Posted inଜାତୀୟ

ଜ୍ୟୋତିଷ କଥାରେ ପଡି ୭ ଦିନର ନାତୁଣୀକୁ ମାରିଦେଲେ ଜେଜେମା’

ବେଙ୍ଗାଲୁରୁ, ୧।୧୨: ଉତ୍ତର ବେଙ୍ଗାଲୁରୁରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ଜଣେ ୬୦ ବର୍ଷୀୟ ମହିଳା ମାତ୍ର ୭ ଦିନର ନାତୁଣୀକୁ ତଣ୍ଟି ଚିପି ହତ୍ୟା କରିଛନ୍ତି। ଜ୍ୟୋତିଷଙ୍କ କଥାରେ ପଡି ସେ ଏଭଳି କାଣ୍ଡ କରିଥିବା ପୋଲିସ ଆଗରେ କହିଛନ୍ତି। ସୂଚନାଯୋଗ୍ୟ, ମେଦାରହଲ୍ଲୀ ନିବାସୀ ପରମେଶ୍ୱରୀ ନାମକ ଜଣେ ମହିଳାଙ୍କ ପୁଅ ମାର୍ଶଲ ନଭେମ୍ବର ୨୨ରେ ଏକ କନ୍ୟା ସନ୍ତାନର ଜନକ ହୋଇଥିଲେ। ଏଥିରେ ଦୁଃଖି ଥିଲେ ତାଙ୍କ ମା’। ଘଟଣାଦିନ ଶିଶୁଟିର ମା’ ଗାଧୋଇବାକୁ ଯାଇଥିବା ବେଳେ ଜେଜେମା’ ନାତୁଣୀର ତଣ୍ଟି ଚିପି ମାରିଦେଇ ପାଖ ନାଳରେ ପକାଇଥିଲେ। ଅଜଣା ବ୍ୟକ୍ତି ଜଣେ କିଏ ଶିଶୁଟିକୁ ନେଇଯାଇଥିବା ଘର ଲୋକଙ୍କ ଆଗରେ କହିଥିଲେ ପରମେଶ୍ୱରୀ। ପରେ ପୋଲିସ ଥାନରେ ଏତଲା ଦିଆଯିବାରୁ ତଦନ୍ତ ଆରମ୍ଭ ହୋଇଥିଲା। ନାତୁଣୀ ହେଲେ କାଳେ ଘରର ଆର୍ଥିକ ମାନ୍ଦାବସ୍ଥା ଲାଗିରହିବ ବୋଲି ଜ୍ୟୋତିଷ ତାଙ୍କୁ କହିଥିଲେ। ଏହି କାରଣରୁ ନାତୁଣୀକୁ ତଣ୍ଟି ଚିପି ମାରିଦେଇଥିଲେ ପୋଲିସ ଆଗରେ ଦୋଷ ସ୍ବୀକାର କରିଥିଲେ ପରମେଶ୍ୱରୀ। ଏହି ମାମଲାରେ ପୋଲିସ ତାଙ୍କୁ ଗିରଫ କରିଛି।


All Right Reserved By Dharitri.Com

ମନମୋହନଙ୍କ ଅମଳରେ ପାକିସ୍ତାନରୁ ଅନୁପ୍ରବେଶ କରୁଥିଲେ: ଆଲିଆ, ମାଲିଆ, ଜମାଲିଆ

ଶିମ୍‌ଲା/ନୂଆଦିଲ୍ଲୀ,୨୮ା୧୨: ୧୦ ବର୍ଷ ଧରି କଂଗ୍ରେସ ସରକାର ଚାଲିଥିଲା। ସୋନିଆ ମନମୋହନଙ୍କ ସରକାର ବେଳେ ପାକିସ୍ତାନରୁ ଆଲିଆ, ମାଲିଆ ଓ ଜମାଲିଆମାନେ ରୀତିମତ ଆସି ଆମ...

ବଢିଲା କେନ୍ଦ୍ର ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା

ନୂଆଦିଲ୍ଲୀ,୧୩।୩: ଦେଶରେ କରୋନା ଭାଇରସର ଆତଙ୍କ ଚାଲିଥିବା ବେଳେ ମୋଦିଙ୍କ କ୍ୟାବିନେଟ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର ଆଣିଛନ୍ତି। ଶୁକ୍ରବାର ହୋଇଥିବା କ୍ୟାବିନେଟ...

ବଡ଼ ଘର ବଡ଼ ଗୁମର କଥା: ରାତିଅଧରେ ଫାଟକ ପିଟିଲେ ଲାଲୁଙ୍କ ବୋହୂ ଐଶ୍ଚର୍ଯ୍ୟା; ଫିଟିଲାନି ଫାଟକ

ପାଟନା,୩୦।୯: ବିହାର ଆର୍‌ଜେଡି ପ୍ରମୁଖ ଲାଲୁ ଯାଦବଙ୍କ ଘର ଝଗଡ଼ା ଏବେ ପଦାକୁ ଆସିଛି। ଘରୋଇ କନ୍ଦଳକୁ ନେଇ ବୋହୂ ଐଶ୍ଚର୍ଯ୍ୟା ରାୟ ତାଙ୍କ ପିତାଙ୍କୁ...

ରାୟବରେଲୀରେ ସୋନିଆ ପଛରେ

ନୂଆଦିଲ୍ଲୀ,୨୩।୫: ରାୟବରେଲୀ ଲୋକ ସଭା ଆସନରେ ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ପଛରେ ଚାଲିଛନ୍ତି। ସେହିପର ଅମେଠିରେ କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ପଛୁଆ ଥିବା ପ୍ରଥମ...

ଡାକ୍ତରଖାନାରେ ଗରିବଙ୍କୁ ମିଳୁଛି ମାଗଣା ଖାଦ୍ୟ

ମହାରାଷ୍ଟ୍ରର ଅମରାବତୀର ହର୍ବିନ୍‌ ସରକାରୀ ଡାକ୍ତରଖାନାରେ ଗରିବଙ୍କୁ ମିଳୁଛି ମାଗଣା ଖାଦ୍ୟ ସୁବିଧା। ଶିଖ୍‌ ସଂପ୍ରଦାୟର ‘ଦଶବନ୍ଦ’ ଶିକ୍ଷା ମାଧ୍ୟମରେ ଆରମ୍ଭ ହୋଇଛି ‘ଜଲାରାମ ପାନପୋଇ...

୧୧ ଅକ୍ଟୋବରରେ ଭାରତ ଆସିବେ ଚାଇନା ରାଷ୍ଟ୍ରପତି

ନୂଆଦିଲ୍ଲୀ,୯।୧୦: ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ଆସନ୍ତା ୧୧ ଓ ୧୨ ତାରିଖରେ ଭାରତ ଆସିବାର କାର୍ଯ୍ୟକ୍ରମ ରହିଛି। ଚେନ୍ନାଇଠାରେ ଏହି ସମୟରେ ଜିନପିଙ୍ଗ ପ୍ରଧାନମନ୍ତ୍ରୀ...

ସିବିଆଇରେ ହାଜର ହେଲେନି ରାଜୀବ କୁମାର

କୋଲକାତା,୨୭।୫: କୋଲକାତାର ପୂର୍ବତନ ପୋଲିସ କମିଶନର ରାଜୀବ କୁମାର ସୋମବାର ସିବିଆଇରେ ହାଜର ହୋଇ ନ ଥିବା ଜଣାପଡ଼ିଛି। ସକାଳ ୧୦ଟାରେ ତାଙ୍କୁ ହାଜର ହେବାକୁ...

କୋର୍ଟରେ ହାଜର ହେଲେ ରାହୁଲ

ନୂଆଦିଲ୍ଲୀ,୧୦।୧୦: ବିଦେଶ ଗସ୍ତରେ ଥିବା କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଭାରତ ଫେରିବା ପରେ ଗୁଜରାଟର ସୁରଟଠାରେ ଥିବା ଏକ କୋର୍ଟରେ ମାନହାନୀ ମାମଲାରେ...

Leave a comment

Your email address will not be published. Required fields are marked *