ବିଶ୍ୱ ଏଡ୍‌ସ ଦିବସ: କୋରାପୁଟରେ ଚଳିତବର୍ଷ ଏଡ୍‌ସ ରୋଗୀଙ୍କ ମୃତ୍ୟୁ ସଂଖ୍ୟା ୭

କୋରାପୁଟ,୧।୧୨(ସ୍ବ.ପ୍ର.): ଚଳିତବର୍ଷ  ଜିଲାରେ ୫୧ହଜାର ୮୬୬ଜଣ ରକ୍ତ ପରୀକ୍ଷା କରିଥିବାବେଳେ ସେଥିମଧ୍ୟରୁ ୧୩୦ ଜଣଙ୍କ ରକ୍ତରେ ଏଚ୍‌ଆଇଭି ଭୂତାଣୁ ରହିଥିଲା। ଅନ୍ୟପକ୍ଷରେ ଚଳିତବର୍ଷ ବର୍ତ୍ତମାନ ସୁଦ୍ଧା ୭ ଜଣଙ୍କ ଏଡ୍‌ସରେ ମୃତ୍ୟୁ ଘଟିଥିବା ଜିଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଜଣାଯାଇଛି। ଏହି ଭୟଙ୍କର ରୋଗଠାରୁ କିପରି ଦୂରେଇ ରହିବ ସେନେଇ କୋରାପୁଟ ଜିଲା ସ୍ବାସ୍ଥ୍ୟ ପକ୍ଷରୁ ବିଶ୍ୱ ଏଡ୍‌ସ ଦିବସ ପାଳିତ ହୋଇଯାଇଛି। ସ୍ଥାନୀୟ ଜିଲା ମୁଖ୍ୟ ଚିକିିତ୍ସାଧିକାରୀଙ୍କ କାର୍ଯ୍ୟାଳୟଠାରୁ ଏକ ସଚେତନତା ଶୋଭାଯାତ୍ରା ଆରମ୍ଭ ହୋଇଥିଲା। ଏହାକୁ ଉପଜିଲାପାଳ ଲଲିତ କୁମାର କହଁର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶୁଭାରମ୍ଭ କରିଥିଲେ ା ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ମକରନ୍ଦ ବେଉରା, ଜିଲା ସମାଜ ସୁରକ୍ଷା ଅଧିକାରୀ ସୀମାଞ୍ଚଳ ମହାପାତ୍ର, ବ୍ଲଡବ୍ୟାଙ୍କର ଡାକ୍ତର ରତିକାନ୍ତ ଖଟୁଆଙ୍କ ସମେତ ବହୁ ଅଧିକାରୀ ଉପସ୍ଥିତ ରହି ଛାତ୍ରୀଛାତ୍ରଙ୍କୁ ଉତ୍ସାହିତ କରିଥିଲେ।


All Right Reserved By Dharitri.Com

ମୂର୍ତ୍ତି ଲାଗି ମାଏଟ୍‌ ଅଭାବ, ଚିନ୍‌ତାରେ କାରିଗର

ଜାମଟିକ୍ରା, ୧୦।୮ (ଡି.ଏନ୍‌.ଏ.): ଏହେଦ୍‌କା ଶରାବନ୍‌ ମାସର ତୁରତୀଅ ହପ୍‌ତା ଚାଲିଛେ। ଇତାର ପରେ ଭୁଦୋ ମାସ ଆରମ୍‌ରୁ ପରବ୍‌ ପରବାନୀ ଆରମ୍‌ ହେଇଯିବା। ଭୁଦୋରେ...

ପୁରୀ ଜିଲା ଚିଠି: ବାଡ଼ ଖାଉଛି ଫସଲ

ମହାପ୍ରଭୁଙ୍କ ବିଭିନ୍ନ ଯାନିଯାତ୍ରା ମଧ୍ୟରୁ ପ୍ରସିଦ୍ଧ ହେଉଛି ରଥଯାତ୍ରା। ପବିତ୍ର ଆଷାଢ ଶୁକ୍ଳ ପକ୍ଷ ଦ୍ୱିତୀୟା ତିଥିରେ ଏହା ଅନୁଷ୍ଠିତ ହୋଇଥାଏ। ଏହା କେବଳ ପୁରୀ...

ଆଞ୍ଚଳିକ ଯୁବ ପ୍ରଶିକ୍ଷଣ ଶିବିର

ଭବାନୀପାଟଣା,୧୭।୯(ଡି.ଏନ.ଏ.) ଏକତା ପରିଷଦ କଳାହାଣ୍ଡି ଶାଖା ପକ୍ଷରୁ ସ୍ଥାନୀୟ ଏସ୍‌ଏନ୍‌ କନଫ୍ରେନ୍ସ ହଲ୍‌ଠାରେ ୨ ଦିନିଆ ଆଞ୍ଚଳିକ ଯୁବ ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ ହୋଇଯାଇଛି। ଶିବିରକୁ...

ଜିଲାପାଳଙ୍କ ଅଫିସ ଘେରିଲେ ଆଦିବାସୀ

ଛତ୍ରପୁର,୨୮ା୧(ଡି.ଏନ.ଏ)-ଗଞ୍ଜାମ ଜିଲାର ବିଭିନ୍ନ ଆଦିବାସୀ ସଙ୍ଗଠନ ୭ ଦଫା ଦାବି ନେଇ ସୋମବାର ଜିଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିଥିଲେ। ଆଦିବାସୀ ଓ ପାରମ୍ପରିକ ବନବାସୀଙ୍କୁ ଜମି...

ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ବଢ଼ୁଛି ସହାୟତାର ହାତ

ଭଦ୍ରକ ଅଫିସ, ୧୧।୪: ଭଦ୍ରକ ଜିଲାର ବିଭିନ୍ନ ସଙ୍ଗଠନ ଓ ବ୍ୟକ୍ତି ବିଶେଷ କରୋନା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ସହାୟତାର ହାତ ବଢ଼ାଉଥିବା...

ପ୍ରବାସୀ ଓଡ଼ିଆଙ୍କୁ ନେଇ ପୁଣି ବାହାରିଲା ବସ୍‌:  ସୁରଟରେ ଓଡ଼ିଆ ଯୁବକଙ୍କ ମୃତ୍ୟୁ

ଭଞ୍ଜନଗର,୩୦।୪(ଡି.ଏନ.ଏ)-ଗୁଜୁରାଟର ସୁରଟ ଜିଲା ପ୍ରଶାସନ ଅନୁମତିକ୍ରମେ ସେଠାରୁ ଓଡ଼ିଆମାନେ ବସ୍‌ ଯୋଗେ ଗଞ୍ଜାମ ଜିଲାକୁ ନିଜ ଖର୍ଚ୍ଚରେ ଫେରୁଛନ୍ତି। ପ୍ରଥମ ପର୍ଯ୍ୟାୟରେ ୨୨୮ ଜଣଙ୍କୁ ନେଇ...

ନଦୀରେ ଭାସିଗଲେ ବୃଦ୍ଧା: ୨ ଘଣ୍ଟା ପରେ ମୃତଦେହ ଉଦ୍ଧାର

ଦିଗପହଣ୍ଡି,୬।୯(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା କଣ୍ଟେଇଯୋଡ଼ି ନଦୀରେ ଭାସିଯାଇ ଶୁକ୍ରବାର ସକାଳେ ଜଣେ ବୃଦ୍ଧାଙ୍କ ମୃତ୍ୟୁ ଘଟିଛି। ସେ ହେଲେ କୈଠଡା ପଞ୍ଚାୟତ ଗୁହାଳପୁର...

ଆଜି ବିରାଜିବେ ମା’ ଲକ୍ଷ୍ମୀ

ଢେଙ୍କାନାଳ ଅଫିସ, ୧୩ା୧୦ – ଗଣପର୍ବ ଲକ୍ଷ୍ମୀପୂଜାକୁ ନେଇ ଉତ୍ସବମୁଖର ହୋଇଉଠିଛି ଢେଙ୍କାନାଳ। ରଙ୍ଗିନ ଆଲୋକମାଳାରେ ଝଲସୁଛି ସହର। ସବୁଠି ଉତ୍ସାହ ଉଦ୍ଦୀପନା। ମା’ଙ୍କ ଅପେକ୍ଷାରେ...

Leave a comment

Your email address will not be published. Required fields are marked *