Posted inଜାତୀୟ

ମୋଦିଙ୍କ ଶପଥ ଗ୍ରହଣ ଉତ୍ସବ: ଯୋଗଦେବେ ପଶ୍ଚିମବଙ୍ଗ ରାଜନୈତିକ ହିଂସାରେ ମୃତ୍ୟୁବରଣ କରିଥିବା ଭାଜପା କାର୍ଯ୍ୟକର୍ତ୍ତାଙ୍କ ପରିବାର

ନୂଆଦିଲ୍ଲୀ, ୨୯।୫: ନରେନ୍ଦ୍ର ମୋଦିଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗଦେବେ ପଶ୍ଚିମବଙ୍ଗ ରାଜନୈତିକ ହିଂସାରେ ମୃତ୍ୟୁବରଣ କରିଥିବା ଭାଜପା କାର୍ଯ୍ୟକର୍ତ୍ତାଙ୍କ ପରିବାର। ୬ବର୍ଷ ଭିତରେ ରାଜ୍ୟରେ ୫୧ ଜଣ ଭାଜପା କାର୍ଯ୍ୟକର୍ତ୍ତାଙ୍କୁ ହତ୍ୟା କରାଯାଇଛି। ଏଥିମଧ୍ୟରୁ ଅଧିକାଂଶ ପଞ୍ଚାୟତ ଏବଂ ଲୋକ ସଭା ନିର୍ବାଚନବେଳେ ଘଟିଥିବା ହିଂସାରେ ମୃତ୍ୟୁବରଣ କରିଛନ୍ତି। ମେ ୩୦ରେ ଆୟୋଜିତ ରାଷ୍ଟ୍ରପତି ଭବନରେ ଏହି ଶପଥ ଗ୍ରହଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏହି ଉତ୍ସବରେ ଦେଶବିଦେଶର ୭୦୦୦ ଅତିଥି ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ସୂଚନାଯୋଗ୍ୟ, ୨୦୨୧ରେ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେଉଥିବାବେଳେ ମମତାଙ୍କ ଗଡ ବିଜୟ କରିବାକୁ ଆଗୁଆ ଯୋଜନା ପ୍ରସ୍ତୁତ କରୁଛି ଭାଜପା। ଏହି କ୍ରମରେ ରାଜ୍ୟକୁ ଭାଜପା ପକ୍ଷରୁ ଅଧିକ ପ୍ରାଧ୍ୟାନ୍ୟ ଦିଆଯାଉଥିବା କୁହାଯାଉଛି।


All Right Reserved By

୧୩୫ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ କଂଗ୍ରେସର ଅସ୍ଥିତ୍ୱ ସଙ୍କଟଗ୍ରସ୍ତ!

ନୂଆଦିଲ୍ଲୀ,୧୭।୬: ସୋମବାରଠାରୁ  ଲୋକ ସଭାର ବଜେଟ ଅଧିବେଶନ ଆରମ୍ଭ ହୋଇଛି। ଚଳିତ ଥର ଲୋକସଭାରେ କଂଗ୍ରେସ ଦଳର ୫୨ ଜଣ ସଦସ୍ୟ ରହିଛନ୍ତି। ଏହା ପୂର୍ବରୁ...

ଚନ୍ଦ୍ରାୟନ ବୈଜ୍ଞାନିକଙ୍କ ଦରମା କାଟ୍‌: ରାଜ୍ୟ ସଭାରେ ପ୍ରସଙ୍ଗ ଉପସ୍ଥାପନ କଲା କଂଗ୍ରେସ

ନୂଆଦିଲ୍ଲୀ,୩୦।୭: ଚନ୍ଦ୍ରାୟନ ମିଶନରେ କାର୍ଯ୍ୟ କରୁଥିବା ବୈଜ୍ଞାନିକଙ୍କ ଦରମା କାଟ୍‌ ପ୍ରସଙ୍ଗ ନେଇ ରାଜ୍ୟ ସଭାରେ ବିରୋଧୀ ଦଳ ପକ୍ଷରୁ ସରକାରଙ୍କୁ ସମାଲୋଚନା କରାଯାଇଛି। କଂଗ୍ରେସ...

ବିଫଳତା ଲୁଚାଇବାକୁ ୧୪୪ ଧାରା ଜାରି କରିଛନ୍ତି ଯୋଗୀ ସରକାର: ମାୟାବତୀ

ଲକ୍ଷ୍ନୌ,୨୦।୭: ଉତ୍ତର ପ୍ରଦେଶର ସୋନଭଦ୍ରାରେ ଜମି ବିବାଦକୁ ନେଇ ମୃତ୍ୟୁ ହୋଇଥିବା ଆଦିବାସୀଙ୍କ ଘଟଣାକୁ ନେଇ ବହୁଜନ ସମାଜ ପାର୍ଟି ମୁଖ୍ୟ ମାୟାବତୀ ଯୋଗୀ ଆଦିତ୍ୟନାଥ...

ଆସିଲା ମୋଦିଙ୍କର ଆଉ ଏକ ଯୋଗ ଭିଡିଓ

ନୂଆଦିଲ୍ଲୀ,୧୭।୬: ଅନ୍ତର୍ଜାତୀୟ ଯୋଗ ଦିବସ ପାଖେଇ ଆସୁଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆଉ ଏକ ଭିଡିଓ ସାମ୍ନାକୁ ଆସିଛି। ସୋମବାର ପ୍ରଧାନମନ୍ତ୍ରୀଙ୍କ ଟୁଇଟରରେ ଏହି...

ଭାରତରେ ୪୪ ବର୍ଷ ପର୍ଯ୍ୟନ୍ତ ରହିବ ଏଲ୍‌ ନିନୋ ପ୍ରଭାବ: ବଢ଼ିବ ଗ୍ରୀଷ୍ମ ପ୍ରବାହ

ନୂଆଦିଲ୍ଲୀ,୧୮।୫: ଭାରତରେ ୨୦୨୦ଠାରୁ ୨୦୬୪ ପର୍ଯ୍ୟନ୍ତ ଆସନ୍ତା ୪୪ ବର୍ଷ ପର୍ଯ୍ୟନ୍ତ ଏଲ୍‌ ନିନୋ ପ୍ରଭାବ ରହିବ। ଫଳରେ ଗ୍ରୀଷ୍ମ ପ୍ରବାହ ବଢ଼ିବ ବୋଲି ଇଣ୍ଡିଆନ୍‌...

ଆଶାରାମଙ୍କ ଜାମିନ ଆବେଦନ ଖାରଜ

ନୂଆଦିଲ୍ଲୀ,୧୬ା୭(ପି.ଟି.)-ବଳାତ୍କାର ମାମଲାରେ ଜେଲରେ ଥିବା ଆଶାରାମ ବାପୁଙ୍କ ଜାମିନ ଆବେଦନକୁ ସୋମବାର ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି। ଗୁଜରାଟ ସରକାରଙ୍କ ପକ୍ଷରୁ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା...

ଚଳିତ ବର୍ଷ ଶେଷ ସୁଦ୍ଧା ଜମ୍ମୁ-କଶ୍ମୀରରେ ହେବ ସାଧାରଣ ନିର୍ବାଚନ: ଶାହ

ନୂଆଦିଲ୍ଲୀ,୨୮।୬: ଜମ୍ମୁ-କଶ୍ମୀରରେ ରାଷ୍ଟ୍ରପତି ଶାସନକୁ ଆଉ ୬ ମାସ ବୃଦ୍ଧି କରିବା ସହ ଚଳିତ ବର୍ଷ ଶେଷ ସୁଦ୍ଧା ସେଠାରେ ସାଧାରଣ ନିର୍ବାଚନ କରିବାକୁ ସ୍ବରାଷ୍ଟ୍ରମନ୍ତ୍ରୀ...

କଂଗ୍ରେସ ଅଧ୍ୟକ୍ଷ ପଦକୁ ନେଇ ମୁହଁ ଖୋଲିଲେ ଜନାର୍ଦ୍ଦନ

ନୂଆଦିଲ୍ଲୀ,୯।୭: କଂଗ୍ରେସ ଅଧ୍ୟକ୍ଷ ପଦରୁ ରାହୁଲ ଗାନ୍ଧୀ ଇସ୍ତଫା ଦେବା ପରେ ଏହାକୁ ନେଇ ଲାଗି ରହିଥିବା ଆଶା ଆଶଙ୍କାକୁ ଦେଖି ବରିଷ୍ଠ କଂଗ୍ରେସ ନେତା...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *