ଭାଜପାରେ ଯୋଗଦେଲେ ଏହି ଅଭିନେତ୍ରୀ

ଚେନ୍ନାଇ,୧।୧୧: ରାଜନୀତିରେ ଧୀରେ ଧୀରେ ସିନେମା ଅଭିନେତା ଓ ଅଭିନେତ୍ରୀଙ୍କ ଚାହିଦା ବଢୁଛି। ପୁଣି ଜଣେ ଅଭିନେତ୍ରୀ ଭାଜପାରେ ଯୋଗଦେଇଛନ୍ତି। ଦକ୍ଷିଣ ଭାରତର ଲୋକପ୍ରିୟ ଅଭିନେତ୍ରୀ ନମିତା ଏବଂ ରାଧା ରବି ଭାଜପାର ସଦସ୍ୟତା ଗ୍ରହଣ କରିଛନ୍ତି। ରାଧା ରବି ପୂର୍ବରୁ ରାଜନୀତି ସହ ଜଡିତ ଥିଲେ। କିନ୍ତୁ ଅଭିନେତ୍ରୀ ନୟନତାରାଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେବାପରେ ତାଙ୍କୁ ଡିଏମ୍‌କେ ଦଳରୁ ବହିଷ୍କାର କରାଯାଇଥିଲା। ନମିତା ଏବଂ ରାଧା ଭାଜପାର କାର୍ଯ୍ୟକାରୀ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଉପସ୍ଥିତିରେ ଦଳରେ ଯୋଗଦେଇଛନ୍ତି। ସୂଚନାଯୋଗ୍ୟ, କିଛିଦିନ ହେବ ତାମିଲନାଡୁ ସମେତ ଦକ୍ଷିଣ ଭାରତରେ ଭାଜପା ନିଜ ସ୍ଥିତି ମଜଭୁତ୍‌ କରିବାରେ ଲାଗିପଡିଛି। ଏହି କ୍ରମରେ ଭାଜପାର କାର୍ଯ୍ୟକାରୀ ଅଧ୍ୟକ୍ଷ ନଡ୍ଡା ରବିବାର ତାମିଲନାଡୁରେ ପହଞ୍ଚି କାର୍ଯ୍ୟକର୍ତ୍ତାଙ୍କ ସହ ସଙ୍ଗଠନର ସ୍ଥିତି ସମ୍ପର୍କରେ ଆଲୋଚନା କରିଛନ୍ତି।


All Right Reserved By Dharitri.Com

ଜର୍ଜିଆରେ ‘କାର୍‌ଗିଲ ଗର୍ଲ’ ଶୁଟିଂ

ମୁମ୍ବାଇ: ଜର୍ଜିଆରେ ‘କାର୍‌ଗିଲ ଗର୍ଲ’ର ଶୁଟିଂ ହେବ। ଏଥିପାଇଁ ବଲିଉଡ ଅଭିନେତ୍ରୀ ଜାହ୍ନବୀ କପୁର ଏବଂ ଅଭିନେତା ଅଙ୍ଗଦ ବେଦୀ ପୂରା ପ୍ରସ୍ତୁତିରେ ଲାଗି ପଡ଼ିଛନ୍ତି।...

ମା’ଙ୍କୁ ଡରି ପୁଅ ରବିର ମୁହଁ କାହାକୁ ଦେଖାଉନାହାନ୍ତି ଏକତା

ବମ୍ବେ: ସରୋଗେସୀରେ ପୁଅ ହେବାର ଦଶ ମାସ ବିତିଲାଣି। ହେଲେ ତା’ର ମୁହଁ ଦେଖାଉନାହାନ୍ତି ଲୋକପ୍ରିୟ ଟେଲିଭିଜନ ନିର୍ଦ୍ଦେଶିକା ଏକତା କପୁର। ସେ ନିଜ ସୋସିଆଲ...

ଓଟିଟି ପ୍ଲାଟଫର୍ମରେ ଦିଶାଙ୍କ ‘ମଲଙ୍ଗ’

ମୁମ୍ବାଇ: ବଲିଉଡ୍‌ର ହଟ୍‌ ନାୟିକା ଦିଶା ପାଟନୀଙ୍କ ଫିଲ୍ମ ‘ମଲଙ୍ଗ’ ଯେତେବେଳେ ଗତ ଫେବୃୟାରୀରେ ରିଲିଜ୍‌ ହୋଇଥିଲା ସେତେବେଳେ ଦିଶାଙ୍କ ଅଭିନୟକୁ ଦର୍ଶକେ ବେଶ୍‌ ପସନ୍ଦ...

କରୋନାକୁ ନେଇ ଭବିଷ୍ୟବାଣୀ କରିଥିଲେ ମାଇକେଲ ଜ୍ୟାକସନ!

ଲସ୍‌ ଆଞ୍ଜେଲସ୍‌,୨୯।୩: କରୋନା ଭାଇରସ ଏବେ ସାରା ବିଶ୍ୱର ମୁଣ୍ଡ ବିଗାଡିଥିବା ବେଳେ ଏହାକୁ ନେଇ ବିଭିନ୍ନ କଥା ଶୁଣିବାକୁ ପଡିଛି। ତେବେ ପପ୍‌ ଗାୟକ...

ଆଶ୍ୱସ୍ତ ହେଲେ ସଲମାନ

ମୁମ୍ବାଇ,୧୭।୬: କୃଷ୍ଣସାର ମୃଗ ଶିକାର ମାମଲାରେ କୋର୍ଟରେ ମିଥ୍ୟା ଆଫିଡେଭିଟ ଦାଖଲ କରିବା ମାମଲାରେ ଯୋଧପୁର କୋର୍ଟ ସୋମବାର ବଲିଉଡ୍‌ ଅଭିନେତା ସଲମାନ ଖାଁଙ୍କୁ ଦୋଷମୁକ୍ତ...

୨୯ ବର୍ଷ ବୟସରେ…

ଅଭିନୟରେ ଅନୁପମ ଖେର କେତେ ଦକ୍ଷ ତାହା କହିବା ବାହୁଲ୍ୟ। ଭୂମିକାଟି ଯେମିତି ହୋଇଥାଉ ନା କାହିଁକି ତାକୁ ନେଇ ଆଣି ଥୋଇବାରେ ସେ ବେଶ୍‌...

ଶାହରୁଖଙ୍କୁ ପ୍ରଶଂସକଙ୍କ ଧମକ

ମୁମ୍ବାଇ: କିଛି ଦିନ ହେବ ବଡ଼ ପରାଦାରୁ ଦୂରେଇ ରହିଛନ୍ତି ବଲିଉଡ୍‌ ବାଦଶାହ। ଶେଷଥର ନିର୍ଦ୍ଦେଶକ ଆନନ୍ଦ ଏଲ୍‌ ରୟଙ୍କ ଫିଲ୍ମ ‘ଜିରୋ’ରେ ତାଙ୍କୁ ଦେଖିବାକୁ...

ଦ ଜୋୟା ଫ୍ୟାକ୍ଟର: ସୋନମ କପୁର ଶେୟାର କଲେ ମୋଶନ ପୋଷ୍ଟର

ମୁମ୍ବାଇ: ବଲିଉଡ୍‌ ନାୟିକା ସୋନମ କପୁର ତାଙ୍କ ଅପ୍‌କମିଙ୍ଗ ଫିଲ୍ମ ‘ଦ ଜୋୟା ଫ୍ୟାକ୍ଟର’କୁ ନେଇ ଅଛନ୍ତି ଚର୍ଚ୍ଚାରେ। ନିକଟରେ ଏହାର ଫାଷ୍ଟ ଲୁକ୍‌ ରିଲିଜ୍‌...

Leave a comment

Your email address will not be published. Required fields are marked *