Posted inଫୁରସତ

ଚଢ଼େଇଙ୍କ ପାଇଁ ବହୁତଳ ପ୍ରାସାଦ

ମଣିଷ ନିଜ ପାଇଁ ନିର୍ମାଣ କରିଛି ଅନେକ ବହୁତଳ ପ୍ରାସାଦ। କାଟୁଛି ବିଳାସମୟ ଜୀବନ। କିଛି ପ୍ରାଣୀ ବି ନିଜ ପାଇଁ ଛୋଟିଆ ଆବାସଟିଏ ତିଆରି କରିଥାଏ। ତେବେ ଚଢେଇଙ୍କ ପାଇଁ ଏବେ ମଣିଷ ତିଆରି କରିଛି ଏକ ବହୁତଳ ପ୍ରାସାଦ। ଆଉ ତା’ର ନାମ ଦେଇଛି ବାର୍ଡ ଫ୍ଲାଟ୍‌। ଗାଜିଆବାଦରେ ତିଆରି ହୋଇଛି ଏହି ପ୍ରଥମ ମଲ୍ଟି ଷ୍ଟୋରି ଫ୍ଲାଟ୍‌। ଗାଜିଆବାଦ ବିକାଶ ପ୍ରାଧିକରଣ ପ୍ରଥମକରି ଏହି ପଦକ୍ଷେପ ନେଇଛି। ଏହି ବାର୍ଡ ଫ୍ଲାଟ୍‌ରେ ୬୦ଟି ପକ୍ଷୀ ରହିବା ପାଇଁ ବ୍ୟବସ୍ଥା କରାଯାଇଛି। ଚଢେଇଙ୍କୁ ପ୍ରାକୃତିକ ଅନୁଭୂତି ଦେବାପାଇଁ ଏହାକୁ ଏକ ଲମ୍ବା ଖମ୍ବରେ ଝୁଲାଇ ରଖାଯାଇଛି। ଆଉ ଏହି ଫ୍ଲାଟ୍‌ ଉପରେ ଖରା ଓ ବର୍ଷାରୁ ରକ୍ଷା କରିବା ଲାଗି ଛତା ବି ଲଗାଇଛି। ଏହାକୁ ତିଆରି କରିବାର ଲକ୍ଷ୍ୟ ଥିଲା ପ୍ରକୃତି ସହିତ ଆପାର୍ଟମେଣ୍ଟରେ ରହୁଥିବା ଲୋକଙ୍କୁ ନିକଟତର କରାଇବା। ଉକ୍ତ ବାର୍ଡ ଫ୍ଲାଟ ତିଆରି କରିବା ପାଇଁ ପ୍ରାୟ ୨ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି। ଏହାମଧ୍ୟରେ ପାଣି ଓ ପୁଲ୍‌ର ବ୍ୟବସ୍ଥା କରାଯାଇଛି। ନିୟମିତ ପାଣି ବଦଳାଇବା ସୁବିଧା ବି ରହିଛି। ଫ୍ଲାଟ୍‌ଟି କାଠ ଓ ଲୁହା ଫ୍ରେମ୍‌ରେ ତିଆରି।


All Right Reserved By Dharitri.Com

୨୨ଶହ ମସିହା ବେଳକୁ ମୃତ୍ୟୁକୁ ଜୟ କରିବ ମଣିଷ …

ମଣିଷ ବି ମୃତ୍ୟୁ ଉପରେ ବିଜୟ ଲାଭ କରିବାକୁ ସକ୍ଷମ ହୋଇପାରିବ। ଆଉ ୨୨ ଶହ ମସିହା ବେଳକୁ ମଣିଷ ହୋଇଯିବ ଭଗବାନ। ଯେପରି ସୃଷ୍ଟିକର୍ତ୍ତା...

ବ୍ଲକେଜ୍‌ ହଟାଇବ ରୋବୋଟିକ ଥ୍ରେଡ୍‌

ଓ୍ବାଶିଂଟନ: ମାସାଚ୍ୟୁସେଟସ ଇନ୍‌ଷ୍ଟିଚ୍ୟୁଟସ ଅଫ୍‌ ଟେକନୋଲୋଜି(ଏମ୍‌ଆଇଟି)ର ଗବେଷକମାନେ ବିକାଶ କରିଛନ୍ତି ଏକ ରୋବୋଟିକ ଥ୍ରେଡ୍‌। ଏହା ଚୁମ୍ବକୀୟ ଶକ୍ତି ଦ୍ୱାରା ସଞ୍ଚାଳିତ ହୋଇପାରୁଛି। ଏହା ଅତି...

ଦୁନିଆର ସବୁଠାରୁ ଏକୁଟିଆ ମଣିଷ

ବ୍ରାଜିଲର ରୋଣ୍ଡୋନିଆ ରାଜ୍ୟରେ ଥିବା ଆମାଜୋନ ଅବବାହିକାର ଗହୀର ଜଙ୍ଗଲ ମଧ୍ୟରେ ଏକ ବ୍ୟକ୍ତିଙ୍କୁ ଠାବ କରାଯାଇଛି। କୁହାଯାଏ ବ୍ୟକ୍ତି ଜଣକ ଶହଶହ କିଲୋମିଟର ପରିବ୍ୟାପ୍ତ...

ବିବାହରେ ବରଙ୍କୁ ମଦ୍ୟପାନ କରାନ୍ତି ଶାଶୁ…

ଭାରତର ବିଭିନ୍ନ ଅଞ୍ଚଳରେ ଭିନ୍ନ ଭିନ୍ନ ପରମ୍ପରା ପ୍ରଚଳିତ। ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ, ଛତିଶଗଡ଼, ଝାଡ଼ଖଣ୍ଡ ଆଦି ରାଜ୍ୟରେ ବସବାସ କରୁଥିବା ବଇଗା ଜନଜାତିଙ୍କ ବିବାହରେ ଏକ...

ଉଚ୍ଚ ରକ୍ତଚାପରୁ ଦୂରେଇ ରଖେ ଏହି ଫଳର ରସ…

ସପୁରିର ଅନେକ ଔଷଧୀୟ ଗୁଣ ରହିଛି। ଏଥିରେ ଭିଟାମିନ ବି-୧, ବି-୨, ବି-୩, ବି-୫, ବି-୬, ବି-୯, ଭିଟାମିନ୍‌ -ସି  ରହିଛି। ଏଥିରେ ପ୍ରଚୁର ପରିମାଣରେ...

ଦୁଇଜଣ ମା’ ଚାହିଁଲେ କରିପାରିବେ ସନ୍ତାନ ପ୍ରସବ

ଚାଇନିଜ୍‌ ଏକାଡେମୀ ଅଫ୍‌ ସାଇନ୍‌ସେସ୍‌ର ବିଶେଷଜ୍ଞଙ୍କ ମତରେ ୨ ଜଣ ମା’ ଚାହିଁଲେ ସନ୍ତାନ ଜନ୍ମ କରିପାରିବେ। ଏଥିପାଇଁ ପିତାଙ୍କର କୌଣସି ଆବଶ୍ୟକତା ନାହିଁ। ଦୁଇଟି...

ଇଟାଲୀ ବୁଲିବାକୁ ଯାଉଥିଲେ ଭୁଲରେ କରନ୍ତୁନି ଏହି କାମ, ନଚେତ୍‌ ହୋଇଯିବ ଜେଲ୍‌

ଏମିତି କିଛି ଦେଶ ଅଛି, ଯେଉଁଠି ଭିନ୍ନ ଭିନ୍ନ କଟକଣା ରହିଛି। ସେସବୁ ସ୍ଥାନ ବୁଲିବା ପାଇଁ ଯିବା ପୂର୍ବରୁ ସମସ୍ତ ବିଷୟରେ ଭଲଭାବେ ଅବଗତ...

୫୧ ଲକ୍ଷରେ ବିକ୍ରି ହେଲା ଅଧିକ କ୍ଷୀର ଦେଉଥିବା ମଇଁଷି ସରସ୍ବତୀ

ହିସାର,୨୭।୨: ଅଧିକ କ୍ଷୀର ଦେଇ ବିଶ୍ୱ ରେକର୍ଡ କରିଥିବା ମୁରାହ ପ୍ରଜାତିର ମଇଁଷି ସରସ୍ବତୀ ୫୧ ଲକ୍ଷ ଟଙ୍କାରେ ବିକ୍ରି ହୋଇଛି। ହରିୟାଣାର ହିସାର ଜିଲାର...

Leave a comment

Your email address will not be published. Required fields are marked *