ଏ.): କଳାହାଣ୍ଡି ଜିଲା କଲମପୁର ବ୍ଲକ ଅନ୍ତର୍ଗତ ଖଣ୍ଡିଡଙ୍ଗରୀଗୁଡାର ଯୁବତୀଙ୍କୁ ଜଣେ ଯୁବକ ଏକତରଫା ପ୍ରେମ କରୁଥିଲେ । ଯୁବତୀ ଜଣକ ଏହାକୁ ବିରୋଧ କରିବାରୁ...

କାଳବୈଶାଖୀର ତାଣ୍ଡବ : ଗଛ ଭାଙ୍ଗି ରାସ୍ତା ଅବରୋଧ

ମୁରିବାହାଲ, ୧।୬ (ଡି.ଏନ.ଏ.): ବଲାଙ୍ଗୀର ଜିଲା ମୁରିବାହାଲ ବ୍ଲକ ଅଞ୍ଚଳରେ ଶୁକ୍ରବାର ରାତିରେ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଥିଲା। ପ୍ରବଳ ଝଡତୋଫାନ ଓ ବର୍ଷା ହେବା...

ପୋଖରୀରୁ ହାତଗୋଡ଼ ବନ୍ଧା ଅବସ୍ଥାରେ ବୃଦ୍ଧଙ୍କ ମୃତଦେହ ଉଦ୍ଧାର, ପୁଅବୋହୂ ହତ୍ୟା କରିଥିବା ଅଭିଯୋଗ

ମହାକାଳପଡ଼ା,୨୭।୧୧(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ଥାନା ଅଧୀନ ବଳିପାଳ ଗ୍ରାମ ପୋଖରୀରୁ ଏକ ମୃତଦେହ ବୁଧବାର ସକାଳେ ଉଦ୍ଧାର କରାଯାଇଛି। ମୃତକ ହେଲେ ଉକ୍ତ ଗ୍ରାମର...

ରେଳଧାରଣାରୁ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର

କଟକ ରୋଡ଼, ୬।୮(ଡି.ଏନ୍‌.ଏ.): ଭୁବନେଶ୍ୱର ଲକ୍ଷ୍ମୀସାଗର ଥାନା ଅଧୀନ ହଠାତ କଲୋନୀ ନିକଟ ରେଳଧାରଣାରୁ ମଙ୍ଗଳବାର ଭୁବନେଶ୍ୱର ଜିଆର୍‌ପି ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରିଛି।...

ବଲାଙ୍ଗୀରରେ ବର୍ଷା, ଘୂର୍ଣ୍ଣିଝଡର ତାଣ୍ଡବ

ବଲାଙ୍ଗୀର ଅଫିସ, ୨୬।୨ – ବଲାଙ୍ଗୀରରେ ସୋମବାର ବିଳମ୍ବିତ ରାତିରେ ଘୂର୍ଣ୍ଣିଝଡ ସହ ପ୍ରବଳ ବର୍ଷା ହୋଇଥିଲା । ଏଥିରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ବଲାଙ୍ଗୀର...

ଯୁବକଙ୍କୁ ଗୁଳିମାଡ, କାରଣ ଅସ୍ପଷ୍ଟ

ଛତ୍ରପୁର,୨୬ା୧୦(ଡି.ଏନ୍‌.ଏ.): ଛତ୍ରପୁର ଥାନା ସିଙ୍ଗିପୁର ଗ୍ରାମର ସୁଶାନ୍ତ ପାତ୍ର (୪୫)ଉପରେ ଶୁକ୍ରବାର ରାତିରେ ଗୁଳିମାଡ ହୋଇଛି। ତାଙ୍କୁ ଆହତ ଅବସ୍ଥାରେ ସ୍ଥାନୀୟ ଲୋକେ ଛତ୍ରପୁର ହସ୍‌ପିଟାଲକୁ...

ଚାଷୀଙ୍କୁ ପାତରଅନ୍ତର ନେଇ ୧୨ ଘଣ୍ଟିଆ କୁଚିଣ୍ଡା ବନ୍ଦ

କୁଚିଣ୍ଡା,୧୧।୯(ଡି.ଏନ୍‌.ଏ.): ସମ୍ବଲପୁର ଜିଲ କୁଚିଣ୍ଡା ଉପଖଣ୍ଡସ୍ଥରୀୟ ମିଳିତ କୃଷକ ସଙ୍ଗଠନ ପକ୍ଷରୁ ବୁଧବାର ୧୨ ଘଣ୍ଟିଆ କୁଚିଣ୍ଡା ବନ୍ଦଡାକରା ଦିଆଯାଇଛି। ୨୦୧୮/୧୯ ବର୍ଷର ବାକିଥିବା ବୀମାରାଶି...

ସୁବର୍ଣ୍ଣ ଲୋକ ମହୋତ୍ସବ ଉଦ୍‌ଘାଟିତ: ଲୋକନୃତ୍ୟ ଗୀତରେ ଦୁଲୁକିଲା ମଞ୍ଚ

ସୋନପୁର, ୮।୧(ନି.ପ୍ର.): ସାଂସ୍କୃତିକ ଶୋଭାଯାତ୍ରା ଓ ଲୋକନୃତ୍ୟର ତାଳେ ତାଳେ ସୁବର୍ଣ୍ଣ ଲୋକ ମହୋତ୍ସବ ୨୦୨୦ ମଙ୍ଗଳବାର ଉଦ୍‌ଘାଟିତ ହୋଇଯାଇଛି । ପୂର୍ବାହ୍ନରେ ଲୋକ ବାଦ୍ୟ...

Leave a comment

Your email address will not be published. Required fields are marked *